Excuse Me Odisha

ଯାହା କହିବୁ ସତ କହିବୁ

ପିତୃପୁରୁଷ କ୍ରୋଧିତ ହୋଇଥିଲେ, ଦେଇଥାନ୍ତି ଏହି ସଂକେତ। ତାପରେ ଆରମ୍ଭ ହୋଇ ଯାଇଥାଏ ବର୍ବାଦି। ବୁଝନ୍ତୁ ସେହି ସଂକେତ ଗୁଡ଼ିକୁ –

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ପିତୃପୁରୁଷଙ୍କ ଆଶୀର୍ବାଦକୁ ବହୁତ ମହତ୍ତ୍ଵ ଦିଆଯାଇଛି। କୁହାଯାଏ କି ଆମ ମୃତକ ପୂର୍ବପୁରୁଷ ପ୍ରସନ୍ନ ରହିଲେ, ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।ଅଚାନକ ଧନଲାଭ ହେବା ସହିତ ପରିବାରରେ ସର୍ବଦା ହସଖୁସିର ବାତାବରଣ ଲାଗି ରହିଥାଏ। କିନ୍ତୁ ପିତୃପୁରୁଷ କ୍ରୋଧିତ ହୋଇଗଲେ ପରିବାରରେ ଅନେକ ଅଶାନ୍ତି ଲାଗି ରହିଥାଏ।ବ୍ୟର୍ଥ ଖର୍ଚ୍ଚ ହୋଇଥାଏ।

ଧନହାନୀ ହେବାର ସମ୍ଭାବନା ରହିଥାଏ। ବନୁଥିବା କାର୍ଯ୍ୟ ବିଗିଡି ଯାଇଥାଏ।ପରିବାର ଲୋକେ ରୋଗରେ ଆକ୍ରାନ୍ତ ହୋଇ ଯାଆନ୍ତି। ସନ୍ତାନ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥାଏ। ଏବେ ଏହି ପ୍ରଶ୍ନ ଉଠିଥାଏ କି ଆପଣଙ୍କ ପୂର୍ବପୁରୁଷ କ୍ରୋଧିତ ଅଛନ୍ତି ଅଥବା ପ୍ରସନ୍ନ ଅଛନ୍ତି? ଘରେ କିଛି ଖାସ ବସ୍ତୁ ଗୁଡ଼ିକରୁ ଆପଣ ବୁଝି ପାରିବେ ଆପଣଙ୍କ ପୂର୍ବପୁରୁଷଙ୍କ ବିଷୟରେ। ଏହିସମୟରେ ଆପଣ କିଛି ଖାସ ଉପାୟ ମଧ୍ୟ କରି ପାରିବେ।

ଘରେ ଅଶ୍ୱତ୍ଥ ଗଛ ବଢିବା :-

ଅଶ୍ୱତ୍ଥ ଗଛକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହି ଗଛ ପ୍ରାୟତଃ ମନ୍ଦିର ପାଖରେ ବା ଖାଲି ସ୍ଥାନରେ ଦେଖିବାକୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶ୍ୱତ୍ଥ ଗଛ ଘରେ ବଢିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଏହାଦ୍ୱାରା ପିତୃଦୋଷ ଲାଗିଥାଏ। ପିତୃପୁରୁଷ ପ୍ରସନ୍ନ ନଥିବାର ସଂକେତ ମିଳିଥାଏ। ତେବେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ସୋମବାର ଦିନ ଅଶ୍ୱତ୍ଥ ଗଛକୁ ମୂଳରୁ ଉପାଡ଼ି ଦିଅନ୍ତୁ। ତାପରେ ଏହାକୁ କୌଣସି ନଦୀରେ ଭସାଇ ଦିଅନ୍ତୁ। ଏହାଛଡା ଆପଣ ଅମାବାସ୍ୟା ଦିନ ଅସହାୟ ଲୋକଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଦାନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ପୂର୍ବପୁରୁଷ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କୁ ପିତୃଦୋଷରୁ ମୁକ୍ତି ମିଳିଯିବ।

କୌଣସି କାର୍ଯ୍ୟକୁ ନେଇ ଅଧିକ ବିଚାର କରିବା :-

ଯଦି ଆପଣ ବା ପରିବାର ସଦସ୍ୟ କୌଣସି କଥା ବା କାର୍ଯ୍ୟକୁ ନେଇ ଅଧିକ ଚିନ୍ତିତ ରହୁଛନ୍ତି, ତାହେଲେ ପିତୃପୁରୁଷ କ୍ରୋଧିତ ହେବାର ସଂକେତ ମିଳିଥାଏ। ଅଯଥା ଚିନ୍ତା କରିବା ଦ୍ୱାରା ମନୁଷ୍ୟର ମାନସିକ ସ୍ଥିତି ବିଗିଡି ଯାଇଥାଏ। ଅଧିକ ଚିନ୍ତିତ ରହିଲେ ମନୁଷ୍ୟ ରୋଗର ଶିକାର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ଚନ୍ଦ୍ର ଗ୍ରହ ଅଶୁଭ ସ୍ଥିତିରେ ରହିଲେ, ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ।

ତେବେ ଯଦି ଆପଣ ନିଜ ଦୈନନ୍ଦିନ କାର୍ଯ୍ୟକୁ ସଠିକ ରୂପରେ ସଞ୍ଚାଳନ କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକ ଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାସହିତ ଅସହାୟ ଲୋକଙ୍କୁ ସହଯୋଗ କରନ୍ତୁ। ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି।

ଦୁର୍ଭାଗ୍ୟ ଛାଡ଼ି ଯାଇ ନଥାଏ :-

ଯଦି ଆପଣ ନିଜ ଜୀବନରେ ଅନେକ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ପିତୃପୁରୁଷ କ୍ରୋଧିତ ଅଛନ୍ତି। ଏହି ସ୍ଥିତିରେ ଆପଣ ନିଜ ପିତୃପୁରୁଷଙ୍କୁ ଶାନ୍ତ କରିବା ପାଇଁ ଯଜ୍ଞ ଆଦି କରନ୍ତୁ ଏବଂ ତାଙ୍କ ନାମରେ ଅସହାୟ ଗରିବ ଲୋକଙ୍କୁ ବସ୍ତ୍ର, ଭୋଜନ ଆଦି ଦାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *