Excuse Me Odisha

ଯାହା କହିବୁ ସତ କହିବୁ

ଏହି ୨ ଟି ଜିନିଷ ସର୍ବଦା ନିଜ ପର୍ସରେ ରଖନ୍ତୁ ଦୁନିଆ ସାରା ଛାଇଯିବେ ଯାହା ଚାହିଁବେ ତାହା କରିପାରିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୨ ଟି ଜିନିଷ ସର୍ବଦା ନିଜ ପର୍ସରେ ରଖନ୍ତୁ ଦୁନିଆ ସାରା ଛାଇଯିବେ ଯାହା ଚାହିଁବେ ତାହା କରିପାରିବେ।

ଆଜି ଆମେ ଏମିତି ଉପାୟ ଜଣେଇବୁ ଯାହା ଦ୍ୱାରା ଆପଣ ଧନହାନିରୁ ବଞ୍ଚି ପାରିବେ। ଆପଣଙ୍କ ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ଧନ ଆପଣଙ୍କ ଆଡ଼କୁ ଆପେ ଆପେ ଚାଲି ଆସିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପର୍ସ ସର୍ବଦା ଭରି ରହିବ। ଆଜିର ଦୁନିଆରେ ଧନ ସମସ୍ତଙ୍କର ଆବଶ୍ୟକ ଅଟେ। କୁହାଯାଏ ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି କେବେବି କାହା ପାଖରେ ରୁହନ୍ତି ନାହିଁ।

ଯେତେ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା ରହେ ନାହିଁ ଏହାର କାରଣ ପର୍ସରେ ରଖାଯାଉଥିବା କିଛି ଏମିତି ଜିନିଷ ବି ହୋଇପାରେ ଯାହା ନକରାତ୍ମକ ପ୍ରଭାବ ପକାଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଜାଗାରେ ଧନ ରଖାଯାଏ ସେହି ଜାଗାକୁ ଦୂଷିତ ରଖନ୍ତୁ ନାହିଁ ସର୍ବଦା ପରିଷ୍କାର ରଖନ୍ତୁ। ଆଜି ଆମେ ଏମିତି ଉପାୟ ଜଣେଇବୁ ଯାହା ଦ୍ୱାରା ଧନର ହାନି ହେବନାହିଁ।

ଆଜିକାଲି ଲୋକଙ୍କ ପାଖରେ ଟଙ୍କା ରଖିବା ପାଇଁ ଛୋଟ ବଡ଼ ପର୍ସ ନିଶ୍ଚୟ ଥାଏ। ପର୍ସର ଖରାପ ସ୍ଥିତି ଅନାବଶ୍ୟକ ଖର୍ଚ୍ଚକୁ ବଢାଇଥାଏ। କେବେ କେବେ ନିଜ ପର୍ସକୁ ଅପରିଷ୍କାର କରି ରଖିଦେଇଥାଉ। ଅନାଵଶ୍ୟକ ଜିନିଷ ରଖି ଦେଇଥାଉ ଏହା ଦ୍ବାରା ଆର୍ଥିକ କ୍ଷତି ହେବା ସହିତ ଉନ୍ନତି ମଧ୍ୟ ହୋଇନଥାଏ। ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ପାଇଁ ପର୍ସରେ କଣ ରଖିବା ଉଚିତ କଣ ରଖିବା ଉଚିତ ନୁହେଁ।

ପର୍ସକୁ ସର୍ବଦା ବ୍ୟବସ୍ଥିତ ଏବଂ ସ୍ୱଚ୍ଛ ରଖିବା ଉଚିତ। ଏହା ଆପଣଙ୍କ ଧନ ରଖିବାର ସ୍ଥାନ ଅଟେ। ଯଦି ଆପଣଙ୍କ ପର୍ସ ପୁରୁଣା ହୋଇଯାଇଛି ଛିଣ୍ଡି ଯାଇଛି ତ ତୁରନ୍ତ ବଦଳାଇ ଦିଅନ୍ତୁ। ଧ୍ୟାନ ରଖିବେ ପର୍ସ ମେରୁନ ଲାଲ ଏବଂ ଗୋଲାପୀ ରଙ୍ଗର ହେବା ଉଚିତ। ଏମିତି ପର୍ସ ଧନକୁ ଅଟକାଇ କରି ରଖିଥାଏ।

କଳା ଏବଂ ବାଦାମୀ ରଙ୍ଗର ପର୍ସରେ ଟଙ୍କା ଯିବା ଆସିବା ଲାଗି ରହିଥାଏ।

ଯେବେବି ନୂତନ ପର୍ସ ନେବେ ତ ସର୍ବପ୍ରଥମେ ନିଜ ମାଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ ୧ ଟଙ୍କା ମାଗି କରି ରଖିଦିଅନ୍ତୁ। ଏହାକୁ କେବେବି ଖର୍ଚ୍ଚ କରନ୍ତୁ ନାହିଁ। ଏହା ଦ୍ବାରା ଧନର ବୃଦ୍ଧି ହୋଇଥାଏ। ନଚେତ ଆପଣଙ୍କ ଘରର କୌଣସି ବଡ଼ ଲୋକଙ୍କ ଠାରୁ ମଧ୍ୟ ୧ ଟଙ୍କା ମାଗି ରଖିପାରିବେ।

ଯଦି ଆପଣଙ୍କ ପାଖକୁ ହଳଦୀ ଲାଗିଥିବା ଟଙ୍କା ଆସିଯାଏ ତ ତାହାକୁ ସମ୍ଭାଳି କରି ପର୍ସରେ ରଖିଦିଅନ୍ତୁ। ଏହାକୁ ଖର୍ଚ୍ଚ କରନ୍ତୁ ନାହିଁ। ମାନ୍ୟତା ଅନୁସାରେ ଏହା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ବନି ରହିଥାଏ।

ସର୍ବଦା ପର୍ସକୁ ବାମ ସାଇଟ ପକେଟରେ ରଖିବାକୁ ଶୁଭ ମାନାଯାଏ।

କିଛି ଜିନିଷ ପର୍ସରେ ରଖିଲେ ଦୋଷ ଉତ୍ପନ୍ନ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ପର୍ସରେ ରଖିବା ଅଶୁଭ ମାନାଯାଏ।

ବାସ୍ତୁ ଅନୁସାରେ ପର୍ସରେ ଟଙ୍କା ପଇସା ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖିବା ଉଚିତ ନୁହେଁ। ଅନାବଶ୍ୟକ ଜିନିଷକୁ ପର୍ସରୁ ବାହାର କରିଦିଅନ୍ତୁ। ପର୍ସରେ କୌଣସି ପ୍ରକାରର ଅପବିତ୍ର ଵସ୍ତୁ ରଖନ୍ତୁ ନାହିଁ। ଖାଇବା ପିଇବା ଜିନିଷ ପାନ ମସଲା ରଖନ୍ତୁ ନାହିଁ। ପର୍ସରେ ମେଡ଼ିସିନ ବି ରଖନ୍ତୁ ନାହିଁ। ଏହା ଦ୍ୱାରା ବିମାରି ବଢିଥାଏ। ଧନ ଖର୍ଚ୍ଚ ହୋଇଥାଏ।

ପର୍ସରେ ଛୋଟ କାଗଜ ଓ ବିଲ ରଖନ୍ତୁ ନାହିଁ। ଏହା ନକରାତ୍ମକ ଉର୍ଜାକୁ ବଢାଇଥାଏ ଓ ଧାନ ହାନି ହୋଇଥାଏ।

ନିଜ ପର୍ଶରେ କୌଣସି ମୃତ ବ୍ୟକ୍ତିର ଫୋଟୋ ରଖିବା କଥା ନୁହେଁ।

ପର୍ସରେ ନୋଟ ଏବଂ କଏନକୁ ଏକା ସହିତ ରଖନ୍ତୁ ନାହିଁ ଅଲଗା ଅଲଗା କରି ରଖନ୍ତୁ। ଏହା ଦ୍ବାରା ବି ଧନ ହାନି ହୋଇଥାଏ। ଏହା ସହିତ ଖୁଚୁରାର ଅନାବଶ୍ୟକ ଆବାଜରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେଥିପାଇଁ ନୋଟ ଓ ଖୁଚୁରା ପଇସାକୁ ଅଲଗା ଅଲଗା ରଖନ୍ତୁ।

ପର୍ସରେ କେବେବି ଚାବି ରଖିବା ଉଚିତ ନୁହେଁ। ଏହା ଦ୍ୱାରା ବ୍ୟକ୍ତିକୁ ସର୍ବଦା କ୍ଷତି ସହିବାକୁ ପଡିଥାଏ।

ଯଦି କାହାକୁ ଉଧାର କରିଥିବା ଟଙ୍କା ଫେରସ୍ତ କରିବାକୁ ଯାଉଛନ୍ତି ତ ସେହି ଟଙ୍କାକୁ ନିଜ ପର୍ସରେ ରଖନ୍ତୁ ନାହିଁ। ଏହା ଦ୍ବାରା କରଜ ବଢିଥାଏ।

ଆସନ୍ତୁ ଜାଣିବା ପର୍ସରେ କେଉଁ ଜିନିଷ ରଖିଲେ ଧନର ଆଗମନ ହୋଇଥାଏ। ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ଆର୍ଥିକ ସ୍ଥିତିକୁ ମଜବୁତ ରଖିବା ପାଇଁ ପର୍ସରେ ଚାନ୍ଦି କିମ୍ବା କାଚର ଗୋଲୀ ରଖିବା ଶୁଭ ମାନାଯାଏ।

ପର୍ସରେ ଧାର୍ମିକ ଜିନିଷ ନିଶ୍ଚୟ ରଖନ୍ତୁ।

ପର୍ସରେ ଖ୍ରୀଷ୍ଟଲ ଚାନ୍ଦିର କଏନ ଶ୍ରୀଯନ୍ତ୍ର ହଳଦୀର ଖଣ୍ଡ ପିରାମିଡ ଲାଲ ସୁତା ଦେବୀ ଦେବତାଙ୍କର ଫୋଟ ଆଦି ଜିନିଷ ରଖିଲେ ସକରାତ୍ମକ ଉର୍ଜା ବଢିଥାଏ। କାର୍ଯ୍ୟରେ ବାଧା ବିଘ୍ନ ଆସିନଥାଏ। ପର୍ସରେ ଦେବୀ ଦେବତାଙ୍କ ଫୋଟ ରଖିଲେ ଅଧାର୍ମିକ ସ୍ଥାନକୁ ଯିବେ ନାହିଁ।

ମା ଲକ୍ଷ୍ମୀଙ୍କ ପାଖରେ ଗୋମତି ଚକ୍ର ପୂଜା କରି ନିଜ ପର୍ସରେ ରଖନ୍ତୁ। ଏହା ବହୁତ ଶୁଭ ହୋଇଥାଏ।

ମା ଲକ୍ଷ୍ମୀଙ୍କ ପୂଜାରେ ଲାଗିଥିବା ହଳଦିଆ କଉଡ଼ି ପର୍ସରେ ରଖିଲେ ଅପାର ଧନ ବୃଦ୍ଧି ହୋଇଥାଏ।

ଏହିସବୁ ଉପାୟ କରିବା ସହିତ ପରିଶ୍ରମ ବି କରିବା ଉଚିତ। ଅନାଵଶ୍ୟକ ଖର୍ଚ୍ଚ ଠାରୁ ବି ଦୂରେଇ ରହିବା ଉଚିତ।

କୌଣସି ଗୁରୁବାର ଦିନ ଏକ ପାତ୍ରରେ ହଳଦୀ ଖଣ୍ଡ ରଖନ୍ତୁ। ଏହା ସହିତ ସୁନା କିମ୍ବା ଚାନ୍ଦିର କଏନ ରଖନ୍ତୁ ଗୋଟେ ଲାଲ ସୂତା ରଖନ୍ତୁ ୨୧ ଟି ଦାନା ଚାଉଳରେ ହଳଦୀ ଲଗାଇ ସେହି ପାତ୍ରରେ ରଖିଦିଅନ୍ତୁ। ଏହାପରେ ସେହି ପାତ୍ରକୁ ମା ଲକ୍ଷ୍ମୀଙ୍କ ସମୁଖରେ ରଖିଦିଅନ୍ତୁ। ଏହିସବୁ କୁ ଧୂପ ଦୀପ ନୈବେଦ୍ୟ ଆଦିରେ ପୂଜା କରନ୍ତୁ।

ମାଙ୍କ ସୁମଖରେ ଆସନ ପକାଇ ବସି ଚନ୍ଦନ ମାଳାଇ ଓଁ ମାହା ଲକ୍ଷ୍ମୀୟେ ନମଃ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ମାଙ୍କୁ ନିଜର ମନସ୍କାମନା କୁହନ୍ତୁ। ଏହାପରେ ସେହି ପାତ୍ରରୁ କୌଣସି ବି ଗୋଟିଏ ଜିନିଷ ବାହାର କରି ନିଜ ପର୍ସରେ ରଖିଦିଅନ୍ତୁ। ଅନ୍ୟ ସବୁ ଜିନିଷକୁ ଲାଲ କପଡ଼ାରେ ବାନ୍ଧି କରି ପୋଟଳି ବନାନ୍ତୁ ଏହି ପୋଟଳିକୁ ଘରର ଆଲମାରୀରେ ରଖିଦିଅନ୍ତୁ। ଏହା ବହୁତ ଲାଭ ଦେଇଥାଏ। ଆପଣଙ୍କ ପର୍ସ ସର୍ବଦା ଭରି ରହିବ। ଆପଣଙ୍କ ଆଲମାରୀ ସର୍ବଦା ଟଙ୍କାରେ ଭରା ରହିବ।

ନାଲି ରଙ୍ଗର କାଜ ଦ୍ଵାରା ଆପଣଙ୍କର ଅନେକ ଇଚ୍ଛା ପୂରଣ ହୋଇ ପାରିବ। ଏହି କାଗଜକୁ ଆପଣ ନିଜର ଇଚ୍ଛା ଲେଖି ଆପଣଙ୍କ ପୂଜା ଘରେ ରଖି ପୂଜା କରିବା ସମୟରେ ବିଧି ବିଧାନ ସହ ପୂଜା କରିବେ। ପୂଜା କରିବା ପରେ ଠିକ ସମୟ ଦେଖି ପର୍ସରେ ରଖିବା ଦ୍ଵାରା ପଇସାର ଅଭାବ ରହିବ ନାହି।

ଅସ୍ତ ଗଛର ପତ୍ର ପର୍ସରେ ରଖିଲେ କେବେ ବି ଟଙ୍କାର ଅଭାବ ରହିବ ନାହି । ସବୁବେଳେ ଆପଣଙ୍କ ପର୍ସ ଭରି ହୋଇ ରହିବା ସହ ଅଧିକ ଲାଭ ମିଳିଥାଏ

ଚାଉଳକୁ ପର୍ସରେ ରଖିଲେ ଅନେକ ସମସ୍ୟାର ନିବାରଣ ହୋଇଥାଏ। ଚାଉଳ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଚାଉଳ ପର୍ସରେ ରଖିଲେ ଅନାଵଶ୍ୟକ ଖର୍ଚ୍ଚରୁ ମୁକ୍ତି ମିଳିଥାଏ। ପୂଜା ଘରେ ମା ଲକ୍ଷ୍ମୀଙ୍କ ଆଗରେ ଚାଉଳ ପୂଜା କରି ନିଜ ପର୍ସରେ ରଖିଲେ ଟଙ୍କା ସଞ୍ଚୟ ହେବ।

ପର୍ସରେ ସର୍ବଦା ଚାନ୍ଦିର କଏନ ରଖନ୍ତୁ।

ପର୍ସରେ କୁବେରଙ୍କ ଫୋଟ କିମ୍ବା କୁବେର ଯନ୍ତ୍ର ରଖିବା ଶୁଭ ହୋଇଥାଏ।

ଧ୍ୟାନ ରଖିବେ କେବେବି ପର୍ସକୁ ସମ୍ପୂର୍ଣ୍ଣ ଖାଲି କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *