Excuse Me Odisha

ଯାହା କହିବୁ ସତ କହିବୁ

ଏହି ଜିନିଷ ଗୁଡ଼ିକୁ ଦାନ କଲେ ଦୂର ହୋଇ ଯାଇଥାଏ ଦୁର୍ଭାଗ୍ୟ। ଜାଣନ୍ତୁ କଣ ସେହି ଜିନିଷ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ କିଛି ଏଭଳି ଛୋଟ ଛୋଟ ଘଟଣା ଘଟିଥାଏ, ଯାହାକୁ ଆମେ ଅନୁଧ୍ୟାନ କରି ଭବିଷ୍ୟତର କଳ୍ପନା କରିଥାଉ। ଯେପରି ଘରେ ଆର୍ଥିକ ସଂକଟ ଦେଖା ଦେଲେ, ତାପୂର୍ବରୁ ନିଶ୍ଚିତ ଭାବରେ ଏକ ସଂକେତ ମିଳିଥାଏ। ଘରର ଗୁରୁଜନ ଲୋକେ ଆମ ଜୀବନକୁ ସହଜ ଓ ସରଳ କରିବା ପାଇଁ ଅନେକ ପରାମର୍ଶ ଦେଇଥାନ୍ତି।

ଏହି ଉପଦେଶ ଆପଣଙ୍କର ସଫଳତାର କାରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣ ସମାଜରେ ସମ୍ମାନିତ ହେବା ସହିତ ଧନବାନ ହୋଇଯିବେ। ଆହୁରି ମଧ୍ୟ ଆପଣ ଆଜି ଜାଣିବେ କି, ଶିବ ପୁରାଣରେ କିଛି ଏଭଳି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ବ୍ୟକ୍ତି ଦାନ କଲେ ତାର ସବୁ ଦୁର୍ଭାଗ୍ୟ ଦୂର ହୋଇ ଯାଇଥାଏ।

ଭଗବାନ ଶିବଙ୍କୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ସାରା ଦୁନିଆ ବିଶ୍ୱାସ ଉପରେ ତିଷ୍ଠି ରହିଛି। ତେଣୁ ଯଦି ଆପଣ ଶିବଲିଙ୍ଗ ଉପରେ ବିଶ୍ୱାସ ରଖିଛନ୍ତି, ତାହେଲେ ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଶିବ ପୁରାଣରେ ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି।

ଏଥିରେ କିଛି ଏଭଳି ବସ୍ତୁ ଗୁଡ଼ିକ ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ପୌରାଣିକ ଯୁଗରେ ମହର୍ଷି ଦଧିଚି, ଅଙ୍ଗରାଜ କର୍ଣ୍ଣ, ବଳି ରାଜାଙ୍କୁ ଦାନବୀର ବୋଲି ବିବେଚନା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ଉଚିତ। ଦାନ କରିବା ସମୟରେ ଆପଣ କୌଣସି ନକାରାତ୍ମକ ଭାବନା ରଖିବା ଉଚିତ ନୁହେଁ। ତେବେ କଣ ଜଣ ଜିନିଷ ଦାନ କରିବା ଉଚିତ ଆସନ୍ତୁ ଜାଣିବା।

ଲୁଣ ଦାନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଲୁଣ ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ। ଯଦି ବିବାହିତ ଦମ୍ପତିଙ୍କ ଜୀବନରେ ଅଧିକ କ୍ଳେଶ , ବିବାଦ ଲାଗି ରହୁଛି, ତାହେଲେ ମହାଦେବଙ୍କ ଶରଣକୁ ଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ। ଏହାସହିତ ଗୁଡ଼ ଦାନ କରିବା ଉଚିତ। ଗୁଡ଼ ଦାନ କରିବା ଦ୍ୱାରା ସବୁ ସମ୍ପର୍କରେ ମଧୁରତା ଆସିଥାଏ। ତେଣୁ ପ୍ରତ୍ୟେକ ସୋମବାର ଆପଣ ଗୁଡ ଦାନ କରନ୍ତୁ। ଯଦି ଆପଣଙ୍କର କେବେବି ଆତ୍ମବିଶ୍ବାସ ଦୁର୍ବଳ ହେଉଛି, ତାହେଲେ ତିଳ ଦାନ କରନ୍ତୁ। ଏହାଦ୍ୱାରା ଧନ ପ୍ରାପ୍ତି ମଧ୍ୟ ହୋଇଥାଏ।

ଯଦି ଆପଣଙ୍କ ପରିବାରରେ କୌଣସି ସଦସ୍ୟ ରୋଗରେ ପୀଡ଼ିତ ଅଛନ୍ତି, ତାହେଲେ ତାଙ୍କ ହାତରେ ଘିଅ ସ୍ପର୍ଶ କରାଇ ଶିବଲିଙ୍ଗ ଉପରେ ଅର୍ପଣ କରି ଦିଅନ୍ତୁ। ଦେଖିବେ ରୋଗୀ କିଛି ଦିନ ମଧ୍ୟରେ ଆଶ୍ୱସ୍ତି ଲାଭ କରିବେ। ଯଦି ଆପଣ ଭୋଜନ ବା ଖାଦ୍ୟ ସାମଗ୍ରୀ ଦାନ କରିବେ, ତାହେଲେ ଦେବୀ ଅନ୍ନପୂର୍ଣ୍ଣା ଆପଣଙ୍କର କେବେବି ଅଭାବ ରଖିବେ ନାହିଁ। ଏହିସବୁ ଜିନିଷ ଗୁଡ଼ିକ ଦାନ କରିବା ଦ୍ୱାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ, ଏହି ବିଷୟରେ ଶିବ ପୁରାଣରେ ବର୍ଣ୍ଣିତ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *