Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛରେ ଏହି ୩ ଟି ଜିନିଷ ଅର୍ପଣ କରନ୍ତୁ ନାହିଁ। ପୁରା ଘର ହୋଇଯିବ ବର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ଗଛରେ ଏହି ୩ ଟି ଜିନିଷ ଅର୍ପଣ କରନ୍ତୁ ନାହିଁ। ପୁରା ଘର ହୋଇଯିବ ବର୍ବାଦ।

ଏହି ଜାଗାରେ ଭୁଲରେ ବି ରଖନ୍ତୁ ନାହିଁ ତୁଳସୀ ଗଛ। ହୋଇଥାଏ ଅଶୁଭ ପ୍ରଭାବ ଏହା ସହିତ ଜାଣିବା କେଉଁ ମହିଳାଙ୍କୁ ତୁଳସୀର ପୂଜା କରିବା ଉଚିତ ନୁହେଁ ନଚେତ ହୋଇଥାଏ ଅନର୍ଥ।

ତୁଳସୀ ଗଛ ସମସ୍ତଙ୍କ ଘରେ ଥାଏ। ତୁଳସୀ ବୁଧଙ୍କର ପ୍ରତିନିଧିତ୍ୱ ମାନାଯାଏ ଯାହାକୁ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ୱରୂପ ମାନାଯାଏ। ଯେଉଁ ଘରେ ତୁଳସୀ ପୂଜା କରାଯାଏ କିନ୍ତୁ ଠିକ ଜାଗାରେ ରହିନଥାଏ ତେବେ ଅଶୁଭ ଫଳ ମଧ୍ୟ ଦେଇଥାଏ। ଏହା ନିଜ ଭିତରେ ଅନେକ ପ୍ରକାରର ରୋଗକୁ ନାଶ କରିବାର ଅଦ୍ଭୁତ ଶକ୍ତି ରଖିଥାଏ ଏବଂ ଏହା ନକରାତ୍ମକ ଶକ୍ତିକୁ ବି ଘରୁ ଦୂରରେ ରଖିଥାଏ। ଯଦି ଏହି ଗଛକୁ ଠିକ ସ୍ଥାନରେ ଠିକ ଦିଗରେ ଲଗାଯାଏ ତେବେ ଆର୍ଥିକ ସ୍ଥିତି ଉନ୍ନତି ହୋଇଥାଏ। ଏଥିପାଇଁ ଆଜି ଆମେ ଜାଣିବା ତୁଳସୀ ଗଛ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ଅନୁଚିତ। ଏହା ସହିତ ଜାଣିବା କେବେ ଜଳ ଅର୍ପଣ କରିବା ଉଚିତ ଏବଂ ପୂଜା କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ।

ତୁଳସୀ ଗଛ କେବେ ବି ଘରର ଛାତ ଉପରେ ଲଗାନ୍ତୁ ନାହିଁ | ଏହା ଅଶୁଭ ହୋଇଥାଏ।

ତୁଳସୀ ଗଛ ପାଖରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ କିନ୍ତୁ କଦଳୀ ଗଛ ଲଗାଇବା ଶୁଭ ହୋଇଥାଏ। କୁହାଯାଏ କଦଳୀ ଗଛରେ ବିଷ୍ଣୁଙ୍କ ବାସ ହୋଇଥାଏ

ରବିବାର ଓ ଏକାଦଶୀ ଦିନ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ କିମ୍ବା ତୁଳସୀ ଗଛକୁ ପୂଜା କରନ୍ତୁ ନାହିଁ। ଏହି ଦିନ ତୁଳସୀ ପତ୍ର ବି ଛିଡାନ୍ତୁ ନାହିଁ।

ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ।

ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଉତ୍ତମ ହୋଇଥାଏ। ଯଦି ଆପଣଙ୍କ ପୂର୍ବ ଦିଗରେ ଜାଗା ନଥାଏ ତେବେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇ ପାରିବେ। ଏହି ଦିଗରେ ଲଗାଇଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ।

ଦକ୍ଷିଣ ଦିଗରେ ଭୁଲରେ ଲଗାନ୍ତୁ ନାହିଁ ତୁଳସୀ ଗଛ କାରଣ ଦକ୍ଷିଣ ଦିଗ ପିତୃ ପୁରୁଷଙ୍କ ଦିଗ ହୋଇଥିବାରୁ ଏଠାରେ ତୁଳସୀ ଲଗାଇଲେ ଲାଭ ଜାଗାରେ କ୍ଷତି ହେବ।

ଯେଉଁ ପାତ୍ରରେ ଆପଣ ପାଣି ବ୍ୟବହାର କରୁଛନ୍ତି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ସେହି ପାତ୍ର ଅପରିଷ୍କାର ନହେବା ଦରକାର। ସେହି ପାତ୍ରରେ ଜଳ ଭରି ତୁଳସୀରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହା ଦ୍ବାରା ତୁଳସୀ ମା କ୍ରୋଧିତ ହୋଇପାରନ୍ତି। ଏହା ସହିତ ଆପଣଙ୍କ ତୁଳସୀ ଗଛ ଶୁଖି ଯାଇପାରେ। ଯେଉଁ ପାଣି ଆପଣ ପିଅନ୍ତି ସେହି ପାଣିକୁ ଆପଣ ତୁଳସୀରେ ଦେବା ଉଚିତ କିନ୍ତୁ ଏହି କଥାର ଧ୍ୟାନ ଦେବେ କି ତୁଳସୀରେ ସାଧା ଜଳ ଅର୍ପଣ କରନ୍ତୁ ନାହିଁ ସେଥିରେ ଫୁଲ କିମ୍ବା ଅଳ୍ପ ଗଙ୍ଗା ଜଳ ଅବଶ୍ୟ ପକେଇ ଦିଅନ୍ତୁ।

ଏହା ଦ୍ୱାରା ପାଣିର ଗୁଣବତା ଅନେକ ଅଧିକ ବଢିଯାଏ ଏବଂ ଦୈବୀଶକ୍ତିର ସଞ୍ଚାର ହେବାକୁ ଲାଗିଥାଏ। ସପ୍ତାହରେ ଥରେ ଯେତେବେଳେ ଆପଣ ତୁଳସୀରେ ଜଳ ଅର୍ପଣ କରିବେ ତ ପାଣିରେ ଅଳ୍ପ ଗାଈର ଶୁଦ୍ଧ କ୍ଷୀର ଅବଶ୍ୟ ପକେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ତୁଳସୀ ହରା ଭରା ରହିବ। ଏହା ଦ୍ବାରା ଆପଣଙ୍କ ସମସ୍ତ ଖରାପ ହୋଇଥିବା କାମ ହେବାକୁ ଲାଗିବ। ଏହା ଦ୍ବାରା ଘରକୁ ଖୁସି ଆସିଥାଏ

ଆସନ୍ତୁ ଜାଣିବା କେଉଁ ୩ ଜଣ ମହିଳାଙ୍କୁ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ ନୁହେଁ।

ମାସିକ ଧର୍ମ ସମୟରେ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ। ଏମିତି ସମୟରେ ଆପଣ କାହା ଦ୍ୱାରା ତୁଳସୀରେ ଜଳ ଅର୍ପଣ କରେଇ ପାରିବେ। ଦ୍ରୋପତିଙ୍କୁ ଯେତେବେଳେ ବସ୍ତ୍ର ହରଣ କରିବା ପାଇଁ ଦୁଃଶାସନ ତାଙ୍କୁ ଆଣିବା ପାଇଁ ଯାଇଥିଲେ ସେହି ସମୟରେ ଦ୍ରୋପତିଙ୍କର ମାସିକ ଧର୍ମ ଚାଲିଥିଲା। ସେହି କାରଣରୁ ସେ ତାଙ୍କ କକ୍ଷରେ ନରହି ଅନ୍ୟ କକ୍ଷରେ ରହୁଥିଲେ। ଏଥିରୁ ଜଣାପଡେ କି ପ୍ରାଚୀନ କାଳରୁ ହିଁ ଏହାକୁ ମାନାଯାଇ ଆସୁଅଛି। ଏହି କାରଣରୁ ଏହି ସମୟରେ ସ୍ତ୍ରୀଙ୍କୁ କୌଣସି ପବିତ୍ର ଜାଗାକୁ ଯିବା କିମ୍ବା ତୁଳସୀଙ୍କର ପୂଜା କରିବା ଅନୁଚିତ ବୋଲି ମାନାଯାଏ।

ଚରିତ୍ରହୀନ ନାରୀ। ତୁଳସୀ ସତୀ ଏବଂ ପବିତ୍ର ଗଛ। ଏହାର ପୂଜା କେବଳ ଜଣେ ପତିବ୍ରତା ନାରୀ ହିଁ କରିବା ଉଚିତ। ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖେ ତାଙ୍କୁ ତୁଳସୀ ପୂଜା କରିବାର ଖରାପ ଫଳ ମିଳିଥାଏ।

ଦୁଷ୍ଟ ସ୍ତ୍ରୀ। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଦୁଷ୍ଟ କପଟୀ ଅଟେ ଅନ୍ୟର ଭଜନରେ ବିଷ ଢାଳେ ଏପରି ସ୍ତ୍ରୀଙ୍କ ଦ୍ୱାରା ତୁଳସୀଙ୍କର ପୂଜା କରାଯାଏ ତ ଏହାର ଅଶୁଭ ଫଳ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *