Excuse Me Odisha

ଯାହା କହିବୁ ସତ କହିବୁ

ପେଚା ଦେଖିଲେ ମିଳିଥାଏ ଏହି ୫ଟି ସଂକେତ। ଏହାକୁ ଅଣଦେଖା କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଆଖପାଖରେ ରହିଥିବା ଗଛଲତା, ପଶୁପକ୍ଷୀ ଆମକୁ ଅନେକ ପ୍ରକାରର ସଂକେତ ଦେଇଥାନ୍ତି। ପ୍ରତ୍ୟେକ ଜୀବଜନ୍ତୁ ମାନଙ୍କର ଏକ ନିର୍ଦ୍ଧିଷ୍ଟ ବିଶେଷତା ରହିଥାଏ। କିଛି ପଶୁପକ୍ଷୀ ଆମକୁ ଶୁଭ ସଙ୍କେତ ଦେଇଥାନ୍ତି, ତ ଆଉକିଛି ଅଶୁଭ ସଂକେତ ଦେଇଥାନ୍ତି।

ଯେପରି ବୃକ୍ଷଲତା ସବୁଜମୟ ରହିଲେ ଶୁଭ ସଂକେତ ମିଳିଥାଏ ଏବଂ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। କିନ୍ତୁ ବୃକ୍ଷଲତା ଶୁଖି ଗଲେ ଅଶୁଭ ସଂକେତ ମିଳିଥାଏ ଏବଂ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ି ଯାଇଥାଏ। ଆଜି ଆମେ ଆପଣଙ୍କୁ ଏକ ଖାସ ପକ୍ଷୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶାସ୍ତ୍ରରେ ଶୁଭ ମାନା ଯାଇଥାଏ। ସେହି ପକ୍ଷୀ ହେଉଛି ପେଚା।ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶାସ୍ତ୍ର ଅନୁସାରେ ଅଧିକାଂଶ ଲୋକ ପେଚାକୁ ଶୁଭ ବୋଲି କହିଥାନ୍ତି। ଆଉକିଛି ଲୋକେ ପେଚାକୁ ଅଶୁଭ ବୋଲି ମଧ୍ୟ କହିଥାନ୍ତି। କହିବାକୁ ଗଲେ ପେଚା ଦିନରେ ଶୋଇଥାଏ ଏବଂ ସେ ଏକ ନିଶାଚର ପ୍ରାଣୀ ଅଟେ। ପେଚାର ମୁଖରୁ ବାହାରୁଥିବା ଶବ୍ଦ ରାତିର ଅନ୍ଧକାରକୁ ଅଧିକ ଭୟଙ୍କର କରି ଦେଇଥାଏ। ପେଚା ଦେଖିବାକୁ ଧଳା, ବାଦାମୀ, କଳା ରଙ୍ଗର ହୋଇଥାନ୍ତି। ପେଚା ପାଖରେ ନିଜ ବେକକୁ ଚାରିପଟେ ବୁଲେଇବାର କଳା ରହିଛି। ପେଚାର କିଛି ଭୟଙ୍କର ରୁପ ଥିବା ପ୍ରଜାତିକୁ ପ୍ରାଚୀନ କାଳର ଲୋକେ ଅଶୁଭ ବୋଲି ମାନୁଥିଲେ।

ପୂରଣ ଓ ଗ୍ରନ୍ଥ ଅନୁସାରେ ଦେବୀ ଲକ୍ଷ୍ମୀ ସ୍ଵର୍ଗରୁ ମର୍ତ୍ତ୍ୟଲୋକକୁ ଆସୁଥିବା ସମୟରେ ତାଙ୍କୁ ପ୍ରଥମେ ପେଚା ଦେଖା ଯାଇଥିଲା। କାରଣ ତାହା ରାତ୍ରି ସମୟ ଥିଲା। ଆସନ୍ତୁ ଜାଣିବା ପେଚା ସମ୍ବନ୍ଧିତ କିଛି ଶୁଭ ସଂକେତ ବିଷୟରେ। କୁହାଯାଏ କି ଯଦି କୌଣସି ଗର୍ଭବତୀ ସ୍ତ୍ରୀ ପେଚା ଦେଖିଥାଏ ବା ପେଚା ଗର୍ଭବତୀ ସ୍ତ୍ରୀର ପେଟକୁ ସ୍ପର୍ଶ କରେ, ତାହେଲେ ସନ୍ତାନ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଯଦି କୌଣସି ଗମ୍ଭୀର ରୋଗରେ ପୀଡିତ ଥିବା ରୋଗୀକୁ ପେଚା ସ୍ପର୍ଶ କରି ଚାଲିଯାଏ, ତାହେଲେ ସେହି ରୋଗୀର ସବୁ ରୋଗ ନାଶ ହୋଇ ଯାଇଥାଏ।

ଯଦି କୌଣସି ବ୍ୟକ୍ତି କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବା ସମୟରେ ପେଚା ଦେଖି ନିଏ, ତାହେଲେ ତାର ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ପେଚାର ଆଖିରେ ଆଖି ମିଶାଇ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯାହାଫଳରେ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ। ପେଚାର ଆଖିର ଆଉ ଏକ ବିଶେଷତ୍ଵ ହେଉଛି, ସେ ଗୋଟେ ଆଖିରେ ଗୋଟେ ଦିଗ ଓ ଆଉ ଗୋଟେ ଆଖିରେ ଅନ୍ୟ ଦିଗକୁ ଦେଖିବାର କ୍ଷମତା ରଖିଥାଏ। ସେଥିପାଇଁ କୁହାଯାଏ କି ଯଦି ପେଚା ଡାହାଣକୁ ଦେଖି ବୋବାଇ ଥାଏ, ତାହେଲେ ଅଶୁଭ ହୋଇଥାଏ ଏବଂ ବାମକୁ ଦେଖି ବୋବାଇଲେ ଶୁଭ ମାନାଯାଇଥାଏ।

କୁହାଯାଏ କି ଯଦି ପେଚା କୌଣସି ଘରର ଚାଳ ଉପରେ ବସେ, ତାହେଲେ ସେହି ଘର ବର୍ବାଦ ହୋଇ ଯାଇଥାଏ। ଘରର କୌଣସି ସଦସ୍ୟ ପେଚାକୁ ରାତିରେ ନିଜ ଘର ଉପରେ ବସି ଥିବାର ଦେଖିଲେ, ଘରେ କାହାର ମୃତ୍ୟୁ ହେବାର ସଂକେତ ମିଳିଥାଏ। କହିବାକୁ ଗଲେ ପେଚା ଉଭୟ ଶୁଭ ଓ ଅଶୁଭ ସଂକେତ ଦେଇଥାଏ। ତନ୍ତ୍ର ସାଧନା କରୁଥିବା ଲୋକେ ପେଚାର ବଳି ଦେଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *