Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ କରନ୍ତୁ ନାହିଁ ଏହି ୩ଟି ଭୁଲ। ନଚେତ ଘର ଉପରେ ସଙ୍କଟ ଆସିଥାଏ ଏବଂ ଭଗବାନ ଶିବ ହୋଇ ଯାଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ସପ୍ତାହରେ ସାତ ଦିନ ରହିଛି। ପ୍ରତ୍ୟେକ ବାର କୌଣସି ଦେବୀ ବା ଦେବତାଙ୍କୁ ସମର୍ପିତ କରାଯାଇଛି। ତେଣୁ ପ୍ରତ୍ୟେକ ବାର ଦିନ ସେହି ଦେବତା ମାନଙ୍କର ଶକ୍ତି ଅଧିକ ସକ୍ରିୟ ହୋଇଥାଏ। ତେଣୁ ଯଦି ଆପଣ ସେହି ବାର ଦିନ କିଛି ନିୟମ ପାଳନ କରିବେ, ତାହେଲେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ରହିବ।

କିନ୍ତୁ ଆଜି ଆମେ ଆମେ ଆପଣ ମାନଙ୍କୁ ସୋମବାର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଏବଂ ଏହି ସୋମବାର ଦିନ କେଉଁସବୁ ଭୁଲ କରିବା ଉଚିତ ନୁହେଁ ଆସନ୍ତୁ ସେହି ବିଷୟରେ ଜାଣିବା।ଆହୁରି ମଧ୍ୟ ଆପଣଙ୍କୁ କହିବୁ କି, କେଉଁ ସବୁ ବ୍ରତ ସୋମବାର ଦିନ ରଖିବା ଉଚିତ ଏବଂ କେଉଁ ନିୟମ ଗୁଡ଼ିକ ପାଳନ କରିବା ଉଚିତ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ। ମାନ୍ୟତା ରହିଛି କି ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରଙ୍କର ଉପାସନା କରାଯାଇଥାଏ। ଏହିଦିନ ଶିବଙ୍କର ବ୍ରତ ମଧ୍ୟ ରଖାଯାଏ। କୁହାଯାଏ କି ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି। ତେଣୁ ଏହି ଦିନ ଭକ୍ତ ମାନେ ନିଜ ଅଭିଳାଷା ନେଇ ବ୍ରତ ରଖିଥାନ୍ତି।

ତେଣୁ ବ୍ରତ ରଖିବା ସହିତ ଭଗବାନ ଶିବଙ୍କୁ ଯାହା ପ୍ରିୟ ତାହା ମଧ୍ୟ କରିବା ଉଚିତ। ସୋମବାର ଦିନ ସ୍ନାନ ସାରି ଶିବ ମନ୍ଦିର ଯାଆନ୍ତୁ ଏବଂ ଭଗବାନ ଶିବଙ୍କୁ ବେଲପତ୍ର, ଫୁଲ, ଫଳ, ଧୂପ ଦୀପ ଆଦି ଅର୍ପଣ କରନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବଢ଼ିଥାଏ।

ଭଗବାନ ଶିବଙ୍କୁ ସୋମବାର ଦିନ ଧଳା ଜିନିଷ ଆଦି ଅର୍ପଣ କରିବା ଉଚିତ। ଏହାସହିତ ଆପଣ ମଧ୍ୟ ଧଳା ଜିନିଷ ବ୍ୟବହାର କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ।ବାସ୍ତୁ ଶାସ୍ତ୍ର ଅନୁସାରେ ସୋମବାର ଦିନ ଯଦି ଆପଣ ବାହାରକୁ ଯାଉଛନ୍ତି, ତାହେଲେ ଯିବା ପୂର୍ବରୁ ଆଇନା ନିଶ୍ଚିତ ଭାବରେ ଦେଖନ୍ତୁ। ଦେଖିବେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ। କିନ୍ତୁ କିଛି ଏଭଳି କାର୍ଯ୍ୟ ରହିଛି, ଯାହାକୁ ସୋମବାର ଦିନ କଦାପି କରିବା ଉଚିତ ନୁହେଁ। ଆସନ୍ତୁ କଣ ସେହି କାର୍ଯ୍ୟ, ସେହି ବିଷୟରେ ଜାଣିବା।

ସୋମବାର ଦିନ ମହିଳା ଓ ପୁରୁଷ ମାନଙ୍କୁ କେବେବି କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। ଏହିଦିନ ଉଭୟ ସ୍ତ୍ରୀ ଓ ପୁରୁଷ ମୁଣ୍ଡ ଧୋଇବା ଉଚିତ ନୁହେଁ। ନଚେତ ଏହାର ଖରାପ ପ୍ରଭାବ ପରିବାର ଉପରେ ପଡ଼ିଥାଏ। ଯେଉଁମାନେ ସୋମବାର ବ୍ରତ ରଖୁଛନ୍ତି, ସେମାନେ ସମ୍ଭୋଗ କରିବା ଉଚିତ ନୁହେଁ। ଏହିଦିନ ଆମିଷ, ମଦ୍ୟପାନ ଆଦି କରିବା ଅନୁଚିତ।ନଚେତ ଭଗବାନ ଶିବ କ୍ରୋଧିତ ହୋଇ ଯାଇଥାନ୍ତି। ସୋମବାର ଦିନ ଅନ୍ୟମାନଙ୍କୁ ଅପମାନ କରନ୍ତୁ ନାହିଁ। ଏହାସହିତ ଏହିଦିନ ଗାଈ ଓ ବଳଦକୁ ସବୁଜ ଚାରା ଖାଇବାକୁ ଦେବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।

ସୋମବାର ଦିନ ଭଗବାନ ଶିବଙ୍କୁ ତୁଳସୀ ପତ୍ର, କେତକୀ ଫୁଲ ଆଦି ଅର୍ପଣ କରିବା ଉଚିତ ନୁହେଁ। ସୋମବାର ଦିନ ଗାଈକୁ ରୁଟି ଓ ଗୁଡ ଖାଇବାକୁ ଦେବା ଉଚିତ। କୁହାଯାଏ କି ଘରେ ପ୍ରସ୍ତୁତ ହେଉଥିବା ରୁଟିର ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେବା ଉଚିତ।ଏଭଳି କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।ଏହାସହିତ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ବ୍ୟକ୍ତି ମାଲାମାଲ ହୋଇ ଯାଇଥାଏ।ଭଗବାନ ଶିବଙ୍କ କୃପାରୁ ବ୍ୟକ୍ତିର ସମସ୍ତ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *