Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ବ୍ରତ ରଖିବା ପୂର୍ବରୁ ଜାଣି ରଖନ୍ତୁ ଏହି ସମ୍ବନ୍ଧିତ କିଛି ବିଶେଷ ସୂଚନା।

ସେୟାର୍ କରନ୍ତୁ

ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି। କୁହାଯାଏ କି ଜନ୍ମାଷ୍ଟମୀ ପର୍ବ ଦିନ ଯଜ୍ଞ ଓ ବ୍ରତ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ ଏବଂ ଧନ ସଂପତ୍ତି ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କ ମାନଙ୍କୁ ଜନ୍ମାଷ୍ଟମୀ ବିଷୟରେ କିଛି ବିଶେଷ ବିବରଣୀ ଜଣାଇବା ପାଇଁ ଯାଉଛୁ। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବେ, ଆସନ୍ତୁ ସେହି ବିଷୟରେ ଜାଣିବା।

ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଧର୍ମକୁ ନାଶ କରି ଧର୍ମ ସ୍ଥାପନା କରିବା ପାଇଁ ହୋଇଥିଲା। ତେଣୁ ଏବିଦିନକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହି ପର୍ବ ସାରା ଭାରତରେ ହିନ୍ଦୁ ମାନଙ୍କ ଦ୍ଵାରା ପାଳନ କରାଯାଇଥାଏ। ଏହି ବର୍ଷ ଅଗଷ୍ଟ ମାସ ୧୮ ତାରିଖ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହେବ ଏବଂ ଏହା ଅଗଷ୍ଟ ୧୯ ତାରିଖ ରାତି ୧୧ ଘଟିକା ପର୍ଯ୍ୟନ୍ତ ରହିବ।

ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତ, ଫଳ, ଧୂପ ଦୀପ, ତୁଳସୀ, ଅରୂପ ଚାଉଳ, ଆଦି ଅର୍ପଣ କରିବା ଉଚିତ। ଏହିଦିନ ମୟୂର ପର, ବଇଁଶୀ ଆଦି କିଣି ଘରକୁ ଆଣିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଜନ୍ମାଷ୍ଟମୀ ଦିନ ଆପଣ ସକାଳୁ ଉଠି ସ୍ନାନ ଓ ନିତ୍ୟକର୍ମ ସାରି ପ୍ରଥମେ ନିତ୍ୟ ପୂଜା କରନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ। ଭଗବାନ ଶ୍ରୀକୃଷ୍ଣଙ୍କୁ ବିଧି ମୁତାବକ ପୂଜାର୍ଚ୍ଚନା କଲେ ଘର ପାଇଁ ଶୁଭ ହୋଇଥାଏ।ଜନ୍ମାଷ୍ଟମୀ ଦିନ ଅଧିକ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗା ଯାଇଥାଏ। ମାନ୍ୟତା ରହିଛି କି ପଞ୍ଚାମୃତ ବିନା ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ଅଧୁରା ଅଟେ।

ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ରଖୁ ନାହାନ୍ତି, ସେମାନଙ୍କୁ ଏହିଦିନ କେଉଁ ଜିନିଷ ସେବନ କରିବା ଉଚିତ ନୁହେଁ, ଆସନ୍ତୁ ଜାଣିବା। ଜନ୍ମାଷ୍ଟମୀ ଦିନ ମଶୁର ଡାଲି, ଆମିଷ, ବାଇଗଣ ଆଦି ସେବନ କରିବା ଉଚିତ ନୁହେଁ। କିନ୍ତୁ ଆପଣ ଫଳ ସେବନ କରି ପାରିବେ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *