Excuse Me Odisha

ଯାହା କହିବୁ ସତ କହିବୁ

ଆପଣ କଣ ଜାଣିଛନ୍ତି କି ? ପ୍ରଥମେ ରାକ୍ଷୀ କିଏ କାହାକୁ ବାନ୍ଧି ଥିଲେ ?’ କିନ୍ତୁ ସେମାନେ ସମ୍ପର୍କରେ ନଥିଲେ ଭାଇଭଉଣୀ !

ସେୟାର୍ କରନ୍ତୁ

ରକ୍ଷାବନ୍ଧନ ପର୍ବ ହେଉଛି ଭାଇଭଉଣୀଙ୍କ ସମ୍ପର୍କକୁ ସୁଦୃଢ କରିଥାଏ।କିନ୍ତୁ ପୌରାଣିକ ଯୁଗରେ ରାକ୍ଷୀ ବନ୍ଧନ ପ୍ରଥମଥର ପାଇଁ ପତି ଓ ପତ୍ନୀଙ୍କ ମଧ୍ୟରେ ହୋଇଥିଲା। ଜାଣନ୍ତୁ ରାକ୍ଷୀ ବନ୍ଧନ ଜଡ଼ିତ କିଛି ପୌରାଣିକ କଥା।

ଚଳିତ ବର୍ଷ ରାକ୍ଷୀ ବନ୍ଧନ ଅଗଷ୍ଟ ୧୧ ଓ ୧୨ ତାରିଖ ଦିନ ପାଳିତ ହେବ। ରାକ୍ଷୀ ବନ୍ଧନ ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ। କହିବାକୁ ଗଲେ ଏହି ପର୍ବ ଭାଇ ଓ ଭଉଣୀର ସମ୍ପର୍କକୁ ସମର୍ପିତ ଅଟେ। କିନ୍ତୁ ପ୍ରଥମଥର ପାଇଁ ଭାଇଭଉଣୀ ନୁହେଁ ପତ୍ନୀ ନିଜ ପତିଙ୍କୁ ରାକ୍ଷୀ ବାନ୍ଧିଥିଲେ ବୋଲି ପୌରାଣିକ ମାନ୍ୟତା ରହିଛି। ଏହି ବିଷୟରେ ହିନ୍ଦୁ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି।

ଇନ୍ଦ୍ରଦେବଙ୍କୁ ପ୍ରଥମଥର ତାଙ୍କ ପତ୍ନୀ ବାନ୍ଧି ଥିଲେ ରାକ୍ଷୀ :-

ପୌରାଣିକ କଥା ଅନୁସାରେ ସ୍ଵର୍ଗର ଦେବତା ଇନ୍ଦ୍ରଙ୍କୁ ତାଙ୍କ ପତ୍ନୀ ପ୍ରଥମଥର ପାଇଁ ରାକ୍ଷୀ ବାନ୍ଧି ଥିଲେ। ଥରେ ଦେବତା ଓ ଦାନବ ମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା। ଦାନବ ଗଣ ଦେବତାଙ୍କୁ ନାଶ କରୁଥିଲେ। ତାପରେ ଦେବତା ମାନେ ଭୟରେ ପଳାୟନ କରିବାକୁ ଲାଗିଲେ। ଏହାଦେଖି ଇନ୍ଦ୍ରଙ୍କ ପତ୍ନୀ ସଚି ଦେବଗୁରୁ ବୃହସ୍ପତିଙ୍କ ପାଖକୁ ଗଲେ ଏବଂ ତାଙ୍କୁ ସାହାଯ୍ୟ ମାଗିଲେ।

ତାପରେ ଦେବଗୁରୁ ବୃହସ୍ପତି ତାଙ୍କୁ ମନ୍ତ୍ରରେ ଅଭିମନ୍ତ୍ରିତ କରି ଏକ ରକ୍ଷା ସୂତ୍ର ତିଆରି କରି ଦେଲେ। ଏହାକୁ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ଦେବରାଜ ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେବାକୁ କହିଲେ। ଏହି ରକ୍ଷା ସୂତ୍ର ପିନ୍ଧିବା ଦ୍ୱାରା ଦେବରାଜ ଇନ୍ଦ୍ର ତଥା ଦେବତା ମାନେ ଦାନବଙ୍କୁ ପରାସ୍ତ କରି ବିଜୟ ହାସଲ କଲେ।

ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଥିଲେ ନିଜ ଶାଢ଼ୀ କାନି :-

ରକ୍ଷା ବନ୍ଧନ ଏକ ଏପରି ପର୍ବ ଅଟେ, ଯାହା ଦ୍ରୌପଦୀ ଓ ଶ୍ରୀକୃଷ୍ଣଙ୍କ ସହିତ ଜଡ଼ିତ ଅଟେ। ପାଣ୍ଡବ ମାନେ ରାଜସୂୟ ଯଜ୍ଞ ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାଛି ଥିଲେ।ଏହାଦେଖି ରାଜା ଶିଶୁପାଳ କ୍ରୋଧିତ ହୋଇ ଶ୍ରୀକୃଷ୍ଣଙ୍କୁ ଅପଶବ୍ଦ କହିଲେ। ରାଜା ଶିଶୁପାଳଙ୍କ ମାତାଙ୍କୁ ଭଗବାନ ଶ୍ରୀକୃଷ୍ଣ ବଚନ ଦେଇଥିଲେ କି, ସେ ଶିଶୁପାଳଙ୍କ ୧୦୦ଟି ଭୁଲକି କ୍ଷମା କରିବେ।

୧୦୧ଟି ଭୁଲକୁ କ୍ଷମା ମିଳିବ ନାହିଁ। ତେଣୁ ସମ୍ପୂର୍ଣ୍ଣ ସଭାରେ ଭଗବାନ ଶ୍ରୀକୃଷ୍ଣ ଶିଶୁପାଳର ୧୦୧ ଭୁଲ ଯୋଗୁଁ ତାଙ୍କୁ ସୁଦର୍ଶନ ଚକ୍ରରେ ବଧ କରିଥିଲେ।ସେହି ସମୟରେ ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗିଥିଲା। ତେଣୁ ଦ୍ରୌପଦୀ ନିଜ ଶାଢ଼ୀ କାନି ଚିରି ଶ୍ରୀକୃଷ୍ଣଙ୍କର ଆଘାତ ହୋଇଥିବା ସ୍ଥାନରେ ପଟି ବାନ୍ଧି ଦେଇଥିଲେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *