Excuse Me Odisha

ଯାହା କହିବୁ ସତ କହିବୁ

ଘରର ମନ୍ଦିରରେ ଏହି ଜିନିଷ ରଖୁଥିଲେ, ତୁରନ୍ତ ହଟାଇ ଦିଅନ୍ତୁ। ନଚେତ ଘର ଉପରେ ବିପଦ ମାଡ଼ି ଆସିବାର ସମ୍ଭାବନା ରହିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଠାକୁର ମନ୍ଦିର ରହିବା ଅତ୍ୟନ୍ତ ଜରୁରୀ ଅଟେ। ଏହାଦ୍ୱାରା ଘରେ ସକାରାତ୍ମକ ବାତାବରଣ ବଜାୟ ରହିଥାଏ।ଅଧିକାଂଶ ଲୋକେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାନ୍ତି, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ବଜାରରେ ଅନେକ ପ୍ରକାରର ଯଥା ପଥର, କଥା, ମାର୍ବଲ ପଥର ଆଦିର ମନ୍ଦିର ତିଆରି ହେଉଛି। କିନ୍ତୁ ଏହି ମନ୍ଦିର ଗୁଡ଼ିକ ଘରକୁ ଆଣିବା ଉଚିତ ନୁହେଁ।ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସର୍ବଦା କାଠର ମନ୍ଦିର ରଖିବା ଉଚିତ। ଏହା ଅତ୍ୟନ୍ତ ଶୁଭ ଓ କଲ୍ୟାଣକାରୀ ମାନା ଯାଇଥାଏ। ଘରେ ଲୁହାର ମନ୍ଦିର ରଖିବା ଉଚିତ ନୁହେଁ। ଲୁହାର ମନ୍ଦିର ଘରେ ରହିଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହେବା ସହିତ ରାହୁ ଓ ଶନି ଗ୍ରହ କ୍ରୋଧିତ ହୋଇ ଯାଇଥାନ୍ତି। ଘରେ ଠାକୁରଙ୍କୁ ରଖିବାର ସବୁଠାରୁ ଶୁଭ ସ୍ଥାନ ହେଉଛି ଐଶାନ୍ୟ କୋଣ। ଭଗବାନଙ୍କର ମୂର୍ତ୍ତି ସର୍ବଦା ଯୋଡ଼ିକରି ରଖିବା ଉଚିତ। ଏହାଦ୍ୱାରା ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ପତିପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବ।

ଗୋଟେ ପରିବାରରେ କେବେବି ଦୁଇଟି ମନ୍ଦିର ରଖିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଠାକୁର ଘରେ ସର୍ବଦା ଗୋଟେ ଛୋଟ ଆକାରର ଶିବଲିଙ୍ଗ ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ତୁଳସୀ ମନ୍ଦିରରେ କେବେବି କୌଣସି ପ୍ରତିମା ରଖନ୍ତୁ ନାହିଁ।ଠାକୁର ପୂଜା କରିବା ପାଇଁ ଶୁଭ ମୂହୁର୍ତ୍ତ ହେଉଛି ପ୍ରାତଃ କାଳ। କାରଣ ପ୍ରାତଃକାଳରେ ନିତ୍ୟକର୍ମ ସାରି ପୂଜାର୍ଚ୍ଚନା କରିବା ଦ୍ଵାରା ପୁଣ୍ୟ ପ୍ରାପ୍ତ ହେବ।

ପ୍ରତ୍ୟେକ ବିବାହିତ ନାରୀ ମାନଙ୍କୁ ବ୍ରତ ଓ ଉପବାସ ଆଦି କରିବା ଉଚିତ। ବାଥରୁମ ପାଖରେ କେବେବି ମନ୍ଦିର ରହିବା ଉଚିତ ନୁହେଁ।ମହିଳା ମାନେ ନିଜ ମାସିକ ଧର୍ମ ସମୟରେ ପୂଜାପାଠ ଆଦି କରିବା ଉଚିତ ନୁହେଁ। ତେଣୁ ଏହି ସମୟରେ ଆପଣ ଅନ୍ୟମାନଙ୍କ ଦ୍ୱାରା ପୂଜାପାଠ କରାଇ ପାରିବେ। ପୂଜାପାଠ ସମୟରେ ଭଙ୍ଗା ଚାଉଳ , ବାସି ଫୁଲ ଆଦି ଅର୍ପଣ କରିବା ଉଚିତ ନୁହେଁ।

ପ୍ରତ୍ୟେକ ବିବାହିତ ନାରୀ ନିଜ ପତିଙ୍କ ଲମ୍ବା ଆୟୁଷ ପାଇଁ ପୂଜାପାଠ, ବ୍ରତ କରି କରିଥାନ୍ତି। ତେଣୁ ମହିଳା ମାନଙ୍କୁ ସର୍ବଦା ସମ୍ମାନ କରିବା ଉଚିତ। ଏହାସହିତ ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ, ଏହାଦ୍ୱାରା ଦେବୀ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି ଏବଂ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *