Excuse Me Odisha

ଯାହା କହିବୁ ସତ କହିବୁ

ରାସ୍ତାରେ ଶବ ଯାତ୍ରା ଦେଖୁଥିଲେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ। ତାପରେ ଦେଖନ୍ତୁ ଚମତ୍କାର, ଭାଗ୍ୟ ବଦଳି ଯିବ।

ସେୟାର୍ କରନ୍ତୁ

ଯେତେବେଳେ କୌଣସି ମନୁଷ୍ୟର ମୃତ୍ୟୁ ଘଟିଥାଏ, ତାର ଶବ ଯାତ୍ରା ନିଶ୍ଚିତ ଭାବରେ କରାଯାଇଥାଏ। ଏହି ଶବ ଯାତ୍ରାରେ ବ୍ୟକ୍ତିର ସମ୍ପର୍କୀୟ ମାନେ ସାମିଲ ହୋଇଥାନ୍ତି। ବେଳେବେଳେ ଆପଣ ରାସ୍ତାରେ ଯାଉଥିବା ସମୟରେ ଶବ ଯାତ୍ରା ଦେଖି ଥିବେ। ସେହି ସମୟରେ ଆପଣ କିଛି ଖାସ ଉପାୟ କଲେ, ନିଶ୍ଚିତ ଭାବରେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ତେବେ ଶବ ଯାତ୍ରା ଦେଖିଲେ ଆପଣ କେଉଁ ଉପାୟ ଅବଲମ୍ବନ କରିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶବ ଯାତ୍ରା ଦେଖିଲେ କେଉଁ ଉପାୟ କରିବା ଆବଶ୍ୟକ –

୧/ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଶବ ଯାତ୍ରା ଦେଖନ୍ତି, ତାହେଲେ କିଛି ସମୟରେ ଛିଡ଼ା ହୋଇ ଯାଆନ୍ତୁ।ଏହାପରେ ନିଜ ମନରେ ମୃତକର ଆତ୍ମାର ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ।ଏଭଳି କରିବା ଦ୍ୱାରା ଦିନ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ ଏବଂ ବିନା ବାଧାବିଘ୍ନରେ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

୨/ ଯଦି ଆପଣ କୌଣସି ଖାସ କାର୍ଯ୍ୟ ପାଇଁ ଘରୁ ବାହାରିବା ସମୟରେ ଶବ ଯାତ୍ରା ଦେଖନ୍ତି, ତାହେଲେ ସେଠାରେ ଗୋଟେ କଏନ ପକାଇ ଦିଅନ୍ତୁ। ଏହାପରେ ମୃତକଙ୍କୁ ପ୍ରଣାମ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣ ଯେଉଁ କାର୍ଯ୍ୟ ପାଇଁ ଘରୁ ବାହାରିଥିଲେ, ତାହା ନିଶ୍ଚିତ ଭାବରେ ସମ୍ପନ୍ନ ହେବ।

୩/ ଯଦି ଆପଣ ଶ୍ରାବଣ ମାସରେ ଶବ ଯାତ୍ରା ଦେଖନ୍ତି, ତାହେଲେ ଶୁଭ ହୋଇଥାଏ। ଯଦି ଆପଣ ଶ୍ରାବଣ ମାସରେ ଶବ ଯାତ୍ରା ଦେଖୁଛନ୍ତି, ତାହେଲେ ସେହି ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୧ ଥର ଜପ କରନ୍ତୁ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ପରଜନ୍ମରେ ସୁଖ ପ୍ରାପ୍ତି ହୋଇଥାଏ।

୪/ ଯଦି ଆପଣ କୌଣସି ବ୍ରାହ୍ମଣ ବ୍ୟକ୍ତିର ଶବ ଦେଖୁଛନ୍ତି, ତାହେଲେ ଶବକୁ କାନ୍ଧ ଦିଅନ୍ତୁ। ଶାସ୍ତ୍ର ଅନୁସାରେ ଏଭଳି କରିବା ଅତ୍ୟନ୍ତ ପୁଣ୍ୟର କାର୍ଯ୍ୟ ବୋଲି ମାନା ଯାଇଥାଏ।

୫/ କୌଣସି ବ୍ୟକ୍ତିର ଶବ ଯାତ୍ରା ଦେଖୁଥିଲେ, ତାହେଲେ ପ୍ରଣାମ କରନ୍ତୁ।ଏହାସହିତ ଆଖପାଖରେ ଥିବା ଅସହାୟ ଲୋକଙ୍କୁ କିଛି ଦାନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

୬/ କୌଣସି ମୃତକର ଶବ ଯାତ୍ରା ଦେଖିବା ପରେ ଆପଣ ମନ୍ଦିର ଯାଇ ସେହି ମୃତବ୍ୟକ୍ତିର ନାମରେ କିଛି ଟଙ୍କା ଦାନ କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

୭/ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି ଶବ ଯାତ୍ରା ଦେଖନ୍ତି, ତାହେଲେ ଫୁଲ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ଗ୍ରହ ଦୋଷ ଦୂର ହୋଇ ଯାଇଥାଏ। ଏହାସହିତ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ।

୮/ ରାସ୍ତାରେ ଶବ ଯାତ୍ରା ଦେଖୁଥିଲେ, ରାମ ନାମ ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆଇଅନଙ୍କୁ ମୋକ୍ଷ ପ୍ରାପ୍ତି ହେବ। ଏହାସହିତ ଆପଣଙ୍କୁ ସାଂସାରିକ ବନ୍ଧନରୁ ଖୁବ୍ ଶୀଘ୍ର ମୁକ୍ତି ମିଳିଯିବ।

୯/ ଶବ ଯାତ୍ରା ସମୟରେ ମଖାନା ବା ଖଇ ଆଦି ଅର୍ପଣ କରିବା ଶୁଭ ମାନା ଯାଇଥାଏ।

୧୦/ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଶବ ଯାତ୍ରା ଦେଖନ୍ତି, ତାହେଲେ ଘରକୁ ଆସି ପ୍ରଥମେ ସ୍ନାନ କରି ନିଅନ୍ତୁ। ଏଭଳି କରିବା ଦ୍ଵାରା କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *