Excuse Me Odisha

ଯାହା କହିବୁ ସତ କହିବୁ

ଯେତେବେଳେ ବହୁତ ଦୁଃଖରେ ଥିବେ ତ ଭଗବାନ ଶ୍ରୀକୃଷ୍ଣଙ୍କ ଏହି କଥା ସମସ୍ତ ଦୁଃଖ ଦୂର କରିଦେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେତେବେଳେ ବହୁତ ଦୁଃଖରେ ଥିବେ ତ ଭଗବାନ ଶ୍ରୀକୃଷ୍ଣଙ୍କ ଏହି କଥା ସମସ୍ତ ଦୁଃଖ ଦୂର କରିଦେବ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସଂସାରରେ ଜୀବନ ବ୍ୟତୀତ କରିବା ପାଇଁ ଦୁଇଟି ରାସ୍ତା ଅଛି ଗୋଟେ ଜ୍ଞାନର ମାର୍ଗ ଏବଂ ଦ୍ୱିତୀୟଟି ସାଂସାରିକ ଲୋଭର। ସମସ୍ତ ମନୁଷ୍ୟ ନିଜର ମନର ଦାସ ହୋଇଥାଏ। ଆମର ମନ ଯେଉଁ ପ୍ରକାରର ମାର୍ଗ ଦେଖାଇଥାଏ ଆମେ ସେହି ମାର୍ଗରେ ଚାଲିଥାଉ। ଅନେକ ଲୋକ ଅଛନ୍ତି ନିଜ ଜୀବନ ଧନ ଧାନ୍ୟ ଏବଂ ମିତ୍ର ଆଦିରେ ସନ୍ତୁଷ୍ଟ ରୁହନ୍ତି ନାହିଁ

ଏମିତି ଲୋକଙ୍କୁ ସବୁ ସମୟରେ ହିଁ ଦୁଃଖ ସମସ୍ୟା ଏବଂ ନିରାଶା ଘେରି ରହିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ମାତ୍ର ଗୋଟିଏ ହିଁ ମାର୍ଗ ଥାଏ ଭଗବାନ ଶ୍ରୀକୃଷ୍ଣ। ଆଜିର ପୋଷ୍ଟରେ ଆମେ ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ୱାରା କୁହାଯାଇଥିବା ଏମିତି କିଛି କଥା ବିଷୟରେ ଜଣେଇବୁ ଯାହାକୁ ସମୟ ସମୟରେ ଶୁଣିଲେ ଏବଂ ତାହାକୁ ନିଜ ଭିତରେ ଆପଣେଇ ନେବା ଦ୍ୱାରା ଆମର ଦୁଃଖ ଦୂର ହୋଇଯାଇଥାଏ ଏବଂ ଆମକୁ ଖୁସି ମିଳିଥାଏ।

ଅନ୍ୟ ବିଷୟରେ ଭାବିବା ଅପେକ୍ଷା ଆପଣ ନିଜର କାମ କରନ୍ତୁ। ଅନ୍ୟ ଲୋକ କଣ କରୁଛି ତାହା ବିଷୟରେ ଚିନ୍ତା କରିବା ବଦଳରେ ଆପଣ ନିଜର କାମକୁ ଉନ୍ନତ କରନ୍ତୁ। ଏହା ଉପରେ ଧ୍ୟାନ ଦିଅନ୍ତୁ। ଅନ୍ୟ ଯାହା କରୁଛି ତାହା କର୍ମ ଅଟେ ପାପ ନୁହେଁ ଏବଂ ଆପଣ ନିଜର କର୍ମ କରନ୍ତୁ।

ନର୍କକୁ ଯିବାକୁ ୩ ଟି ମାର୍ଗ ହୋଇଥାଏ। ଲୋଭ କ୍ରୋଧ ଏବଂ ହବସ। ଏହି ୩ ଟି ଅଭ୍ୟାସରୁ ଦୂରେଇ ରୁହନ୍ତୁ।

କାମ କରନ୍ତୁ ଫଳର ଇଛା କରନ୍ତୁ ନାହିଁ। କାରଣ କର୍ମ ସର୍ବଦା ଭଲ ଫଳ ହିଁ ଦେଇଥାଏ।

କଣ ହୋଇଥିଲା କାହିଁକି ହେଉଛି କଣ ହେଉଛି ଏବଂ କଣ ହେବ କେବେବି ବିତିଯାଇଥିବା ଅତୀତକୁ ଠିକ କରିପାରିବେ ନାହିଁ କି ଆସୁଥିବା ଭବିଷ୍ୟତକୁ କେବେବି ଦେଖିପାରିବେ ନାହିଁ। କେବଳ ଚିନ୍ତା ହିଁ କରିପାରିବେ। ବର୍ତ୍ତମାନ କଣ ହେଉଛି କେବଳ ଏହା ଉପରେ ଧ୍ୟାନ ଦିଅନ୍ତୁ ଏବଂ ବର୍ତ୍ତମାନକୁ ଖୋଲି କରି ବଞ୍ଚନ୍ତୁ।

ଯାହା ଆପଣଙ୍କ ଜୀବନରେ ହେଉଛି ତାହାକୁ ଆପଣ ପରିବର୍ତ୍ତନ କରି ପାରିବେ ନାହିଁ। ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଯେଉଁ ଅନ୍ତର ଅଛି ତାହାକୁ ମାପ କରିହେବ ନାହିଁ। ମୃତ୍ୟୁ ଏବଂ ଜୀବନ ମଧ୍ୟରେ ବି କେବଳ ଅଳ୍ପ ହିଁ ଫରକ ଅଛି। ଏହା କେବଳ ଏକ ଚିନ୍ତାଧାରା ଅଟେ। ନିଜର ମନ ଛୋଟ ବି ହୋଇଥାଉ କି ବଡ଼ ବି ହୋଇଥାଉ ତାହାରି ଦ୍ୱାରା ହିଁ ବିଚାର ଉତ୍ପନ୍ନ ହୋଇଥାଏ। ବାସ ଆପଣଙ୍କୁ ସବୁକିଛି କରିବାକୁ ହେବ ଏବଂ ଚିନ୍ତା କରିବାକୁ ହେବ ନାହିଁ।

ଏ ଶରୀର ଆପଣଙ୍କର ନୁହେଁ କି ନାଁ ହିଁ ଏ ଶରୀର ଆପଣଙ୍କର। ଏହି ଶରୀର ପଞ୍ଚତତ୍ୱର ଅଟେ। ଏବଂ ଏହା ଦ୍ବାରା ହିଁ ନିର୍ମିତ ଏହା ବ୍ୟତୀତ ଏହା ଏଥିରେ ହିଁ ମିଶି ଯିବ। ଆତ୍ମା ଆପଣଙ୍କର ଅଟେ। କଣ ଆପଣ କେବେବି ଏହି ବିଷୟରେ ବିଚାର କରିଛନ୍ତି।

ଭୟ କର ନାହିଁ। ଏହା ଚିନ୍ତା କର ନାହିଁ କି କଣ ହୋଇଥିଲା କଣ ହେଉଛି ଏବଂ କଣ ହେବ ସତ କଣ ଅଟେ। ବାସ ଏହି କଥା ଉପରେ ଧ୍ୟାନ ଦିଅ କି ସତ୍ୟ କଣ ଅଟେ।

ମନୁଷ୍ୟ ନିଜର ବିଶ୍ୱାସରେ ବଞ୍ଚିଥାଏ। ଯଦି ବିଶ୍ୱାସ କରିବ ତ ମନୁଷ୍ୟ ସବୁକିଛି କରିପାରିବ।

କ୍ରୋଧ ସମସ୍ତ ସମସ୍ୟାର କାରଣ ଅଟେ। ମନ ସର୍ବଦା କ୍ରୋଧ ଏବଂ ଇର୍ଷାରେ ଭରା ରହିଥାଏ। ଯାହା ଆପଣଙ୍କ ମନକୁ ବିଚାର ଆସିଥାଏ ଆପଣଙ୍କ ମନ ଏବଂ ବୁଦ୍ଧି ଉପରେ କବ୍ଜା କରି ନେଇଥାଏ। ଆପଣ ସେତେବେଳେ ଶାନ୍ତି ପାଇବେ ଯେତେବେଳେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରିପାରିବେ।

ନିଜର କର୍ମ ପ୍ରତି ନିଜର ବ୍ୟବହାରକୁ ସୁନିଶ୍ଚିତ ରଖନ୍ତୁ ତାହା କରନ୍ତୁ ଯାହା ମନକୁ ସନ୍ତୁଷ୍ଟି ଦେବ। ନିଜର କାମ ପ୍ରତି ବିଶ୍ୱସ୍ତ ରୁହନ୍ତୁ। ଏ ଦୁନିଆ ଆପଣଙ୍କର ନୁହେଁ କି ଏ ଦୁନିଆ ଆପଣଙ୍କର ନୁହେଁ ତ ନିଜର ଖୁସିକୁ କାହିଁକି ଅନ୍ୟ ଉପରେ ତୁଳନା କରିବେ।

ସର୍ବଦା ସତ୍ୟ କୁହନ୍ତୁ। ସତ୍ୟରେ ପଛେ ଲାଭ ନମିଳୁ କିନ୍ତୁ ଶାନ୍ତି ନିଶ୍ଚୟ ମିଳିବ।

ସଂସାରର ସମସ୍ତ ପଦାର୍ଥର ବ୍ୟୟ କରନ୍ତୁ ନାହିଁ। କେବଳ ଯେତିକି ଆବଶ୍ୟକ ସେତିକି କରନ୍ତୁ। ଅନ୍ୟ ସବୁ ଅନ୍ୟ ଉପରେ ଛାଡି ଦିଅନ୍ତୁ। ମନକୁ ସନ୍ତୁଷ୍ଟ କରିବା ଶିଖନ୍ତୁ।

ଖୁସିରେ ବଞ୍ଚିବା ପାଇଁ ନିଜର ଇଛାକୁ ଶେଷ କରିଦିଅନ୍ତୁ।

କର୍ମ ନିଜର ଦାୟିତ୍ୱକୁ ଦର୍ଶାଇଥାଏ। ଆପଣ ଯେମିତି ଯେମିତି କର୍ମ କରିବେ ସେମିତି ସେମିତି ପ୍ରଦର୍ଶନ କରିବେ। ଏଥିପାଇଁ ସର୍ବଦା କର୍ମ କରି ଚାଲନ୍ତୁ।

ଖୁସି ଆପଣଙ୍କ ଭିତରେ ଅଛି। ଏହା ଆମ ଜୀବନରେ ଏକ ଚିନ୍ତାଧାରା ଅଟେ। ଏହାକୁ ବାହାର ଦୁନିଆକୁ ଦେଖାଇ ହେବନାହିଁ। ଏଥିପାଇଁ ମନକୁ ପ୍ରସନ୍ନ ରଖନ୍ତୁ। ଆପଣ ସର୍ବଦା ଖୁସି ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *