Excuse Me Odisha

ଯାହା କହିବୁ ସତ କହିବୁ

୨୭ ଅଗଷ୍ଟ ଶନି ଅମାବାସ୍ୟା ବନିଲା ଦୁର୍ଲଭ ମହାସଂଯୋଗ। ଶନିଶ୍ଚର ଅମାବାସ୍ୟା ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ ଆପଣଙ୍କ ପିତୃ କରିବେ ଆପଣଙ୍କୁ ମାଲାମାଲ। ଛପର ଫାଡ଼ି ଟଙ୍କା ଆସିବ ଘରକୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୭ ଅଗଷ୍ଟ ଶନି ଅମାବାସ୍ୟା ବନିଲା ଦୁର୍ଲଭ ମହାସଂଯୋଗ। ଶନିଶ୍ଚର ଅମାବାସ୍ୟା ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ ଆପଣଙ୍କ ପିତୃ କରିବେ ଆପଣଙ୍କୁ ମାଲାମାଲ। ଛପର ଫାଡ଼ି ଟଙ୍କା ଆସିବ ଘରକୁ।

ବନ୍ଧୁଗଣ ପିତୃ ପକ୍ଷରେ ପଡୁଥିବା ପ୍ରଥମ ଭାଦ୍ରପଦ ଅମାବାସ୍ୟାକୁ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ମାନାଯାଏ। ଏହି ଦିନ ଦାନ ପୁଣ୍ୟ କରିବା ତର୍ପଣ କରିବାକୁ ବହୁତ ଶୁଭ ମାନାଯାଏ। ଏହି ଅମାବାସ୍ୟା ଶନିବାର ଦିନ ପଡୁଅଛି। ଏହି ଦିନ ପଡୁଥିବା ଅମାବାସ୍ୟା ଶନି ଅମାବାସ୍ୟା ଭାବେ ପାଳନ କରାଯାଏ। କାଳସ୍ୱର୍ପଦୋଷ ଶନିଙ୍କ ଅଢେ଼ଇ ଶନି ସମ୍ବଦ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ କିଛି ବିଶେଷ ଉପାୟ କରିବା ପାଇଁ ଏହି ଅମାବାସ୍ୟା ଏକ ଦୁର୍ଲଭ ଦିନ ଏବଂ ମହତ୍ତ୍ୱପୂର୍ଣ୍ଣ ସମୟ ହୋଇଥାଏ।

ଏହି ଦିନ ବ୍ରତ ଉପବାସ ଦାନ ଆଦି କରିଲେ ବଡ଼ ପୁଣ୍ୟ ଲାଭ ହୋଇଥାଏ। ଏହି ଦିନ ଧାର୍ମିକ କାର୍ଯ୍ୟ ଶ୍ରାଦ୍ଧ ଯଦି ଏକା ସହିତ କରାଯାଏ ତ ବହୁତ ପୁଣ୍ୟଦାୟକ ହୋଇଥାଏ। ପୌରାଣିକ କଥା ଅନୁସାରେ ଏହାକୁ କୁସତପତି ଅମାବାସ୍ୟା ମଧ୍ୟ କୁହାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସର ଶୁକ୍ଳପକ୍ଷର ଅମାବାସ୍ୟା ତିଥିର ଆରମ୍ଭ ୨୬ ଅଗଷ୍ଟ ଶୁକ୍ରବାର ଦିନ ୧୨:୨୩ ମିନିଟରେ ହେବ। ଏହି ତିଥିର ଶେଷ ୨୭ ଅଗଷ୍ଟ ଦିପ୍ରହର ୧:୪୬ ମିନିଟରେ ହେବ ତେବେ ଉଦୟା ତିଥି ଅନୁସାରେ ଏହି ଭାଦ୍ରପଦ ଅମାବାସ୍ୟା ୨୭ ଅଗଷ୍ଟ ଶନିବାର ଦିନ ହେବ।

ଶନି ଅମାବାସ୍ୟା ଦିବ ଭଗବାନ ସୂର୍ଯ୍ୟଦେବଙ୍କ ପୁତ୍ର ଶନିଦେବଙ୍କ ଆରୋଧନା କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଶନିଦେବ ମନୁଷ୍ୟଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ଭଗବାନ ଶନିଦେବ ଭାଗ୍ୟ ବିଧାତା ଅଟନ୍ତି। ଯଦି ପବିତ୍ର ମନରେ ତାଙ୍କର ଆରୋଧନା କରିବେ ତ ବ୍ୟକ୍ତିର ସବୁ କଷ୍ଟ ଦୁଃଖ ଦୂର ହୋଇଯାଏ। ଏହି ଦିନ ପିତୃଙ୍କ ଶ୍ରାଦ୍ଧ ନିଶ୍ଚୟ କରିବା ଉଚିତ। ଯଦି କେହି ପିତୃଦୋଷ ପୀଡ଼ାରେ ପୀଡିତ ଅଛନ୍ତି ତେବେ ଏହି ଦିନ ତର୍ପଣ କରିବା ଉଚିତ। ଏହି ଦିନ କରାଯିବା ଶ୍ରାଦ୍ଧ କର୍ମ ଆସୁଥିବା ସମୟରେ ସମସ୍ତ କ୍ଷେତ୍ରରେ ଭଲ ଫଳ ପ୍ରଦାନ କରିଥାଏ। କାରଣ ଶନିଦେବଙ୍କ କୃପାରୁ ପିତୃଙ୍କ ରକ୍ଷା ବହୁତ ସହଜରେ ହୋଇଯାଏ।

ଏହି ଦିନ ପବିତ୍ର ନଦୀରେ ସ୍ନାନ କରି ଶନିଦେବଙ୍କ ଆବାହନ ଏବଂ ଦର୍ଶନ କରିବା ଉଚିତ।

ଶନିଦେବଙ୍କୁ ନୀଳ ରଙ୍ଗର ଫୁଲ ଏବଂ ବେଲ ପତ୍ର ଅକ୍ଷତ ଆଦି ଅର୍ପଣ କରନ୍ତୁ। ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ୍ତ୍ର ଓଁ ଶନି ଶନିଶ୍ଚରାୟ ମନ୍ତ୍ରର ଜପ କରିବା ଉଚିତ।

ଏହି ଦିନ ସୋରିଷ ତେଲ ବିରିଡାଲି କଳା ତିଳ ଗୁଡ଼ ଶନିଯନ୍ତ୍ର ଏବଂ ଶନି ସମ୍ବଦ୍ଧିତ ସମସ୍ତ ଜିନିଷକୁ ଶନିଦେବଙ୍କୁ ଅର୍ପଣ କରିବା ଉଚିତ ଏବଂ ତେଲରେ ତାଙ୍କୁ ଅଭିଷେକ କରିବା ଉଚିତ।

ଏହି ଦିନ ଶନି ଚାଳିସା ହନୁମାନ ଚାଳିସା କିମ୍ବା ବଜରଙ୍ଗୀ ବାଣର ପାଠ ଅବଶ୍ୟ କରନ୍ତୁ।

ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଙ୍କ ସାଢ଼େସାତି କିମ୍ବା ଅଢେ଼ଇ ଥିବ ତାଙ୍କୁ ଏହି ଅମାବାସ୍ୟା ଦିନ ଶନି ଦେବଙ୍କର ବିଶେଷ ରୂପରେ ବିଧିବଦ୍ଧ ଭାବେ ପୂଜା କରିବା ଉଚିତ।

ଏହି ଦିନ ଅଭାବୀ ଲୋକଙ୍କୁ ନିସ୍ୱାର୍ଥ ଭାବରେ ସାହାର୍ଯ୍ୟ କରିଲେ ଶନି ଦେବ ତାଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ଗୁଡ଼ରେ ପ୍ରସ୍ତୁତ ଜିନିଷ ଦାନ କରିଲେ ସାଢ଼େସାତିର ପ୍ରକୋପରୁ ରକ୍ଷା ପାଇପାରିବେ।

ଏହି ଦିନ କିଛି ଖାସ ଉପାୟ କରିଲେ ବହୁତ ଶୁଭ ଫଳଦାୟକ ରହିବ। ତେବେ ଆସନ୍ତୁ ଜାଣିବା।

ଶନି ଅମାବାସ୍ୟାର ଗୋଟେ ଦିନ ପୂର୍ବରୁ କଳା ରଙ୍ଗର ବିରି ଡାଲିକୁ ଏକ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହି ପୋଟଳିକୁ ନିଜ ପାଖରେ ରାତିରେ ରଖି ଶୋଇଯାଆନ୍ତୁ। ଧ୍ୟାନ ରଖନ୍ତୁ ଆପଣ ଏକୁଟିଆ ହିଁ ଶୋଇବେ। ଏହି ଅମାବାସ୍ୟା ଦିନ ଏହି ପୋଟଳିକୁ କୌଣସି ଶନି ମନ୍ଦିରରେ ରଖି ଆସନ୍ତୁ। ଏମିତି କରିଲେ ଆପଣଙ୍କ ଉପରେ ଥିବା ନକରାତ୍ମକତା ଦୂର ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ଏହି ଦିନ ଏକ କଂସା ପାତ୍ରରେ ସୋରିଷ ତେଲ ଏବଂ କଏନ ରଖି ନିଜର ମୁହଁ ଦେଖନ୍ତୁ ଏବଂ ଏହା କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ କିମ୍ବା ଶନିଦେବଙ୍କ ମନ୍ଦିରରେ ଏହାକୁ ଦାନ କରିଦିଅନ୍ତୁ।

ଅସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜଳାନ୍ତୁ। ମାନ୍ୟତା ଅନୁସାରେ ଏହି ଉପାୟ ଶନି ଅମାବାସ୍ୟା ଠାରୁ ଆରମ୍ଭ କରି ୫ ଟି ଶନିବାର ପର୍ଯ୍ୟନ୍ତ କରିଲେ ଶନିଦୋଷରୁ ମୁକ୍ତି ମିଳିଥାଏ।

ଯଦି ଘରେ ଆର୍ଥିକ ସମସ୍ୟା ଥାଏ ତେବେ ଏହି ଉପାୟ କରନ୍ତୁ। ଏହା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ।

ଝାଡୁକୁ ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ। ଏହି ଝାଡୁରେ ଏହି ଉପାୟ କରିଲେ ଆପଣଙ୍କ ଧନର ସମସ୍ୟା ଦୂର ହୋଇଯିବ। ଏହି ଉପାୟ କରିବା ପାଇଁ ଆପଣ ନୂଆ ଝାଡୁ ନିଅନ୍ତୁ କିମ୍ବା ବ୍ୟବହାର କରାଯାଉଥିବା ଭଲ ପୁରୁଣା ଝାଡୁ ନିଅନ୍ତୁ କିନ୍ତୁ ଛିଣ୍ଡି ଯାଉଥିବା ଝାଡୁ ନେବେ ନାହିଁ। ପ୍ରଥମେ ନିଜର ଇସାଣ କୋଣ ଅର୍ଥାତ ଉତ୍ତର-ପୂର୍ବ କୋଣକୁ ସଫା କରିନିଅନ୍ତୁ ଏବଂ ସେଠାରେ ଏକ ଲାଲ ରଙ୍ଗର କପଡ଼ା ବିଛେଇ ଦିଅନ୍ତୁ

ଏବେ ସେହି ଝାଡୁକୁ ସେହି କପଡ଼ାରେ ରଖିଦିଅନ୍ତୁ ଏବଂ ଏହାପରେ ଏହି ଝାଡୁକୁ ପୂଜା କରନ୍ତୁ ଏହାପରେ ସେହି ଝାଡୁର ଉପର ଭାଗ ଯେଉଁଠି ଆମେ ଝାଡୁକୁ ଧରିଥାଉ ସେଠାରେ କପଡାକୁ ୩ ଥର ଗୋଡ଼ାଇ ଗଣ୍ଠି ମାରି ଦିଅନ୍ତୁ। ଏହାପରେ ଏକାକୁ ହଳଦୀ କୁମକୁମରେ ତିଳକ କରନ୍ତୁ ଝାଡୁରେ ଫୁଲ ଏବଂ ଅକ୍ଷତ ଅର୍ପଣ କରନ୍ତୁ ଏବଂ ସେଠାରେ ଧୂପ ଲଗାନ୍ତୁ। ଏହାପରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ସେହି ଝାଡୁକୁ ନମସ୍କାର କରନ୍ତୁ।

ସେଠାରେ ବସି ମା ଲକ୍ଷ୍ମୀଙ୍କର ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ହାତ ଯୋଡି ନିଜର ସମସ୍ୟାକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ଆର୍ଥିକ ସମସ୍ୟାକୁ ଦୂର କରି ଧନର ଆଗମନ ପାଇଁ ପ୍ରାର୍ଥନା କରନ୍ତୁ। ଏହାପରେ ସେହି ଝାଡୁକୁ ନମସ୍କାର କରି ରାତି ସାରା ସେମିତି ହିଁ ରହିବାକୁ ଦିଅନ୍ତୁ। ଧ୍ୟାନ ରଖିବେ ରାତି ସାରା ସେହି ଝାଡୁ ଉପରେ ନିଜର କିମ୍ବା ଅନ୍ୟ କାହାରି ବି ନଜର ପଡିବା ଉଚିତ ନୁହେଁ।

ପର ଦିନ ସକାଳୁ ଉଠି ସେହି ଝାଡୁକୁ ନମସ୍କାର କରି ଉଠାଇ ନିଅନ୍ତୁ ଏବେ ସେହି ଝାଡୁରେ ପ୍ରଥମେ ନିଜର ରୋଷେଇ ଘରର ଝାଡୁ କରନ୍ତୁ। ଏହି ଉପାୟକୁ ଏହି ଅମାବାସ୍ୟା ରାତିରେ କରିଲେ ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତି ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପାରୁ ଧନ ସମ୍ବଦ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଧନର ଆଗମନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *