Excuse Me Odisha

ଯାହା କହିବୁ ସତ କହିବୁ

କୃଷ୍ଣ ଜନ୍ମାଷ୍ଟମୀର ରାତିରେ ୧୨ ଟା ପରେ କହିଦିଅନ୍ତୁ ଏହି ୧ ଶବ୍ଦ ଯାହା ମାଗିବେ ମିଳିବ। ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୃଷ୍ଣ ଜନ୍ମାଷ୍ଟମୀର ରାତିରେ ୧୨ ଟା ପରେ କହିଦିଅନ୍ତୁ ଏହି ୧ ଶବ୍ଦ ଯାହା ମାଗିବେ ମିଳିବ। ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

ଭାଦ୍ରବ ମାସରେ ଅନେକ ପର୍ବ ଆସିଥାଏ। ଏଥି ମଧ୍ୟରୁ ଜନ୍ମାଷ୍ଟମୀ ହେଉଛି ଅନ୍ୟତମ ପର୍ବ। ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କୃଷ୍ଣ ଜନ୍ମାଅଷ୍ଟମୀ ପର୍ବ ୧୮ ଏବଂ ୧୯ ଅଗଷ୍ଟ ଦୁଇ ଦିନ ପଡୁଅଛି। ଗୃହସ୍ଥ ଲୋକ ୧୮ ଅଗଷ୍ଟରେ ବ୍ରତ ପାଳନ କରିବେ। ୧୮ ଅଗଷ୍ଟରେ ବ୍ରତ ରଖୁଥିବା ଲୋକେ ୧୯ ଅଗଷ୍ଟରେ ପାଳନ କରିବେ ଏବଂ ୧୯ ଅଗଷ୍ଟରେ ବ୍ରତ ରଖୁଥିବା ଲୋକେ ୨୦ ଅଗଷ୍ଟରେ ପାଳନ କରିବେ।

ଅଷ୍ଟମୀ ତିଥି ୧୮ ଅଗଷ୍ଟ ରାତି ୯:୨୦ ରେ ଆରମ୍ଭ ହେବ ଏବଂ ୧୯ ଅଗଷ୍ଟ ରାତି ୧୦:୫୯ ମିନିଟରେ ତିଥି ଶେଷ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ଜନ୍ମାଷ୍ଟମୀରେ ଦୁଇଟି ଶୁଭ ଯୋଗ ବନୁଅଛି। ସେଥିପାଇଁ ଏହି ବର୍ଷ ଜନ୍ମାଷ୍ଟମୀକୁ ବହୁତ ଖାସ ମାନାଯାଉଛି। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିବା ତାଙ୍କର ମନ୍ତ୍ର ଜପ କରିବା ବହୁତ ପୁଣ୍ୟ କାରୀ ସାବ୍ୟସ୍ତ ହେବ। ମନ ବାଂଛିତ ଫଳ ପ୍ରାପ୍ତ ହେବ। ଏହି ବ୍ରତକୁ ବହୁତ ପବିତ୍ର ବ୍ରତ ମାନାଯାଏ। ଏହି ବ୍ରତ ରଖିଲେ ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ। ଆଜି ଆମେ ବିଶେଷ ମନ୍ତ୍ର ଜଣେଇବୁ ଯାହା ଜନ୍ମାଷ୍ଟମୀ ଦିନ ଅଧ ରାତିରେ ଜପ କରିପାରିବେ।

ସନ୍ତାନ ପ୍ରାପ୍ତି ପାଇଁ ବିଶେଷ ମନ୍ତ୍ର ଅଛି ଏବଂ ଧନ ସମ୍ପତ୍ତି ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ବିଶେଷ ମନ୍ତ୍ର ଅଛି। ଅତ୍ୟନ୍ତ ଶୁଭ ଫଳଦାୟୀ ମନ୍ତ୍ର ଅଟେ। ଏହି ମନ୍ତ୍ର ଜପ କରିଲେ ମନସ୍କାମନା ନିଶ୍ଚୟ ପୂରଣ ହେବ।

ଏହି ବ୍ରତ ରଖିଲେ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ ସ୍ନାନ ପରେ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ମନ୍ଦିରରେ ଦୀପ ଜଳାନ୍ତୁ। ନିଜର ହାତରେ ତୁଳସୀ ପତ୍ର ନେଇ ବ୍ରତ ସମୟରେ ହେବାକୁ ଥିବା କୌଣସି ବି ଭୁଲ ପାଇଁ ପୂର୍ବରୁ ହିଁ କ୍ଷମା ମାଗି ବ୍ରତର ସଂକଳ୍ପ ନିଅନ୍ତୁ। ଏହାପରେ ସମସ୍ତ ଦେବୀ ଦେବତାଙ୍କର ଜଳାଭିଷେକ କରନ୍ତୁ। ଲଡୁ ଗୋପାଳଙ୍କୁ ଦୋଳିରେ ବସାଇ ଜଳାଭିଷେକ କରନ୍ତୁ ଏହାପରେ ଲଡୁ ଗୋପାଳଙ୍କୁ ଭୋଗ ଲଗାନ୍ତୁ।

ଏହିସବୁ ପୂଜା ବିଧି ରାତି ସମୟରେ ଲଡୁ ଗୋପାଳଙ୍କର ପୂଜାରେ ଆଉ ଥରେ କରିବେ କାରଣ ଏହି ଦିନ ରାତି ସମୟରେ ପୂଜା କରିବା ବହୁତ ମହତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଧ ରାତିରେ ହୋଇଥିଲା। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷୀରିର ଭୋଗ ନିଶ୍ଚୟ ଲଗାନ୍ତୁ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା ଲକ୍ଷ୍ମୀଙ୍କର ବି ପୂଜା କରିବା ଉଚିତ।

ଏହି ଦିନ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରର ମୁଖ୍ୟ ଦ୍ଵାରକୁ ପଦ୍ମ ଫୁଲରେ ସଜାନ୍ତୁ। ଏହି ଫୁଲ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ।

ଏହି ଦିନ କେଶର କିମ୍ବା ଚନ୍ଦନରେ ଗୋଲାପ ଜଳ ମିଶାଇ ତାର ତିଳକ ଲଗାନ୍ତୁ। ଏହା ସହିତ ଚନ୍ଦନରେ ଭଗବାନ ଶ୍ରୀକୃଷ୍ଣଙ୍କର ସିଙ୍ଗାର କରନ୍ତୁ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧିର ସ୍ଥାୟୀ ବାସ ହୋଇଥାଏ।

ଏହି ଦିନ ଗାଈ ସହିତ ବାଛୁରୀ ଥିବା ଫୋଟକୁ ପୂଜା କରନ୍ତୁ। ଏହା ଦ୍ବାରା ସନ୍ତାନ ସହିତ ଜଡ଼ିତ ସମସ୍ୟା ଦୂର ହୋଇଥାଏ। ଯେଉଁମାନଙ୍କର ସନ୍ତାନ ନଥିବ ସେମାନଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହେବ। ସନ୍ତାନ ପ୍ରାପ୍ତି ପାଇଁ ବିଶେଷ ମନ୍ତ୍ର ହେଉଛି। ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ତ୍ରର ଜପ କରନ୍ତୁ। ” ଓଁ ଦେଵକୀ ସୁତ ଗୋବିନ୍ଦ ବାସୁଦେବ ଜଗତପତେ। ଦେହୀ ମେ ତନ୍ୟ କୃଷ୍ଣ ତ୍ବାମାହଂ ସରଣ ଗତ।” ଏହି ମନ୍ତ୍ର ବହୁତ ପ୍ରଭାବଶାଳୀ ଅଟେ। ଏହା ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ।

ଧନର ସମସ୍ୟାକୁ ଦୂର କରିବା ପାଇଁ ଏହି ମନ୍ତ୍ର ନିଶ୍ଚୟ ଜପ କରନ୍ତୁ। ମନ୍ତ୍ରଟି ହେଉଛି ” ଓଁ ବଲଭାୟା ସ୍ୱାହା।” ଏହି ମନ୍ତ୍ର ଜପ କରିଲେ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଯାନ୍ତି। ଏହି ମନ୍ତ୍ର ଜପ କରିଲେ ଆପଣଙ୍କ ଧନର ସମସ୍ୟା ଦୂର ହୋଇଯିବ। ଏହି ମନ୍ତ୍ର ଭିକାରୀକୁ ବି ରାଜା ବନେଇ ଦେବାର ମନ୍ତ୍ର ହେଉଛି। ଏହି ମନ୍ତ୍ର ଏତେ ପ୍ରଭାବଶାଳୀ ଯେ ଗରିବକୁ ବି ରାଜା କରିଦେବ। ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ।

ଏହି ମନ୍ତ୍ରକୁ ଠିକ ଭାବରେ ଉଚାରଣ କରିବେ ତେବେ ଯାଇ ଶୁଭ ଫଳ ମିଳିବ। ଭୁଲ ମନ୍ତ୍ରର ଜପ କରିବେ ନାହିଁ। ଏହି ମନ୍ତ୍ରକୁ କୌଣସି ବି ସମୟରେ କରିପାରିବେ। ସକାଳ ସ୍ନାନ ପରେ କୌଣସି ବି କାମ କରିବା ସମୟରେ ଏହି ମନ୍ତ୍ରର ଜପ କରିପାରିବେ। ଅନ୍ୟ ବାରରେ ମଧ୍ୟ ଏହି ମନ୍ତ୍ରର ଜପ ୧୦୦୮ ଥର କରିପାରିବେ ତ ଏହି ମନ୍ତ୍ର ସିଦ୍ଧ ହୋଇଯିବ। ଆଶା ଠାରୁ ଅଧିକ ଫଳ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *