Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀରେ ଘରକୁ ନେଇ ଆସନ୍ତୁ ଏହି ୧ ଟି ଜିନିଷ। ଛପର ଫାଡ଼ି ବର୍ଷିବ ଧନ ଟଙ୍କା ଘରେ। ରୋଡ଼ପତି ବି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀରେ ଘରକୁ ନେଇ ଆସନ୍ତୁ ଏହି ୧ ଟି ଜିନିଷ। ଛପର ଫାଡ଼ି ବର୍ଷିବ ଧନ ଟଙ୍କା ଘରେ। ରୋଡ଼ପତି ବି ହୋଇଯିବେ କୋଟିପତି।

ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପର୍ବ ପପାଳନ କରାଯାଏ। ଏହି ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷରେ ଅଷ୍ଟମୀ ତିଥିକୁ ଶ୍ରଦ୍ଧା ଭାବରେ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥାନ୍ତି। । ଏହି ଦିନ ବ୍ରତ ବି ରଖାଯାଏ ଏବଂ ପୂଜାପାଠ ବି କରଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରାତିରେ ଜନ୍ମ ହୋଇଥିଲେ। ଏହି ଦିନ ବ୍ରତ ରଖିଲେ ଭଗବାନ ଶ୍ରୀକୃଷ୍ଣ ନିସନ୍ତାନଙ୍କୁ ସନ୍ତାନର ସୁଖ ଦେଇଥାନ୍ତି। ଭଗବାନ ଶ୍ରୀକୃଷ୍ଣ ତାଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।

ଏହି ଦିନ ବିଭିନ୍ନ ପ୍ରକାରର ପ୍ରୟୋଗ ବି କରାଯାଏ। ସୁଖ ସମୃଦ୍ଧି ପାଇବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଧନର ସମସ୍ୟାକୁ ଦୂର କରିଥାନ୍ତି। କୌଣସି ଭୌତିକ ସୁଖ ସୁବିଧା ପାଇଁ ଏହି ଦିନ ଏହି ବ୍ରତ ମଧ୍ୟ ରଖାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିଲେ ପ୍ରେମ ସୁଖ ଆନନ୍ଦ ବଢିଥାଏ। ଜନ୍ମାଷ୍ଟମୀ ପର୍ବ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଜିନିଷ ଆପଣ ନିଜ ଘରକୁ ନେଇ ଆସନ୍ତୁ କାରଣ ତାଙ୍କର ପୂଜାରେ ଏହି ଜିନିଷ ବ୍ୟବହାର କରିବା ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା।

ଚନ୍ଦନ। ଘରେ ଚନ୍ଦନ ରହିବା ସର୍ବଦା ଶୁଭ ମାନାଯାଏ। ଯେଉଁ ଘରେ ଚନ୍ଦନ ଥାଏ ସେହି ଘରେ ରାହୁ ଏକ୍ଟିଭ ରହେ ନାହିଁ। ରାହୁ ସେହି ଜାଗାରେ ରହୁଥିବା ଲୋକଙ୍କର କ୍ଷତି କରିପାରେ ନାହିଁ। ଚନ୍ଦନକୁ ସମସ୍ତ ଦେବୀ ଦେବତାଙ୍କ ପୂଜାରେ ବ୍ୟବହାର କରାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ଚନ୍ଦନର ତିଳକ ଲଗାଇଲେ ମନକୁ ଶାନ୍ତି ମିଳିଥାଏ ଏବଂ ଏହାର ତିଳକ ନିଜେ ଲଗାଇଲେ ମଧ୍ୟ ମନକୁ ଶାନ୍ତି ମିଳିଥାଏ।

ବୀଣା। ଘରେ କେଉଁଠି ଶାନ୍ତ ଜାଗାରେ ବୀଣା ରଖନ୍ତୁ। ଘରେ ବୀଣା ରଖିଲେ ମା ସ୍ୱରସ୍ୱତୀଙ୍କ କୃପା ବର୍ଷା ହୋଇଥାଏ। ବଡ଼ ନହେଲେ ମଧ୍ୟ ଛୋଟ ବୀଣା ଟିଏ ଆଣିପାରିବେ କିମ୍ବା ଏହାର ଫୋଟ ମଧ୍ୟ ଆଣିପାରିବେ। ଏହା ଦ୍ୱାରା ଘରର ସଦସ୍ୟଙ୍କ ବୁଦ୍ଧିର ବିକାଶ ହୋଇଥାଏ। ଏହାକୁ ଘରକୁ ଆଣିଲେ ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଥାଏ। ସନ୍ତାନ ବହୁତ ଉନ୍ନତି କରିଥାନ୍ତି। ଧନର ସମସ୍ୟା କେବେବି ହୋଇନଥାଏ।

ଗାଈର ଘିଅ। ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈର ଘିଅ ବହୁତ ପ୍ରିୟ ଅଟେ। କୁହାଯାଏ ଯେଉଁ ଘରେ ଗାଈର ଶୁଦ୍ଧ ଘିଅ ଥାଏ ତାର ପ୍ରତିଦିନ ସେବନ କରାଯାଏ ତାଙ୍କ ଘରେ ସ୍ଵୟଂ ମା ଲକ୍ଷ୍ମୀ ବାସ କରିଥାନ୍ତି।

ମହୁ। ଯଦି ଏହା ଘରେ ଥାଏ ତ ଭଲ କଥା ଯଦି ନଥାଏ ତେବେ ଜନ୍ମାଷ୍ଟମୀ ପୂର୍ବରୁ ଏହାକୁ ଘରକୁ ନେଇ ଆସନ୍ତୁ। ଏହା ଘରେ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ। ଘରେ ପୂଜାରେ ମହୁ ରଖିବା ବହୁତ ଆବଶ୍ୟକ ଅଟେ। ଏହାକୁ ସମସ୍ତ ଦେବୀ ଦେଵତାଙ୍କ ପାଖରେ ଭୋଗ ଲଗାଯାଏ। ପ୍ରତିଦିନ ପୂଜାରେ ଏହାର ବ୍ୟବହାର କରିଲେ ସମସ୍ତ ଦେବୀ ଦେବତାଙ୍କ କୃପା ବର୍ଷା ହୋଇଥାଏ।

ଗଙ୍ଗା ଜଳ। ଗଙ୍ଗା ଜଳ ଥିଲେ ଭଲ କଥା ଯଦି ନଥାଏ ତେବେ ଶୁଦ୍ଧ ଜଳ ମଧ୍ୟ ନେଇପାରିବେ। ଘରକୁ ଆସୁଥିବା ଅତିଥୀଙ୍କର ସ୍ୱାଗତ ଶୁଦ୍ଧ ଜଳରେ କରିଲେ କୁଣ୍ଡଳୀରେ ଥିବା ସମସ୍ତ ଦୋଷ ଶେଷ ହୋଇଯାଇଥାଏ।

ବଂଶୀ। ଭଗବାନ ଶ୍ରୀକୃଷ୍ଣଙ୍କୁ ବଂଶୀ ବହୁତ ପ୍ରିୟ ଅଟେ। ଏହା ପ୍ରେମ ଏବଂ ଆନନ୍ଦର ପ୍ରତୀକ ଅଟେ। ଯେଉଁ ଘରେ ବଂଶୀ ଥାଏ ସେହି ଘରେ ଧନ ଏବଂ ପ୍ରେମର କମି ହୋଇନଥାଏ। ବାସ୍ତୁ ଅନୁସାରେ ଏହାକୁ ଘରେ ରଖିଲେ ଶୁଭ ହୋଇଥାଏ। ଏହାକୁ ଘରେ ରଖିଲେ ଘରେ ଥିବା କ୍ଳେଶ ସମସ୍ୟା ଦୂର ହୋଇଥାଏ। ଏହାକୁ ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ନିଶ୍ଚୟ ନେଇ ଆସନ୍ତୁ।

ବାଲ ଗୋପାଳଙ୍କ ମୂର୍ତି କିମ୍ବା ଫୋଟ। ଯଦି ନିସନ୍ତାନ ସନ୍ତାନକୁ ନେଇ ଚିନ୍ତିତ ଅଛନ୍ତି ତ ନିଜର ଘରର କାନ୍ଥରେ ବାଲ ଗୋପାଳଙ୍କ ଫୋଟ ନିଶ୍ଚୟ ଲଗାନ୍ତୁ। ଏହାକୁ ଘରେ ଲଗାଇଲେ ମନରେ ଥିବା ଆଶା ପୂରଣ ହୋଇଥାଏ। ଜୀବନରେ ସମସ୍ୟା ଶେଷ ହୋଇଥାଏ। ସମସ୍ତ ଦୁଃଖ ଶେଷ ହୋଇଥାଏ। ମନ ପ୍ରସନ୍ନ ରହିଥାଏ।

ଜୀବନରେ ଅଧିକ ସମସ୍ୟା ଥିଲେ ଦୁଃଖ ଥିଲେ ଜନ୍ମାଷ୍ଟମୀ ଦିନ ପୂର୍ବରୁ କିମ୍ବା ସେହି ଦିନ ଘରକୁ ଗାଈ ଏବଂ ବାଛୁରୀର ମୂର୍ତ୍ତି ନେଇ ଆସନ୍ତୁ। କୁହାଯାଏ ଏହି ଫୋଟ କିମ୍ବା ମୂର୍ତି ଯେଉଁ ଘରେ ଥାଏ ସେହି ଘରେ ଧନର ସମସ୍ୟା ଧୀରେ ଧୀରେ ଦୂର ହୋଇଥାଏ। ଆର୍ଥିକ ସ୍ଥିତିର ସୁଧାର ଆସିଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କର କୃପା ପାଇବା ପାଇଁ ସିଙ୍ଗାରହାର ଫୁଲ ଆପଣ ନିଶ୍ଚୟ ଅର୍ପଣ କରନ୍ତୁ। କାରଣ ଯେଉଁ ଘରେ ସିଙ୍ଗାରହାର ଫୁଲ ଗଛ ଥାଏ ବା ଯେଉଁ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଏହି ଫୁଲ ବ୍ୟବହାର କରାଯାଏ ତାଙ୍କର ସମସ୍ତ ମନସ୍କାମନା ଭଗବାନ ଶ୍ରୀକୃଷ୍ଣ ପୁରା କରିଦିଅନ୍ତି।

ବାଲ ଗୋପାଳଙ୍କର ଶଙ୍ଖରେ କ୍ଷୀର ଭର୍ତି କରି ଅଭିଷେକ କରିଲେ ମୟୁରପୁଙ୍ଖ ଅର୍ପଣ କରିଲେ ଭଗବାନ ଶ୍ରୀକୃଷ୍ଣ ବହୁତ ପ୍ରସନ୍ନ ହୋଇଥାନ୍ତି।

ଜୀବନରେ ସମସ୍ତ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ଆପଣଙ୍କୁ ମିଳୁ ତେବେ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଛୋଟ ଚାନ୍ଦିର ବଂଶୀ ନିଶ୍ଚୟ ଅର୍ପଣ କରନ୍ତୁ ଏବଂ ଏହାକୁ ଚାହିଁଲେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ରଖିପାରିବେ ନଚେତ ଆଣି ନିଜ ଆଲମାରିରେ ମଧ୍ୟ ରଖିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *