Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀରେ ଏହାକୁ ଘରକୁ ନେଇ ଆସନ୍ତୁ ଛପର ଫାଡ଼ି ଆସିବ ଘରକୁ ଟଙ୍କା। ଏହି କଥା ୧୦୦% ଠିକ ଅଟେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀରେ ଏହାକୁ ଘରକୁ ନେଇ ଆସନ୍ତୁ ଛପର ଫାଡ଼ି ଆସିବ ଘରକୁ ଟଙ୍କା। ଏହି କଥା ୧୦୦% ଠିକ ଅଟେ।

ପ୍ରାଚୀନ କାଳରୁ କୃଷ୍ଣ ଜନ୍ମାଷ୍ଟମୀର ପର୍ବ ବଡ଼ ହିଁ ଶ୍ରଦ୍ଧା ଭାବରେ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣ ଭାଦ୍ରବ ମାସ ଶୁକ୍ଳପକ୍ଷରେ ଜନ୍ମଗ୍ରହଣ କରିଥିଲେ। ଭଗବାନ ଶ୍ରୀକୃଷ୍ଣ କଂସର ଅତ୍ୟାଚାରରୁ ବଞ୍ଚାଇବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇଥିଲେ। ମାନ୍ୟତା ଅନୁସାରେ ପ୍ରତ୍ୟକ ବର୍ଷ ଭାଦ୍ରବ ମାସର ଶୁକ୍ଳପକ୍ଷରେ ଅଷ୍ଟମୀ ତିଥିକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପର୍ବ ପାଳନ କରାଯାଏ। ଏହି ବ୍ରତ ରଖିଲେ ଅନେକ ବ୍ରତର ଫଳ ମିଳିଥାଏ। ଏହି ପର୍ବ ବହୁତ ହସ ଉଲ୍ଲାସରେ ପାଳନ କରାଯାଏ। ଏହି ପର୍ବରେ ଭକ୍ତ ଉପବାସ ରଖିଥାନ୍ତି ଏବଂ ଡେରି ରାତି ପର୍ଯ୍ୟନ୍ତ ଭଜନ କୀର୍ତ୍ତନ କରିଥାନ୍ତି।

ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଦିନ ବିଶେଷ ଭାବେ ପୂଜା କରାଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟ ସ୍ୱରୂପକୁ ପୂଜା କରାଯାଏ। ଘରେ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦୋଳି କରାଯାଏ ଏବଂ ଏହି ଦିନ ରାତି ୧୨ ଟା ପରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଏହି ପର୍ବକୁ ଭକ୍ତ ବହୁତ ହସ ଖୁସିରେ ପାଳନ କରିଥାନ୍ତି। ଏହି ଦିନ ବ୍ରତ ବି ରଖାଯାଏ ଏହାକୁ ବ୍ରତରାଜ ବି କୁହାଯାଏ। କୁହାଯାଏ ଯେ ଏହି ଦିନ ବ୍ରତ ରଖିଲେ ସମସ୍ତ କଷ୍ଟ ଏବଂ ସଙ୍କଟରୁ ମୁକ୍ତି ମିଳିଯାଏ।

ଆଜି ଆମେ ଏମିତି ଜିନିଷ ବିଷୟରେ ଜଣେଇବୁ ଯାହାକୁ ଆପଣ ଜନ୍ମାଷ୍ଟମୀ ପୂର୍ବରୁ ନିଜ ଘରକୁ ନେଇ ଆସନ୍ତୁ। ଯଦି ଏହିସବୁ ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ବି ନିଜ ଘରକୁ ନେଇ ଆସିବେ ତ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଅଷ୍ଟମୀ ତିଥି ଆରମ୍ଭ ହେବ ୧୮ ଅଗଷ୍ଟ ରାତି ୯:୨୦ ରେ ଏବଂ ତିଥିର ଶେଷ ହେବ ୧୯ ଅଗଷ୍ଟ ରାତି ୧୦:୫୯ ମିନିଟରେ। ଏହି ରାତି ନିଶିତା କାଳର ଶୁଭ ସମୟ ହେବ ତ ୧୮ ଅଗଷ୍ଟ ଗୁରୁବାର ୧୨:୩ ମିନିଟରୁ ୧୨: ୪୭ ମିନିଟ ପର୍ଯ୍ୟନ୍ତ ନିଶିତା କାଳରେ ଶୁଭ ମୁହୂର୍ତ୍ତ ଅଟେ। ଏହା ୪୪ ମିନିଟ ରହିବ। ପାଳନ ସମୟ ୧୯ ଅଗଷ୍ଟରେ ସକାଳ ୫:୫୨ ମିନିଟ ପରେ ହେବ। ଅଷ୍ଟମୀ ତିଥିର ରାତି ୧୨ ଟା ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା ତ ୧୮ ଅଗଷ୍ଟରେ ହିଁ ଏହି ପର୍ବ ପାଳନ କରାଯିବ। ଏହି ସମୟରେ ଯେଉଁ ବି ଶୁଭ କାର୍ଯ୍ୟ କରିବେ ସେଥିରେ ଲାଭ ମିଳିବ।

ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହା ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ନିଶ୍ଚୟ ଆଣିବା ଉଚିତ। ଆଜି ଆମେ ୮ ଟି ଜିନିଷ ବିଷୟରେ ଜଣେଇବୁ ଯାହା ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରିୟ ଅଟେ। ଏହି ସବୁ ଜିନିଷ ମଧ୍ୟରୁ ଗୋଟେ ବି ଜିନିଷ ଆଣିପାରିବେ ଏବଂ ଆଣି ଭଗବାନ ଶ୍ରୀକୃଷ୍ଣଙ୍କୁ ନିଶ୍ଚୟ ଅର୍ପଣ କରିବେ ତ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ମୟୁରପୁଙ୍ଖ। ଏହି ମୟୁରପୁଙ୍ଖ ରାଧାକୃଷ୍ଣଙ୍କର ପ୍ରେମର ପ୍ରତୀକ ମାନାଯାଏ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ମୟୁରପୁଙ୍ଖରେ ଚାମର କରାଯାଏ। ଜନ୍ମାଷ୍ଟମୀ ଦିନ ନିଶ୍ଚୟ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ମୟୁରପୁଙ୍ଖ ବ୍ୟବହାର କରନ୍ତୁ। ଏହା ଦ୍ବାରା ଅମଙ୍ଗଳ ଦୂର ହୋଇଥାଏ। ଏହା ଦ୍ବାରା ଘରକୁ କୌଣସି ନକରାତ୍ମକ ଶକ୍ତି ଆସିନଥାଏ। ଏହା ଘରର ଅନେକ ପ୍ରକାରର ବାସ୍ତୁଦୋଷକୁ ଦୂର କରିଥାଏ। ଏହା ସକରାତ୍ମକ ଉର୍ଜାକୁ ନିଜ ଆଡକୁ ଆକର୍ଷଣ କରିଥାଏ

ବଂଶୀ। ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ସ୍ୱର ଶୁଣି ଗୋପୀ ମାନେ ତାଙ୍କ ଆଡ଼କୁ ଟାଣି ହୋଇ ଆସୁଥିଲେ। ଏହା ପ୍ରେମ ଏବଂ ଆନନ୍ଦର ପ୍ରତୀକ ଅଟେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ବଂଶୀ ନିଶ୍ଚୟ ସାମିଲ କରନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ବନି ରହିଥାଏ। ଘରେ ରଖିଲେ ବାସ୍ତୁଦୋଷ ବି ଦୂର ହୋଇଥାଏ।

ମୟୁର ମୁକୁଟ। ଏମିତି ମାନ୍ୟତା ଅଛି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ କାଳ ସ୍ୱର୍ପ ଯୋଗଥିଲା ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ସର୍ବଦା ମୟୁର ମୁକୁଟ ଧାରଣ କରୁଥିଲେ। ମୟୁର ଏବଂ ସାପ ମଧ୍ୟରେ ଭୀଷଣ ଶତ୍ରୁତା ଅଛି। ସେଥିପାଇଁ ମସ୍ତକରେ ସର୍ବଦା ମୟୁର ମୁକୁଟ ଧାରଣ କରିଲେ କାଳ ସ୍ୱର୍ପ ଯୋଗର ଦୋଷ କମ ହଁଏଉଥିଲା। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁର ମୁକୁଟ ପିନ୍ଧାଇବା ଦ୍ୱାରା କାଳ ସ୍ୱର୍ପ ଦୋଷ ଦୂର ହୋଇଥାଏ।

ଲହୁଣୀ ମିଶ୍ରି। ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀ ବହୁତ ପ୍ରିୟ ଅଟେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଲହୁଣୀ ନିଶ୍ଚୟ ତାଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ।

ଦୋଳି। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାଇବାର ପରମ୍ପରା ଅନେକ ଯୁଗରୁ ଚାଲି ଆସୁଛି। ସେଥିପାଇଁ ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳି ଭେଟ କଲେ ପ୍ରେମ ଏବଂ ଆନନ୍ଦର ପ୍ରାପ୍ତି ହୋଇଥାଏ।

ହଳଦିଆ ବସ୍ତ୍ର। ଜନ୍ମ ଉତ୍ସବ ସମୟରେ ଭଗବାନଙ୍କ ବାଳ ସ୍ୱରୂପକୁ ପଞ୍ଚାମୃତରେ ସ୍ନାନ କରେଇବା ପରେ ନୂତନ ହଳଦିଆ ବସ୍ତ୍ର ଧାରଣ କରାଯାଏ।

ଗାଈ ବାଛୁରୀ । ଭଗବାନ ଶ୍ରୀକୃଷ୍ଣଙ୍କର ନିବାସ ଗୋଲକ ମାନାଯାଏ। ଗାଈ ଭଗବାନଙ୍କର ସହଚର ଅଟେ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଗାଈ ଏବଂ ବାଛୁରୀ ର ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ । ଘରେ ଚାନ୍ଦିର ଗାଈ ବାଛୁରୀ ରଖିଲେ ବହୁତ ଶୁଭ ଫଳ ମିଳିଥାଏ। ଏଥିପାଇଁ ଜନ୍ମାଷ୍ଟମୀ ପୂର୍ବରୁ ଚାନ୍ଦିର ଗାଈ ବାଛୁରୀ ଘରକୁ ନେଇ ଆସନ୍ତୁ ଏବଂ ଯଦି ଚାନ୍ଦିର ଆଣି ପାରିବେ ନାହିଁ ତ ମାଟିରେ ବି ଆଣିପାରିବେ। ନଚେତ ଗାଈ ବାଛୁରୀର ଫୋଟକୁ ବି ଆଣି ଘରର ଇସାଣ କୋଣରେ ଲଗାଇ ପାରିବେ।

ଗୀତା ପୋଥି। ଗୀତା ଜ୍ଞାନର ମାର୍ଗ ଦେଖାଇଥାଏ। ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ କୁହାଯାଏ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଗୀତାର ପୋଥି ନିଶ୍ଚୟ ରଖିବା ଉଚିତ ଏବଂ ରାତିରେ ଉଜାଗର ରହି ଗୀତାର ପାଠ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *