Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଚାଉଳ ଏବଂ ହଳଦୀରେ କରନ୍ତୁ ଏହି ଉପାୟ। ଏତେ ପଇସା ଆସିବ ଯେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ ଚାଉଳ ଏବଂ ହଳଦୀରେ କରନ୍ତୁ ଏହି ଉପାୟ। ଏତେ ପଇସା ଆସିବ ଯେ।

ବନ୍ଧୁଗଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ଆରୋଧନର ଦିନ ଅଟେ। ଯଦି ତାଙ୍କର କୃପା ମିଳି ଯାଏ ତ ବ୍ୟକ୍ତିର ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହେବ। ଯାହାଙ୍କ ମଥା ଉପରେ ଭଗବାନ ବିଷ୍ଣୁ ଙ୍କର ହାତ ଥାଏ ସେହି ଲୋକଙ୍କ ଜୀବନରେ କେବେବି ସମସ୍ୟା ଆସିନଥାଏ। ଆଜି ଆମେ ଗୁରୁବାର ଦିନ କେଉଁ ଉପାୟ କରିବେ ଜଣେଇବୁ। ଯାହା ଜୀବନରେ ସମସ୍ତ ସମସ୍ୟା ସହଜରେ ଦୂର ହୋଇଯିବ।

ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ। ଯଦି ବହୁତ ଆବଶ୍ୟକତା ପଡ଼େ ତ ଏକ ଚୁଟକି ହଳଦୀ ପାଣିରେ ପକେଇ ପୋଛା ଲଗେଇ ପାରିବେ। ଏହା ଦ୍ବାରା ଦୋଷ ଦୂର ହୋଇଥାଏ।

ଗୁରୁବାର ଦିନ ସ୍ନାନ କରିବା ପରେ ଯେବେ ପୂଜାପାଠ କରିବେ ତ ସେତେବେଳେ ଭଗବାନ ବିଷ୍ଣୁଙ୍କର ପୂଜା ଥାଳିରେ ହଳଦୀ ନିଶ୍ଚୟ ରଖିବେ। ଶଙ୍ଖ ନିଶ୍ଚୟ ବଜେଇବା ଉଚିତ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ନକରାତ୍ମକ ଉର୍ଜା ଦୂର ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ଯଦି ଗୁରୁବାର ଦିନ ଜଳରେ ଏକ ଚୁଟକି ହଳଦୀ ପକେଇ ଘରେ ଛିଞ୍ଚନ କରନ୍ତି ତ ନକରାତ୍ମକ ଉର୍ଜା ଦୂର ହୋଇଥାଏ। ଆଉ ଘରେ ସକରାତ୍ମକ ଉର୍ଜାର ବାସ ହୋଇଥାଏ।

ଯେବେ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତ ଜଳରେ ଏକ ଚୁଟକି ହଳଦୀ ପକେଇ ଅର୍ପଣ କରିବେ। ଯଦି ଆପଣ ଅବିବାହିତ ତ ଏମିତି ଯଦି ଜଳ ଅର୍ପଣ କରନ୍ତି ତ ଶୀଘ୍ର ବିବାହ ହୋଇଥାଏ। ଯଦି ବିବାହିତ ତ ଆପଣଙ୍କ ଜୀବନରେ ଖୁସି ଆସିଥାଏ।

ଗୁରୁବାର ଦିନ ଅସ୍ତଗଛର ପୂଜା କରାଯାଏ ଏବଂ କଦଳୀ ଗଛକୁ ବି ପୂଜା କରାଯାଏ।

ଯଦି ଆପଣ ବୃହସ୍ପତି ବାରର ବ୍ରତ ରଖନ୍ତି କିମ୍ବା କଥା ଶୁଣନ୍ତି ତ ତ ଏହା ସବୁଠାରୁ ଭଲ ହୋଇଥାଏ।

ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ଜଣେଇବୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ତୁଳସୀ ଗଛରେ ଯଦି ଜଳ ଅର୍ପଣ କରନ୍ତି ତ ଜଳରେ ୨ ରୁ ୪ ବୁନ୍ଦା କଞ୍ଚା କ୍ଷୀର ଏକ ଚୁଟକି ଅକ୍ଷତ ଏବଂ ଅଳ୍ପ ମିଠା ଜିନିଷ ପକେଇ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ। ଧନର ଆଗମନ ହୋଇଥାଏ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଯଦି ଆପଣ ଝାଡୁ ଲଗାନ୍ତି ତ ୧ ରୁ ୪ ଟି ଜିରା ଦାନା ପକେଇ ଦିଅନ୍ତୁ ଆଉ ଝାଡୁ ଲଗେଇ ବାହାରକୁ ବାହାର କରି ଦିଅନ୍ତୁ। ଏହା ଦ୍ବାରା ଉନ୍ନତି ହୋଇଥାଏ।

ଗୁରୁବାର ଦିନ ବାହାରକୁ ଯିବା ସମୟରେ ହଳଦିଆ ରୁମାଲ ସାଥିରେ ନେଇ ଯାଆନ୍ତୁ କିମ୍ବା ହଳଦୀ ଆପଣଙ୍କ ହାତରେ ଟିକେ ଲଗେଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ କାମ ହୋଇଯାଇ ଥାଏ।

ଯଦି ଆପଣଙ୍କର ଭାଗ୍ୟ ସାଥ ଦେଉନାହିଁ ତ ଓଁ ବ୍ରିଙ୍ଗ ବୃହସ୍ପତେୟ ନମଃ କିମ୍ବା ଓଁ ଗ୍ରାଙ୍ଗ ଗ୍ରୀଙ୍ଗ ଗ୍ରଙ୍ଗ ସହ ଗୁରୁବେ ନମଃ। ଏହି ଦୁଇଟି ମନ୍ତ୍ର ମଧ୍ୟରୁ କୌଣସି ବି ଗୋଟିଏ ମନ୍ତ୍ରର ଜପ କରିନିଅନ୍ତୁ। ବନ୍ଦ ଭାଗ୍ୟ ଖୋଲିଯିବ।

ଗୁରୁବାର ତୁଳସୀ ମାଙ୍କର ବହୁତ ମହତ୍ୱ ରହିଥାଏ। ତୁଳସୀଙ୍କୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ।

ଯଦି ଭଗବାନ ବିଷ୍ଣୁଙ୍କର ଚରଣରେ ଗୁରୁବାର ଦିନ ଠାରୁ ଆରମ୍ଭ କରିବେ ଦୁଇଟି ତୁଳସୀ ପତ୍ର ନିୟମିତ ଭାବେ ଅର୍ପଣ କରିବେ ତ ଆପଣଙ୍କ ଜୀବନରେ ଧନ ବୃଦ୍ଧି ହୋଇଥାଏ।। ମାନ ସମ୍ମାନ ପ୍ରେମ ବଢିଥାଏ।

ଆପଣଙ୍କ ବିବାହ ଯଦି ବାରମ୍ବାର ହେଉ ହେଉ ଅଟକି ଯାଉଛି ତ ଆପଣ ଗୁରୁବାର ଦିନ ହଳଦିଆ ମଥା ଖାଇ କଥାବାର୍ତ୍ତା କରିବାକୁ ଯାଆନ୍ତୁ ବାହାଘର ଠିକ ହୋଇଯିବ।

ଗୁରୁବାର ଦିନ ଲାଲ କପଡ଼ାରେ ୫ ଟି କଉଡ଼ି ଅଳ୍ପ ଗୁଳାପ ପାଖୁଡା ଏବଂ ଗୋଟେ କଏନ ମା ଲକ୍ଷ୍ମୀଙ୍କୁ ଏକ ଚୁଟକି ଅକ୍ଷତ ସହିତ ଅର୍ପଣ କରିଦିଅନ୍ତୁ ଏବଂ ପୋଟଳି ବନେଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ଦ୍ୱାରା ଧନର ବୃଦ୍ଧି ହୋଇଥାଏ।

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଏବଂ ଧନିଆ ଅର୍ପଣ କରିବେ ତ ଜୀବନରେ ସୁଖ ଆସିଥାଏ।

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଚଣା ଡାଲି ଏବଂ ଗୁଡ଼ର ଭୋଗ ଲଗାଯାଏ। ବେଶନର ହାଲୁଆ ବି ଭୋଗ ଲଗେଇ ପାରିବେ। କଦଳୀ ଭୋଗ ବି ଲଗେଇ ପାରିବେ। ଏହିସବୁ ଜିନିଷ ଭୋଗ ଲଗେଇଲେ ସମ୍ପର୍କରେ ମଧୁରତା ଆସିଥାଏ କିନ୍ତୁ କଦଳୀ ଏହି ଦିନ ଖାଇବେ ନାହିଁ। ଯଦି ଘରେ ଲଢେଇ ଝଗଡା ହେଉଥାଏ ତ ଗୁରୁବାର ଦିନ କଦଳୀ ଖାଇବା ବନ୍ଦ କରିଦିଅନ୍ତୁ।

ଗୁରୁବାର ଦିନ ଯଦି ନିଜ ଘରର ମୁଖ୍ୟ ଦ୍ୱାରର ବାହାର ପଟେ ହଳଦୀ ଏବଂ କୁମକୁମରେ ସ୍ୱସ୍ତିକ ଚିହ୍ନ ବନେଇ ଦେବେ ତ ଘରକୁ ନକରାତ୍ମକ ଉର୍ଜା ଆସିନଥାଏ ଆଉ ଆପଣଙ୍କ ଜୀବନରେ ସମସ୍ୟା ବି ଶେଷ ହୋଇଥାଏ।

ଘରର ମୁଖ୍ୟ ଦ୍ଵାରର ଚାରିପଟେ ହଳଦୀରେ ଯଦି ଗାର ପକେଇ ଦେବେ ତ ଏମିତି କଲେ ଆପଣଙ୍କ ଘର ପରିବାରରେ ଖୁସି ଆସିଥାଏ। କାହାରି ଯାଦୁ ମନ୍ତ୍ରର ପ୍ରଭାବ ପଡିନଥାଏ।

ଯଦି ଆପଣଙ୍କ ଗୁରୁ ଖରାପ ଅଛି ମୋଟାପଣର ସମସ୍ୟା ଅଛି ପେଟ ସମସ୍ୟା ଅଛି ତ ହଳଦୀ ଚଣା ମିଶେଇ ଦାନ ପାଖ ମନ୍ଦିରରେ ଦାନ କରି ଦିଅନ୍ତୁ। ଏମିତି କଲେ ଆପଣଙ୍କ ଗୁରୁ ଯେଉଁ ଖରାପ ଫଳ ଦେଉଛି ତ ତାହା ଠିକ ହୋଇଯିବ।

ସ୍ନାନ ପାଣିରେ ଯଦି ଆପଣ ଏକ ଚୁଟକି ହଳଦୀ ପକେଇ ଛୋଟ ପିଲାଙ୍କୁ ସ୍ନାନ କରାଇବେ କିମ୍ବା କୁଆଁରୀ ଝିଅ ଥିବେ ତ ସେମାନଙ୍କ ବିବାହର ଯୋଗ ବନିଥାଏ। ନଜର ଦୋଷ ଦୂର ହୋଇଥାଏ। ଏହା ଦ୍ବାରା ଗୁରୁ ମଜବୁତ ହୋଇଥାଏ। ଭାଗ୍ୟ ଉଦୟ ହୋଇଥାଏ। ଗୁରୁ ମଜବୁତ ହେଲେ ଧନ ସମ୍ପତ୍ତି ମାନ ସମ୍ମାନ ସନ୍ତାନ ସୁଖ ବଢିଯାଇଥାଏ।

ଯଦି ସନ୍ତାନର ବିବାହ ହୋଇପାରୁନାହିଁ ତ ଗୁରୁବାର ଦିନ ଡାହାଣ ହାତରେ କଦଳୀ ଗଛର ଚେରକୁ ବାନ୍ଧି ଦିଅନ୍ତୁ ହଳିଦିଆ କପଡ଼ାରେ। ଏହା ବ୍ୟତୀତ ହଳଦୀର ଗଣ୍ଠିବି ହଳଦିଆ କପଡ଼ାରେ ଡାହାଣ ହାତରେ ବାନ୍ଧି ପାରିବେ।

ତୁଳସୀ ଗଛର ମାଟିରେ ଆପଣ ଦୁବ ଘାସ ଲଗେଇ ଦିଅନ୍ତୁ। ଏହା ଆପଣଙ୍କ ଭାଗ୍ୟ ଉଦୟ କରିଥାଏ। ଦୁବ ଘାସ ପ୍ରତିଦିନ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଆପଣଙ୍କ ରାହୁ ଭଲ ହୋଇଥାଏ ଏବଂ ଜୀବନରେ କଷ୍ଟ କମ ହୋଇଥାଏ।

ଯଦି ଖରାପ ସ୍ୱପ୍ନ ଆସୁଥାଏ ତ ତକିଆ ତଳେ ଗୁରୁବାର ଦିନ ହଳଦୀ ରଖିଦିଅନ୍ତୁ ଏବଂ ଶୋଇଯାଆନ୍ତୁ।

ଯେତେବେଳେ ଆପଣ ନିଜର ଘରର ମୁଖ୍ୟ ଦ୍ୱାରରେ ଡାହାଣ ପଟେ ପାଣି ରଖନ୍ତି ତ ଗୁରୁବାର ଦିନ ଫୁଲର ପାଖୁଡା ଏବଂ ସମ୍ଭବ ହେବ ତ ହଳିଦିଆ ଫୁଲ ଅର୍ପଣ କରିଦେବେ ଏବଂ ପର ଦିନ ସେହି ପାଣିକୁ କୌଣସି ଗଛରେ ମୂଳରେ ଢାଳି ଦେବେ। ଏହି କ୍ରିୟା ପ୍ରତିଦିନ କରିପାରିବେ।

ପ୍ରତ୍ୟକ ଗୁରୁବାର ଦିନ ଏହି ଖାସ ଉପାୟ କଲେ ଜୀବନରେ ସମସ୍ୟା ଦୂର ହୋଇଯିବ।

ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ବାରମ୍ବାର ନଜର ଦୋଷର ଶିକାର ହୋଇଯାନ୍ତି ତ ନିୟମିତ ରୂପରେ ନିଜ ମଥାରେ ହଳଦୀର ତିଳକ କରନ୍ତୁ। ଏହା ଦ୍ବାରା ନଜର ଲାଗିବ ନାହିଁ। ପିଲା ସୁସ୍ଥ ଏବଂ ଖୁସି ରହିବେ।

ଯଦି କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତ ଭଗବାନ ଗଣେଶଙ୍କୁ ହଳଦୀର ତିଳକ ଲଗାନ୍ତୁ ଏବଂ ନିଜ ମଥାରେ ଲଗାନ୍ତୁ ଏହା ପରେ ଘରୁ ବାହାରକୁ ଯାଆନ୍ତୁ ନିର୍ବିଘ୍ନରେ କାମ ହୋଇଯିବ।

ଗୁରୁବାର ଦିନ ପୂଜା କରିବା ସମୟରେ ଦୀପରେ ଏକ ଚାଉଳର ଦାନା ହଳଦୀରେ ରଙ୍ଗ କରି ସେହି ଦୀପରେ ବତୀ ସହିତ ରଖିଦେବେ ଏବଂ ଦୀପ ଜାଳିବେ ତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଧନ ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *