Excuse Me Odisha

ଯାହା କହିବୁ ସତ କହିବୁ

ଏହି ଜିନିଷ ସର୍ବଦା ନିଜ ମୁହଁରେ ରଖନ୍ତୁ ଜୀବନ ସାରା ଟଙ୍କାର ଅଭାବ ହେବ ନାହିଁ। ପାଣି ଭଳି ବର୍ଷିବ ଧନ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଜିନିଷ ସର୍ବଦା ନିଜ ମୁହଁରେ ରଖନ୍ତୁ ଜୀବନ ସାରା ଟଙ୍କାର ଅଭାବ ହେବ ନାହିଁ। ପାଣି ଭଳି ବର୍ଷିବ ଧନ।

ବନ୍ଧୁଗଣ କୌଣସି ମନୁଷ୍ୟର ଭାଗ୍ୟ ତାର କର୍ମରେ ହିଁ ନିର୍ଧାରିତ ହୋଇଥାଏ କିନ୍ତୁ ମନୁଷ୍ୟ ନିଜର ଭୁଲକୁ ଭାଗ୍ୟ ଉପରେ ଛାଡି ତାର ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର ନାମ ଦେଇଦିଏ। ଯଦି କେବେବି ଆପଣଙ୍କର ସାମ୍ନା ଖରାପ ସମୟ କିମ୍ବା ଦୁର୍ଭାଗ୍ୟ ସହିତ ହୋଇଯାଏ ତ ଏମିତିରେ କଣ କରିବେ ଯାହା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ। ଏହି ସମୟରେ ଆପଣଙ୍କୁ ଧର୍ଯ୍ୟ ସହିଷ୍ଣୁତା ଦରକାର। ସର୍ବଦା ଆମର ପରିଶ୍ରମ ବିଫଳତା ଆମକୁ କାର୍ଯ୍ୟ ସିଦ୍ଧିରେ ବିଚଳିତ କରିଦିଏ। ଆମେ ହାରିବାରେ ହାରି ନଥାଉ ବରଂ ହାରିବା ଡରରେ ହିଁ ହାରି ଯାଇଥାଉ।

ନକରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ ଆମର ପରାଜୟ ହୋଇଥାଏ। ପରିଶ୍ରମର କମିରୁ ହିଁ ସଫଳତା ଆମର ହାତରୁ ବହାରିଯାଏ। ଅନୁଭବର କଥା ଅଟେ ନିଶ୍ଚୟ ହିଁ କରିନିଅନ୍ତୁ ସଫଳତା ଏବଂ ସଙ୍କଟର ସମୟକୁ ସର୍ବଦା ଧର୍ଯ୍ୟର ସହିତ କାମ କରନ୍ତୁ। ହିମତର ସହିତ ସମସ୍ୟାର ସମାଧାନ କରନ୍ତୁ। ସଙ୍କଟକୁ ସାମ୍ନାରେ ଦେଖି ଧର୍ଯ୍ୟ ଧରିବା ଏତେ ସହଜ ନୁହେଁ କିନ୍ତୁ ନିଜର ବିଶ୍ୱାସକୁ ବନେଇ ରଖନ୍ତୁ। ଆଜି ଆମେ ଲୋକ ମାନ୍ୟତା ସହିତ ଜଡ଼ିତ ପୁରୁଣା ସମୟରେ କରାଯାଉଥିବା କିଛି ଉପାୟ ଜଣେଇବାକୁ ଯାଉଛୁ। ବିଶ୍ୱାସର ସହିତ କିଛି ଉପାୟ କରିବା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। ସବୁ ଦୁଃଖ କଷ୍ଟକୁ ଦୂରେଇ ପାରିବେ। ଏହି ପୋଷ୍ଟରେ ଆମେ ଲବଙ୍ଗ ଏବଂ ଗୁଜୁରାତିର ପ୍ରୟୋଗ ବିଷୟରେ ଜଣେଇବୁ।

ସନାନ୍ତନ ଧର୍ମରେ ଲବଙ୍ଗ ଏବଂ ଗୁଜୁରାତିକୁ ବହୁତ ପବିତ୍ର ମାନାଯାଏ। ପୂଜାପାଠ ଅନୁଷ୍ଠାନ ଆଦିରେ ଏମାନଙ୍କର ବିଶେଷ ମହତ୍ୱ ରହିଛି। ଲବଙ୍ଗର ପ୍ରୟୋଗ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହେବା ସହିତ ଏହା ଜ୍ୟୋତିଷଙ୍କ ଉପାୟରେ ବି ବହୁତ ଲାଭକାରୀ ଅଟେ। ଲବଙ୍ଗର ପ୍ରୟୋଗ ପୂଜାପାଠ ବ୍ୟତୀତ ତନ୍ତ୍ର ମନ୍ତ୍ରରେ ବି କରାଯାଏ କାରଣ ଏହାକୁ ଉର୍ଜାର କାରକ ମାନାଯାଏ। ଭାଗ୍ୟକୁ ଉଜ୍ଵଳ କରିବା ପାଇଁ ଏହି ଉପାୟ ନିଶ୍ଚୟ କରିପାରିବେ।

ଶନିବାର କିମ୍ବା ରବିବାର ଦିନ ସନ୍ଧ୍ୟା ସମୟରେ ଧୂପ ପାତ୍ରରେ ୫ ଟି ଲବଙ୍ଗ ଏବଂ ୩ ଟି କର୍ପୁରର ଖଣ୍ଡ ଏବଂ ୩ ଟି ଗୁଜୁରାତି ନେଇ ଜଳେଇ ଦିଅନ୍ତୁ। ଯେତେବେଳେ ଅଗ୍ନିର ପ୍ରଜ୍ଵଳିତ ହେବ ତ ଏହାକୁ ପୁରା ଘର ସାରା ବୁଲାଇ ଦିଅନ୍ତୁ। ଏହା ସମ୍ପୂର୍ଣ୍ଣ ଜଳିଯିବା ପରେ ଏହାର ପାଉଁଶକୁ ଶୁଦ୍ଧ ଜଳରେ ମିଶାଇ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ କରି ଦିଅନ୍ତୁ। ଏହା ଦ୍ବାରା ଘରେ ଥିବା ନକରାତ୍ମକ ଉର୍ଜାର ନାଶ ହେବ ଏବଂ ଘରର ମୁଖ୍ୟ ଦ୍ୱାର ସକାରାତ୍ମକ ଉର୍ଜାରେ ଭରପୁର ରହିବ।

ଶୁକ୍ର ଭୌତିକ ସୁଖ ସମ୍ପର୍ଣ୍ଣତା କଳହ ପ୍ରସିଦ୍ଧି ଧନ କାମବାସନା ବୈଭବ ସୌଭାଗ୍ୟର କାରକ ଗ୍ରହ ଅଟେ। ଶୁକ୍ର ଯେତେବେଳେ ମଜବୁତ ହୋଇଯିବ ତ ବ୍ୟକ୍ତିକୁ ସୁଖ ଐଶ୍ୱରୀୟ ଦେଇଥାଏ ଭୋଗ ବିଳାସ ବୃଦ୍ଧି କରାଇଥାଏ ଅର୍ଥାତ ଆପଣ ଆନନ୍ଦଦାୟକ ଜୀବନ ବ୍ୟତୀତ କରିବେ ସୁଖରେ ଆପଣଙ୍କ ଜୀବନ ଭରି ରହିବ। ସେଥିପାଇଁ ଶୁକ୍ରକୁ ମଜବୁତ କରିବା ପାଇଁ ଗୁଜୁରାତିର ଗୋଟେ ସହଜ ଉପାୟ ଆପଣ କରିପାରିବେ।

ବନ୍ଧୁଗଣ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ। ଖାସ କରି ସେହି ଲୋକମାନଙ୍କ ପାଇଁ କି ଯାହା ଜୀବନରେ ଶୁକ୍ର ଗ୍ରହ ଖରାପ ରହିଥାଏ ଏବଂ ଜୀବନରେ ଶୁକ୍ରଗ୍ରହ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ଦିନ ସବୁଜ ଗୁଜୁରାତିର ପ୍ରୟୋଗ କଲେ ଶୁକ୍ରକୁ ବଳ ମିଳିଥାଏ ଯଦି ଆପଣଙ୍କର ଶୁକ୍ରଗ୍ରହ ବଳବାନ ନଥାଏ ଖରାପ ପ୍ରଭାବ ଦେଉଥାଉ ତେବେ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ୨ ଟି ଗୁଜୁରାତି ପକେଇ ସେହି ପାଣିକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣିକୁ ନିଜ ସ୍ନାନ ଜଳରେ ମିଶାଇ ସ୍ନାନ କରିନିଅନ୍ତୁ। ସ୍ନାନ କରିବା ସମୟରେ ପବିତ୍ରତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଶୁକ୍ରଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ଓଁମ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରା କାଳୀ ଦୁର୍ଗା ସମା ସମାଧାତ୍ରୀ ସ୍ୱହା ଏହି ଉପାୟ ଶୁକ୍ରଙ୍କର ଖରାପ ପ୍ରଭାବକୁ ଦୂର କରିବ। ଆପଣଙ୍କର ସମସ୍ତ ରୋଗ ଶୋକ ସଙ୍କଟର ନିବାରଣ ହେବ।

କାର୍ଯ୍ୟରେ ସଫଳତା ପାଇବା ପାଇଁ ଛୋଟ ଗୁଜୁରାତି ଏବଂ ମିଶ୍ରି ନିଅନ୍ତୁ। ଗୁଜୁରାତିରୁ ୨ ଟି ଦାନା ବାହାର କରିନିଅନ୍ତୁ ଏବଂ ମିଶ୍ରିକୁ ନେଇ କୌଣସି ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଏହି ଉପାୟ କୌଣସି ବି ଦିନରେ କରିପାରିବେ। ସେହି ଅସ୍ତ ଗଛ ମୂଳରେ ନିଜର ମନସ୍କାମନା କହି ନମସ୍କାର କରି ପଛକୁ ନବୁଲି ଘରକୁ ଏକ ମୁହଁ5ହୋଇ ଚାଲି ଆସନ୍ତୁ। ଏହା ଦ୍ବାରା ଚାକିରୀ ଏବଂ ଶିକ୍ଷା ସହିତ ଜଡ଼ିତ ସମସ୍ୟା ଦୂର ହୋଇଥାଏ।

ଅନେକ ପରିଶ୍ରମ ପରେ ବି ସଫଳତା ମିଳିନଥାଏ ତ କୌଣସି ବି ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ସୋରିଷ ତେଲର ଦୀପ ଜଳାନ୍ତୁ। ସେହି ଦୀପରେ ୨ ଟି ଲବଙ୍ଗ ପକେଇ ଦିଅନ୍ତୁ। ଏହା ସହିତ ହନୁମାନ ଚାଳିସାର ପାଠ କରନ୍ତୁ। ଭଗବାନ ହନୁମାନଙ୍କୁ ନିଜର ସମସ୍ୟା କହି ତାର ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ। ଏହା ପରେ କାର୍ଯ୍ୟ କ୍ଷେତ୍ରକୁ ପୂର୍ଣ ବିଶ୍ୱାସର ସହିତ ମନ ଲଗାଇ ପରିଶ୍ରମ କରନ୍ତୁ। ସଫଳତା ନିଶ୍ଚୟ ମିଳିବ।

ବିବାହରେ ବାଧା ଆସୁଥିଲେ କୌଣସି ଶୁକ୍ରବାର ଦିନ ୨ ଟି ସବୁଜ ଗୁଜୁରାତି ଧଳା ମିଠା କିମ୍ବା ମିଶ୍ରି ମଧ୍ୟ ନେଇ ପାରିବେ ଏବଂ ଘିଅର ଦୀପ ନେଇ କୌଣସି ପବିତ୍ର ନଦୀ ପାଖକୁ ଯାଇ ବଡ଼ ପତ୍ରଟିଏ ନେଇ ତା ଉପରେ ଗୁଜୁରାତି ଧଳା ମିଠା ଏବଂ ଘିଅର ଦୀପ ଜଳେଇ ରଖିଦିଅନ୍ତୁ ଏବଂ ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ। ଏହା ଦ୍ବାରା ମନସ୍କାମନା ପୂରଣ ହେବ।

ଆର୍ଥିକ ସମସ୍ୟାରେ ସମୁଖୀନ ହେଉଥିଲେ କୌଣସି କିନ୍ନରଙ୍କୁ କଏନ ସହିତ ଗୁଜୁରାତିର ଦାନ କରନ୍ତୁ।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହେଉଥାଏ ପରସ୍ପର ମଧ୍ୟରେ ପ୍ରେମ କମି ଯାଇଛି ତେବେ ଶୁକ୍ରବାର ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ୩ ଟି ଗୁଜୁରାତି ନିଜ ଶରୀ ଉପରେ ସ୍ପର୍ଶ କରି କୌଣସି ବସ୍ତ୍ର କିମ୍ବା ରୁମାଲରେ ବାନ୍ଧି କରି ପୁରା ଦିନସାରା ନିଜ ପାଖରେ ରଖନ୍ତୁ। ଏହାପରେ ଶନିବାର ଦିନ ସକାଳୁ ଏହି ଗୁଜୁରାତିକୁ ପେଶୀ କରି କୌଣସି ଖାଦ୍ୟ ପଦାର୍ଥରେ ମିଶାଇ ନିଜର ଜୀବନସାଥୀଙ୍କୁ ଖୁଆଇ ଦିଅନ୍ତୁ। ଏହି ଉପାୟ ଲଗାତାର ୩ ଟି ଶୁକ୍ରବାର କରନ୍ତୁ।

ଯଦି ଭଲ ସ୍ତ୍ରୀ ପାଇବାକୁ ଚାହୁଁଛନ୍ତି ତେବେ କୌଣସି ବି ଗୁରୁବାର ଦିନ ସବୁଜ ଗୁଜୁରାତିକୁ ହଳଦିଆ କପଡ଼ାରେ ବାନ୍ଧି କରି ନେଇ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ କିମ୍ବା କୌଣସି ପାଖ ମନ୍ଦିରରେ ଯାଇ ରଖିଦିଅନ୍ତୁ।

ଚାକିରୀରେ ପଦ ଉନ୍ନତି ମିଳୁନଥିଲେ ରାତିରେ ଶୋଇବା ସମୟରେ ସବୁଜ କପଡ଼ାରେ ସବୁଜ ଗୁଜୁରାତିକୁ ବାନ୍ଧି କରି ତକିଆ ତଳେ ରଖି ଶୋଇ ଯାଆନ୍ତୁ। ପର ଦିନ ସକାଳେ କୌଣସି ବାହାରର ବ୍ୟକ୍ତିଙ୍କୁ ସେହି ଗୁଜୁରାତିକୁ ଖୁଆଇ ଦିଅନ୍ତୁ। ଉନ୍ନତିରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ।

ଯେବେବି କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବେ ତ ନିଜର ଡାହାଣ ହାତରେ ୩ ଟି ଗୁଜୁରାତି ନେଇ ମା ଲକ୍ଷ୍ମୀଙ୍କ ବିଜ ମନ୍ତ୍ର ଶ୍ରୀଙ୍ଗର ଉଚାରଣ କରି ଗୋଟେ ଗୁଜୁରାତି ଖାଇ ନିଅନ୍ତୁ। ଅନ୍ୟ ଦୁଇଟି ଗୁଜୁରାତି ପକେଟରେ ରଖି ପରେ ଖାଇ ନିଅନ୍ତୁ। ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *