Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି ପୁରା ଘର ପାଇଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି ପୁରା ଘର ପାଇଁ।

ଆମର ପ୍ରାଚୀନ ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। କୌଣସି ମହିଳା ଯେବେବି ବିବାହ କରି ଘରକୁ ଘରକୁ ଯାଇଥାଏ ତ ତାର ସ୍ୱାଗତ ଲକ୍ଷ୍ମୀଙ୍କ ଭଳି କରାଯାଇଥାଏ। ଏମିତି ମାନ୍ୟତା ଅଛି ନୂଆ ବହୁ ନୂଆ ଭାଗ୍ୟ ନେଇ ଆସିଥାଏ। ତାର ଚରଣ ପଡିବା ମାତ୍ରେ ଘରେ ଧନ ସୁଖ ସମୃଦ୍ଧି ଏବଂ ବୈଭବ ଆସିଥାଏ। ଏମିତିରେ ତ ସବୁ ମହିଳା ଭାଗ୍ୟଶାଳୀ ହୋଇଥାନ୍ତି।

ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ ଶରୀରରେ ଏମିତି କିଛି ଲକ୍ଷଣ ବିଷୟରେ କୁହାଯାଇଛି। ଯଦି କୌଣସି ମହିଳାଙ୍କ ଶରୀର ଉପରେ ଏପରି ଲକ୍ଷଣ ଦେଖାଯାଏ ତ ତାକୁ ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଏମିତି ମହିଳା ନିଜ ସ୍ୱାମୀ ପାଇଁ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କୁ ବିବାହ କରିବା ଦ୍ୱାରା ପୁରୁଷ ଉନ୍ନତି କରିଥାଏ ଆଉ ସର୍ବଦା ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିଥାଏ। ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଧର୍ମ ଗ୍ରନ୍ଥ ଅଟେ। ଯେଉଁଥିରେ ମନୁଷ୍ୟର ଶରୀରର ଅଙ୍ଗକୁ ଦେଖି ତାର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଜାଣିହେବ। ଆସନ୍ତୁ ଜାଣିବା ଭାଗ୍ୟଶାଳୀ ମହିଳାଙ୍କ ଶରୀର ଲକ୍ଷଣ।

ଗୋଲାପୀ ପାଦ। ଏମିତି ମହିଳାଙ୍କ ପାଦ ବହୁତ ସଫ୍ଟ ଏବଂ ରଙ୍ଗର ଗୋଲାପୀ ଏବଂ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଖୁସି ରଖିଥାନ୍ତି।

ପାଦର ଆଙ୍ଗୁଳି। ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳିର ଲମ୍ବା ଏକ ସମାନ ହୋଇଥାଏ ସେମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ମାନାଯାଏ। ଏମିତି ମହିଳା ନିଜ ଜୀବନରେ କେବଳ ଖୁସି ହିଁ ହାସଲ କରିଥାନ୍ତି। ଏମିତି ମହିଳାଙ୍କ ଭାଗ୍ୟ ସର୍ବଦା ତାଙ୍କ ସହିତ ରହିଥାଏ। ଏମିତି ମହିଳାଙ୍କ ଉପରେ ଭଗବାନଙ୍କ କୃପା ସର୍ବଦା ବନି ରହିଥାଏ।

ଯେଉଁ ମହିଳାଙ୍କ ନାକରେ ତିଳ ଚିହ୍ନ ଥାଏ ତ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ନାକର ଅଗ୍ର ଭାଗରେ ତିଳ ଚିହ୍ନ ଥିଲେ ସେମାନେ ଧନ ଆକର୍ଷଣ କରିଥାନ୍ତି। ଏମିତି ମହିଳା ଯାହା ଘରକୁ ବିବାହ କରି ଯାଇଥାନ୍ତି ସେହି ଘରକୁ ସୁଖ ସମୃଦ୍ଧି ନେଇ ଯାଇଥାନ୍ତି।

ଜିଭ। ଲାଲ ଏବଂ କୋମଳ ଜିଭ ଥିବା ମହିଳା ସେମାନେ ନିଜେ ସୁଖ ଭୋଗ କରିଥାନ୍ତି ଆଉ ନିଜର ପରିବାରକୁ ବି ସୁଖରେ ରଖିଥାନ୍ତି। ଏମାଙ୍କ ବାଣୀ ବହୁତ ମଧୁର ହୋଇଥାଏ। ଆଉ ତାଙ୍କ ବାଣୀରେ ପୁରା ଘର ପରିବାକୁ ସୁଖ ପ୍ରଦାନ କରିଥାନ୍ତି।

ବଡ଼ ବଡ଼ ଆଖି। ହରିଣ ଭଳି ବଡ଼ ବଡ଼ ଆଖି ଥିବା ମହିଳାଙ୍କ ଜୀବନରେ ପ୍ରେମ ଏବଂ ସୁଖ ବନିରହିଥାଏ। ଏହା ବ୍ୟତୀତ ଯେଉଁ ମହିଳାଙ୍କ ଆଖି ସଫା ଭାଗରେ ଅନ୍ତରେ ଲାଲ ରଙ୍ଗ ଦେଖାଯାଏ ତ ସେମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ପାଦର ଆଙ୍ଗୁଠି। ଯେଉଁ ମହିଳା ପାଦର ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ ତାକୁ ନିଜ ଜୀବନରେ ବାରମ୍ବାର ସମସ୍ୟାର ସାମ୍ନା କରିବାକୁ ପଡୁଥାଏ। କିନ୍ତୁ ଯେଉଁ ମହିଳାଙ୍କ ଆଙ୍ଗୁଠି ଚୌଡା ଗୋଲ ଏବଂ ଲାଲ ରଙ୍ଗର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳାଙ୍କ ଛାତିରେ ବାମ ସାଇଟରେ ଅଧିକ ତିଳ ଥାଏ ତ ଶାସ୍ତ୍ର ଅନୁସାରେ ଏମିତି ମହିଳା ଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳାଙ୍କ ମଥାରେ ତିଳ ଚିହ୍ନ ଥିଲେ ସେହି ମହିଳା ବହୁତ ଧନୀ ପୁରୁଷକୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଗୁଣବାନ ମଧ୍ୟ ହୋଇଥାଏ। ନିଜର ସ୍ୱାସ୍ଥ୍ୟ ଭଲ ରହିଥାଏ। ଭଗବାନଙ୍କ ଉପରେ ଆସ୍ଥା ରହିଥାଏ। ସମସ୍ତ ପ୍ରକାରର ସୁଖ ବି ମିଳିଥାଏ।

ଯେଉଁ ମହିଳାଙ୍କ ଗୋଇଁଠି ଗୋଲ ଏବଂ କୋମଳ ହୋଇଥାଏ ଏମିତି ମହିଳା ଜୀବନରେ ବହୁତ ଆନନ୍ଦ ଉଠାଇଥାନ୍ତି।

ଯେଉଁ ମହିଳାଙ୍କ ଦାନ୍ତ ବଡ଼ ହୋଇଥାଏ ଏମିତି ମହିଳା ଧନ ସହିତ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ। ଯେଉଁ ମହିଳାଙ୍କ ଦାନ୍ତ ଉପରେ ଆଉ ଗୋଟେ ଦାନ୍ତ ଥାଏ ଏମିତି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଆଉ ଜୀବନରେ ଉନ୍ନତି ହିଁ କରିଥାନ୍ତି।

ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳି ଯୋଡ଼ା ହୋଇଥିବ ଏମିତି ମହିଳା ଧନୀ ଏବଂ କୋମଳ ସ୍ୱାଭାବର ହୋଇଥାନ୍ତି।

ଯେଉଁ ମହିଳା ବାମ ଗାଲରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ। ଏହି ତିଳ ଚିହ୍ନ ବା କଳାଯାଇ ଧନୀ କରାଇଥାଏ। ବହୁତ ଉତ୍ତମ ଫଳ ଦେଇଥାଏ। ସମସ୍ତ ପ୍ରକାରର ସୁଖ ମିଳିଥାଏ। ବିବାହ ପରେ ବି ସେହି ନାରୀ ସୁଖ ଏବଂ ଶାନ୍ତିରେ ରହିଥାଏ।

ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ଥାଏ ଏମିତି ମହିଳା ବୁଦ୍ଧିମାନ ହୋଇଥାନ୍ତି। ସେ ନିଜର ବୁଦ୍ଧି ଏବଂ ବିବେକ ବଳରେ ପରିବାରର ସହାୟତା କରିଥାଏ। ଘରେ ସର୍ବଦା ଖୁସି ବନେଇ ରଖିଥାଏ।

ମହିଳାଙ୍କ ପାଦ ତଳେ ଚକ୍ର ଶଙ୍ଖ ଚିହ୍ନ ଥିଲେ ଏମିତି ମହିଳା ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି।

ଯେଉଁ ମହିଳା ମାନଙ୍କ ନାଭି ତଳେ ବା ନାଭି ପାଖରେ କଳାଯାଇ ବା ତିଳ ଚିହ୍ନ ଥିଲେ ଏହା ଉତ୍ତମ ହୋଇଥାଏ। ଏହି ସ୍ଥାନରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଭୋଗ ବିଳାସ ମିଳିଥାଏ। ଗାଡି ଘର ଏବଂ ଉତ୍ତମ ସ୍ୱାମୀ ମଧ୍ୟ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *