Excuse Me Odisha

ଯାହା କହିବୁ ସତ କହିବୁ

ଆଲମାରୀ କେଉଁ ଦିଗରେ ରଖିଲେ ବଢ଼ିଥାଏ ଧନସମ୍ପତ୍ତି ଏବଂ ଧନଭଣ୍ଡାର ସର୍ବଦା ପରିପୂର୍ଣ୍ଣ ହୋଇ ରହେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣଙ୍କ ଘରେ ନିଶ୍ଚିତ ଭାବରେ ଆଲମାରୀ ଥିବ। ପ୍ରାୟତଃ ସମସ୍ତେ ଆଲମାରୀ ଭିତରେ ଲୁଗା ରଖିଥାନ୍ତି ଏବଂ ଲକର ଭିତରେ ଟଙ୍କା, ସୁନା, ରୁପା ଗହଣା ଆଦି ରଖି ଥାଆନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ଦିଗରେ ଆଲମାରୀ ରଖିବା ଶୁଭ ହୋଇଥାଏ? କହିବାକୁ ଗଲେ ଦେବୀ ଲକ୍ଷ୍ମୀ ଯେଉଁ ଘରେ ବାସ କରିଥାନ୍ତି,

ସେଠାରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ସେହି ଘରର ଲୋକଙ୍କୁ କେବେବି ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡି ନଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଆଲମାରୀ ରଖିଲେ ଶୁଭ ହୋଇଥାଏ ଏବଂ ଧନଭଣ୍ଡାର ପରିପୂର୍ଣ୍ଣ ହୋଇ ଯାଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ, ଦକ୍ଷିଣ ଦିଗକୁ ଧନର ଦେବତା କୁବେର ମହାରାଜାଙ୍କ ସ୍ଥାନ ବୋଲି କୁହାଯାଇଛି। କିନ୍ତୁ କହିବାକୁ ଗଲେ କୁବେର ମହାରାଜଙ୍କର ଦିଗ ହେଉଛି ଉତ୍ତର ଦିଗ ଏବଂ କୁବେରଙ୍କ ଦୃଷ୍ଟିର ଦିଗ ହେଉଛି ଦକ୍ଷିଣ ଦିଗ। ଆପଣ ନିଜ ଘରେ ଦକ୍ଷିଣ ଦିଗର କାନ୍ଥ ଆଡ଼କୁ ଆଲମାରୀ ରଖନ୍ତୁ। ଏହି ଗିଦାରେ ଆଲମାରୀ ରହିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ କୁବେରଙ୍କ ଦୃଷ୍ଟି ଦକ୍ଷିଣ ଦିଗକୁ ପଡିଥାଏ।

ଟେବୁ ଦକ୍ଷିଣ ଦିଗ ଆଡ଼କୁ ଆଲମାରୀ ରଖିଲେ, ଆପଣଙ୍କ ଧନଭଣ୍ଡାର ଖାଲି ହୋଇ ଯାଇଥିଲେ ମଧ୍ୟ ପୁଣିଥରେ ପରିପୂର୍ଣ୍ଣ ହୋଇଯାଇଥାଏ। କିନ୍ତୁ ଯଦି ଆପଣ ଉତ୍ତର ଦିଗ ଆଡ଼କୁ ଆଲମାରୀ ରଖନ୍ତି, ତାହେଲେ ଆପଣ ରଖିଥିବା ଧନ ଉପରେ ମୃତ୍ୟୁର ଦେବତା ଯମଙ୍କ ଦୃଷ୍ଟି ପଡିବ। ଏହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। ଯଦି ଆପଣ ଠାକୁର ଘରେ ଶଙ୍ଖ ରଖୁଛନ୍ତି, ତାହେଲେ ଏହାକୁ ଦକ୍ଷିଣ ଦିଗରେ ରଖନ୍ତୁ ଯେପରି ତାହା ଉତ୍ତର ମୁଖା ହୋଇ ରହିବ। ଶଙ୍ଖକୁ ଏଭଳି ରଖିବା ଦ୍ୱାରା ଧନର ଦେବତା କୁବେରଙ୍କ ଶୁଭ ଦୃଷ୍ଟି ପଡ଼ିବ ଏବଂ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।

ପଶ୍ଚିମ ଦିଗ ଏବଂ ପୂର୍ବ କୋଣ ଯେଉଁଠାରେ ମିଶିଥାଏ, ତାହାକୁ ନୈରୁତ କୋଣ କୁହାଯାଏ। ଏହି କୋଣ ସବୁଠାରୁ ଉତ୍କୃଷ୍ଠ କୋଣ ଅଟେ। ଏହି କୋଣରେ ଆପଣ ନିଶ୍ଚିତ ଭାବରେ ଅର୍ଥ ସଞ୍ଚୟ କରି ରଖିଲେ, କେବେବି କୌଣସି ବାଧାବିଘ୍ନ ଆସି ନଥାଏ। ତେବେ ଆପଣ ଦକ୍ଷିଣ ଦିଗର କାନ୍ଥକୁ ଲଗାଇ ଆଲମାରୀ ରଖି ପାରିବେ ଏବଂ ଆଲମାରୀ ଯେତେବେଳେ ଖୋଲିବ ତାହା ଉତ୍ତର ଦିଗ ଆଡକୁ ଖୋଲିବ। ଯାହାଫଳରେ ଧନର ଦେବତା କୁବେରଙ୍କ ଶୁଭ ଦୃଷ୍ଟି ସେହି ସ୍ଥାନ ଆଡ଼କୁ ରହିବ ଏବଂ ଆପଣଙ୍କର ଧନ ବୃଦ୍ଧି ହେବ।

ବାସ୍ତୁ ଶାସ୍ତ୍ର ଅନୁସାରେ, କିଛି ଖାସ ନିୟମ ଗୁଡ଼ିକୁ ପାଳନ କଲେ ଅନେକ ଲାଭ ପ୍ରାପ୍ତ ହୋଇଥାଏ। କହିବାକୁ ଗଲେ କୁବେର ମହାରାଜ ଉତ୍ତର ଦିଗର ଅଧିପତି ଅଟନ୍ତି। କିନ୍ତୁ ସେ ଦକ୍ଷିଣ ଦିଗ ଆଡ଼କୁ ନିଜର ଶୁଭ ଦୃଷ୍ଟି ରଖିଥାନ୍ତି। ଘରର ବାସ୍ତୁ ଠିକ୍ ରହିଲେ ପରିବାରରେ ସବୁ ଶୁଭ ଘଟିବ, କିନ୍ତୁ ଘରର ବାସ୍ତୁ ଦୋଷ ଦେଖାଗଲେ, ପରିବାର ନଷ୍ଟ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁପ୍ରତ୍ୟେକ ଲୋକଙ୍କୁ ବାସ୍ତୁ ଶାସ୍ତ୍ରର ଅନେକ ନିୟମ ଗୁଡିକ ପାଳନ କରିବା ଉଚିତ। ଏହାଦ୍ୱାରା ଘର ସୁନ୍ଦର ରୂପରେ ଗଢି ତୋଳି ହେବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *