Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମ ପ୍ରାଚୀନ ଗ୍ରନ୍ଥରେ ପ୍ରତ୍ୟେକ ପତି ଓ ପତ୍ନୀଙ୍କୁ ଶିବ ଓ ପାର୍ବତୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ବିବାହ ପରେ ପତିଙ୍କ ଭାଗ୍ୟ ପତ୍ନୀଙ୍କ ମଧ୍ୟରେ ଯୋଡ଼ି ହୋଇ ଯାଇଥାଏ। ତେଣୁ ପତି ଓ ପତ୍ନୀ ଉଭୟଙ୍କୁ ସୁକର୍ମ କରିବା ଉଚିତ।

କାରଣ ପତି କରିଥିବା କର୍ମର ଫଳ ପତ୍ନୀଙ୍କୁ ଭୋଗ କରିବାକୁ ପଡେ ଏବଂ ପତ୍ନୀଙ୍କ କର୍ମର ଫଳ ପତିଙ୍କୁ ଭୋଗ କରିବାକୁ ପଡ଼ିଥାଏ। ତେଣୁ ଉଭୟ ପତି ଓ ପତ୍ନୀଙ୍କୁ କିଛି ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ ଘରୁ ବାହାରି ଯିବେ ଏବଂ ତାଙ୍କ ଜ୍ୟେଷ୍ଠ ଭଉଣୀ ଅଲକ୍ଷ୍ମୀ ବାସ କରିବେ। ତେଣୁ ସେଥିପ୍ରତି ଧ୍ୟାନ ରଖିବା ଉଚିତ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଘରର ପୁରୁଷ ଓ ସ୍ତ୍ରୀଲୋକ ମାନେ ସନ୍ଧ୍ୟା ସମୟରେ କେବେବି ମୁଣ୍ଡ କୁଣ୍ଡେଇବା ଉଚିତ ନୁହେଁ। ଏହା ଘର ପାଇଁ ଅତ୍ୟନ୍ତ ଅଶୁଭ ଅଟେ। ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡେଇବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାଦ୍ୱାରା ଘରେ ଦେବୀ ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ।

– ଆପଣ ମାନେ ଅନେକ ପୁରୁଷ ଓ ମହିଳା ମାନଙ୍କୁ ଅନ୍ୟମାନଙ୍କ ବିଷୟରେ ଚର୍ଚ୍ଚା କରୁଥିବାର ବା ଦେଶ ବିଦେଶ କଥା କହୁ ଥିବାର ଶୁଣିଥିବେ। ଏହା ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ। ଆହୁରି ମଧ୍ୟ ଧ୍ୟାନ ରଖନ୍ତୁ କି ଘରର ମୁଖ୍ୟ ଦୁଆର ସର୍ବଦା ସ୍ୱଚ୍ଛ ରଖିବା ଆବଶ୍ୟକ। ନଚେତ ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ।

– କିଛି ଘରର ପୁରୁଷ କିମ୍ବା ମହିଳା ମାନେ ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି।ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରିବାକୁ ଉଚିତ। ଏହାଦ୍ବାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ତେଣୁ କୁହାଯାଇଛି କି, ସକାଳୁ ଶୀଘ୍ର ଉଠି ରାତିରେ ଶୀଘ୍ର ଶୋଇବା ଉଚିତ।

– ରାତିରେ ଖାଇ ସାରି କେବେବି ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି ଏବଂ ଘରୁ ପଳାଇ ଯାଇଥାନ୍ତି। ତେଣୁ ରୋଷେଇ ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଅଇଁଠା ବାସନ ସବୁ ମାଜି ଦେଇ ଶୁଅନ୍ତୁ। କହିବାକୁ ଗଲେ ଅଇଁଠା ବାସନରେ କେବେବି ଭୋଜନ କରିବା ଉଚିତ ନୁହେଁ।

– ଯେଉଁ ଘରେ ଘରକୁ ଆସିଥିବା ଗରିବ ଲୋକର ତିରସ୍କାର ହୋଇଥାଏ, ସେହି ଘରେ କେବେବି ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି। ଏହାସହିତ କେବେବି କୌଣସି ମହିଳାଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। କାରଣ ମହିଳା ମାନେ ଦେବୀଙ୍କ ସ୍ୱରୂପ ହୋଇଥାନ୍ତି।

– ଆପଣ ସକାଳୁ ଉଠିବା ପରେ କଣ କଣ କରିବେ, ସେହି ବିଷୟକୁ ନେଇ ପୂର୍ବ ଦିନ ଗୋଟେ ନିୟମ ପ୍ରସ୍ତୁତ କରନ୍ତୁ। ଏହାସହିତ ସକାଳୁ ଉଥି କେବେବି ଅନ୍ୟମାନଙ୍କ ସହିତ ବିବାଦ କରନ୍ତୁ ନାହିଁ। ସକାଳୁ ଉଠି କେବେବି ମିଛ କୁହନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ମିଛ କବି ନିଜ ଦିନର ଆରମ୍ଭ କରିଥାଏ, ତାହେଲେ ଏହା ଅଶୁଭ ହୋଇଥାଏ। ଆଉ ଏକ କଥା ଜାଣି ରଖନ୍ତୁ କି କେବେବି ଗୁରୁଜନଙ୍କୁ ଅସମ୍ମାନ କରନ୍ତୁ ନାହିଁ।

– ଯେଉଁ ଘରେ ଲୋକେ ରାତିରେ ଶୀଘ୍ର ସୋଇ ସକାଳୁ ସୂର୍ଯ୍ୟୋଦୟ ହେବା ପୂର୍ବରୁ ଉଠି ଯାଇଥାନ୍ତି, ସେହି ଘର ସର୍ବଦା ଧନଧାନ୍ୟ ଓ ସୁଖଶାନ୍ତିରେ ପରିପୂର୍ଣ ହୋଇ ଯାଇଥାଏ। ସେହି ଘରେ ସର୍ବଦା ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ଯେଉଁ ଘରେ ଲୋକେ ସକାଳୁ ଉଠି ନିତ୍ୟକର୍ମ ସାରି, ଘର ପରିଷ୍କାର କରି ଠାକୁର ପୂଜା ସାରି ଥାଆନ୍ତି, ସେହି ଘରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।ଏହାସହିତ ସେହି ଘରର ଲୋକେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

– ଯଦି ଆପଣ ଚାହୁଁଛନ୍ତି ସୂର୍ଯ୍ୟଦେବ ଆପଣଙ୍କ କୁଣ୍ଡଳୀରେ ଶୁଭ ସ୍ଥିତିରେ ସର୍ବଦା ରହନ୍ତୁ, ତାହେଲେ ଆପଣ ସକାଳୁ ଉଠି ସ୍ନାନ ସାରି ପ୍ରଥମେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ତାପରେ ସୁର୍ଯ୍ୟ ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ ଓ ସବୁ କାର୍ଯ୍ୟ ସଫଳ ହେବ। ଏହାସହିତ ନିଜ ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଥିବା ସ୍ଥାନ ଅତ୍ୟନ୍ତ ପସନ୍ଦ ହୋଇଥାଏ। ତେଣୁ ଏହିସବୁ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ଆପଣଙ୍କ ଜୀବନ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *