Excuse Me Odisha

ଯାହା କହିବୁ ସତ କହିବୁ

୨୭ ଅଗଷ୍ଟ ଶନି ଅମାବାସ୍ୟା ବନିଲା ଅଦ୍ଭୁତ ମହାସଂଯୋଗ। ଶନିଶ୍ଚରୀ ଅମାବାସ୍ୟା। ଘରେ ଏହି ୩ ଟି ଜାଗାରେ ରଖିଦିଅନ୍ତୁ ଲୁଣ। ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ। କାଙ୍ଗାଳ ବି ହେବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୭ ଅଗଷ୍ଟ ଶନି ଅମାବାସ୍ୟା ବନିଲା ଅଦ୍ଭୁତ ମହାସଂଯୋଗ। ଶନିଶ୍ଚରୀ ଅମାବାସ୍ୟା। ଘରେ ଏହି ୩ ଟି ଜାଗାରେ ରଖିଦିଅନ୍ତୁ ଲୁଣ। ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ। କାଙ୍ଗାଳ ବି ହେବେ କୋଟିପତି।

୨୭ ଅଗଷ୍ଟ ଭାଦ୍ରପଦ ଅମାବାସ୍ୟା ପଡୁଅଛି। ସନାନ୍ତନ ଧର୍ମରେ ଏହି ତିଥିର ବିଶେଷ ମହତ୍ୱ ରହିଛି। ଶନିବାର ଦିନ ପଡୁଥିବାରୁ ଏହାକୁ ଶନି ଅମାବାସ୍ୟା କିମ୍ବା ଶନିଶ୍ଚରୀ ଅମାବାସ୍ୟା କୁହାଯାଏ। ଏହି ଅମାବାସ୍ୟା ଶନିଦେବଙ୍କ କଷ୍ଟରୁ ମୁକ୍ତିର କାରଣ ବନିବ। ଯଦି ଆପଣ ଏହି ଦିନ କିଛି ବିଶେଷ ଉପାୟ କରିନେବେ ତ ଜୀବନରେ ଆସୁଥିବା ବାଧା ଏବଂ କଷ୍ଟ ଦୂର ହୋଇଥାଏ।

ଶନି ଅମାବାସ୍ୟା ଦିନ ଶନିଦେବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଅମାବାସ୍ୟା ତିଥିରେ ଶନିଦେବଙ୍କର ଜନ୍ମ ହୋଇଥିଲା। ଏଥିପାଇଁ ଅମାବାସ୍ୟା ତିଥିରେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନି ଅମାବାସ୍ୟା ବହୁତ ହିଁ ଶୁଭ ଦିନ ମାନାଯାଏ। ଏହି ଦିନ କିଛି ଉପାୟ କରି ଶନିଦେବଙ୍କ ପ୍ରକୋପକୁ ଦୂର କରିହେବ

ଏହିଦିନ ସକାଳୁ ଜଲଦି ଉଠି ସ୍ନାନ କରନ୍ତୁ। ଏହିଦିନ କୌଣସି ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ୱ ରହିଛି। ଯଦି ପବିତ୍ର ନଦୀରେ ସ୍ନାନ କରିବା ସମ୍ଭବ ନୁହେଁ ତ ଘରେ ଏକ ଘଟି ଜଳରେ ଗଙ୍ଗା ଜଳ ଏବଂ କଳା ତିଳ ମିଶାଇ ସ୍ନାନ କରିପାରିବେ ଏବଂ ଦକ୍ଷିଣ ଦିଗକୁ ମୁଖ କରି ପିତୃଦେବଙ୍କ ପାଇଁ ଜଳ ଅର୍ପଣ କରିପାରିବେ। ଏହା ପରେ ପୂଜା ସ୍ଥାନରେ ଦୀପ ଜଳାନ୍ତୁ।

ଏହି ଦିନ ଶନି ମନ୍ଦିର ଯାଇ ସୋରିଷ ତେଲ ଶନିଦେବଙ୍କୁ ଅର୍ପଣ କରନ୍ତୁ।

ଏହି ଦିନ ଦାନ କରିବାର ବିଶେଷ ମହତ୍ୱ ରହିଛି। ଏହି ଦିନ କଳା ବସ୍ତ୍ରର ଦାନ ନିଶ୍ଚୟ କରନ୍ତୁ। କଳା ତିଳ ଜୂତା ଚପଲ ଛତା କମ୍ବଳ ଚାଦର କିମ୍ବା ବସ୍ତ୍ର ଦାନ କରନ୍ତୁ।

ସୋରିଷ ତେଲର ଦାନ କରିଲେ ଶନିଦେବଙ୍କ ପୀଡ଼ାରୁ ମୁକ୍ତି ମିଳିଥାଏ।

ଏହିଦିନ ପିତୃପୁରୁଷଙ୍କ ପାଇଁ ତର୍ପଣ ନିଶ୍ଚୟ କରନ୍ତୁ। ସନ୍ଧ୍ୟା ସମୟରେ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରିବା ସହିତ ଦୀପ ଜଳାନ୍ତୁ।

ଏହି ଦିନ କିଛି ଉପାୟ କରିଲେ କୁଣ୍ଡଳୀରେ ଚାଲିଥିବା ଶନିଦେବଙ୍କ ସାଢ଼େସାତି ଏବଂ ଅଢ଼େଇକୁ ଦୂର କରିହେବ।

ଏହି ଦିନ ଅସ୍ତ ଗଛର ପୂଜା କରନ୍ତୁ। ଏହି ଦିନ ଅସ୍ତ ଗଛ ମୂଳରେ କ୍ଷୀର ଏବଂ ଜଳ ଅର୍ପଣ କରନ୍ତୁ। ଏହାପରେ ୫ ଟି ଅସ୍ତ ଗଛର ପତ୍ରରେ ୫ ପ୍ରକାରର ମିଠା ରଖି ଅସ୍ତ ଗଛ ପାଖରେ ରଖିଦିଅନ୍ତୁ। ମନରେ ଶନିଦେବଙ୍କ ମନ୍ତ୍ର ଜପ କରି ଘିଅର ଦୀପ ଜଳାନ୍ତୁ ଏବଂ ଅସ୍ତ ଗଛର ଚାରିପଟେ ୭ ଥର ପରିକ୍ରମା କରନ୍ତୁ।

ଏହି ଦିନ ଲୁଣରେ କିଛି ଉପାୟ କରି ନିଜର ଦୁଃଖ କଷ୍ଟକୁ ଦୂର କରିପାରିବେ ନକରାତ୍ମକତାକୁ ଦୂର କରିପାରିବେ। ଘରକୁ ମା ଲକ୍ଷ୍ମୀଙ୍କୁ ଆମନ୍ତ୍ରିତ କରି ସ୍ଥାୟୀ ବାସ କରିପାରିବେ। ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଖୁସି ଆସିବ। ରୋଗ ଶୋକ କ୍ଳେଶ ଦୂର ହୋଇଯିବ। ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା।

ବାସ୍ତୁଶାସ୍ତ୍ରରେ ଲୁଣର ବହୁତ ଉପାୟ ରହିଛି। ଘରେ ଲୁଣର ମହତ୍ୱ ବହୁତ ରହିଛି। ଘରେ ଯେଉଁ ଲୁଣ ଥାଏ ନାଁ ତାହା ଆପଣଙ୍କ ଘରର ସୁଖ ସମୃଦ୍ଧିକୁ ବୃଦ୍ଧି କରିଥାଏ। କାହିଁକିନା ଲୁଣର ସିଧା ସମ୍ୱନ୍ଧ ଜ୍ୟୋତିଷ ଅନୁସାରେ ରାହୁ ଏବଂ କେତୁଙ୍କ ଖରାପ ପ୍ରଭାବକୁ ଦୂର କରିଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ବି ମାନାଯାଏ। ଆଉ ଲୁଣର ଉପାୟରେ ବି ଚନ୍ଦ୍ର ଏବଂ ଶୁକ୍ର ଦୁଇ ଜଣଙ୍କର ଅଶୁଭ ପ୍ରଭାବରୁ ବି ରକ୍ଷା ପାଇପାରିବେ। ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଲୁଣରେ ହିଁ ସମାପ୍ତ ହୋଇଥାଏ। ଧଳା ଲୁଣର ବ୍ୟବହାର ଆପଣଙ୍କୁ କରିବାକୁ ପଡିଥାଏ। ଧଳା ଲୁଣ ଅଧିମ ପ୍ରଭାବଶାଳୀ ହୋଇଥାଏ।

ଯଦି ଆପଣଙ୍କୁ ଚାକିରୀ ମିଳୁନାହିଁ କିମ୍ବା ଚାକିରୀରେ ସର୍ବଦା ସମସ୍ୟା ଆସୁଅଛି କିମ୍ଵା ବ୍ୟବସାୟ ଠିକରେ ଚାଲୁନାହିଁ ବାରମ୍ବାର କ୍ଷତି ହେଉଥାଏ। ତ ଆପଣ ଏହି ଅମାବାସ୍ୟା ଦିନ ନିଜର ଡାହାଣ ହାତରେ ଲୁଣ ନିଅନ୍ତୁ। ଲୁଣ ନେଇ ପୂର୍ବ ଦିଗକୁ ମୁହଁ କରି ଛିଡା ହୋଇଯାନ୍ତୁ ଏହା ପରେ ଏହି ଲୁଣକୁ ନିଜ ମୁଣ୍ଡ ଉପରେ ୩ ଥର ଓଲଟା ବୁଲାଇ ଘରର ମୁଖ୍ୟ ଦ୍ଵାରକୁ ଯାଇ ଛିଡା ହୋଇ ଲୁଣକୁ ବାହାରକୁ ଫୋପାଡ଼ି ଦିଅନ୍ତୁ।

ଏହି ଉପାୟକୁ ଲଗାତାର ୩ ଦିନ ପର୍ଯ୍ୟନ୍ତ କରନ୍ତୁ। ଲୁଣକୁ ଫୋପାଡିବା ପରେ ପାଣିରେ ହାତକୁ ଭଲ ଭାବରେ ଧୋଇଦେବେ। ଏହି ଉପାୟ ଚୁପଚାପ କରିବେ। ଏହି ଉପାୟ କରିବା ଦ୍ୱାରା ଯଦି ଆପଣଙ୍କ କାର୍ଯ୍ୟରେ କେହି ବନ୍ଧନ କରିଛି କିମ୍ବା କାହାର ଖରାପ ନଜର ଲାଗିଛି ତେବେ ତାହା ନଷ୍ଟ ହୋଇଯାଇଥାଏ। ଏହା ଦ୍ବାରା ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଯିବ।

ଲୁଣ ଆପଣଙ୍କ ଜୀବନରେ ନେଗେଟିଭିଟିକୁ ବି ସମାପ୍ତ କରି ଦେଇଥାଏ। ଯଦି ଆପଣ ନିୟମିତ ରୂପରେ ପୋଛା ପାଣିରେ ଲୁଣ ପକେଇ ପୋଛା ମାରିବେ ତ ଘରର ବାତାବରଣରେ ପରିବର୍ତ୍ତନ ହେବାକୁ ଲାଗିବ। ଘରକୁ ଧନ ପ୍ରାପ୍ତିର ନୂଆ ନୂଆ ଅଵସର ଆସିବ। କେବଳ ଗୁରୁବାର ଦିନ ପୋଛା ଲଗେଇବେ ନାହିଁ

ଯଦି ଆପଣ କିମ୍ବା ଆପଣଙ୍କ ଘରର କେହି ସଦସ୍ୟ ନଜର ଦୋଷରେ ପୀଡିତ ଅଛନ୍ତି ଘରେ ଯଦି କୌଣସି ପିଲାଙ୍କୁ ନଜର ଲାଗିଯାଇଛି ତେବେ ନଜର ଦୋଷକୁ ଦୂର କରିବା ପାଇଁ ଆପଣ ଅଳ୍ପ ପେସା ହୋଇଥିବା ଲୁଣ ନିଅନ୍ତୁ ଯେଉଁ ବ୍ୟକ୍ତିଙ୍କ ଉପରେ ନଜର ଲାଗିଛି ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ୭ ଥର ବୁଲାଇ ସେହି ଲୁଣକୁ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏହା ଦ୍ବାରା ନଜର ଦୋଷ ଦୂର ହୋଇଥାଏ।

ନକରାତ୍ମକ ପ୍ରଭାବ ଯୋଗୁ କୌଣସି କାମ ହୋଇପାରେ ନାହିଁ ମାନସିକ ଚିନ୍ତା ଯୋଗୁ ନିଦ ହେଉନଥାଏ ତ ଏମିତି ହେଉଥିଲେ ଏହି ଅମାବାସ୍ୟା ଦିନ ଏହି ଉପାୟ କରନ୍ତୁ। ଅମାବାସ୍ୟା ଦିନ ସନ୍ଧ୍ୟାରେ ନିଜର ଦୁଇ ହାତରେ ଅଳ୍ପ ଲୁଣ ନେଇ ହାତକୁ ଖୋଲି କରି ନଜର ସାମ୍ନାରେ ରଖନ୍ତୁ। କିଛି ସମୟ ତାହାକୁ ଦେଖନ୍ତୁ।

ମନରେ ଏହି ବିଚାର ଆଣନ୍ତୁ ସମସ୍ତ ନକରାତ୍ମକତା ଭୟ ଚିନ୍ତା ବାହାରି ସେହି ଲୁଣରେ ପ୍ରବେଶ କରୁଛି। ଏକାଗ୍ରତାରେ ସେହି ଲୁଣକୁ କିଛି ସମୟ ଦେଖିବା ପରେ ଆପଣ ଉଆସ ମେସିନରେ ପକେଇ ଦିଅନ୍ତୁ ଏବଂ ଟେପ ଚଲେଇ ସେହି ଲୁଣକୁ ଭସେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ସକରାତ୍ମକତାର ଅନୁଭବ ହେବ।

ଯଦି ଆପଣଙ୍କ ମନ ବିଚଳିତ ହେଉଥାଏ ମନରେ ଶାନ୍ତି ଭଙ୍ଗ ହେଉଥାଏ ତେବେ ଅମାବାସ୍ୟା ଦିନ ସ୍ନାନ ଜଳରେ ଅଳ୍ପ ଲୁଣ ମିଶାଇ ସ୍ନାନ କରନ୍ତୁ। ଏହା ଦ୍ବାରା ତନ ଶୁଦ୍ଧ ହେବା ସହିତ ମନରେ ବିଚଳତା ବି ଶାନ୍ତ ହୋଇଯିବ। ମାନସିକ ଏବଂ ଶାରୀରିକ ଶାନ୍ତି ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *