Excuse Me Odisha

ଯାହା କହିବୁ ସତ କହିବୁ

ଜୋତା ଚପଲ ଚୋରି ହେବା ଶୁଭ ନାଁ ଅଶୁଭ। ଘରେ ଚପଲ ପିନ୍ଧୁଥିଲେ ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୋତା ଚପଲ ଚୋରି ହେବା ଶୁଭ ନାଁ ଅଶୁଭ। ଘରେ ଚପଲ ପିନ୍ଧୁଥିଲେ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ଘରୁ ବାହାରକୁ ବାହାରିବା ବେଳେ ଚପଲ ଛିଣ୍ଡିଯିବା ପଶୁ ମାନଙ୍କୁ ଦେଖିବା କିମ୍ବା ପିମ୍ପୁଡ଼ିଙ୍କ ଗଦା ଦେଖିବା କିମ୍ବା ମରି ଯାଇଥିବା ପକ୍ଷୀ ଆସି ତଳେ ପଡିବା ଏହିସବୁର ଅଲଗା ଅଲଗା ଅର୍ଥ ରହିଥାଏ। ଶକୁନି ଶାସ୍ତ୍ରରେ ଏହିସବୁ ସଂକେତ ବିଷୟରେ କୁହାଯାଇଛି। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମାନଙ୍କ ସହିତ ଯୋଡି ହୋଇଥିବା ଖବର ବିଷୟରେ କହିବୁ। ବନ୍ଧୁଗଣ ଯେତେବେଳେ ଆପଣ ଘରୁ ବାହାରି ବାହାରକୁ ଯାଉଛନ୍ତି ସେତେବେଳେ ଘରର ବଡ଼ ଲୋକମାନେ ମିଠା ଦହି କିମ୍ବା ମହୁ ନିଶ୍ଚୟ ଖୁଆଇଥାନ୍ତି କାହିଁକିନା ଏହା ଦ୍ୱାରା ଶୁଭ ହୋଇଥାଏ ବୋଲି ମାନାଯାଏ।

ବିଲେଇ ରାସ୍ତା କାଟିବାକୁ ଅଶୁଭ ବୋଲି ମାନାଯାଏ କିନ୍ତୁ ଏହି ଶୁଭ ଅଶୁଭ କଣ ହୋଇଥାଏ। ଭାରତୀୟ ମାନ୍ୟତା ଅନୁସାରେ ଯେତେବେଳେ ଆମେ ଘରୁ ବାହାରକୁ ଯାଇଥାଉ ତାହେଲେ କିଛି ନାଁ କିଛି ସଂକେତ ଅବଶ୍ୟ ମିଳିଥାଏ ଯାହା ଆମକୁ ଜଣେଇଥାଏ ବାହାରକୁ ଯିବା ଶୁଭ ନାଁ ଅଶୁଭ। ଏହି ଶୁଭ ଅଶୁଭ ସଂକେତକୁ ଆମେ ଅଣଦେଖା କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଆମେ ଆପଣଙ୍କୁ ଜାଣିବା ଏହି ଶୁଭ ଅଶୁଭ ସଂକେତ ବିଷୟରେ।

ଶୁଭ ସଂକେତ। ଗାଈ କିମ୍ବା ପାରା ଯୋଡିର ଦର୍ଶନ। ଘରୁ ବାହାରିବା ସମୟରେ ଆପଣ କୌଣସି ଗାଈ ଦେଖନ୍ତି ଓ ସେ ହଠାତ ଲାଞ୍ଜ ଛାଡି ଦିଏ ତ ବୁଝିନେବେ ଆପଣଙ୍କ ଦିନ ଓ ଯାତ୍ରା ଶୁଭ ହେବ।

ରାସ୍ତାରେ ଓଲଟି ହୋଇ ପଡ଼ିଥିବା କଇଁଛକୁ ଦେଖିବା କିମ୍ବା ଯୋଡି ହୋଇଥିବା ପାରାକୁ ଦେଖିବା ଶୁଭ ମାନାଯାଇଥାଏ। ଯେଉଁ କାମ ପାଇଁ ଆପଣ ବାହାରିଥାନ୍ତି ସେଥିରେ ଶୁଭ ଫଳ ନିଶ୍ଚୟ ମିଳିଥାଏ।

ଜଳପୂର୍ଣ୍ଣ ବାସନ। ଘରୁ ବାହାରିବା ବେଳେ ଯଦି ଆପଣଙ୍କ ନଜର କୌଣସି କଢାଇ କିମ୍ବା ଜଳ ପୂର୍ଣ୍ଣ ପାତ୍ର ଉପରେ ପଡେ ତେବେ ବୁଝିନିଅନ୍ତୁ ଆଗକୁ ଆପଣଙ୍କୁ କିଛି ଭଲ ଖବର ମିଳିବାକୁ ଯାଉଛି। ପ୍ରାଚୀନ କାଳରେ ଯଦି କିଏ ଘରୁ ବାହାରି କୌଣସି କାମରେ ଗଲାବେଳେ କୌଣସି ମହିଳା ଜଳ ପୁର୍ଣ ବାସନ ନେଉଥିବାର ଦେଖୁଥିବେ ତାହେଲେ ଖୁସି ହୋଇ କୌଣସି କାମରେ ଯାଉଥିବା ବ୍ୟକ୍ତି ସେହି ମହିଳାଙ୍କୁ ଉପହାର କିମ୍ବା ଭେଟି ପ୍ରଦାନ କରୁଥିଲେ।

ଦାନା କିମ୍ବା ଅଟା। ଘରୁ ବାହାରକୁ ଗଲା ବେଳେ ଯଦି କିଏ ଦାନା କିମ୍ବା ଅଟା ନେଉଥିବାର ଦେଖିନିଅନ୍ତି ତେବେ ବୁଝିନେବେ ଆପଣ ଯେତିକି ଭାବିଥିବେ ତା ଠାରୁ ଅଧିକ ଲାଭ ମିଳିବ।

ଯଦି ରାସ୍ତାରେ ଗଲା ବେଳେ ଆପଣଙ୍କୁ କାହାର ଶବ ଦେଖାଯାଏ ତେବେ ବୁଝିନେବେ ସେହିଦିନ ଆପଣଙ୍କ ସହ କିଛି ଶୁଭ ଘଟିବ। ସେହି ଶବ ଆପଣଙ୍କ ଡାହାଣ ପଟେ ଯାଉଥାଏ ତେବେ ଏହାକୁ ଅଧିକ ଶୁଭ ମାନାଯାଏ। ହେ ଇଶ୍ଵର ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏମିତି ଭାବି ତାଙ୍କୁ ପ୍ରଣାମ କରି ଆପଣଙ୍କୁ ଆଗକୁ ବଢ଼ିବା ଉଚିତ।

ନେଉଳ ଦେଖିବା। ରାସ୍ତାରେ କେଉଁଠି କି ଯିବା ବେଳେ ଏବଂ ସେ ଆପଣଙ୍କ ରାସ୍ତା କାଟିଲେ ତେବେ ତାହାକୁ ଶୁଭ ସଂକେତ ମାନାଯାଏ। ନେଉଳ ବ୍ୟତୀତ ମୟୁର ହାତୀ ଘୋଡା ଦେଖାଯିବା ମଧ୍ୟ ଶୁଭ ନାନାଯାଏ।

ଶଙ୍ଖ କିମ୍ବା ଘଣ୍ଟିର ଧ୍ଵନି। ଘରୁ ବାହାରିବା କ୍ଷଣି ଯଦି ଆପଣଙ୍କୁ ପୂଜା ଭୋଜନ ଶଙ୍ଖ କିମ୍ବା ଘଣ୍ଟିର ମଙ୍ଗଳ ଧ୍ଵନି ଶୁଣାଯାଏ ତେବେ ଆପଣ ଖୁସି ହୋଇଯିବା ଉଚିତ କାହିଁକିନା ଏହି ଶବ୍ଦର ମନରେ ସକାରାତ୍ମକ ଶକ୍ତି ଏବଂ ଭଲ ଭାବନା ଆଣିଥାଏ ଏବଂ ଆପଣଙ୍କ ଯାତ୍ରା ଶୁଭ ହୋଇଥାଏ।

ଅଘରି ଏବଂ ସାଧୁସନ୍ଥଙ୍କ ସହିତ ଦର୍ଶନ କରିବା। ଯଦି ଘରୁ ବାହାରିବା ବେଳେ କୌଣସି ଅଘରି କିମ୍ବା ସାଧୁ ସନ୍ଥ ଦେଖାଯାନ୍ତି ତେବେ ତାଙ୍କୁ ପ୍ରଣାମ କରି ଆଗକୁ ବଢ଼ନ୍ତୁ। ଏହା ଦ୍ୱାରା ଆପଣଙ୍କ ଦିନ ସୁଖମୟ ହେବ।

ଲାଲ ପିମ୍ପୁଡ଼ିକୁ ଦେଖିବା। ଘର ଦ୍ୱାର ଉପରେ ଲାଲ ପିମ୍ପୁଡ଼ିର ଗଦା ସେମାନଙ୍କ ମୁହଁରେ ଅଣ୍ଡା ଦେଖିବା ଗୋଟିଏ ବହୁତ ବଡ଼ ଶୁଭ ସଂକେତ ହୋଇଥାଏ। ଏହା ଦ୍ୱାରା ପୁରା ଦିନ ଭଲ ଅନୁଭବ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଅଶୁଭ ସଂକେତ ବିଷୟରେ।

ଖଟା କିମ୍ବା କଳା ପଦାର୍ଥ ଖାଇବା। ଘରୁ ବାହାରକୁ ଗଲା ବେଳେ କୌଣସି ଖଟା କିମ୍ବା କଳା ପଦାର୍ଥ ଖାଆନ୍ତୁ ନାହିଁ। କାହିଁକିନା ଏହା ଅଶୁଭ ସଂକେତ ମାନାଯାଏ। ବାହାରକୁ ଯିବା ପୂର୍ବରୁ ମିଠା ଖାଇବାକୁ ଶୁଭ ମାନାଯାଏ।

ଛିଙ୍କ ଆସିବା। ଯେତେବେଳେ ଆପଣ ଘରୁ ବାହାରକୁ ଯିବା ପାଇଁ ବାହାରୁଛନ୍ତି ଏବଂ ସେହି ସମୟରେ କେହି ଛିଙ୍କି ଦିଅନ୍ତି ଏହାକୁ ଅଶୁଭ ସଂକେତ ବୋଲି ବୁଝିଯାଅନ୍ତୁ। ଏମିତି ହେଲେ ପାଣି ପିଅନ୍ତୁ ଏବଂ ମିଠା ଖାଆନ୍ତୁ ତାପରେ ବାହାରକୁ ଯାଆନ୍ତୁ।

ମରିଯାଇଥିବା ପକ୍ଷୀ ଆସି ପଡିବା। ଯଦି କେଉଁ ଆଡେ ବାହାରକୁ ଯିବା ସମୟରେ କୌଣସି ମରିଯାଇଥିବା ପକ୍ଷୀ ଗୋଡ଼ ଉପରେ ଆସି ପଡିଥାଏ ତେବେ ଏହାକୁ ଅଶୁଭ ସଂକେତ ମାନାଯାଏ। ଆପଣ ଏହା ଦ୍ୱାରା ବୁଝିନିଅନ୍ତୁ ଆପଣଙ୍କର କିଛି ହାନି ହେବାର ଅଛି।

କିଏ ପଚାରିବା। ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ଏବଂ ଆପଣଙ୍କୁ କିଏ ପଚାରି ଦିଅନ୍ତି କୁଆଡେ ଯାଉଛ ତେବେ ଏହାକୁ ଭଲ ସଂକେତ ମାନାଯାଇନଥାଏ। ଏମିତି ହେଲେ ଆପଣ କିଛି ସମୟ ଘରେ ରହିଯାଅନ୍ତୁ। ତାପରେ ଯାଆନ୍ତୁ।

ଚପଲ ଛିଣ୍ଡି ଯିବା। ଯେତେବେଳେ ଆପଣ ବାହାରକୁ ଯିବା ପାଇଁ ବାହାରୁଛନ୍ତି ଆପଣଙ୍କ ଚପଲ କିମ୍ବା ଜୋତା ହଠାତ ଛିଣ୍ଡି ଯାଏ ତେବେ ଏହି ସଂକେତକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପଣଙ୍କୁ ଜଣାଇଥାଏ କି ଆପଣଙ୍କ ଦିନ ବାହାରେ ଭଲ ରହିବ ନାହିଁ। ଯଦି ସମ୍ଭବ ଆପଣ ସେହି କାମକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଅନ୍ତୁ।

ଏହା ସହିତ ଯଦି ଆପଣଙ୍କ କପଡା ଘରୁ ବାହାରକୁ ଗଲା ବେଳେ କେଉଁଠାରେ ଲାଗିଯାଏ କିମ୍ବା ଆପଣଙ୍କୁ ସେହି କପଡା ମିଳେନାହିଁ ତେବେ ଏହା ଭଲ ସଂକେତ ମାନାଯାଏ ନାହିଁ। ତା ସହିତ ବିଜୁଳି କଟିଯିବା ବେଳେବେଳେ ଘରୁ ବାହାରକୁ ଯିବା ସମୟରେ ବିଜୁଳି ଚାଲିଯାଇଥାଏ ତ ଏହାକୁ ମଧ୍ୟ ଅଶୁଭ ସଂକେତ ମାନାଯାଇଥାଏ।

ଭାଙ୍ଗି ଯାଇଥିବା ଅଣ୍ଡା। ଘରୁ ବାହାରିବା ବେଳେ ଅଣ୍ଡା ଦେଖିବା ଶୁଭ ହୋଇଥାଏ କିନ୍ତୁ ବନ୍ଧୁଗଣ ଯଦି ଆପଣ ଭାଙ୍ଗି ଯାଇଥିବା ଅଣ୍ଡା ଦେଖନ୍ତି ତେବେ ଏହାକୁ ଅଶୁଭ ସଂକେତ ମାନାଯାଏ।

ମାଙ୍କଡ଼ ଦେଖିବା। ଘରୁ କୌଣସି କାର୍ଯ୍ୟରେ ବାହାରିବା କ୍ଷଣି ଯଦି ଆପଣଙ୍କୁ କଳା ମୁହଁ ବାଲା ମାଙ୍କଡ଼ ଦେଖାଦିଏ ତାହେଲେ ଏହା ଅଶୁଭ ସଂକେତ ହୋଇଥାଏ। ଯଦି ବାହାରକୁ ଯିବା ନିତ୍ୟାନ୍ତ ଆବଶ୍ୟକ ଥାଏ ତେବେ ଗଙ୍ଗା ଜଳ ଛିଞ୍ଚି କରି ଯାଆନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *