Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟ ଦୁଆରରେ ଏହି ଜିନିଷର ସିଞ୍ଚନ କରନ୍ତୁ। ଦେଖିବେ ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ତ୍ଵ ଦିଆଯାଇଥାଏ। କୁହାଯାଏ କି ଯେଉଁ ଘରର ବାସ୍ତୁ ଉତ୍ତମ ରହିଥାଏ, ସେଠାରେ ସବୁକିଛି ଶୁଭ ହୋଇଥାଏ। ଏହାସହିତ ସେଠାରେ କେବେବି ଦୁଃଖକଷ୍ଟ ଦେଖା ଯାଏ ନାହିଁ। ଘରେ ବାସ୍ତୁ ଠିକ୍ ନରହିଲେ, ଦୁଃଖକଷ୍ଟ, ଅଶାନ୍ତି, ଦାରିଦ୍ର୍ୟତା ସୃଷ୍ଟି ହୋଇଥାଏ। ଆପଣଙ୍କ ଘରର ସକାରାତ୍ମକ ଓ ନକାରାତ୍ମକ ଉର୍ଜାର ପ୍ରଭାବ ବାସ୍ତୁ ଉପରେ ଗଭୀର ପ୍ରଭାବ ପକାଇ ଥାଏ।

ଘରେ ନକାରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଉର୍ଜା ବୃଦ୍ଧି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ଘରକୁ ସର୍ବଦା ସଫାସୁତୁରା ରଖିବା ପାଇଁ ଉପଦେଶ ଦିଆଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଘରର ଦୁଆର ମୁହଁରେ ପାଣି ସିଞ୍ଚନ କରିବା ଦ୍ଵାରା କେଉଁ ସବୁ ସମସ୍ୟା ଦୂର ହୋଇଥାଏ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତମ୍ବା ପାତ୍ରରେ ଥିବା ପାଣି :-

ହିନ୍ଦୁ ଧର୍ମରେ ତମ୍ବାର ଲୋଟାକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ତମ୍ବା ଏକ ଶୁଭ ଧାତୁ ଅଟେ। ଏହାର ବ୍ୟବହାର ପ୍ରତ୍ୟେକ ପୂଜା କାର୍ଯ୍ୟରେ କରାଯାଇଥାଏ। ଆପଣ ମାନେ ମଧ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ବା ମନ୍ଦିରରେ ତମ୍ବା ଧାତୁର ଲୋଟାରେ ପାଣି ଭରି ରଖା ଯାଇଥିବାର ଦେଖି ଥିବେ। ଏହି ତମ୍ବା ପାତ୍ରରେ ଭଗବାନଙ୍କୁ ଜଳ ଅଭିଷେକ କରାଯାଇଥାଏ। ଯଦି ଆପଣ ତମ୍ବା ଲୋଟାରେ ଜଳ ଭରି ଘରର ମୁଖ୍ୟ ଦୁଆର ମୁହଁରେ ରଖନ୍ତି, ତାହେଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘର ଆଡ଼କୁ ଆକର୍ଷିତ ହୋଇଥାନ୍ତି।ଏହାଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ଏବଂ ଧନ ସମ୍ପତ୍ତି ବୃଦ୍ଧି ହୁଏ।

ହଳଦୀ ପାଣିର ସିଞ୍ଚନ :-

ହିନ୍ଦୁ ଧର୍ମରେ ହଳଦୀକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଦେବୀ ଓ ଦେବତା ମାନଙ୍କର ପୂଜାର୍ଚ୍ଚନା ସମୟରେ ହଳଦୀର ବ୍ୟବହାର ହୋଇଥାଏ। ଏହାସହିତ ପ୍ରତ୍ୟେକ ରୋଷେଇ ଘରେ ହଳଦୀ ରହିଥାଏ, କାରଣ ଭୋଜନ ପ୍ରସ୍ତୁତି ସମୟରେ ହଳଦୀ ବ୍ୟବହାର କରାଯାଇଥାଏ। ହଳଦୀରେ ପ୍ରଚୁର ପରିମାଣରେ ଆୟୁର୍ବେଦିକ ଗୁଣ ରହିଛି।

ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯଦି ଆପଣ ପ୍ରତ୍ୟେକଦିନ ଘରର ମୁଖ୍ୟ ଦୁଆରରେ ହଳଦୀ ପାଣିର ସିଞ୍ଚନ କରିବେ, ତାହେଲେ ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଏହାସହିତ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ। ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହେବ। ଧନ ସଂପତ୍ତିରେ ମଧ୍ୟ ବୃଦ୍ଧି ହେବ।

ଲୁଣ ପାଣିର ସିଞ୍ଚନ :-

ବାସ୍ତୁ ଶାସ୍ତ୍ରରେ ଘରେ ଲୁଣ ପାଣିର ସିଞ୍ଚନକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ଘରେ ଲୁଣ ପାଣି ସିଞ୍ଚନ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ଏହାସହିତ ପରିବାର ଲୋକଙ୍କ ଉନ୍ନତି ହୋଇଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *