Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ଏହି ୪ ଗୋଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଜାତକର କୁଣ୍ଡଳୀ ଉପରେ ମଙ୍ଗଳ, ବୁଧ, ଗୁରୁ ଗ୍ରହର ଶୁଭ ଦୃଷ୍ଟି ପଡ଼ିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରକୁ ଆଧାର କରି ଆମର ଭବିଷ୍ୟତ ବିଷୟରେ ଅନୁମାନ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ପ୍ରତ୍ୟେକ ମାସ ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଅଗଷ୍ଟ ୨୦ ତାରିଖ ଠାରୁ ମଙ୍ଗଳ, ବୁଧ, ଗୁରୁ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ଖାସ ୪ ଗୋଟି ରାଶିର ଲୋକଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଏବଂ ଏହି ଶୁଭ ପ୍ରଭାବ ୨୦୨୩ ମସିହା ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ରହିବ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି :-

ଗ୍ରହ ମାନଙ୍କର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆସୁଥିବା ୪ଟି ମାସ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି।ଆପଣ କୌଣସି ଶୁଭ କାର୍ଯ୍ୟ ପାଇଁ ଲମ୍ବା ଯାତ୍ରା କରି ପାରନ୍ତି। ଅବିବାହିତ ଲୋକଙ୍କର ବିବାହର ଯୋଗ ସୃଷ୍ଟି ହୋଇପାରେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ପାଇ ପାରନ୍ତି। ବିବାହିତ ଲୋକଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ସନ୍ତାନ ସୁଖ ଭୋଗ କରି ପାରନ୍ତି।

ତୁଳା ରାଶି : –

ଏହି ରାଶିର ଲୋକଙ୍କ ପାଇଁ ଗ୍ରହ ମାନଙ୍କର ଗୋଚର ଶୁଭ ସାବ୍ୟସ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଲୋକେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ।ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଛି।ସେୟାର ମାର୍କେଟରେ ଟଙ୍କା ନିବେଶ କରି ଲାଭବାନ ହେବେ।ଆପଣ ନୂତନ ଯାନ କ୍ରୟ କରି ପାରନ୍ତି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ବିଛା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବା ସହିତ ହସଖୁସିର ମାହୋଲ ରହିବ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ।ବିବାହିତ ଦମ୍ପତିଙ୍କ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ ହେବ ଏବଂ ଉତ୍ତମ ବୁଝାମଣା ରହିବ।ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରିବେ।ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ପ୍ରେମ ପ୍ରସଙ୍ଗ ମାମଲାରେ ଆପଣ ସଫଳ ହେବେ।ପୁରୁଣା ଶତ୍ରୁ ଆପଣଙ୍କୁ ମିତ୍ରତାର ହାତ ବଢାଇବେ।

ମୀନ ରାଶି :-

ତିନୋଟି ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହାର ଶୁଭ ପ୍ରଭାବ ଏହି ରାଶିର ଲୋକଙ୍କ ଉପରେ ପଡ଼ିବ।ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ପୁରୁଣା ବେମାରୀରୁ ମୁକ୍ତି ମିଳିବ। ବ୍ୟବସାୟରେ ଲାଭବାନ ହେବେ।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଆପଣ ଯେଉଁ କର୍ଯ୍ୟରେଚତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଈଶ୍ବରଙ୍କ ଉପରେ ଭରସା ରଖନ୍ତୁ, ସେ ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର କରି ଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *