Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଭୁ ଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭର ଆଶ୍ଚର୍ଯ୍ୟ ଜନକ ରହସ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରଭୁ ଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ବର ଆଶ୍ଚର୍ଯ୍ୟ ଜନକ ରହସ୍ୟ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ଗରୁଡ଼ ସ୍ତମ୍ଭ କେଉଁଥିରେ ନିର୍ମିତ ଏବଂ ଏହାକୁ ଆଲିଙ୍ଗନ କଲେ କଣ ମିଳେ।

ଭକ୍ତ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ଆସିଥାଏ ସେ ମହାପ୍ରଭୁଙ୍କର ବାହନ ବନିତା ନନ୍ଦନ ଯେଉଁଠି ଉପବେଶନ କରିଛନ୍ତି ମହାପ୍ରଭୁଙ୍କ ସମୁଖରେ ସେ ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରିଥାଏ ଅର୍ଥାତ ଗରୁଡ଼ ସ୍ତମ୍ଭକୁ କୁଣ୍ଡାଇଥାଏ। ମାନ୍ୟତା ଅଛି ଗରୁଡ଼ ସ୍ତମ୍ଭକୁ କୁଣ୍ଡାଇବା ଦ୍ୱାରା ମହାପ୍ରଭୁଙ୍କୁ କୁଣ୍ଢାଇବା ସହିତ ସମାନ କାହିଁକିନା ମହାପ୍ରଭୁ ରତ୍ନ ସିଂହାସନରେ। ଚକା ବୈଣ୍ଠି ଉଭା ତହିଁ କି କି ଉପମା ଦେବା। ତେଣୁ ଚକା ବୈଣ୍ଠି ଉପରେ ମହାପ୍ରଭୁ ଉପବେଶନ କରିଛନ୍ତି। ଭକ୍ତ ଟିଏ ଯଦି ସାଢ଼େ ସାତ ଫୁଟ ଲମ୍ବା ହୋଇଥିଲେ ମଧ୍ୟ ସେ ହାତ ବଢ଼ାଇ ସ୍ପର୍ଶ କରିବାକୁ ଚାହିଁଥାଏ

ତେବେ ମଧ୍ୟ ସେ ମହାପ୍ରଭୁଙ୍କୁ ସ୍ପର୍ଶ କରି ପାରିବ ନାହିଁ। ତେଣୁ ଗରୁଡ଼ ସମ୍ଭକୁ ଆଲିଙ୍ଗନ କରି ମହାପ୍ରଭୁଙ୍କୁ ସାନିଧ୍ୟ କରିବାକୁ ଭକ୍ତମାନେ ଚିନ୍ତା କରିଥାନ୍ତି। ଏହି ଗରୁଡ଼ ସ୍ତମ୍ଭ ଆଜିର ସମୟରେ ମଧ୍ୟ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଯେ ଏହା କାଠରେ ନିର୍ମିତ ନାଁ ପ୍ରସ୍ତରେ ନିର୍ମିତ ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡ଼ିନାହିଁ। ଏହା ଗୋଟେ ଯିବାସ୍ମ ବୋଲି କୁହାଯାଏ। ତେଣୁ ସେ ଯିବାସ୍ମ ବା ସେ ଗରୁଡ଼ ଉଦାର ମଣିରେ ପ୍ରସ୍ତୁତ ହୋଇଛି ଗରୁଡ଼ ସ୍ତମ୍ଭ। ଯାହାକି ମଝିରେ ଗୋଟେ ଫାଟ ସୃଷ୍ଟି ହୋଇଛି ଏବଂ ଗଛର ଗଣ୍ଠିରେ ଯେମିତି ଗଣ୍ଠି ରହିଥାଏ ସେମିତି ମଧ୍ୟ ଗଣ୍ଠି ପ୍ରତ୍ୟମାନ ହୋଇଛି।

ଭକ୍ତଟିଏ ଯେତେବେଳେ ଗରୁଡ଼ ସମ୍ଭକୁ ଆଲିଙ୍ଗନ କରେ ସେତେବେଳେ ସେ ଅନେକ ପୁଣ୍ୟ ପ୍ରାପ୍ତ କରିଥାଏ। ଗରୁଡ଼ ସମ୍ଭ ସେ ଆଉ କେହି ନୁହଁନ୍ତି ଯେତେବେଳେ କନ୍ଦର୍ପ ରଥରେ ମହାପ୍ରଭୁ ବିଜେ କରି ମୁରଲୀ ବଜାଉଥିଲେ ସେତେବେଳେ ଗୋପାଳୁଣୀ ମାନେ ତାଙ୍କର ରଥରେ ସାମିଲ ହେବା ପାଇଁ ନିଜର ସ୍ୱାମୀ ଏବଂ ଶାଶୁଙ୍କ ଅଗଚରରେ ତୁଟା ବା ସେମାନେ ବୃନ୍ଦାବନ ଧାମରେ ଯେଉଁ ନିମ ମୂଳ ଅଛି ସେହି ମୂଳକୁ ଯାଉଥିଲେ।

ଛଟୀ ଗୋପାଳୁଣୀଟିଏ ଯେତେବେଳେ ତାର ସ୍ୱାମୀ ତାକୁ ଧରି ପଳାଇଥିଲା ଏବଂ ଅଜସ୍ର ଭାଷାରେ ଗାଳି କରିଥିଲା ସେତେବେଳେ ମହାପ୍ରଭୁଙ୍କ କନ୍ଦର୍ପ ରଥରେ ଭାଗ ନେଇ ପାରିନଥିଲା। ଆଉ ସେ ଦୁଃଖରେ ଆତ୍ମ ଆହୁତି ଦେଇଥିଲା। ସେ ମଥା ପିଟି ପିଟି ଯେଉଁ ସ୍ତମ୍ଭରେ ନିଜର ଜୀବନ ଜୀବାତ୍ମାକୁ ଶେଷ କରିଥିଲା ମହାପ୍ରଭୁ ତାର ସ୍ତୁତି ଉପରେ ଗରୁଡ଼ ସମ୍ଭ କରି ସେହି ମନ୍ଦିରରେ ତାକୁ ରଖିଛନ୍ତି ଏବଂ ଭକ୍ତମାନେ ତାକୁ ଆଲିଙ୍ଗନ କରି ପରମ ସୁଖ ଲାଭ କରୁଛନ୍ତି

ମହାପଭୁଙ୍କର ଯେତେବେଳେ ସକାଳରେ ମଙ୍ଗଳ ଆଳତୀ ହୋଇ ମଇଲମ ହୋଇଥାନ୍ତି ମଇଲମ ଅର୍ଥାତ ପୂର୍ବ ରାତିରେ ବସ୍ତ୍ର ଫୁଲ ଆଦି ବାହାର କରିବାକୁ ମଇଲମ କୁହାଯାଏ। ଏହାପରେ ତଡପ ଲାଗିଥାଏ। ତଡପ ଅର୍ଥାତ ସ୍ୱତନ୍ତ୍ର ମହାପଭୁ ଏକ ଉତରିୟ ପରିଧାନ କରିଥାନ୍ତି। ଆମେ ମାନେ ଯେମିତି ଲଘୁ ବସ୍ତ୍ର ପରିଧାନ କରିଥାଉ ସ୍ନାନ ସମୟରେ ମହାପ୍ରଭୁ ସେମିତି ସ୍ନାନ କରିଥାନ୍ତି। ଯେଉଁ ସ୍ଥାନକୁ ଅବକାଶ କୁହାଯାଏ। ସେହି ଅବକାଶ ପୂଜାର ମହାତ୍ମ୍ୟ ହେଉଛି ଅବକାଶ ସମୟରେ ମହାପ୍ରଭୁ ଦନ୍ତ ଧନ୍ତ କରିଥାନ୍ତି।

ମୁତୁରୀ ଦାନ୍ତ କାଠି ବୋଲି ସ୍ୱତନ୍ତ୍ର ଦାନ୍ତକାଠି ଅଛି ସେଥିରେ କର୍ପୁର ଦିଆଯାଇଥାଏ ଏବଂ ସେଥିରେ ସୁବର୍ଣ୍ଣର ବା ସୁନାର ଜିଭ ଛେଲାରେ ଜିଭ ସଫା କରାଯାଏ। ମହାପ୍ରଭୁ ରୁପା ପିଙ୍ଗଳାରେ ଦହି ମିଶ୍ରିତ ଜଳରେ ମହାପ୍ରଭୁଙ୍କୁ ଦର୍ପଣ ଦ୍ୱାରା ସ୍ନାନ କରାଯାଏ। ଏହାକୁ ଅବକାଶ ନୀତି କୁହାଯାଏ ଏବଂ ଏହାକୁ ମହାପଭୁଙ୍କର ସ୍ନାନ ବୋଲି କୁହାଯାଏ।

ଏହି ସ୍ନାନ ପରେ ହିଁ ଗରୁଡ଼ଙ୍କ ସ୍ନାନ କରାଯାଏ ଏବଂ ଗରୁଡ଼ଙ୍କର ସ୍ନାନ ଜଳ ପାଇବା ପାଇଁ ଭକ୍ତମାନେ ଗରୁଡ଼ ସ୍ତମ୍ଭର ଚତୁର୍ପାର୍ଶ୍ଵରେ ଘେରି ରହିଥାନ୍ତି ଏବଂ ମହାପଭୁଙ୍କର ତତ୍ପଶ୍ଚାତ ଦୈନନ୍ଦିନ ଯେଉଁ ବେଶ ହେବା କଥା ମହାପଭୁ ସେହି ବେଶ ହୋଇଥାନ୍ତି। ଏହାପରେ ଦ୍ୱାର ପାଳ ପୂଜା ଗୋପାଳ ପୂଜା ଗନ୍ଧର୍ପ ଏବଂ ସକାଳ ଧୂପ ଆଦି ଅନେକ ନୀତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *