Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଟି କଥା କୁକୁର ଠାରୁ ଶିଖନ୍ତୁ କେବେବି ଦୁଃଖୀ ରହିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ଟି କଥା କୁକୁର ଠାରୁ ଶିଖନ୍ତୁ କେବେବି ଦୁଃଖୀ ରହିବେ ନାହିଁ।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି ।

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ।

ମନୁଷ୍ୟଙ୍କର ୪ ଟି ଜିନିଷର ଭୋକ କେବେବି ମରେ ନାହିଁ।ଧନ ଜୀବନ ବାସନା ଏବଂ ଭଜନ। ଏହିସବୁ ଜିନିଷ ପାଇଁ ମନୁଷ୍ୟ ସବୁବେଳେ ଭୋକରେ ଥାଏ। ଏହି ଜିନିଷ ତାକୁ ଯେତେବି ମିଳିଯାଉ କିନ୍ତୁ ଏହାର ଲୋଭ କେବେବି ଶେଷ ହୁଏନାହିଁ। ଜୀବନରେ ଚାଲୁଥିବା ସମୟରେ ଏହା ଭାବିବା ଉଚିତ କି କେବେବି ଜୀବନରେ ସମସ୍ୟା ଆସିପାରେ ସେଥିପାଇଁ କିଛି ଅଳ୍ପ ଧନ ସଞ୍ଚୟ କରି ରଖିବା ଉଚିତ। ଯେବେବି ମନୁଷ୍ୟ ଉପରେ ଖରାପ ସମୟ ଆସିଥାଏ ତ ତାର ନିଜ ଲୋକବି ପର ହୋଇଯାନ୍ତି।

ଯଦି ତା ପାଖରେ ଧନ ଥାଏ ତ ସେ ସେହି ସମୟର ମୁକାବିଲା କରିପାରିବ। ଭଲ ଲୋକଙ୍କର ଭଲ ସମୟ ବେସି ସମୟ ରହେ ନାହିଁ କାରଣ ସମସ୍ତ ଭଲ ଏବଂ ସରଳ ଲୋକଙ୍କୁ ଲୋକେ ଦବେଇ ଦେଇଥାନ୍ତି। ତାଙ୍କର ସରଳତା ଏବଂ ନିରିହ ପଣକୁ ଲୋକେ ପାଗଳାମି ବୋଲି ଭାବିଥାନ୍ତି। ତ ସେଥିପାଇଁ ଏତେବି ସରଳ ହୁଅନ୍ତୁ ନାହିଁ ଯାହା ଦ୍ୱାରା ଲୋକେ ଆପଣଙ୍କୁ ଲୁଟି କରି ହିଁ ଖାଇଯିବେ। ଏହି ସାରା ଦୁନିଆ ବିପଦରେ ଘେରି ହୋଇ ରହିଛି। ଏଥିପାଇଁ ଜୀବନରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଅବଶ୍ୟ ଚିନ୍ତା କରିବା ଉଚିତ।

କାମ ଅଳ୍ପ କରନ୍ତୁ କିନ୍ତୁ ମନ ଲଗେଇ କରନ୍ତୁ। ସମୟ ଅନୁସାରେ ନିଜର କାମ କରିବା ଉଚିତ ଅଟେ। ଠିକ ସମୟରେ ଉଠିବା ଶୋଇବା ଖାଇବା କୌଣସି ବି କାମ କରିବା ଉଚିତ ଅଟେ। ସମୟ ସମୟରେ ସଂଘର୍ଷ କରିବା ଅନ୍ୟ ଉପରେ ବିଶ୍ୱାସ ନକରିବା ଉଚିତ। ବହୁତ ଭୁକରେ ବି ସନ୍ତୋଷ ରହିବା ଗମ୍ଭୀର ନିଦରେ ଶୋଇବି ଜାଗ୍ରତ ରହିବା ପାଣିର ଠିକ ଉପଯୋଗ କରିବା ମଧ୍ୟ ଉଚିତ। ଯଦି ଧନର ନାଶ ହୋଇଯାଏ ମନର ଶାନ୍ତି ଭଙ୍ଗ ହୋଇଯାଏ ତ ଏହିସବୁ କଥାକୁ ବୁଦ୍ଧିମାନ ଲୋକ ଅନ୍ୟକୁ କୁହନ୍ତି ନାହିଁ। ଯେଉଁ ଲୋକ ଅନ୍ୟକୁ କହିବାର ଭୁଲ କରିଥାନ୍ତି ଲୋକ ସେମାନଙ୍କର ମଜାକ ହିଁ ବନେଇଥାଆନ୍ତି।

ନିଜ ହାତରେ କରାଯାଉଥିବା କାମ ସବୁଠାରୁ ସର୍ବଶ୍ରେଷ୍ଠ ହୋଇଥାଏ। ଏଥିପାଇଁ ମନୁଷ୍ୟଙ୍କୁ ନିଜ କାମ ନିଜ ହାତରେ କରିବା ଉଚିତ। ଯେଉଁ ଲୋକ ନିଜର ଆୟ ଅପେକ୍ଷା ଅଧିକ ଖର୍ଚ୍ଚ କରିଥାଏ ଏବଂ ଅନ୍ୟ ଲୋକ ସହିତ ଝଗଡା କରିଥାଏ ଏମିତି ଲୋକ କେବେବି ସୁଖୀ ରହିପାରନ୍ତି ନାହିଁ। ଗୁରୁଙ୍କ ସେବା କଲେ ବିଦ୍ୟା ପ୍ରାପ୍ତ ହୋଇଥାଏ। ଏହି କଥା ସର୍ବଦା ମନେରଖିବେ ଯେ ଗୁରୁଙ୍କ ସେବା କରିବା ବିନା ମନୁଷ୍ୟ କେବେବି ଉଚିତ ଶିକ୍ଷା ପ୍ରାପ୍ତ କରିପାରି ନଥାଏ।

ଯେଉଁ ନାରୀ ନିଜ ସ୍ୱାମୀର କଥା ମାନେ ନାହିଁ ଏବଂ ବ୍ରତ ରଖିଥାନ୍ତି ଏମିତି ନାରୀ ନିଜ ସ୍ୱାମୀର ଆୟୁଷ କମ କରିଥାନ୍ତି। ଏମିତି ନାରୀଙ୍କ ଏହା ବୁଝିବା ଉଚିତ ଯେ ସ୍ୱାମୀଙ୍କ ଆଜ୍ଞା ବିନା ଚାଲିବା ତାଙ୍କ ପାଇଁ କେବେବି ଲାଭଦାୟକ ସିଦ୍ଧ ହୋଇନଥାଏ। ତାଙ୍କ ପାଇଁ କେବଳ ସ୍ୱର୍ଗର ପ୍ରାପ୍ତି ସ୍ୱାମୀଙ୍କ ସେବା କରିବା ଦ୍ୱାରା ହିଁ ସମ୍ଭବ ଅଟେ।

ଜୀବନର ଅର୍ଥ ଏହା ଅଟେ କି ସବୁବେଳେ ଭଲ କାମ କରିବା। ଭଲ ଜ୍ଞାନରେ ପୁରୁଷ ମହାନ ବନିଥାଏ ଏହା କେବେବି ଭୁଲନ୍ତୁ ନାହିଁ କି ଜୀବନ ଅସ୍ଥାୟୀ ଅଟେ। ଏଥିପାଇଁ ଜୀବନରେ ସବୁ ସମୟର ଉପଯୋଗ କୌଣସି ଭଲ କାମ ପାଇଁ କରାଯିବା ଉଚିତ। ଯେତେ ପର୍ଯ୍ୟନ୍ତ ଜୀବନ ଅଛି ସେତେ ପର୍ଯ୍ୟନ୍ତ ସବୁ ଜିନିଷର ଆନନ୍ଦ ଅଛି କିନ୍ତୁ ଯେତେବେଳେ ମୃତ୍ୟୁ ଆସି ଜୀବନକୁ ଅନ୍ତ କରିଦେବ ଏହା ସହିତ ସବୁ ଜିନିଷର ଅନ୍ତ ହୋଇଯାଇଥାଏ। ପୁରୁଷ ଆଦି କାଳରୁ ହିଁ ଚଞ୍ଚଳ ଅଟନ୍ତି।

ଏହି ସଂସାରରେ ଭଗବାନଙ୍କୁ ଛାଡି ପ୍ରତ୍ୟକ ଜିନିଷ ଅସ୍ଥାୟୀ ଅଟେ। ଲକ୍ଷ୍ମୀତ ରୋମଣି ଅଟେ ସର୍ବଦା ନୃତ୍ୟୁ କରିଥାନ୍ତି। ଏହି ଧନ ସମ୍ପର୍କ ଘର ଦ୍ୱାର ସବୁ ଅସ୍ଥାୟୀ ଅଟେ। ଏହି ଭିତରୁ କେହି କାହାରି ସାଥ ଦେଇନଥାନ୍ତି। କିନ୍ତୁ କେବଳ ଧର୍ମ ଅଟେ ଯାହା ଅଟଳ ସତ୍ୟ ଅଟେ। ଏହା ଜ୍ଞାନର ଭଣ୍ଡାର ଅଟେ। ଅନ୍ୟର ଭଲ ଚାହୁଁଥିବା ଲୋକ ହିଁ ଆତ୍ମିକ ଶାନ୍ତି ପ୍ରାପ୍ତ କରିଥାନ୍ତି। ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଏବଂ ଜୀବ ଉପରେ ଦୟା କରିବାରେ ହିଁ ମୁକ୍ତି ମିଳିଥାଏ। କର୍ମ ରୁ ହିଁ ମନୁଷ୍ୟ ଛୋଟ ବଡ଼ ବନିଥାଏ। ଏଥିପାଇଁ ସର୍ବଦା ଭଲ କର୍ମ କରନ୍ତୁ ଏବଂ ଖରାପ ଠାରୁ ଦୂରେଇ ରୁହନ୍ତୁ। ଭଲ କର୍ମ କରିବା ଦ୍ୱାରା ହିଁ ଜୀବନରେ ଶାନ୍ତି ଏବଂ ସୁଖର ପ୍ରାପ୍ତ ହୋଇଥାଏ।

ମାନବ ଶରୀରରେ ଆତ୍ମାର ନିବାସ ହୋଇଥାଏ କୌଣସି ଆତ୍ମାକୁ ତାର ଶରୀରରୁ ବାହାର କରି ତାକୁ ଚିନ୍ହି ପାରିବା ନାହିଁ କେବଳ ନିଜର ବିଚାରରୁ ହିଁ ତାର ପରଖ କରିପାରିବା। ଦେବତା ମାଟିର ମୂର୍ତି ଫୋଟରେ ବିଦ୍ୟମାନ ରହିନଥାନ୍ତି ଦେବତା ତ କେବଳ ଆମର ଆତ୍ମାରେ ଆମର ଭାବନାରେ ରହିଥାନ୍ତି। ଆପଣଙ୍କର ଭାବନା ଯେମିତି ସେମିତି ଦେବତାଙ୍କର ରୂପ ହେବ। ଭାବନା ମନୁଷ୍ୟ ଜୀବନରେ ସବୁ ସମୟରେ ପ୍ରଭାବ ପଡିଥାଏ।

ଯେମିତି ମନୁଷ୍ୟଙ୍କ ଭାବନା ହେବ ସେମିତି ହିଁ ଫଳ ମିଳିବ। ଏଥିପାଇଁ ଭଲ ଫଳ ପାଇବା ପାଇଁ ନିଜର ଭାବନାକୁ ଶୁଦ୍ଧ ରଖନ୍ତୁ। ଜଙ୍ଗଲରେ ରହି ଫଳ ଆହାର କରି ଯେଉଁ ଜ୍ଞାନି ବାସ କରେ ସେହି ହିଁ ପ୍ରକୃତରେ ମହାପୁରୁଷ ବ୍ରାହ୍ମଣ ହୋଇଥାଏ। ଖରାପ ମନୁଷ୍ୟ ଏବଂ ସାପ ଭିତରେ କିଏ ଭଲ ଅଟେ ଏହି ପ୍ରଶ୍ନର ଉତ୍ତର ଏହା ଅଟେ ସାପ ତ କେବଳ ସମୟ ଆସିଲେ କାଟିଥାଏ କିନ୍ତୁ ଖରାପ ଲୋକ ସବୁବେଳେ ଖରାପ କରିଥାନ୍ତି। କେବଳ ମହାପୁରୁଷ ସଚୋଟ ସାଧୁ କେବେବି ନିଜର ସୀମା ଭୁଲନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *