Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଶତ୍ରୁ କରୁଛନ୍ତି ହଇରାଣ ତେବେ ଶନିବାର ଦିନ କରନ୍ତୁ ଏହି ଉପାୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଶତ୍ରୁ କରୁଛନ୍ତି ହଇରାଣ ତେବେ ଶନିବାର ଦିନ କରନ୍ତୁ ଏହି ଉପାୟ।

ବନ୍ଧୁଗଣ ଘରର ସୁଖ ଶାନ୍ତି ପାଇଁ ଲୋକେ ଭଗବାନ ହନୁମାନଙ୍କ ଶରଣକୁ ଆସିଥାନ୍ତି। ଭଗବାନ ହନୁମାନ ବଡ଼ରୁ ବଡ଼ ସଙ୍କଟକୁ ଦୂର କରିଦିଅନ୍ତି। ଏଥିପାଇଁ ଭଗବାନ ହନୁମାନଙ୍କ ପୂଜା ବହୁତ ଲାଭକାରୀ ଏବଂ ଶୁଭ ଫଳଦାୟୀ ଅଟେ। ଶନିବାର ଦିନ ଭଗବାନ ହନୁମାନଙ୍କ ପୂଜା କଲେ ଶନିଦୋଷରୁ ବି ମୁକ୍ତି ମିଳିଥାଏ ଶନିଦେବ ଶାନ୍ତ ରହିଥାନ୍ତି ଶନିଙ୍କ ସାଢ଼େସାତି ବି ଦୂର ହୋଇଥାଏ।

ଶତ୍ରୁ ବି ହଇରାଣ କରନ୍ତି ନାହିଁ ଏବଂ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତ ଶନିବାର ଦିନ କିଛି ମହା ପ୍ରୟୋଗ କରାଯାଏ ଯାହା ଦ୍ୱାରା ସମସ୍ୟରୁ ମୁକ୍ତି ମିଳିଥାଏ। ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ମଧ୍ୟ କିଛି ଏମିତି ଉପାୟ ଶନିବାର ଦିନ କରାଯାଏ ଯାହା ଜୀବନରେ ସମସ୍ତ କଷ୍ଟକୁ ଦୂର କରିଦିଅନ୍ତି। ଆଜି ଆମେ ବିରିଡାଲିର ତୁଟକା ଜଣେଇବୁ। ଦୁର୍ଭାଗ୍ୟକୁ ଦୂର କରିବା ସହିତ ଶତ୍ରୁଙ୍କ ଠାରୁ ବି ମୁକ୍ତି ଦେଇଥାଏ।

ଜୀବନରେ ସଙ୍କଟରୁ ମୁକ୍ତି ପାଇବା ପାଇଁ ଶାନ୍ତି ସମୃଦ୍ଧି ରାସ୍ତାରେ ଚାଲିବା ପାଇଁ ଧନର ସମସ୍ୟାରୁ ମୁକ୍ତି ପାଇବା ପାଇଁ କୁଣ୍ଡଳୀରେ ଶନିଦେବଙ୍କ ପୀଡ଼ାରୁ ମୁକ୍ତି ଦେବା ପାଇଁ ନୂତନ କାର୍ଯ୍ୟରେ ଅସଫଳତା ମିଳୁଛି ଆପଣ ଚାହୁଁଛନ୍ତି ସଫଳତା ମିଳୁ ତେବେ ଏହି ଉପାୟ କରନ୍ତୁ।

ଶନିଦେବଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ଶନିଦେବଙ୍କ ଦର୍ଶନ କରନ୍ତୁ କିନ୍ତୁ ଏମିତି ମୂର୍ତିର ଦର୍ଶନ କରନ୍ତୁ ଯେଉଁଥିରେ ତାଙ୍କର ଆଖି ବନ୍ଦ ଥିବ। ଯଦି ବି ଦର୍ଶନ କରୁଛନ୍ତି ତ ତାଙ୍କର ଆଖିକୁ ଦର୍ଶନ କରନ୍ତୁ ନାହିଁ କାରଣ ତାଙ୍କର ଆଖିରେ ହିଁ ଦୋଷ ଥାଏ ସେ ଯାହାଙ୍କୁ ବି ଦେଖିନିଅନ୍ତି ତାଙ୍କର ନାଶ କରିଦିଅନ୍ତି। ଏଥିପାଇଁ ଏମିତି ଭୁଲ କରନ୍ତୁ ନାହିଁ।

ଶନିଦେବଙ୍କ ଖରାପ ପ୍ରଭାବ ଥିଲେ ଏହି ଉପାୟ କରନ୍ତୁ।

ଶନିବାର ଦିନ ସକାଳୁ ସକାଳୁ କଳା ବିରିଡାଲି ୪ ଟି ନିଅନ୍ତୁ ଏବଂ ନିଜ ମୁଣ୍ଡ ଉପରେ ୩ ଥର ଓଲଟା ବୁଲାଇ ଦିଅନ୍ତୁ ଏବଂ ଯଦି କୁଆ ଥିବ ତ ତାକୁ ଖାଇବାକୁ ଦେଇଦିଅନ୍ତୁ ଏବଂ ଯଦି ନଥିବ ତ ଏମିତି ଜାଗାରେ ରଖିଦିଅନ୍ତୁ ଯେଉଁଠି ଚଢ଼େଇ ଖାଇଦେଵ। ୭ ଶନିବାର ପର୍ଯ୍ୟନ୍ତ ଲଗାତାର କରନ୍ତୁ। ଏହା ଦ୍ବାରା ଶନିଙ୍କ ଦୋଷ ଦୂର ହୋଇଯିବ।

ଯଦି ଶନିଦେବଙ୍କ ସାଢ଼େସାତି ଚାଲୁଥାଏ ଜୀବନରେ ବହୁତ କଷ୍ଟ ଥାଏ ଦୋଷା ମହାଦୋଷା ଚାଲୁଥାଏ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ଅସଫଳତା ମିଳୁଥାଏ ତେବେ ଏହି ଉପାୟ କରନ୍ତୁ ଶୁକ୍ରବାର ଦିନ ଏକ ଷ୍ଟିଲ ପାତ୍ରରେ ସୋରିଷ ତେଲ ନିଅନ୍ତୁ ଏବଂ ଏହାକୁ ନିଜ ବେଡ଼ରୁମରେ ଶୋଇବା ମୁଣ୍ଡ ପାଖରେ ରଖି ଶୋଇଯାଆନ୍ତୁ ଏବଂ ପର ଦିନ ସକାଳେ ସେଥିରେ ନିଜର ଚେହେରା ଦେଖନ୍ତୁ ଏବଂ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ କିମ୍ବା କୌଣସି ମନ୍ଦିରରେ ପାତ୍ର ସହିତ ରଖି ଆସନ୍ତୁ। ଏହା ବ୍ୟତୀତ ସୋରିଷ ତେଲରେ ବିରି ଡାଲି ପକେଇ କୌଣସି କୁକୁରକୁ ଖାଇବାକୁ ଦେଇଦିଅନ୍ତୁ। ଏହା ଦ୍ବାରା ବି ଜୀବନରେ କଷ୍ଟ ଦୂର ହୋଇଯିବ।

ଯଦି ଆପଣ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଅଳ୍ପ କଳା ବିରିଡାଲି କଳା କପଡ଼ାରେ ବାନ୍ଧି ନିଜର ଘରର କୌଣସି କୋଣରେ ରଖିଦିଅନ୍ତୁ। ଏମିତି କରିଲେ ଆପଣଙ୍କ କାର୍ଯ୍ୟ ଶେଷ ହୋଇଯିବ। ନୂତନ କାର୍ଯ୍ୟ ଯେଉଁଠି ବି ଆରମ୍ଭ କରୁଛନ୍ତି ତ ସେଠାରେ ସ୍ୱସ୍ତିକ ନିଶ୍ଚୟ ବନାନ୍ତୁ ଏବଂ ତା ଉପରେ ବିରି ଡାଲି ରଖିଦିଅନ୍ତୁ। ଏହା ଦ୍ବାରା ସମସ୍ତ କାର୍ଯ୍ୟରେ ଶୁଭତା ଆସିଥାଏ।

ଯଦି ଶତ୍ରୁ ବିରୋଧୀ ଆପଣଙ୍କୁ ହଇରାଣ କରନ୍ତି ତ ଏହି ଉପାୟ କରନ୍ତୁ। ୩୮ ଟି କଳା ବିରିଡାଲିର ଗୋଟା ଦାନା ଏବଂ ୪୦ ଟି ଚାଉଳ ନେଇ ମାଟିରେ ଅଳ୍ପ ଗାତ କରି ପୋତିଦିଅନ୍ତୁ ଏବଂ ଏହାର ଉପରେ ୧ ଲେମ୍ବୁ କାଟି କରି ତା ଉପରେ ଚୁପାଡି ଦିଅନ୍ତୁ ଏବଂ ଚିପୁଡିବା ସମୟରେ ଶତ୍ରୁର ନାମ ନେଉଥିବେ। ଏମିତି କଲେ ଶତ୍ରୁ ଆପଣଙ୍କ ବିପକ୍ଷରେ କୌଣସି ବି ଷ୍ଟେପ ନେବ ନାହିଁ।

ଯଦି ଜୀବନରେ ଦୁର୍ଭାଗ୍ୟ ପିଛା ଛାଡୁନାହିଁ। ସମସ୍ତ କାମରେ ଅସଫଳତା ଜୀବନରେ ବହୁତ ସମସ୍ୟା ଅଛି ତେବେ ଏହି ଉପାୟ କରନ୍ତୁ। ଶନିବାର ଦିନ ସନ୍ଧ୍ୟା ସମୟରେ କଳା ବିରିଡାଲିର ୨ ଟି ଗୋଟା ଦାନା ନିଅନ୍ତୁ ଏହାର ଉପରେ ଅଳ୍ପ ଦହି ରଖିଦିଅନ୍ତୁ ସେଥିରେ ଅଳ୍ପ ସିନ୍ଦୁର ପକେଇ ଅସ୍ତ ଗଛ ମୂଳରେ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଯେବେବି ଆପଣ ରଖିବେ ତ ଏହି କଥାର ଧ୍ୟାନ ଦେବେ କି ପଛକୁ ବୁଲି ଚାହିଁବେ ନାହିଁ କେବଳ ସେଠାରେ ଏତିକି କହିବେ ମା ଲକ୍ଷ୍ମୀ ଆପଣ ମୋ ସହିତ ଆମ ଘରକୁ ଆସନ୍ତୁ। ଏମିତି କରିଲେ ଜୀବନରେ କଷ୍ଟ ଦୂର ହୋଇଥାଏ। ଆପଣଙ୍କର ଜୀବନରେ ଦୁର୍ଭାଗ୍ୟ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *