Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୩୧ ତାରିଖ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଏହି ରାଶିର ଲୋକେ ରୁହନ୍ତୁ ସାବଧାନ। ଶୁକ୍ର ଓ ସୂର୍ଯ୍ୟ ଗ୍ରହର ସ୍ଥିତି ଅଶୁଭ ସାବ୍ୟସ୍ତ ହୋଇପାରେ।

ସେୟାର୍ କରନ୍ତୁ

ଅଗଷ୍ଟ ୩୧ ତାରିଖ ଦିନ ଶୁକ୍ର ଗ୍ରହ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ସିଂହ ରାଶିରେ ସୂର୍ଯ୍ୟ ଗ୍ରହ ପୂର୍ବରୁ ଅବସ୍ଥାନ କରିଛନ୍ତି। ସୂର୍ଯ୍ୟ ଓ ଶୁକ୍ର ଗ୍ରହର ସଂଯୋଗ ଫଳରେ ଏହାର ପ୍ରଭାବ ୫ ଗୋଟେ ଖାସ ରାଶି ଉପରେ ପଡ଼ିବାକୁ ଯାଉଛି।

ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ ଗ୍ରହ। ସୂର୍ଯ୍ୟ ଗ୍ରହ ଏହି ସମୟରେ ନିଜ ସ୍ୱରାଶିରେ ଅବସ୍ଥାନ କରିଛନ୍ତି। ଶୁକ୍ର ଗ୍ରହ ଅଗଷ୍ଟ ୩୧ ତାରିଖ ଦିନ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ତେଣୁ ସିଂହ ରାଶିରେ ସୂର୍ଯ୍ୟ ଓ ଶୁକ୍ର ଗ୍ରହର ସଂଯୋଗଚେଭାକୁ ଯାଉଛି। ଶୁକ୍ର ଗ୍ରହ ସିଂହ ରାଶିରେ ୨୩ ଦିନ ପର୍ଯ୍ୟନ୍ତ ରହିବେ।

ତେବେ ଅଗଷ୍ଟ ୩୧ ତାରିଖ ଠାରୁ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ପ୍ରଭାବିତ ହୋଇ ପାରନ୍ତି। କିନ୍ତୁ ସେଥିମଧ୍ୟରୁ ଖାସ ୫ ଗୋଟି ରାଶିର ଲୋକଙ୍କ ଅଶୁଭ ପରିଣାମ ଭୋଗ କରିବାକୁ ପଡିପାରେ। ସୂର୍ଯ୍ୟ ଓ ଶୁକ୍ର ଗ୍ରହର ସଂଯୋଗ ଫଳରେ ଏହି ପାଞ୍ଚଟି ରାଶିର ଲୋକଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଓ ସୂର୍ଯ୍ୟ ଗ୍ରହର ସଂଯୋଗ ସାମାନ୍ୟ ରହିବ।ଘରର ଖର୍ଚ୍ଚ ବଢିପାରେ। ଆପଣଙ୍କର ଆଶା ପୂରଣ ହେବନାହିଁ। ସାନ ଭାଇ ଓ ଭଉଣୀ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ଏହି ସମୟ ଆପଣଙ୍କ ପାଇଁ କଠିନ ସାବ୍ୟସ୍ତ ହେବ। ତେଣୁ ଆପଣଙ୍କୁ ସତର୍କ ରହି ସବୁ କାର୍ଯ୍ୟ କରିବା ଆବଶ୍ୟକ। ଗାଡି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ ରାଶି :-

ଶୁକ୍ର ଓ ସୂର୍ଯ୍ୟ ଗ୍ରହର ସଂଯୋଗ ହେବା ଫଳରେ ଏହି ରାଶିର ଲୋକଙ୍କ ଉପରେ ସାମାନ୍ୟ ପ୍ରଭାବ ପଡ଼ିବ। ଆପଣଙ୍କୁ ଜଗିରଖି ଖର୍ଚ୍ଚ କରିବା ଉଚିତ। ଅଯଥା ଚିନ୍ତିତ ହୁଅନ୍ତୁ ନାହିଁ। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ ଆପଣ ଅସୁସ୍ଥ ହୋଇ ପାରନ୍ତି। ତେଣୁ ସେଥିପ୍ରତି ଧ୍ୟାନ ରଖନ୍ତୁ। ସେୟାର ବଜାରରେ ଆପଣଙ୍କୁ ଲାଭ ମିଳିବ ନାହିଁ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବହୁତ ସମ୍ଭାଳି ରହିବା ଉଚିତ। ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ବୁଝି ବିଚାରି କୌଣସି ମାମଲା ସମ୍ଭାଳନ୍ତୁ, ନଚେତ ଆପଣ ସମସ୍ୟାରେ ପଡି ପାରନ୍ତି। ପ୍ରେମ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି।

ମକର ରାଶି :-

ଏହି ରାଶିର ଲୋକଙ୍କୁ ଅନେକ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳିବ ନାହିଁ। କୌଣସି ଅଶୁଭ ସମାଚାର ଆପଣଙ୍କ ମନକୁ ବିଚଳିତ କରି ଦେଇପାରେ। ତେଣୁ ଧର୍ଯ୍ୟ ଓ ବିଶ୍ୱାସ ରଖନ୍ତୁ, ପରିସ୍ଥିତି ଧୀରେ ଧୀରେ ସୁଧୁରି ଯିବ

ମୀନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଓ ସୂର୍ଯ୍ୟ ଗ୍ରହର ମିଳନ ସାମାନ୍ୟ ରହିବ। ଆପଣଙ୍କୁ କ୍ୟାରିୟରରେ ଆଶାନୁରୂପ ସଫଳତା ମିଳିବ ନାହିଁ। ପ୍ରେମ ମାମଲାରେ ଆପଣ ସଫଳ ହେବେ। ଆପଣଙ୍କ ମନ ବିଚଳିତ ହେଲେ ମଧ୍ୟ ସ୍ଥିର ହୋଇ ସବୁ କାର୍ଯ୍ୟ କରନ୍ତୁ। ଈଶ୍ୱରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *