Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ଦିନ ଏହାକୁ ଘରକୁ ନେଇ ଆସନ୍ତୁ ହୀରା ସୁନା ଠାରୁ ବି ମୂଲ୍ୟବାନ ଅଟେ ଏହି ୫ ଟଙ୍କାର ଜିନିଷ। ପଇସା ଟାଣିବାର ଚୁମ୍ବକ ଅଟେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀ ଦିନ ଏହାକୁ ଘରକୁ ନେଇ ଆସନ୍ତୁ ହୀରା ସୁନା ଠାରୁ ବି ମୂଲ୍ୟବାନ ଅଟେ ଏହି ୫ ଟଙ୍କାର ଜିନିଷ। ପଇସା ଟାଣିବାର ଚୁମ୍ବକ ଅଟେ।

ବନ୍ଧୁଗଣ ଜନ୍ମାଷ୍ଟମୀ ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରହିଛି। ଜନ୍ମାଷ୍ଟମୀର ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମର ଉତ୍ସବ ଭାବରେ ପାଳନ କରାଯାଏ। ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷରେ ଅଷ୍ଟମୀ ତିଥିକୁ ଶ୍ରଦ୍ଧା ଭାବରେ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥାନ୍ତି। ଏହି ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପଣ ଅଟେ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ ରୂପରେ ପୂଜା କରାଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟ ସ୍ୱରୂପକୁ ପୂଜା କରାଯାଏ।

ଘରେ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦୋଳି କରାଯାଏ ଏବଂ ଏହି ଦିନ ରାତି ୧୨ ଟା ସମୟରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଏହି ପର୍ବକୁ ଭକ୍ତ ବହୁତ ହସ ଖୁସିରେ ପାଳନ କରିଥାନ୍ତି। ଏହି ଦିନ ବ୍ରତ ବି ରଖାଯାଏ ଏହାକୁ ବ୍ରତରାଜ ବି କୁହାଯାଏ। ମାନାଯାଏ ଯେ ଏହି ଦିନ ବ୍ରତ ରଖିଲେ ସମସ୍ତ କଷ୍ଟ ଏବଂ ସଙ୍କଟରୁ ମୁକ୍ତି ମିଳିଯାଏ। ଆଜି ଆମେ ଏମିତି ଜିନିଷ ବିଷୟରେ ଜଣେଇବୁ ଯାହାକୁ ଆପଣ ଜନ୍ମାଷ୍ଟମୀ ପୂର୍ବରୁ ନିଜ ଘରକୁ ନେଇ ଆସନ୍ତୁ।

ଯଦି ଏହିସବୁ ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ବି ଆପଣ ନିଜ ଘରକୁ ନେଇ ଆସିବେ ତ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଅପାର କୃପା ପ୍ରାପ୍ତ ହେବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତ ମନସ୍କାମନା ଶୀଘ୍ର ହିଁ ପୂରଣ ହୋଇଯିବ। ଭାଗ୍ୟ ବଦଳିଯିବାକୁ ଡେରି ଲାଗିବ ନାହିଁ।

ଅଷ୍ଟମୀ ତିଥି ୧୮ ଅଗଷ୍ଟ ରାତି ୯:୨୦ ରେ ଆରମ୍ଭ ହେବ ଏବଂ ୧୯ ଅଗଷ୍ଟ ରାତି ୧୦:୫୯ ମିନିଟରେ ତିଥି ଶେଷ। ନିଶିତା କାଳର ଶୁଭ ସମୟ ହେବ ୧୮ ଅଗଷ୍ଟ ଗୁରୁବାର ରାତି ୧୨:୩ ମିନିଟରୁ ୧୨: ୪୭ ମିନିଟ ପର୍ଯ୍ୟନ୍ତ ରହିବ। ଏହା ୪୪ ମିନିଟ ପର୍ଯ୍ୟନ୍ତ ରହିବ। ପାଳନ ସମୟ ୧୯ ଅଗଷ୍ଟରେ ସକାଳ ୫:୫୨ ମିନିଟ ପରେ ହେବ।

ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହା ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ନିଶ୍ଚୟ ଆଣିବା ଉଚିତ। ଜନ୍ମାଷ୍ଟମୀ ଦିନ ଭଗବାନଙ୍କ ସିଙ୍ଗାରକୁ ବି ବହୁତ ଗୁରୁତ୍ୱପୂର୍ଣ୍ଣ ମାନାଯାଏ। ଆଜି ଆମେ ୮ ଟି ଜିନିଷ ବିଷୟରେ ଜଣେଇବୁ ଯାହା ଭଗବାନ ଶ୍ରୀକୃଷ୍ଣଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ଅପାର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତ ଜନ୍ମାଷ୍ଟମୀ ପୂର୍ବରୁ ଏହି ସବୁ ଜିନିଷକୁ ନିଜ ଘରକୁ ନିଶ୍ଚୟ ନେଇ ଆସନ୍ତୁ। ଯଦି ସବୁ ଜିନିଷ ଆଣିପାରିବେ ନାହିଁ ତ ଏଥିସବୁ ଜିନିଷ ମଧ୍ୟରୁ ଗୋଟେ ବି ଜିନିଷ ଆଣିପାରିବେ ଏବଂ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ଜିନିଷ ନିଶ୍ଚୟ ଅର୍ପଣ କରିବେ ତ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ମୟୁରପୁଙ୍ଖ। ଏହା ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଜିନିଷ ଅଟେ। ଏହି ମୟୁରପୁଙ୍ଖ ରାଧାକୃଷ୍ଣଙ୍କର ପ୍ରେମର ପ୍ରତୀକ ମାନାଯାଏ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ମୟୁରପୁଙ୍ଖରେ ଚାମର କରାଯାଏ। ଜନ୍ମାଷ୍ଟମୀ ଦିନ ନିଶ୍ଚୟ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ମୟୁରପୁଙ୍ଖ ବ୍ୟବହାର କରନ୍ତୁ। ଏହା ଦ୍ବାରା ଅମଙ୍ଗଳ ଦୂର ହୋଇଥାଏ। ଏହା ଦ୍ବାରା ଘରକୁ କୌଣସି ନକରାତ୍ମକ ଶକ୍ତି ଆସିନଥାଏ। ଏହା ଘରର ଅନେକ ପ୍ରକାରର ବାସ୍ତୁଦୋଷକୁ ଦୂର କରିଥାଏ। ଏହା ସକରାତ୍ମକ ଉର୍ଜାକୁ ନିଜ ଆଡକୁ ଆକର୍ଷଣ କରିଥାଏ।

ବଇଁଶୀ। ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ସ୍ୱର ଶୁଣି ଗୋପୀ ମାନେ ତାଙ୍କ ଆଡ଼କୁ ଟାଣି ହୋଇ ଆସୁଥିଲେ। ଏହା ପ୍ରେମ ଏବଂ ଆନନ୍ଦର ପ୍ରତୀକ ଅଟେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ବଂଶୀ ନିଶ୍ଚୟ ସାମିଲ କରନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ବନି ରହିଥାଏ। ଘରେ ରଖିଲେ ବାସ୍ତୁଦୋଷ ବି ଦୂର ହୋଇଥାଏ।

ମୟୁର ମୁକୁଟ। ଏମିତି ମାନ୍ୟତା ଅଛି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ କାଳ ସ୍ୱର୍ପ ଯୋଗଥିଲା ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ସର୍ବଦା ମୟୁର ମୁକୁଟ ଧାରଣ କରୁଥିଲେ। ମୟୁର ଏବଂ ସାପ ମଧ୍ୟରେ ଭୀଷଣ ଶତ୍ରୁତା ଅଛି। ସେଥିପାଇଁ ମସ୍ତକରେ ସର୍ବଦା ମୟୁର ମୁକୁଟ ଧାରଣ କରିଲେ କାଳ ସ୍ୱର୍ପ ଯୋଗର ଦୋଷ କମ ହଁଏଉଥିଲା। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁର ମୁକୁଟ ପିନ୍ଧାଇବା ଦ୍ୱାରା କାଳ ସ୍ୱର୍ପ ଦୋଷ ଦୂର ହୋଇଥାଏ।

ଲହୁଣୀ ମିଶ୍ରି। ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀ ବହୁତ ପ୍ରିୟ ଅଟେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଲହୁଣୀ ନିଶ୍ଚୟ ତାଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ।

ଦୋଳି। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାଇବାର ପରମ୍ପରା ଅନେକ ଯୁଗରୁ ଚାଲି ଆସୁଛି। ସେଥିପାଇଁ ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳି ଭେଟ କଲେ ପ୍ରେମ ଏବଂ ଆନନ୍ଦର ପ୍ରାପ୍ତି ହୋଇଥାଏ।

ହଳଦିଆ ବସ୍ତ୍ର। ଜନ୍ମ ଉତ୍ସବ ସମୟରେ ଭଗବାନଙ୍କ ବାଳ ସ୍ୱରୂପକୁ ପଞ୍ଚାମୃତରେ ସ୍ନାନ କରେଇବା ପରେ ନୂତନ ହଳଦିଆ ବସ୍ତ୍ର ଧାରଣ କରାଯାଏ।

ଗାଇ ବାଛୁରୀ। ଭଗବାନ ଶ୍ରୀକୃଷ୍ଣଙ୍କର ନିବାସ ଗୋଲକ ମାନାଯାଏ। ଗାଈ ଭଗବାନଙ୍କର ସହଚର ଅଟେ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଗାଈ ଏବଂ ବାଛୁରୀ ର ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ । ଘରେ ଚାନ୍ଦିର ଗାଈ ବାଛୁରୀ ରଖିଲେ ବହୁତ ଶୁଭ ଫଳ ମିଳିଥାଏ। ଏଥିପାଇଁ ଜନ୍ମାଷ୍ଟମୀ ପୂର୍ବରୁ ଚାନ୍ଦିର ଗାଈ ବାଛୁରୀ ଘରକୁ ନେଇ ଆସନ୍ତୁ ଏବଂ ଯଦି ଚାନ୍ଦିର ଆଣି ପାରିବେ ନାହିଁ ତ ମାଟିରେ ବି ଆଣିପାରିବେ। ନଚେତ ଗାଈ ବାଛୁରୀର ଫୋଟକୁ ବି ଆଣି ଘରର ଇସାଣ କୋଣରେ ଲଗାଇ ପାରିବେ।

ଗୀତା ପୋଥି। ଗୀତା ଜ୍ଞାନର ମାର୍ଗ ଦେଖାଇଥାଏ। ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ କୁହାଯାଏ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଗୀତାର ପୋଥି ନିଶ୍ଚୟ ରଖିବା ଉଚିତ ଏବଂ ରାତିରେ ଉଜାଗର କରିବା ସମୟରେ ଗୀତାର ପାଠ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *