Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ଝାଡୁ ଫୋପାଡ଼ିବା ପୂର୍ବରୁ ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖରାପ ଝାଡୁ ଫୋପାଡିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ।

ବନ୍ଧୁଗଣ ଘରେ ବ୍ୟବହାର ହେଉଥିବା ଝାଡୁ ଆର୍ଥିକ ଦୃଷ୍ଟିରୁ ବହୁତ ଅଧିକ ମହତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଝାଡୁ ଗୋଟେ ମନୁଷ୍ୟଙ୍କୁ କୋଟିପତି ବନେଇ ପାରେ ଏବଂ କାଙ୍ଗାଳ ମଧ୍ୟ ବନେଇ ପାରେ। ଶୁଭ ଏବଂ ଅଶୁଭ ଆମର ଶାସ୍ତ୍ରରେ ଝାଡୁର ସହିତ ଜଡ଼ିତ ଅଛି ଏବଂ ଏହାର ବ୍ୟବହାର କରାଯାଉଥିବା ବିଧିକୁ ଅତ୍ୟଧିକ ମହତ୍ୱ ଦିଆଯାଇଛି।

ଆସନ୍ତୁ ଜାଣିବା ଝାଡୁକୁ କେଉଁ ଦିଗରେ ରଖିବା ଉଚିତ ଏବଂ କେଉଁ ପ୍ରକାରରେ ରଖିବା ଉଚିତ। ଆମର ବହୁତ ଶାସ୍ତ୍ରରେ ଝାଡୁକୁ ମା ଲକ୍ଷ୍ମୀ ଏବଂ ଅପରିଷ୍କାର ଝାଡୁ ଛିଣ୍ଡି ଯାଇଥିବା ଝାଡୁକୁ ଅଲକ୍ଷ୍ମୀ ବୋଲି କୁହାଯାଏ। ଝାଡୁର ଭୁଲ ବ୍ୟବହାର ଆମର ଜୀବନରେ ଦରିଦ୍ରତା ବୃଦ୍ଧି କରିଥାଏ ଏବଂ ଠିକ ଭାବରେ ବ୍ୟବହାର କରିଲେ ଆମକୁ ସଫଳତା ମିଳିଥାଏ।

ଯଦି ଜୀବନରେ ଅନେକ ଉଥାନ ପତନ ହେଉଛି କିମ୍ବା ନର୍ମାଲ ଚାଲିଛି ତେବେ କୌଣସି କଥା ନାହିଁ କିନ୍ତୁ ଯଦି ଉଥାନ ପତନ ଆସୁଛି ବାରମ୍ବାର ସମସ୍ୟା ଆପଣଙ୍କ ଜୀବନରେ ଘରେ କରୁଛି ଧନର ନାଶ ହେଉଛି ସଫଳତାର ଦ୍ୱାର ଖୋଲାହେଉନାହିଁ ତେବେ କିଛି ଜିନିଷ ପ୍ରତି ଆମକୁ ଧ୍ୟାନ ଦେବା ଉଚିତ ଯାହା ଦ୍ୱାରା ଆମ ଘରେ ନେଗେଟିଭ ଏନର୍ଜୀ ଅଧିକ ହୋଇଯାଇଛି ଝାଡୁ ସେଥି ମଧ୍ୟରୁ ଗୋଟେ ଜିନିଷ ଅଟେ

ଆମର ଘରେ ବହୁତ ଗୁଡାଏ ନେଗେଟିଭ ସଞ୍ଚାର କରିପାରେ କିମ୍ବା ଆମ ଘରେ ପୋଜିଟିଭ ଆଣିପାରେ। ଭୁଲ ସମୟରେ ଝାଡୁ ବ୍ୟବହାର କରିଲେ ଗରିବୀ ଏବଂ କାଙ୍ଗାଳୀ ଆଣିଥାଏ ଏବଂ ଯଦି ଝାଡୁର ବ୍ୟବହାର ଠିକ ଭାବରେ କରାଯାଏ ତେବେ କୋଟିପତି ବି ବନେଇ ପାରେ।

ଆଜିର ସମୟରେ ଅନେକ ଲୋକ ଏମିତି ହୋଇଗଲେଣି ଯାହାଙ୍କ ପାଖରେ ସମୟ ନାହିଁ। ସକାଳ ସମୟରେ ଝାଡୁ ଲଗାଇବା ଉଚିତ କିନ୍ତୁ ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ସନ୍ଧ୍ୟା ସମୟରେ ଅପରିଷ୍କାର ଜିନିଷ ଫୋପାଡିବାର ସମୟ ନାହିଁ। ତେବେ ସକାଳ ସମୟରେ ଶୀଘ୍ର ଉଠି ଝାଡୁ ଲଗାନ୍ତୁ। ସନ୍ଧ୍ୟା ହେବା ପୂର୍ବରୁ ଶୀଘ୍ର ଝାଡୁ କରି ଅପରିଷ୍କାର ଜିନିଷ ଘରୁ ବାହାର କରିଦିଅନ୍ତୁ। ସନ୍ଧ୍ୟା ପରେ ଅପରିଷ୍କାର ଜିନିଷକୁ ଘରୁ ବାହାର କରନ୍ତୁ ନାହିଁ।

ଆସନ୍ତୁ ଜାଣିବା କେଉଁ ଦିନ ଝାଡୁ କିଣିବା ଉଚିତ ଏବଂ କେଉଁ ଦିନ ବ୍ୟବହାର ହେଉନଥିବା ଝାଡୁକୁ ଫୋପାଡିବା ଉଚିତ ଏବଂ କେଉଁ ଦିନରେ ନୂତନ ଝାଡୁକୁ କାମରେ ବ୍ୟବହାର କରିବା ଉଚିତ।

ନୂତନ ଝାଡୁ ବାହାର କରିବା ପାଇଁ ଶନିବାର ଦିନ ହେଉଛି ଶୁଭ ଦିନ। ସୋମବାର ବୁଧବାର ଗୁରୁବାର ଶୁକ୍ରବାର ଏହା ସମ୍ୟ ବାର ମାନାଯାଏ। ଏହିଦିନରେ ଝାଡୁ କିଣିବା ଉଚିତ ନୁହେଁ। ରବିବାର ମଙ୍ଗଳବାର ଏବଂ ଶନିବାରରେ ଝାଡୁ କିଣିବା ବିଶେଷ ଲାଭ ଦାୟକ ହୋଇଥାଏ। ଶନିବାର ଦିନରେ ନୂତନ ଝାଡୁର ବ୍ୟବହାର କରିବା ଆରମ୍ଭ କରନ୍ତୁ। ଏହା ଆପଣଙ୍କ ପାଇଁ ସବୁଠାରୁ ଅଧିକ ଧନ ସମ୍ପତିର ଆଗମନର ସ୍ରୋତ ବନିଥାଏ।

ଆସନ୍ତୁ ଜାଣିବା କେଉଁ କୋଣରେ ଝାଡୁ ରଖିବା ଉଚିତ ।

ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ। ଝାଡୁକୁ ଆପଣଙ୍କ ନଜର ଓ ଘରକୁ ଆସୁଥିବା ଅତିଥିଙ୍କ ନଜରରୁ ଲୁଚାଇ ରଖନ୍ତୁ। ଝାଡୁକୁ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିବା ଉଚିତ। ଝାଡୁକୁ କେବେ ବି ଭୁଲରେ ମଧ୍ୟ ପୂର୍ବ କୋଣରେ ରଖନ୍ତୁ ନାହିଁ। କାରଣ ସେହି କୋଣ ହେଉଛି ଦେବୀ ଦେବତାଙ୍କ କୋଣ। ଝାଡୁର ସଠିକ ସ୍ଥାନ ହେଉଛି ଦକ୍ଷିଣ ଓ ପଶ୍ଚିମ କୋଣ। ସବୁବେଳେ ଝାଡୁକୁ ଏହି ଦୁଇଟି କୋଣରେ ରଖନ୍ତୁ। ହେଲେ ଧ୍ୟାନ ରଖିବେ ଝାଡୁକୁ ରୋଷେଇ ଘର ପୂଜା ମନ୍ଦିର ଓ ବେଡରୁମରେ ଭୁଲ ରେ ମଧ୍ୟ ରଖିବେ ନାହିଁ। ଝାଡୁକୁ ସୋଫା ତଳେ ବା କବାଟ କଣରେ ରଖିପାରିବେ।

ଘରେ କେଉଁ ଝାଡୁ କେଉଁ ସମୟରେ ଲଗାଇବା ଉଚିତ।

ସର୍ବ ପ୍ରଥମେ ସକାଳ ସମୟର ସୂର୍ଯ୍ୟଉଦୟ ହେବା ପୂର୍ବରୁ ଝାଡୁ ଲଗାଇବା ଉଚିତ ଓ ଦ୍ଵିତୀୟ ଥର ସୂର୍ଯ୍ୟାସ୍ତର ୧୦ ମିନିଟ ପୂର୍ବରୁ ଝାଡୁ ଲଗାଇବା ଉଚିତ। ଏହାର ଅର୍ଥ ହେଉଛି ସକାଳ ଓ ସନ୍ଧ୍ୟାର ପୂଜା ପୂର୍ବରୁ ଘରେ ଝାଡୁ ଲଗାଇବା ଉଚିତ। ଶାନ୍ତ ମନରେ ଝାଡୁ ଲଗାନ୍ତୁ। ଝାଡୁ ଲଗାଇବା ସମୟରେ କଥା ହୁଅନ୍ତୁ ନାହିଁ। ଯଦି ଆପଣ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାଇବେ ତେବେ ଆପଣଙ୍କ ଜୀବନରେ ଖରାପ ଦିନର ଆରମ୍ଭ ହୋଇପାରେ।

ଆସନ୍ତୁ ଜାଣିବା ଝାଡୁକୁ କେଉଁ ଦିଗରୁ ଲଗେଇବା ଆରମ୍ଭ କରିବା ଉଚିତ।

ପ୍ରଥମେ ଉତ୍ତର-ପୂର୍ବ କୋଣରୁ ଝାଡୁ ଲଗାଇବା ଉଚିତ ଏହା ପରେ ପୂର୍ବ କୋଣ ପୂର୍ବ-ପଶ୍ଚିମ କୋଣ ଏହାପରେ ପଶ୍ଚିମ-ଦକ୍ଷିଣ କୋଣ ଓ ଶେଷରେ ଦକ୍ଷିଣ କୋଣରେ ଝାଡୁ ଲଗାଇବା ଉଚିତ। ଘରେ ଥିବା ପୂଜା ମନ୍ଦିରରେ ଝାଡୁ ଲଗାନ୍ତୁ ନାହିଁ। କେବଳ ଏକ କପଡାରେ ସଫା କରନ୍ତୁ। ଏହାପରେ ସବୁ ଅଳିଆ ଆବର୍ଜନାକୁ ନଫୋପାଡି ଡଷ୍ଟବିନରେ ରଖିଦିଅନ୍ତୁ।

ଝାଡୁ ଲଗାଇବା ସମୟରେ ଝାଡୁରେ ଗୋଡ଼ ବଜାଇବା ଉଚିତ ନୁହେଁ। ଯଦି ଭୁଲରେ ବାଜିଯାଏ ତେବେ ମା ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରିନିଅନ୍ତୁ।

ଯଦି ଘରେ କୌଣସି ଛୋଟ ପିଲା ଅଚାନକ ଝାଡୁ ଲଗାଏ ତେବେ ବୁଝିନିଅନ୍ତୁ ଘରକୁ ଅତିଥୀ ଆସିବେ।

ଗୁରୁବାର ଦିନ ପୋଛା ଲଗାଇବେ ନାହିଁ। ଏମିତି କରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ପୋଛା ଲଗାଇବା ପାଣିରେ ଚେଷ୍ଟା କରନ୍ତୁ ୨ ଚାମଚ ଲୁଣ ମିଶାଇ ପୋଛା ଲଗାଇବା ପାଇଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *