Excuse Me Odisha

ଯାହା କହିବୁ ସତ କହିବୁ

ଗରୁଡ଼ ପୁରାଣ ଅନୁସାରେ ସ୍ୱାମୀ ଘରେ ନରହିଲେ ସ୍ତ୍ରୀଙ୍କର ଘରେ ଏହି ୭ ଟି କାମ ଦ୍ୱାରା ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗରୁଡ଼ ପୁରାଣ ଅନୁସାରେ ସ୍ୱାମୀ ଘରେ ନରହିଲେ ସ୍ତ୍ରୀଙ୍କର ଘରେ ଏହି ୭ ଟି କାମ ଦ୍ୱାରା ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି।

ଗରୁଡ଼ ପୁରାଣରେ ପତିବ୍ରତା ସ୍ତ୍ରୀଙ୍କ ପାଇଁ କିଛି ନିୟମ କରାଯାଇଛି ଏବଂ ଯେଉଁ ସ୍ତ୍ରୀ ଏହି ନିୟମର ପାଳନ କରନ୍ତି ନାହିଁ ତାଙ୍କର ସୌଭାଗ୍ୟ ନଷ୍ଟ ହୋଇଯାଏ ଏବଂ ତାଙ୍କର ଦୁର୍ଭାଗ୍ୟ ଆସିଥାଏ। ଏମିତି ସ୍ତ୍ରୀଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା କେବେବି ରହେନାହିଁ। ମା ଲକ୍ଷ୍ମୀ ଅସତୀ ସ୍ତ୍ରୀଙ୍କ ପାଖକୁ କେବେବି ଆସନ୍ତି ନାହିଁ ଏବଂ ତାଙ୍କ ଘର ତ୍ୟାଗ କରି ସର୍ବଦା ପାଇଁ ଚାଲିଯାନ୍ତି। ଗରୁଡ଼ ପୁରାଣରେ ପତିବ୍ରତା ସ୍ତ୍ରୀଙ୍କ ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦିଆଯାଇଛି ଯଦି ସ୍ୱାମୀ ଘରୁ ବାହାରକୁ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୂରକୁ ଯାଇଛନ୍ତି

ତେବେ ପତିବ୍ରତା ନାରୀଙ୍କୁ କେମିତି ରହିବା ଉଚିତ ଏବଂ ତାଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ବିଷୟରେ ବହୁତ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଯେଉଁ ସ୍ତ୍ରୀ ଏହି ନିୟମର ପାଳନ କରିଥାଏ ତାଙ୍କ ଘରେ ସର୍ବଦା ସୁଖ ଶାନ୍ତି ବନି ରହିଥାଏ ଏବଂ ଯେଉଁ ସ୍ତ୍ରୀ ଏହି ନିୟମର ପାଳନ କରିନଥାଏ ତାଙ୍କ ଘର ଭାଙ୍ଗି ଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରେମ କମ ହୋଇଯାଇଥାଏ।

ଶାସ୍ତ୍ରରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ଏଥିପାଇଁ ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ଭଳି ରହିବା ଉଚିତ। ଚରିତ୍ରବାନ ଏବଂ ପତିବ୍ରତା ସ୍ତ୍ରୀ ମାନଙ୍କୁ ଦେବତା ମାନେ ବି ଭୟଭୀତ ରହିଥାନ୍ତି। ଯମରାଜ ବି ରାଙ୍କ ଦ୍ଵାରକୁ ଡରି ଡରି ଆସିଥାନ୍ତି। ପତିବ୍ରତା ନାରୀ ହିଁ ତାଙ୍କ ସ୍ୱାମୀଙ୍କ ଉନ୍ନତିର ସାଧନ ଅଟନ୍ତି। ତାଙ୍କର ପତିବ୍ରତା ଧର୍ମ କାରଣରୁ ତାଙ୍କର ସ୍ୱାମୀଙ୍କୁ ସଫଳତା ମିଳିଥାଏ ଏବଂ ତାଙ୍କର ରକ୍ଷା ହୋଇଥାଏ।

ଏଥିପାଇଁ ଏକ ନାରୀକୁ ପତିବ୍ରତା ଧର୍ମର ପାଳନ ଅବଶ୍ୟ କରିବା ଉଚିତ। ଆଜି ଆମେ ଜାଣିବା ଯଦି କୌଣସି ସ୍ତ୍ରୀରର ସ୍ୱାମୀ ଘରେ ନରୁହନ୍ତି କୌଣସି କାର୍ଯ୍ୟ ପାଇଁ ଘରୁ ବହାରକୁ ଯାଇଛନ୍ତି ତ ଏକ ପତିବ୍ରତା ସ୍ତ୍ରୀକୁ କେମିତି ରହିବା ଉଚିତ। ତାଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଯଦି କୌଣସି ସ୍ତ୍ରୀ ଏହି ନିୟମର ପାଳନ କରନ୍ତି ନାହିଁ ତ ତାଙ୍କର ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ ଏବଂ ତାଙ୍କର ସ୍ୱାମୀ ବର୍ବାଦ ହୋଇଯାନ୍ତି। ତେବେ ଆସନ୍ତୁ ଜାଣିନେବା।

ଶ୍ରୀଙ୍ଗାର କରିବା ଉଚିତ ନୁହେଁ। ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ସ୍ତ୍ରୀରର ସ୍ୱାମୀ ବାହାରକୁ ଯାଇଛନ୍ତି ତ ସେହି ପତିବ୍ରତା ନାରୀଙ୍କୁ ସ୍ନାନ ଆଦି କରିବା ଉଚିତ କିନ୍ତୁ ଶ୍ରୀଙ୍ଗାର କରିବା ଉଚିତ ନୁହେଁ। କାରଣ ସ୍ତ୍ରୀରର ଶ୍ରୀଙ୍ଗାରର ମହତ୍ୱ କେବଳ ସ୍ୱାମୀଙ୍କ ପାଇଁ ହୋଇଥାଏ। ସ୍ୱାମୀ ପାଖରେ ନଥିଲେ ସ୍ତ୍ରୀ ସଜ ବାଜ ହେବା ଦ୍ୱାରା ଦୋଷ ଉତ୍ପନ୍ନ ହୋଇଥାଏ। ଏଥିପାଇଁ ସ୍ୱାମୀ ଘରେ ନରହିଲେ ସ୍ତ୍ରୀଙ୍କୁ ଶ୍ରୀଙ୍ଗାର କରିବା ଉଚିତ ନୁହେଁ।

ଅନ୍ୟ ପୁରୁଷଙ୍କ ସହିତ ଗୋଟିଏ ଆସନ ଉପରେ ବସିବା। ଗରୁଡ଼ ପୁରାଣ ଅନୁସାରେ ସ୍ତ୍ରୀ ମାନଙ୍କୁ ଭୁଲରେ ବି ଅନ୍ୟ ପୁରୁଷଙ୍କ ସହିତ ଗୋଟିଏ ହିଁ ଆସନ ଉପରେ ବସିବା ଉଚିତ ନୁହେଁ। ଏଥିରେ ତାଙ୍କ ଚରିତ୍ର ଉପରେ ଦୋଷ ଲାଗିଥାଏ ନଚେତ ଅନ୍ୟ ପୁରୁଷ ସେହି ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖି ପାରନ୍ତି। ପ୍ରତ୍ୟକ ସ୍ତ୍ରୀଙ୍କୁ ସମସ୍ତ କାର୍ଯ୍ୟରେ କେବଳ ନିଜ ସ୍ୱାମୀଙ୍କ ସହିତ ଗୋଟିଏ ଆସନରେ ବସିବା ଉଚିତ।

ଅନ୍ୟ ପୁରୁଷଙ୍କ ସହିତ ଗାଡ଼ିରେ ବସିବା। ସ୍ତ୍ରୀ ମାନଙ୍କୁ ନିଜ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ଗାଡ଼ିରେ ବସିବା ଉଚିତ ନୁହେଁ। ନଚେତ ସେହି ସ୍ତ୍ରୀରର ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ। ସମାଜରେ ତାଙ୍କର ବଦନାମ ହୋଇପାରେ। ପୁରୁଷଙ୍କୁ ବି ନିଜ ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ସ୍ତ୍ରୀଙ୍କ ସହିତ ଗୋଟିଏ ଗାଡ଼ିରେ ବସିବା ଉଚିତ ନୁହେଁ।

ପର ପୁରୁଷଙ୍କୁ ଘରେ ଆଶ୍ରୟ ଦେବା। ଗରୁଡ଼ ପୁରାଣରେ କୁହାଯାଇଛି ସ୍ତ୍ରୀ ମାନଙ୍କୁ କେବେବି ସ୍ୱାମୀ ଘରେ ନରହିଲେ ପର ପୁରୁଷଙ୍କୁ ଘରେ ଆଶ୍ରୟ ଦେବା ଉଚିତ ନୁହେଁ। ଏହା ଦ୍ବାରା ତାଙ୍କ ଚରିତ୍ରରେ ଦୋଷ ଆସିଯାଏ।

ଅନ୍ୟ ଘରେ ରହିବା। ଗରୁଡ଼ ପୁରାଣ ଅନୁସାରେ କୌଣସି ବି ସ୍ତ୍ରୀଙ୍କୁ ସ୍ୱାମୀ ଘରୁ ଦୂରକୁ ଯିବା ପରେ ଅନ୍ୟ ଲୋକଙ୍କ ଘରେ ରହିବା ଉଚିତ ନୁହେଁ ନଚେତ ସେ ପଥଭ୍ରଷ୍ଟ ହୋଇପାରନ୍ତି।

ଯଜ୍ଞରେ ବସିବା। ଗରୁଡ଼ ପୁରାଣରେ କୁହାଯାଇଛି କୌଣସି ବି ଯଜ୍ଞ ଏବଂ ଅନୁଷ୍ଠାନ ସ୍ୱାମୀ ଏବଂ ସ୍ତ୍ରୀଙ୍କ ବିନା ପୁରା ହୋଇନଥାଏ। ଏଥିପାଇଁ ସ୍ୱାମୀ ଘରେ ନରହିଲେ ସ୍ତ୍ରୀଙ୍କୁ କୌଣସି ବି ଯଜ୍ଞ ଅଥବା ଅନୁଷ୍ଠାନରେ ବସିବା ଉଚିତ ନୁହେଁ। ଏହା ଦ୍ବାରା ଅଗ୍ନିଦେଵ କ୍ରୋଧିତ ହୋଇଯାନ୍ତି।

ନକରାତ୍ମକ ସ୍ଥାନକୁ ଯିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କୁ କେବେବି ଏକୁଟିଆ କିମ୍ବା ଏକାନ୍ତ ସ୍ଥାନକୁ ଯିବା ଉଚିତ ନୁହେଁ। ଯେମିତି ସ୍ମଶାନ ଆଦି ସ୍ଥାନକୁ ଯିବା ଉଚିତ ନୁହେଁ। ଏହା ଦ୍ୱାରା ତାଙ୍କ ଶରୀରକୁ ନକରାତ୍ମକ ପ୍ରେତ ଆତ୍ମା ପ୍ରବେଶ କରିପାରେ। ଏହି ନକରାତ୍ମକ ପ୍ରଭାବ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *