Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ୪ ଟି ଗଛ ଘରେ ରହିଲେ ଧନର ନାଶ ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ୪ ଟି ଗଛ ଘରେ ରହିଲେ ଧନର ନାଶ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ ଏମିତି ୫ ଟି ଗଛଲତା ବିଷୟରେ କହିଛନ୍ତି ଯାହା ଘରର ସାମ୍ନାରେ ରହିବା ଦ୍ୱାରା ଘରକୁ ଦୁଃଖ ଏବଂ ଦରିଦ୍ର ନେଇ ଆସିଥାଏ। ଏହି ଗଛ ଘର ସାମ୍ନା ରହିଲେ ଘରେ ରହୁଥିବା ଲୋକଙ୍କର କେବେବି ଉନ୍ନତି ହୋଇନଥାଏ। ତାଙ୍କୁ ସର୍ବଦା ପରାଜୟ ଏବଂ ନିରାଶାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଗଛ ଆମର ଘରର ସୁନ୍ଦରତାକୁ ବଢ଼ାଇ ଥାଏ ଏହା ସହିତ ଏହା ବାତାବରଣକୁ ଶୁଦ୍ଧ କରିଥାଏ। ଗଛରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଯାହା ଆମ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ।

ଗଛ ନକରାତ୍ମକକୁ କମ କରି ସକରାତ୍ମକ ଉର୍ଜା ବନେଇବାର କାର୍ଯ୍ୟ କରିଥାଏ। ଘର ସାମ୍ନାରେ ଶୁଭ ଗଛଲତା ଲଗାଇବା ଦ୍ୱାରା ଘରକୁ ଉନ୍ନତି ଆସିଥାଏ। ଏହା ସହିତ ଏହି ଗଛଲତା ଅନେକ ପ୍ରକାରର ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ଏହା ଆମ ଘରକୁ ରକ୍ଷା କରିଥାଏ। ଏଥିପାଇଁ ଆମର ଘରର ସାମ୍ନାରେ କିଛି ଶୁଭ ଗଛ ଲଗାଇବାକୁ କୁହାଯାଇଛି। ଆଜି ଆମେ ଜାଣିବା ଘରର ସାମ୍ନାରେ କେଉଁ ଗଛ ଲଗାଇବା ଉଚିତ ଏବଂ କେଉଁ ଗଛ ଲଗାଇବା ଉଚିତ ନୁହେଁ। କିଛି ଗଛ ଘରେ ରହିବା ଦ୍ୱାରା ଧନର ନାଶ ହୋଇଥାଏ। ମନୁଷ୍ୟ ନିଜର ମାନ ସମ୍ମାନକୁ ହରେଇ ଦେଇଥାଏ। ଯଦି ଏହି ଗଛ ଘର ସାମ୍ନାରେ ଥାଏ ତ ତାହାକୁ ତୁରନ୍ତ ଦୂରେଇ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ଘରର ସାମ୍ନାରେ କେଉଁ ଗଛଲତା ରହିବା ଉଚିତ ଏବଂ କେଉଁ ଗଛ ଲଗାଇବା ଉଚିତ ନୁହେଁ।

ସର୍ବଦା ଘରର ମୁଖ୍ୟ ଦ୍ଵାରକୁ ଲତା ଏବଂ ଫୁଲ ଗଛରେ ସଜେଇ କରି ରଖନ୍ତୁ। ମୁଖ୍ୟ ଦ୍ୱାର ସର୍ବଦା ସୁନ୍ଦର ଏବଂ ସୁସଭିତ ହେବ ସେହି ଘର ସେତିକି ହିଁ ସୁଖ ଶାନ୍ତି ବନି ରହିବ କିନ୍ତୁ ଧ୍ୟାନ ଦିଅନ୍ତୁ ମୁଖ୍ୟ ଦ୍ୱାର ଉପରକୁ କୌଣସି ବି ଗଛର ଛାଇ ନପଡିବା ଉଚିତ। ଏହା ଦ୍ୱାରା ଛାୟା ବେଦ ନିର୍ମାଣ ହୋଇଥାଏ ଏବଂ ପରିବାରରେ ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ।

ଘରର ଆଗ୍ନେୟ କୋଣରେ ଏବଂ ନୈରତ୍ୟ କୋଣରେ କୌଣସି ବି ପ୍ରକାରର ଗଛ ଲଗାଇବାକୁ ଶୁଭ ମାନାଯାଏ ନାହିଁ। ଏହି ଗଛ ଜଲଦି ହିଁ ଶୁଖି ଯାଇଥାଏ ଏବଂ ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ।

ଘରର ଉତ୍ତର ଦିଗରେ କନକ ଚମ୍ପା ଗଛ ଲଗାଇଲେ ଧନର ବୃଦ୍ଧି ହୋଇଥାଏ।

ଯଦି ଘରର ମୁଖିଆ କୌଣସି ବ୍ୟବସାୟ କରୁଛନ୍ତି ସେହି ଘରର ସୀମାରେ ନିମ୍ବ ଏବଂ ବେଲଗଛର ରୋପଣ କରି ତାର ରକ୍ଷଣାବେକ୍ଷଣ କରିବା ଉଚିତ। ଏହା ଦ୍ବାରା ବ୍ୟବସାୟରେ ଅଧିକ ଲାଭ ପ୍ରାପ୍ତ ହୋଇଥାଏ।

ଘରର ଉପରକୁ ଯାଉଥିବା କୌଣସି ବି ଲତା ବହୁତ ଶୁଭ ଫଳ ଦେଇଥାଏ। କିନ୍ତୁ ଯଦି ଲତା ଘରୁ ତଳକୁ ଯାଉଥିବ ତେବେ ଏହା ଅଶୁଭ ହୋଇଥାଏ ଏବଂ ଦୁଃଖ ଭୋଗିବାକୁ ପଡିଥାଏ।

କଦଳୀ ଗଛ ଘରର ପାଇଁ ବହୁତ ଶୁଭ ହୋଇଥାଏ କିନ୍ତୁ ଏହାକୁ ଘରର ପଛ ପଟେ ଲଗାଇବା ଉଚିତ। ଯଦି ଘରର ସାମ୍ନାରେ କଦଳୀ ଗଛ ଲଗାଇବେ ତେବେ ଏହା ପାଖରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ। ଏହା ଦ୍ବାରା ଘରର ଉନ୍ନତି ହୋଇଥାଏ।

ଘରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏମିତି ଗଛ ମାନସିକ ଚାପ ବଢାଇଥାଏ। ଘରର ସଦସ୍ୟଙ୍କ ମଧ୍ୟରେ ଦୂରତା ବଢାଇଥାଏ

ଘରେ ବରକୁଳି ଗଛ ଲଗାଇବା ଅଶୁଭ ମାନାଯାଏ। ଏହି ଗଛ ରହିଲେ ଅନେକ ଶତ୍ରୁ ଉତ୍ପନ୍ନ ହୋଇଥାନ୍ତି।

ଘରର ସୀମାରେ ଯୋଡ଼ା ଗଛ ରହିବା ବହୁତ ଅଶୁଭ ହୋଇଥାଏ। ଏହି ଗଛ ଘରର ଆଖପାଖରେ ରହିଲେ ଘରର ବହୁତ ଅମଙ୍ଗଳ ହୋଇଥାଏ।

ବବୁଲ ଗଛ ଘରେ ରଖିବା ଉଚିତ ନୁହେଁ କିମ୍ବା ଘର ଉପରେ ଏହାର ଛାଇ ବି ପଡିବା ଉଚିତ ନୁହେଁ। ଏହା ଦ୍ବାରା ଘରର ଅମଙ୍ଗଳ ହୋଇଥାଏ। ଏହା ଘରେ ରହିବା ବହୁତ ଲଢେଇ ଝଗଡା କ୍ଳେଶ ଉତ୍ପନ୍ନ ହୋଇଥାଏ।

ଯଦି ଘରର ପୂର୍ବ ଦିଗରେ ଅସ୍ତ ଗଛ ଥାଏ ତାହେଲେ ଏହା ଘର ପାଇଁ ନିର୍ଦ୍ଧଧନତା ବଢାଇଥାଏ।

ବଟ ଗଛ ଘରର ପଶ୍ଚିମ ଦିଗରେ ରହିଲେ ଏହା ଘରେ ଶୋକର ଛାଇ ଖେଳି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *