Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ପର୍ବରେ ଏହି ଫଳ କେବେବି ଖାଇବେ ନାହିଁ। ବ୍ରତ ଭାଙ୍ଗି ଯାଇଥାଏ। ପୁରା ଘରକୁ କାଙ୍ଗାଳୀ ଆସିପାରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀ ପର୍ବରେ ଏହି ଫଳ କେବେବି ଖାଇବେ ନାହିଁ। ବ୍ରତ ଭାଙ୍ଗି ଯାଇଥାଏ। ପୁରା ଘରକୁ କାଙ୍ଗାଳୀ ଆସିପାରେ।

ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀର ପର୍ବକୁ ବହୁତ ମହତ୍ୱ ଦିଆଯାଇଛି। ଏହି ବ୍ରତକୁ କରିଲେ ଅନେକ ଯଜ୍ଞ ଏବଂ ବ୍ରତ କରିଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ ସେହି ଫଳ ଏକା ସହିତ ମିଳିଯାଏ। ଏହି ବ୍ରତ ୭ ଜନ୍ମର ପାପକୁ ନଷ୍ଟ କରିଦିଏ। ଏହି ବ୍ରତ କରିଲେ ଭଗବାନ ଶ୍ରୀକୃଷ୍ଣଙ୍କ ହାତ ଆପଣଙ୍କ ମୁଣ୍ଡ ଉପରେ ସର୍ବଦା ଥାଏ ଏବଂ ଧନର ଅଭାବ କେବେବି ଆସିବ ନାହିଁ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିଲେ ସୁଶୀଳ ସନ୍ତାନର ପ୍ରାପ୍ତି ଦୀର୍ଘାୟୁ ତଥା ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଏହି ବ୍ରତ ପାଳନ କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯେଉଁ ଲୋକଙ୍କର କୁଣ୍ଡଳୀରେ ଚନ୍ଦ୍ରମା କମଜୋର ଥାଏ ସେହି ଲୋକ ଏହି ବ୍ରତ କରି ନିଜର ଚନ୍ଦ୍ରମାଙ୍କୁ ମଜବୁତ କରିପାରିବେ। ଆଜି ଆମେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ପର୍ବର ପୂଜାର ସମ୍ପୂର୍ଣ୍ଣ ବିଧି ବିଷୟରେ।

ଜନ୍ମାଷ୍ଟମୀ ପର୍ବକୁ ଗକୁଳା ଅଷ୍ଟମୀ ବି କୁହାଯାଏ। ଏହି ପର୍ବ ପୁରା ଦେଶରେ ଭକ୍ତଙ୍କ ଦ୍ୱାରା ପୁରା ଜୋଶ ଏବଂ ଉତ୍ସ୍ୟହ ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ। ଏହି ପର୍ବକୁ ପୁରା ଦେଶରେ ହିନ୍ଦୁ ମାନଙ୍କ ଦ୍ୱାରା ପାଳନ କରାଯାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ରୋହଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ। ଏଥିପାଇଁ ପ୍ରତ୍ୟକ ବର୍ଷ ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟାବସ୍ଥାକୁ ପୂଜା କରାଯାଏ। ଏହି ପର୍ବର ମୁଖ୍ୟ ଉଦେଶ୍ୟ ଭଗବାନ ଶ୍ରୀକୃଷ୍ଣ ଧରତୀକୁ ଆସନ୍ତି ବିଶ୍ୱର ସମସ୍ତ ଖରାପ ଏବଂ ଧରତିରେ ସମସ୍ତ ନକରାତ୍ମକ ଶକ୍ତିକୁ ନଷ୍ଟ କରିବା ପାଇଁ ଏବଂ ଧର୍ମର ସ୍ଥାପନ କରିବା ପାଇଁ।

ଅଷ୍ଟମୀ ତିଥି ୧୮ ଅଗଷ୍ଟ ରାତି ୯:୨୧ ମିନିଟ ରେ ଆରମ୍ଭ ହେବ ଏବଂ ୧୯ ଅଗଷ୍ଟ ରାତି ୧୧ ମିନିଟରେ ତିଥି ଶେଷ ହୋଇଯିବ। ମଧ୍ୟରାତ୍ରୀ କାଳ ବ୍ୟାପୀନି ଅଷ୍ଟମୀ ୧୮ ଅଗଷ୍ଟକୁ ମିଳିବ। ତ ସୂର୍ଯ୍ୟ ଉଦୟ କାଳ ବ୍ୟାପୀନି ଅଷ୍ଟମୀ ୧୯ ଅଗଷ୍ଟକୁ ମିଳିବ। ତେବେ ପ୍ରାଚୀନ କାଳରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମଧ୍ୟ ରାତ୍ରୀରେ ପାଳନ କରାଯାଏ। ତ ଏହି ବର୍ଷ ଅଗଷ୍ଟ ୧୮ ଗୁରୁବାର ଦିନ ହିଁ ପାଳନ କରାଯିବ। ଯେଉଁମାନେ ଗୃହସ୍ଥ ଜୀବନ ବିତାଉଛନ୍ତି ସେମାନେ ୧୮ ଅଗଷ୍ଟରେ ଏହି ପର୍ବ ପାଳନ କରିବେ ଏବଂ ୧୯ ଅଗଷ୍ଟରେ ସାଧୁସନ୍ଥ ମାନେ ପାଳନ କରିବେ।

ଏହି ରାତି ନିଶିତା କାଳର ଶୁଭ ସମୟ ହେବ ତ ୧୮ ଅଗଷ୍ଟ ଗୁରୁବାର ୧୨:୩ ମିନିଟରୁ ୧୨: ୪୭ ମିନିଟ ପର୍ଯ୍ୟନ୍ତ ନିଶିତା କାଳରେ ଶୁଭ ମୁହୂର୍ତ୍ତ ଅଟେ। ଏହି ସମୟରେ ଦୁଇଟି ଶୁଭ ସଂଯୋଗ ବନୁଅଛି ତ ଏହି ସମୟରେ ପୂଜା କରିଲେ ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି। ବିଶେଷ ପୂଜାପାଠ କରିଥାନ୍ତି। ଆଜି ଆମେ ଜାଣିବା ଏହି ପୂଜାରେ କେଉଁ ଜିନିଷ ବହୁତ ଜରୁରୀ ଅଟେ ଯାହା ବିନା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଅଧୁରା ମାନାଯାଏ।

ଜନ୍ମାଷ୍ଟମୀ ପର୍ବ ପୂଜା ସାମଗ୍ରୀରେ ଆବଶ୍ୟକତା ପଡିବ ଖିରି କ୍ଷୀର ଦହି ମହୁ ଏକ ଚୌକି ହଳଦିଆ ବସ୍ତ୍ର ପଞ୍ଚାମୃତ ବାଳକୃଷ୍ଣଙ୍କ ମୂର୍ତି ଗଙ୍ଗାଜଳ ଦୀପ ଘିଅ ଧୂପବତୀ ଗକୁଳା ଚନ୍ଦନ ଅକ୍ଷତ ଲହୁଣୀ ମିଶ୍ରି ଭିଜି5ସାମଗ୍ରୀ ଏବଂ ତୁଳସୀ ପତ୍ର ଆଦି।

ଏହି ପୂଜାରେ ବଇଁଶୀକୁ ନିଶ୍ଚୟ ସାମିଲ କରନ୍ତୁ। ଏହା ଭଗବାନ ଶ୍ରୀକୃଷ୍ଣଙ୍କର ସବୁଠାରୁ ବଡ଼ ପ୍ରିୟ ଜିନିଷ ଅଟେ। ବଇଁଶୀ ତାଙ୍କର ପ୍ରେମ ଥିଲେ ମୟୁରପୁଙ୍ଖ ତାଙ୍କର ଅଂଶ। ତ ତାଙ୍କର ପୂଜାରେ ମୟୁରପୁଙ୍ଖ ବି ନିଶ୍ଚୟ ସାମିଲ କରନ୍ତୁ।

ଏହି ପୂଜାରେ ଗାଈ ଏବଂ ବାଛୁରୀର ପ୍ରତିମାକୁ ନିଶ୍ଚୟ ରଖନ୍ତୁ ଏବଂ ପୂଜା କରନ୍ତୁ।

ଏହି ଦିନ ଦୋଳି ନିଶ୍ଚୟ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ।

ଭଗବାନ ଶ୍ରୀକୃଷ୍ଣଙ୍କ ଭୋଗରେ ତୁଳସୀ ପତ୍ର ନିଶ୍ଚୟ ବ୍ୟବହାର କରନ୍ତୁ।

ଆସନ୍ତୁ ଜାଣିବା ଏହି ପୂଜା କେମିତି କରିବେ।

ଏହି ଦିନ ସକାଳେ ଜଲଦି ଉଠି ସ୍ନାନ କରି ପୂଜା ଆରମ୍ଭ କରନ୍ତୁ। ଯେମିତି ନିତ୍ୟ ପୂଜା କରାଯାଏ ପ୍ରଥମେ ସେମିତି ପୂଜା କରନ୍ତୁ। ପ୍ରଥମ ପୂଜ୍ୟ ଭଗବାନ ଗଣେଶଙ୍କ ସହିତ ସମସ୍ତ ଦେବୀ ଦେବତାଙ୍କର ପୂଜା କରନ୍ତୁ। ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟ ସ୍ୱରୂପକୁ ପୂଜା କରନ୍ତୁ। ଏହି ଦିନ ଦେଵକୀ ବାସୁଦେବ ବଳଦେବ ନନ୍ଦ ଯଶୋଦା ଏବଂ ମା ଲକ୍ଷ୍ମୀଙ୍କ ନାମ ନେଇ ପୂଜା ଆରମ୍ଭ କରିବା ଉଚିତ। ଏହାପରେ ଲଡୁ ଗୋପାଳ ଙ୍କର ଜଳାଭିଷେକ କରନ୍ତୁ।

କେଶର ମିଶ୍ରିତ ଜଳରେ କିମ୍ବା କ୍ଷୀରରେ କିମ୍ବା ଗଙ୍ଗାଜଳରେ କିମ୍ବା ପଞ୍ଚାମୃତରେ ବି ଅଭିଷେକ କରିପାରିବେ। ଏହାପରେ ତାଙ୍କୁ ସୁନ୍ଦର ବସ୍ତ୍ର ଅର୍ପଣ କରନ୍ତୁ। ବିଧିବଦ୍ଧ ଭାବେ ତାଙ୍କର ପୂଜା କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ଦିନ ଦୋଳିରେ ନିଶ୍ଚୟ ବସେଇ ଝୁଲେଇ ବା ଉଚିତ। ଏହା ଦ୍ୱାରା ଭକ୍ତଙ୍କର ମନସ୍କାମନା ପୂରଣ ହୋଇଥାଏ। ଏହିଦିନ ବିଷ୍ଣୁ ପୁରାଣ ଭଗବତ ଗୀତା ଆଦିର ପାଠ କରିବା ଉଚିତ। ପୂଜା କରିବା ପରେ ସମସ୍ତଙ୍କୁ ଭୋଗ ଦିଅନ୍ତୁ।

ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ରାତି ୧୨ ଟା ପରେ ପୂଜା କରାଯାଏ। ତ ସେହି ସମୟରେ ବି ସ୍ନାନ ଆଦି ସାରି ତାଙ୍କର ପୂଜା କରିବା ଉଚିତ। ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳିରେ ବସାଇ ଦୋଳି ଖେଳାନ୍ତୁ। ଭୋଗ ଅର୍ପଣ କରନ୍ତୁ। ତାଙ୍କ ସାମ୍ନାରେ ମନ୍ତ୍ର ଉଚାରଣ କରନ୍ତୁ। ଭଜନ କୀର୍ତ୍ତନ ଆଦି କରନ୍ତୁ। ଏହା ଦ୍ବାରା ମନକୁ ଶାନ୍ତି ମିଳିଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀ ମିଶ୍ରି ଅତ୍ୟନ୍ତ ଅଟେ।

ଧନିଆ ପଞ୍ଜିରିକୁ ତାଙ୍କ ଭୋଗରେ ନିଶ୍ଚୟ ଅର୍ପଣ କରନ୍ତୁ। ଏହାକୁ ପ୍ରସାଦ ଭାବରେ ସମସ୍ତଙ୍କୁ ବଣ୍ଟା ଯାଏ। ଏହି ଦିନ ଧନିଆ ମଞ୍ଜିକୁ ଘିଅରେ ବୁଡାଇ ଏଥିରେ ଚିନି ମିଶାଇ ଏହାର ଭୋଗ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଏ।

ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଜିରି ସହିତ ପଞ୍ଚାମୃତ ବହୁତ ପ୍ରିୟ ଅଟେ। ମାନ୍ୟତା ଅନୁସାରେ ଏହା ବିନା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଅଧୁରା ମାନାଯାଏ। ଏଥିପାଇଁ ତାଙ୍କୁ ପଞ୍ଚାମୃତର ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ। ପଞ୍ଚାମୃତ କ୍ଷୀର ଦହି ଘିଅ ମହୁ ଚିନି ଆଦିରେ ପ୍ରସ୍ତୁତ କରାଯାଏ।

ଭଗବାନ ଶ୍ରୀକୃଷ୍ଣଙ୍କୁ ଲଡୁ ବହୁତ ପ୍ରିୟ ଅଟେ। ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ।

ଆସନ୍ତୁ ଜାଣିବା ଏହି ବ୍ରତ ରଖୁଥିଲେ କଣ ଖାଇବେ ଏବଂ ଏମିତି କେଉଁ ଜିନିଷ ଅଛି ଯାହାକୁ ଏହି ଦିନ ଖାଇବା ଉଚିତ ନୁହେଁ।

ଯେଉଁ ମାନେ ବ୍ରତ ରଖୁନାହାନ୍ତି ସେମାନେ ବି ମଧ୍ୟ ଏହି ଜିନିଷର ସେବନ କରିବା ଉଚିତ ନୁହେଁ।

ଏହି ଦିନ ବାଇଗଣ ଖାଇବା ଉଚିତ ନୁହେଁ।

ଏହି ଦିନ ମସୁରଡାଲି ଖାଇବା ଉଚିତ ନୁହେଁ।

ଏହିଦିନ ମାଛ ମାଂସ ଅଣ୍ଡା ମଦର ସେବନ କରିବେ ନାହିଁ।

ଏହିଦିନ ପିଆଜ ରସୁଣ ମଧ୍ୟ ଖାଇବା ଉଚିତ ନୁହେଁ।

ପାନ ସୁପାରି ସିଗାରେଟ ତମ୍ବାଖୁ ଆଦିର ବ୍ୟବହାର କରିବା ଉଚିତ ନୁହେଁ।

ଏହି ଦିନ ସବୁଜ ପନିପରିବା ବି ଖାଇବା ଉଚିତ ନୁହେଁ।

କେବଳ ସୁନ୍ଦର ସ୍ୱାତିକ ଭଜନ ଗ୍ରହଣ କରିବା ଉଚିତ।

ଯେଉଁ ମାନେ ବ୍ରତ ରଖୁଛନ୍ତି ସେମାନେ ଏହିସବୁ ଜିନିଷ ବ୍ୟତୀତ ଅନାଜ ଏବଂ ଲୁଣର ସେବନ କରିବେ ନାହିଁ।

ଏହି ଦିନ ହେଙ୍ଗୁ ହଳଦୀ ସୋରିଷ ତେଲ ମଟର ଆଦିର ସେବନ କରିବା ଉଚିତ ନୁହେଁ।

ଏହିଦିନ ଗହମ ଚାଉଳ ଡାଲି ଆଦିର ସେବନ କରିବା ଉଚିତ ନୁହେଁ।

ଏହି ଦିନ ଅନାଜ ଖାଇଲେ ଭଗବାନ ଶ୍ରୀକୃଷ୍ଣ କ୍ରୋଧିତ ହୋଇଥାନ୍ତି।

ଏହି ଦିନ ଶୁଖିଲା ଫଳ ସେବନ କରିବା ଉଚିତ ନୁହେଁ।

ଏହି ଦିନ ବାଦାମ ଖାଇ ବ୍ରତ ଆରମ୍ଭ କରିଲେ ଦିନ ସାରା ଆପଣଙ୍କୁ ଉର୍ଜା ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *