Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ଦିନ ହଳଦୀକୁ ନେଇ କରନ୍ତୁ ଏହି ଖାସ ଉପାୟ, ଦେଖିବେ ଆପଣଙ୍କ ଘରର ଧନଭଣ୍ଡାର ପରିପୂର୍ଣ୍ଣ ହୋଇଯିବ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ମିଳିବ ଆଶୀର୍ବାଦ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ହଳଦୀର କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଏହାସହିତ ଆପଣ ଧନବାନ ମଧ୍ୟ ହେବେ। ଦେବଗୁରୁ ବୃହସ୍ପତିଙ୍କ ସହିତ ହଳଦୀର ଖାସ ସମ୍ବନ୍ଧ ରହିଛି। କହିବାକୁ ଗଲେ ସାଧାରଣତଃ ରୋଷେଇ ଘରେ ହଳଦୀର ବ୍ୟବହାର କରାଯାଇଥାଏ। ଏହାସହିତ ପ୍ରତ୍ୟେକ ପୂଜାକାର୍ଯ୍ୟରେ ମଧ୍ୟ ହଳଦୀର ବ୍ୟବହାର ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଠାକୁର ପୂଜା କରିବା ସମୟରେ ହଳଦୀର ଟିକା ମଥାରେ ଲଗାଇଲେ ବୃହସ୍ପତି ସନ୍ତୁଷ୍ଟ ହୋଇଥାନ୍ତି। ହଳଦୀକୁ ଦାନ କରିବା ମଧ୍ୟ ଶୁଭ ମାନା ଯାଇଥାଏ। ଘରର ଦୁଆର ମୁହଁରେ ଯଦି ହଳଦୀର ଲେପ କରାଯାଏ, ତାହେଲେ ଘରକୁ କେବେବି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। ସ୍ନାନ କରିବା ସମୟରେ ଅଳ୍ପ ଟିକିଏ ହଳଦୀ ଗାଧୋଉ ଥିବା ପାଣିରେ ପକାଇ ଗାଧୋଇଲେ, ଶାରୀରିକ ଓ ମାନସିକ ସ୍ଥିତି ଶୁଦ୍ଧ ହୋଇ ଯାଇଥାଏ। ଯଦି ଆପଣଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବା ଆର୍ଥିକ ରୂପରେ ମାନ୍ଦାବସ୍ଥା ଦେଖା ଯାଉଛି, ତାହେଲେ ଆପଣ ହଳଦୀର ପ୍ରୟୋଗ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନ ସରଳ ଓ ସୁଖମୟ ହୋଇଯିବ।

ଯଦି ଆପଣ କୌଣସି ଶାରୀରିକ ଅସୁସ୍ଥତାର ଶିକାର ହୋଇଛନ୍ତି, ତାହେଲେ ଆପଣ ଖଣ୍ଡ ହଳଦୀର ଦାନ କରନ୍ତୁ। କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଓ ଅଶୁଭ ସ୍ଥିତିରେ ରହିଲେ କାର୍ଯ୍ୟ ବିଗିଡି ଯାଇଥାଏ। ଏହାସହିତ ଘରେ ଅଶାନ୍ତି ଲାଗି ରହିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟେ ଖଣ୍ଡ ହଳଦୀ ନେଇ ତାକୁ ଗୋଟେ ହଳଦିଆ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ହଳଦିଆ ସୂତା ସାହାଯ୍ୟରେ ଆପଣ ନିଜ ହାତରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ଦୁଃଖକଷ୍ଟର ନିବାରଣ ହୋଇଯିବ।

ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହେଉଛି ଏବଂ ପରିବାର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡୁଛି, ତାହେଲେ କିଛି ହଳଦୀ ନେଇ ଘର ଚାରିପଟେ ଓ ଘରର ମୁଖ୍ୟ ଦୁଆରରେ ସିଞ୍ଚନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣ ଶୁଭ ପରିଣାମ ଦେଖିବାକୁ ପାଇବେ। ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଛି ଓ ଆପଣ ଉତ୍ତମ ଜୀବନସାଥୀ ପାଇବା ପାଇଁ ଇଛା ରଖିଛନ୍ତି, ତାହେଲେ ପ୍ରତ୍ୟେକଦିନ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜଳରେ ଅଳ୍ପ ହଳଦୀ ମିଶାଇ ଜଳ ଅର୍ପଣ କରନ୍ତୁ ଏବଂ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଶୁଭ ଫଳ ପାଇବେ।

ଯଦି ଆପଣ ଚାହୁଁଛନ୍ତି ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରନ୍ତୁ, ତାହେଲେ ପ୍ରତ୍ୟେକ ଗୁରୁବାର ଦିନ ହଳଦୀ ପାଣି ଘରର କୋଣ ଅନୁକୋଣରେ ସିଞ୍ଚନ କରନ୍ତୁ। ଯଦି ଆପଣ ସନ୍ତାନ ପ୍ରାପ୍ତି ପାଇଁ ଇଛା ରଖିଛନ୍ତି, ତାହେଲେ ଆପଣ କିଛି ଅଟା ଗୋଲାରେ ଅଳ୍ପ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। ଯଦି ସନ୍ତାନର ଶିକ୍ଷାରେ କିଛି ବାଧା ଉତ୍ପନ୍ନ ହେଉଛି, ତାହେଲେ ଆପଣ ନିଜ ପିଲାଙ୍କ ଶୋଇବା କଠୋରୀରେ ହଳଦୀରେ ସ୍ଵସ୍ତିକ ଚିହ୍ନ ଆଙ୍କି ଦିଅନ୍ତୁ। ଦେଖିବେ ବହୁତ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *