Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ଦିନ ଭୁଲରେ ମଧ୍ୟ ଦାନ କରନ୍ତୁ ନାହିଁ ଏହି ୪ ଗୋଟି ଜିନିଷ, ନଚେତ ମାଡ଼ି ଆସିପାରେ ବିପତ୍ତି।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅସହାୟ ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ପୁଣ୍ୟ କାର୍ଯ୍ୟ ଅଟେ। କିନ୍ତୁ ଜନ୍ମାଷ୍ଟମୀ ଦିନ ଅନ୍ୟମାନଙ୍କୁ କିଛି ଖାସ ଜିନିଷ ଦାନ କରିବା ଅଶୁଭ ମାନା ଯାଇଥାଏ। ଏହି ଜିନିଷ ଗୁଡ଼ିକୁ ଦେବା ଦ୍ୱାରା ଆପଣ ନିଜ ଘର ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି। ଆମେ ସମସ୍ତେ ଜାଣିଛୁ କି ଦେବୀ ଲକ୍ଷ୍ମୀଙ୍କର ଉପସ୍ଥିତି ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଲେ, ଘରେ ସୁଖଶାନ୍ତି ବିଦ୍ୟମାନ ହେବା ସହିତ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। କିନ୍ତୁ ଦେବୀ ଲକ୍ଷ୍ମୀ କ୍ରୋଧିତ ହେଲେ, ଘରେ ଅଶାନ୍ତି ଲାଗି ରହିଥାଏ ଏବଂ ପରିବାର ଲୋକଙ୍କର କେବେବି ଉନ୍ନତି ହୋଇ ନଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଘରର ମହିଳା ମାନେ ଆଭୂଷଣ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ ମହିଳା ମାନେ ପିନ୍ଧୁଥିବା ଆଭୁଷଣକୁ ଅନ୍ୟମାନଙ୍କୁ ଦାନ କରିବା ଉଚିତ ନୁହେଁ। ନଚେତ ଅଶୁଭ ପରିଣାମ ଭୋଗ କରିବାକୁ ପଡିପାରେ।

– ଆପଣ ମାନେ ସମସ୍ତେ ଜାଣି ଥିବେ କି ଝାଡୁ ଦ୍ୱାରା ଘରର ସବୁ ଅଳିଆ ସଫା ହୋଇଥାଏ ଏବଂ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମଧ୍ୟ କୁହାଯାଏ। ତେବେ ଜନ୍ମାଷ୍ଟମୀ ଦିନ ଅନ୍ୟମାନଙ୍କୁ ଝାଡୁ ଦାନ କରିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

– ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀ ପର୍ବ ଦିନ ଅନ୍ୟମାନଙ୍କୁ ଚାଉଳ, ଅଟା, ଲୁଣ, ଚିନି ଆଉ ରୋଷେଇ ଘର ସାମଗ୍ରୀ ଅନ୍ୟମାନଙ୍କୁ ଦାନ କରିବା ଅଶୁଭ ମାନାଯାଇଛି।

– ଜନ୍ମାଷ୍ଟମୀ ଦିନ କେବେବି ଅନ୍ୟମାନଙ୍କୁ ଟଙ୍କା ଋଣ ଆକାରରେ ଦେବା ଉଚିତ ନୁହେଁ।

– ଅନ୍ୟମାନଙ୍କୁ କେବେବି ନିଜ ଘରର ବେଲଣା ପେଡ଼ି ଦେବା ଅଶୁଭ ମାନା ଯାଇଥାଏ। ଏହାଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। କାରଣ ରୋଷେଇ ଘରେ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ଅନ୍ନପୂର୍ଣ୍ଣା ବାସ କରିଥାନ୍ତି।

– ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଥିବା ସ୍ଥାନ ପସନ୍ଦ ଅଟେ। ଏହାଦ୍ୱାରା ପରିବାର ଲୋକଙ୍କର ଉନ୍ନତି ହୋଇଥାଏ।

– ପ୍ରତ୍ୟେକଦିନ ସ୍ନାନ କରି ଠାକୁର ପୂଜା କରିବା ଉଚିତ। ଠାକୁରଙ୍କୁ ଭୋଗ, ଦୀପ ଧୂପ, ଫଳମୂଳ, ଚନ୍ଦନ ଆଦି ଅର୍ପଣ କରିବା ଉଚିତ। ଏହାଦ୍ୱାରା ଦେବୀ ଓ ଦେବତା ମାନେ ସନ୍ତୁଷ୍ଟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *