Excuse Me Odisha

ଯାହା କହିବୁ ସତ କହିବୁ

୨୭ ଅଗଷ୍ଟ ଶନି ଅମାବାସ୍ୟା ବନିଲା ଅଦ୍ଭୁତ ମହାସଂଯୋଗ। ଶନିଶ୍ଚରୀ ଅମାବାସ୍ୟା। ଘରେ ଏହିଠାରେ ଜଳେଇ ଦିଅନ୍ତୁ ଦୀପ। ପିତୃଦୋଷ ବଦଳି ଯିବ ପିତୃଙ୍କର ଆଶୀର୍ବାଦ। ମିଳିବ ସବୁ କଷ୍ଟ ସବୁ ଦୁଃଖରୁ ମୁକ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୭ ଅଗଷ୍ଟ ଶନି ଅମାବାସ୍ୟା ବନିଲା ଅଦ୍ଭୁତ ମହାସଂଯୋଗ। ଶନିଶ୍ଚରୀ ଅମାବାସ୍ୟା। ଘରେ ଏହିଠାରେ ଜଳେଇ ଦିଅନ୍ତୁ ଦୀପ। ପିତୃଦୋଷ ବଦଳି ଯିବ ପିତୃଙ୍କର ଆଶୀର୍ବାଦ। ମିଳିବ ସବୁ କଷ୍ଟ ସବୁ ଦୁଃଖରୁ ମୁକ୍ତି।

ଏହି ବର୍ଷ ଭାଦ୍ରପଦ ଅମାବାସ୍ୟା ୨୭ ଅଗଷ୍ଟ ଶନିବାର ଦିନ ପଡୁଅଛି। ଶନିବାର ଦିନ ଯେଉଁ ଅମାବାସ୍ୟା ପଡେ ତାହାକୁ ଶନି ଅମାବାସ୍ୟା କୁହାଯାଏ। ଏହି ଅମାବାସ୍ୟା ସୂର୍ଯ୍ୟଦେବଙ୍କ ପୁତ୍ର ଶନି ଦେବଙ୍କୁ ଏବଂ ପିତୃଦେବଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ। ଏହି ଅମାବାସ୍ୟାକୁ କୁଶଗ୍ରହଣୀ ବି କୁହାଯାଏ। ଏହି ଦିନ କୁଶ ଘରକୁ ଆଣିବା ବହୁତ ଶୁଭ ମାନାଯାଏ।

ଏହି ଦିନ ପିତୃଙ୍କ ପାଇଁ ପ୍ରାତଃ ସମୟରେ ଉଠି ପବିତ୍ର ନଦୀରେ ସ୍ନାନ କରିବା ବହୁତ ଶୁଭ ମାନାଯାଏ। ଯଦି ପବିତ୍ର ନଦୀରେ ସ୍ନାନ କରିବା ସମ୍ଭବ ନୁହେଁ ତ ଘରେ ଏକ ଘଟି ଜଳରେ ଗଙ୍ଗା ଜଳ ଏବଂ କଳା ତିଳ ମିଶାଇ ସ୍ନାନ କରିପାରିବେ ଏବଂ ଦକ୍ଷିଣ ଦିଗକୁ ମୁଖ କରି ପିତୃଦେବଙ୍କ ପାଇଁ ଜଳ ଅର୍ପଣ କରିପାରିବେ। ଏହାପରେ ଭଗବାନଙ୍କ ପୂଜା ଏବଂ ପିତୃପୁରୁଷଙ୍କ ପାଇଁ ବ୍ରାହ୍ମଣ ଏବଂ ଗରିବଙ୍କୁ ଭଜନ କରାଇବା ଉଚିତ। ଏହା ବ୍ୟତୀତ ଚାଉଳ ଅଟା କିମ୍ବା ଅନ୍ୟ ଜିନିଷର ବି ଦାନ କରିପାରିବେ। ପୂଜା ସମୟରେ ଶନିଦେବଙ୍କ ମନ୍ତ୍ର ଜପ ପିତୃ ଗାୟତ୍ରୀ ମନ୍ତ୍ର ଆଦି ଜପ କରିପାରିବେ।

ଯଦି ଶନିଦେବଙ୍କ ପୀଡ଼ାରେ ପୀଡିତ ଅଛନ୍ତି ତେବେ ଏହି ଦିନ କଳା ତିଳ ବିରିଡାଲି ସୋରିଷ ତେଲ କଳା ବୁଟ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ। ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଗରିବ ଲୋକଙ୍କୁ ଭଜନ କରାନ୍ତୁ।

ଏହି ଦିନ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କୁଆଙ୍କୁ ଭଜନ ଦେବା ପୁଣ୍ୟ କାରୀ ମାନାଯାଏ। ଏହା ଦ୍ବାରା ଶନିଦେବ କୃପା ବର୍ଷା କରିଥାନ୍ତି। ଏହା ସହିତ ଏହିଦିନ କଳା କୁକୁରକୁ ମିଠା ରୋଟି ଖାଇବାକୁ ଦେଲେ ଶନିଦେବଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସର ଶୁକ୍ଳପକ୍ଷର ଅମାବାସ୍ୟା ତିଥିର ଆରମ୍ଭ ୨୬ ଅଗଷ୍ଟ ଶୁକ୍ରବାର ଦିନ ୧୨:୨୩ ମିନିଟରେ ହେବ। ଏହି ତିଥିର ଶେଷ ୨୭ ଅଗଷ୍ଟ ଦିପ୍ରହର ୧:୪୬ ମିନିଟରେ ହେବ ତେବେ ଉଦୟା ତିଥି ଅନୁସାରେ ଏହି ଭାଦ୍ରପଦ ଅମାବାସ୍ୟା ୨୭ ଅଗଷ୍ଟ ଶନିବାର ଦିନ ହିଁ ପାଳନ ହେବ। ଏହି ଦିନ ଦୁଇଟି ଶୁଭ ସଂଯୋଗ ପ୍ରସ୍ତୁତ ହେଉଛି। ସେଥିପାଇଁ ଏହି ଦିନ ପୂଜା ଆରୋଧନା କିମ୍ବା କୌଣସି ଉପାୟ କରିଲେ ତାହାର ଦୁଇଗୁଣ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଏହି ଦିନ ପିତୃପୁରୁଷଙ୍କୁ ପୂଜା କରିଲେ ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଏହି ଦିନ ପିତୃପୁରୁଷଙ୍କ ପାଇଁ ପିଣ୍ଡ ଦାନ ଶ୍ରାଦ୍ଧ ତର୍ପଣ ଆଦି କରାଯାଏ। ଏହି ଦିନ ପିତୃଦୋଷ ରୁ ରକ୍ଷା ପାଇବା ପାଇଁ କିଛି ଉପାୟ କରାଯାଏ।

ଶାସ୍ତ୍ର ଅନୁସାରେ ଦେବିଦେଵତାଙ୍କ ପୂର୍ବରୁ ପ୍ରଥମେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ଉଚିତ। ସେତେବେଳେ ଯାଇ ଆମକୁ ପୂଜାର ଫଳ ମିଳିଥାଏ। ସେଥିପାଇଁ ପିତୃପୁରୁଷଙ୍କୁ ଶାନ୍ତ ଏବଂ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ଜଣେଇବୁ। ତେବେ ଏହି ଉପାୟକୁ ନିଜ ଘରେ ଏହି ଅମାବସା ଦିନ ନିଶ୍ଚୟ କରନ୍ତୁ।

ଏହି ଉପାୟ ଘରର କୌଣସି ବି ସଦସ୍ୟ କରିପାରିବେ। ସ୍ତ୍ରୀ କିମ୍ବା ପୁରୁଷ ସମସ୍ତେ କରିପାରିବେ। କିନ୍ତୁ ମହିଳାମାନେ ମାସିକ ଧର୍ମ ସମୟରେ କରିବେ ନାହିଁ

ଏହିଦିନ କେବଳ ସ୍ୱାତିକ ଭଜନ ଗ୍ରହଣ କରନ୍ତୁ। ରସୁଣ ପିଆଜ ମାଂସ ମଦର ସେବନ କରନ୍ତୁ ନାହିଁ।

ଏହି ଦିନ ପବିତ୍ର ସ୍ନାନ ଦାନ ଅର୍ଘ୍ୟ ପୂଜା ଆଦି କରିବେ। କିନ୍ତୁ ଏହି ଉପାୟକୁ ଆପଣ ରାତି ସମୟରେ କରିବେ। ଏହି ଉପାୟ କରିବା ସମୟରେ ଆପଣ ସ୍ନାନ କରିନିଅନ୍ତୁ କିମ୍ଵା ଭଲ ଭାବରେ ଗୋଡ଼ହାତ ମୁହଁ ଧୋଇ ନିଅନ୍ତୁ। ଏହାପରେ ସ୍ୱଚ୍ଛ କପଡା ଧାରଣ କରି ଏହି ଉପାୟ କରନ୍ତୁ। ଆପଣ କୌଣସି ବି ଧାତୁର ଏକ ଦୀପ ନିଅନ୍ତୁ ଏବଂ ଦୀପରେ ଏକ ବତୀ ଦେଇ ସେଥିରେ ଶୁଦ୍ଧ ଘିଅ କିମ୍ବା ସୋରିଷ ତେଲ ଦେଇ ଦୀପ ଲଗାନ୍ତୁ। ସନ୍ଧ୍ୟା ପୂଜା ପରେ ଏହି ଉପାୟ କରିବେ। ପୂଜାରେ ନୂଆ ଦୀପ ବ୍ୟବହାର କରିବେ ଏବଂ ଏହି ଦୀପକୁ ଅନ୍ୟ କୌଣସି ପୂଜାରେ ବ୍ୟବହାର କରିବେ ନାହିଁ। ଦୀପକୁ ସିଧା ଭୂମିରେ ରଖିବେ ନାହିଁ ଦୀପ ତଳେ କିଛି ଅକ୍ଷତ ରଖିଦେବେ ଏହା ପରେ ଦୀପ ଜଳାଇବେ। ଏହି ଦୀପ ଦକ୍ଷିଣ ଦିଗକୁ ରହିବା ଉଚିତ।

ଏହି ଦୀପକୁ ନିଜ ଘରେ ଦକ୍ଷିଣ ଦିଗରେ ସ୍ୱଚ୍ଛ ସ୍ଥାନରେ ଜଳେଇ ପାରିବେ। ଦୀପ ଲଗାଇବା ପରେ ସେଠାରେ ଆସନ ପକେଇ ବସି ଯାଆନ୍ତୁ ଏବଂ ନିଜର ପିତୃପୁରୁଷଙ୍କୁ କୁଳ ଦେବଙ୍କୁ ସ୍ମରଣ କରି ତାଙ୍କୁ ନମସ୍କାର କରନ୍ତୁ। ନିଜର ସମସ୍ୟା ବିଷୟରେ ତାଙ୍କୁ କୁହନ୍ତୁ। ନିଜର ସମସ୍ତ କଷ୍ଟ ଏବଂ ଦୁଃଖକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ପିତୃଦୋଷରି ମୁକ୍ତି ପାଇବା ପାଇଁ ତାଙ୍କୁ କୁହନ୍ତୁ ଏବଂ କୁହନ୍ତୁ ତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବନେଇ ରଖିବା ପାଇଁ। ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ ମାନାଯାଏ। ଏଥିପାଇଁ ଅମାବାସ୍ୟା ଦିନ ରାତିରେ ଦକ୍ଷିଣ ମୁଖୀ ଦୀପ ଜଳାଇବାର ବିଶେଷ ମହତ୍ୱ ରହିଛି।

ଏହା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଶ୍ରାଦ୍ଧ କରିବାର ପୂର୍ଣ୍ଣ ଫଳ ମିଳିଥାଏ। ଏହା ଦ୍ବାରା କାଳସ୍ୱର୍ପ ଦୋଷରୁ ବି ମୁକ୍ତି ମିଳିଥାଏ। ଏହି ଦୀପ ଜଳାଇବା ପରେ ଦକ୍ଷିଣ ଦିଗକୁ ମୁଖ କରି ଏହି ମନ୍ତ୍ରକୁ ୧୦୮ ଥର ଜପ କରିବେ ମନ୍ତ୍ର ହେଉଛି ଓଁ ପିତୃଦେବତାୟ ନମଃ। ଏହାପରେ ଭଗବାନ ବିଷ୍ଣୁଙ୍କର ମହାମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରିବେ। ଓଁ ଶନି ଶନିଶ୍ଚରାୟ ନମଃ ମନ୍ତ୍ରର ଜପ କରିବେ। ଏହି ଦିନ ଭଗବାନ ବିଷ୍ଣୁଙ୍କର ବି ପୂଜା କରିବା ଉଚିତ। ଭଗବାନ ବିଷ୍ଣୁ ପିତୃପୁରୁଷଙ୍କର କାରକ ଅଟନ୍ତି

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *