Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଏହି ୫ଟି ପାପ କରୁଥିବା ଲୋକେ ହୋଇ ଥାଆନ୍ତି ଦରିଦ୍ର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଧର୍ମରେ ସମୁଦାୟ ୧୮ ଗୋଟି ପୁରାଣ ରହିଛି। ସେଥିମଧ୍ୟରୁ ଶିବ ପୁରାଣ ଅନ୍ୟତମ। ଶିବ ପୁରାଣ ଏକ ଏଭଳି ପୁରାଣ ଅଟେ, ଯେଉଁଥିରେ ମନୁଷ୍ୟ ଜୀବନକୁ ସହଜ ଓ ସରଳ କରିବା ପାଇଁ ଅନେକ ମନ୍ତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ବିଷୟରେ ମଧ୍ୟ ବର୍ଣ୍ଣିତ ରହିଛି। ଶିବ ପୁରାଣରେ ୫ ଗୋଟି ମହାପାପ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ ପାପ ମନୁଷ୍ୟ ଅଜାଣତରେ କଲେ ମଧ୍ୟ ତାର ଅଶୁଭ ପରିଣାମ ଭୋଗ କରିଥାଏ। ଏହି ପାପ କରିବା ଦ୍ୱାରା ମନୁଷ୍ୟ ଉପରେ କେବେବି ଭଗବାନ ଶିବଙ୍କର କୃପା ଦୃଷ୍ଟି ପଡି ନଥାଏ।

କଳିଯୁଗରେ ସତ୍ୟ ଅପେକ୍ଷା ମିଥ୍ୟାର ପ୍ରଭାବ ବେଶୀ, ତେଣୁ ଯଦି ଆପଣ ସତ୍ୟ ଓ ଧର୍ମ ପଥରେ ଅଗ୍ରସର ହେବେ, ତାହେଲେ ଆପଣଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ। ବେଳେବେଳେ ଆପଣ କଠିନ ପରିଶ୍ରମ କରି ମଧ୍ୟ ଆପଣଙ୍କୁ ଆଶାନୁରୂପ ସଫଳତା ମିଳି ନଥାଏ। କାରଣ ଆପଣଙ୍କ ଜୀବନରେ ଆପଣଙ୍କ ଦ୍ଵାରା ଅଜାଣତରେ କିଛି ନା କିଛି ପାପ ହୋଇ ଯାଇଥାଏ। ଆଜି ଆମେ ଆପଣ ମାନଙ୍କୁ ୫ ଗୋଟି ପାପ ବିଷୟରେ କହିବାକୁ ଯାଉଛୁ, ଯାହା ଭଗବାନ ଶିବ ଦେବୀ ପାର୍ବତୀଙ୍କୁ କହିଛନ୍ତି।

ପ୍ରଥମେ ହେଉଛି ମାନସିକ ପାପ। କଳିଯୁଗରେ ପ୍ରତ୍ୟେକ ବ୍ୟକ୍ତି ମାନସିକ ପାପ କରିଥାଏ। ଅର୍ଥାତ୍ ଅନ୍ୟର ସୌନ୍ଦର୍ଯ୍ୟକୁ ଦେଖି ଈର୍ଷା କରିବା, ଅନ୍ୟ ପ୍ରତି ଖରାପ ଭାବନା ରଖିବା, ଅନ୍ୟମାନଙ୍କ ପାଇଁ ଅନିଷ୍ଟ ଚିନ୍ତା କରିବା ଇତ୍ୟାଦି। ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମାରେ ଈଶ୍ୱର ବାସ କରିଥାନ୍ତି। ତେଣୁ ଯଦି ଆପଣ ଅନ୍ୟମାନଙ୍କ ପ୍ରତି ଖରାପ ଭାବନା ଆଣୁଛନ୍ତି, ତାହେଲେ ତାହା ଈଶ୍ଵରଙ୍କ ଅପମାନ ସଦୃଶ ହୋଇଥାଏ।

ଶିବ ପୁରାଣରେ ଅନ୍ୟମାନଙ୍କ ପାଇଁ ମୁଖରୁ ଖରାପ ଭାଷା ପ୍ରୟୋଗ କରିବା ବା ଖରାପ ବିଚାର ଆଣିବା ବହୁତ ବଡ଼ ପାପ ଅଟେ। ଯେଉଁ ଲୋକେ ସର୍ବଦା ନିଜ ମୁଖରୁ କଟୁ ଶବ୍ଦ କହିଥାନ୍ତି ଓ ଅନ୍ୟର ଅପମାନ କରିଥାଏ ସେମାନେ କେବେବି ଖୁସିରେ ରହି ପାରନ୍ତି ନାହିଁ।

ତୃତୀୟରେ ହେଉଛି ଶାରୀରିକ ପାପ। ଶିବ ପୁରାଣରେ ପ୍ରକୃତିକୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ମାନା ଯାଇଥାଏ। ପ୍ରକୃତିକୁ କ୍ଷୟକ୍ଷତି କରିବା ମହାପାପ ମାନା ଯାଇଛି। ଗଛଲତା କାଟିବା, ପଶୁପକ୍ଷୀ ମାନଙ୍କୁ କଷ୍ଟ ଦେବା ଆସି ଶାରୀରିକ ପାପ ମଧ୍ୟରେ ଗଣା ଯାଇଥାଏ।

କଳିଯୁଗରେ ଅଧିକାଂଶ ଲୋକେ ପରସ୍ପରକୁ ନିନ୍ଦା କରିଥାନ୍ତି। କିନ୍ତୁ ମନୁଷ୍ୟକୁ ଭୁଲରେ ମଧ୍ୟ ଏହି ପାପ କରିବା ଅନୁଚିତ। ବୃଦ୍ଧ ଲୋକ, ସ୍ତ୍ରୀଲୋକ, ଗୁରୁଜନ ଆଦିଙ୍କୁ କେବେବି ଅପମାନ କରିବା ଉଚିତ ନୁହେଁ। ଏହାଦ୍ୱାରା ମୃତ୍ୟୁ ପରେ ନର୍କ ଭୋଗ କରିବାକୁ ପଡ଼ିଥାଏ।

ଶିବ ପୁରାଣ ଅନୁସାରେ ଚୋରି କରିବା, ଅନ୍ୟାୟ କରିବା ଆଦି ମହାପାପ ଅଟେ। ଏହାସହିତ କୁସଂଗରେ ପଡ଼ିବା ମଧ୍ୟ ପାପୀ ମାନଙ୍କ ସହିତ ଭାଗୀଦାର ହେବା ସହିତ ସମାନ ବୋଲି ମାନା ଯାଇଥାଏ। ତେଣୁ ଏଭଳି ଭୁଲ କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *