Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ପୂର୍ଣ୍ଣିମା ରାଜଯୋଗ ନେଇ ଆସିଛି । ଯାହାବି ଦୁଃଖ କଷ୍ଟ ଧନହାନି ଏବଂ ଯଦି କିଛି ଅଟକି ରହିଥିବ ତ ସମସ୍ତଙ୍କ ଠାରୁ ମୁକ୍ତି ଦେବ ଲାଲି ଲଙ୍କା। ଶତ୍ରୁଙ୍କର ସମସ୍ତ ଶକ୍ତି ଶେଷ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ପୂର୍ଣ୍ଣିମା ରାଜଯୋଗ ନେଇ ଆସିଛି । ଯାହାବି ଦୁଃଖ କଷ୍ଟ ଧନହାନି ଏବଂ ଯଦି କିଛି ଅଟକି ରହିଥିବ ତ ସମସ୍ତଙ୍କ ଠାରୁ ମୁକ୍ତି ଦେବ ଲାଲି ଲଙ୍କା। ଶତ୍ରୁଙ୍କର ସମସ୍ତ ଶକ୍ତି ଶେଷ।

ଶ୍ରାବଣ ମାସର ପୂର୍ଣ୍ଣିମା ୧୧ ଅଗଷ୍ଟ ୧୦:୩୦ ମିନିଟରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ସକାଳ ୭:୫ ମିନିଟ ପର୍ଯ୍ୟନ୍ତ ରହିବ। ୧୨ ଅଗଷ୍ଟରେ ପୂର୍ଣ୍ଣିମା ତିଥି ନାହିଁ ଏଥିପାଇଁ ବ୍ରତ ୧୧ ଅଗଷ୍ଟରେ ହିଁ ପାଳନ କରାଯିବ। ସ୍ନାନ ଦାନର ପୂର୍ଣ୍ଣିମା ୧୨ ଅଗଷ୍ଟରେ ପାଳନ କରାଯିବ। ଶ୍ରାବଣ ମାସର ଶୁକ୍ଳପକ୍ଷର ପୁର୍ଣିମାକୁ ଶ୍ରାବଣ ପୂର୍ଣ୍ଣିମା କୁହାଯାଏ ଏବଂ ଏହି ଦିନ ଗୁରୁବାର ପଡୁଥିବାର ଏହାର ମହତ୍ୱ ବି ଅଧିକ ବଢିଯାଏ।

ରାକ୍ଷୀ ବନ୍ଧନ ଭଦ୍ରା ସମୟରେ ପାଳନ କରାଯାଏ ନାହିଁ। ଏଥିପାଇଁ କିଛ ଲୋକ ରାକ୍ଷୀ ବନ୍ଧନ ୧୨ ଅଗଷ୍ଟରେ ବି ପାଳନ କରିବେ ଏବଂ କିଛି ଲୋକ ୧୧ ଅଗଷ୍ଟରେ ବି ପାଳନ କରିବେ। ଏହିଦିନ ଯଦି ପବିତ୍ର ନଦୀରେ ସ୍ନାନ କରି ଦାନ କରିବେ ତର୍ପଣ କରିବେ ତ ପିତୃଙ୍କ ପାଇଁ ଏମିତି କରିଲେ ପିତୃଙ୍କ ଆତ୍ମାଙ୍କୁ ତୃପି ମିଳିଥାଏ। ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ବି ଆରୋଧନା ହେବ। ଏମାନଙ୍କର ପୂଜା କରିଲେ ସମସ୍ତ କଷ୍ଟ ଦୂର ହୋଇଯିବ।

ଆପଣ ଯେତେବେଳେ ଭଗବାନ ଶିବଙ୍କୁ ପୂଜା କରିବେ ତ ଏକ ଘଟି ଜଳରେ ଏକ ଚୁଟକି ତିଳ ପକେଇ ଶିବ ଲିଙ୍ଗରେ ଅର୍ପଣ କରିଦେବେ ତ ସମସ୍ତ କଷ୍ଟ ସମସ୍ତ ଦୋଷ ଦୂର ହୋଇଯିବ।

ପୂଜା ବିଧି। ୧୧ ଅଗଷ୍ଟରେ କେବଳ ବ୍ରତ ଏବଂ ଦାନ କରିବେ କିନ୍ତୁ ୧୨ ଅଗଷ୍ଟରେ ସ୍ନାନ ଦାନ ତର୍ପଣର ବିଧି କରାଯିବ। ଏହି ଦିନ ସକାଳୁ ଜଲଦି ଉଠି ପବିତ୍ର ନଦୀରେ ସ୍ନାନ କରିବେ ଯଦି ନଦୀରେ ସ୍ନାନ ସମ୍ଭବ ନୁହେଁ ତ ଘରେ ହିଁ ସ୍ନାନ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ। ଏହାପରେ ବ୍ରତର ସଂକଳ୍ପ ନିଅନ୍ତୁ। ପୁରା ବିଧିବିଧାନର ସହିତ ଭଗବାନ ଶିବ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ସତ୍ୟନାରାୟଣ ବ୍ରତ କଥା କୁହନ୍ତୁ। ପିତୃଙ୍କୁ ତର୍ପଣ ନିଶ୍ଚୟ କରନ୍ତୁ ଚଦ୍ର ଉଦୟ ହେଲେ ଚନ୍ଦ୍ରଙ୍କୁ ନିଶ୍ଚୟ ପୂଜା କରନ୍ତୁ। ଏହି ଦିନ ମହା ଉପାୟ କରାଯାଏ।

କରଜରେ ଚିନ୍ତିତ ଥିଲେ କିମ୍ବା ଆପଣଙ୍କ ଟଙ୍କା କେହି ନେଇଥିବେ କିନ୍ତୁ ଫେରସ୍ତ କରୁନାହାନ୍ତି ସେହି ଧନକୁ ଫେରସ୍ତ ପାଇବା ପାଇଁ ଏହି ଉପାୟ କରନ୍ତୁ। ଏହି ଉପାୟ ରବିବାର ଦିନ ଠାରୁ ଆରମ୍ଭ କରି ଲଗାତାର ୨୭ ଦିନ ପର୍ଯ୍ୟନ୍ତ କରିବେ ଏବଂ ଯଦି ମହିଳା ହୋଇଥିବେ ତେବେ ୨୧ ଦିନ ପର୍ଯ୍ୟନ୍ତ ଏହି ପ୍ରୟୋଗ କରିବେ।

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିବା ଘଟିରେ ଲାଲି ଲଙ୍କାର ୧୧ ଟି ଦାନା କିମ୍ବା ଏକ ଚୁଟକି ଉଠେଇ ଏବଂ ଚୁଟକିରେ ଯାହାବି ଆସିବ ତାହାକୁ ଗଣିବେ ନାହିଁ ତାହାକୁ ଜଳରେ ପକେଇ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଅର୍ଘ୍ୟ ଦେବା ସମୟରେ ଭଗବାନଙ୍କୁ ବାଧାକୁ ଦୂର କରିବାକୁ ପ୍ରାର୍ଥନା କରନ୍ତୁ। ସେହିଠାରେ ହନୁମାନ ଚାଳିସାର ପାଠ କରନ୍ତୁ କିମ୍ବା ଘରକୁ ଆସି ମଧ୍ୟ ହନୁମାନ ଚାଳିସାର ପାଠ କରିପାରିବେ। ଧନର ସମସ୍ୟାରୁ ମୁକ୍ତି ମିଳିଯିବ।

କେବେ କେବେ ସମସ୍ୟା ଏତେ ବଢିଯାଏ ଲୋକେ ତାନ୍ତ୍ରିକ କ୍ରିୟା ବି କରିଦିଅନ୍ତି ଯାଦୁ ମନ୍ତ୍ର ବି କରିଦିଅନ୍ତ ଶତ୍ରୁ ଏତେ ହଇରାଣ କରିଥାନ୍ତି କି ବଞ୍ଚିବାର ରାସ୍ତା ନଥାଏ ଚିନ୍ତାରେ ରହିଥାନ୍ତି ତ ଏମିତି ସ୍ଥିତିରେ ଏହି ଉପାୟ କରନ୍ତୁ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ। କୌଣସି ଶନିବାର କିମ୍ବା ମଙ୍ଗଳବାର ଦିନ ରାତିରେ ଏହି ଉପାୟ କରିବେ।

ଘରୁ ବାହାରକୁ ଯାଇ ମାଟିରେ ଏକ ଗାତ କରନ୍ତୁ ଏବଂ ବାମ ହାତରେ ୫ ଟି ଶୁଖିଲା ଲଙ୍କା ଧରି ଶତ୍ରୁର ନାମ ନିଅନ୍ତୁ ଏବଂ ନିଜ ମୁଣ୍ଡ ଉପରେ ଓଲଟା ବୁଲାଇ ଦିଅନ୍ତୁ ଏହାପରେ ସେହି ଲଙ୍କାକୁ ଗାତ ଭିତରେ ପୋତି ଦିଅନ୍ତୁ। ବିନା ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଶତ୍ରୁ ଶାନ୍ତ ହୋଇଯିବେ। ଏହି ଉପାୟକୁ ଚୁପଚାପ କରିବେ। ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।

କେବେ ସମସ୍ୟା ଏତେ ବଢିଯାଏ ଅନେକ ଥର ବହୁତ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିନଥାଏ। ଏମିତି ସ୍ଥିତିରେ ସେଥିରୁ ମୁକ୍ତି ପାଇବାର ରାସ୍ତା ମିଳିନଥାଏ ତ ଏହି ଉପାୟ କରିବେ। ୨୧ ଟି ଶୁଖିଲା ଲଙ୍କାର ଦାନା ନିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏକ କାଗଜରେ ରଖି ଏହାକୁ ନିଜ ମୁଣ୍ଡ ପାଖରେ ରଖିଦିଅନ୍ତୁ ଏବଂ ପର ଦିନ ଏହାକୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ନେଇ ନିଜ ଘର ଠାରୁ ବାହାରକୁ ଫୋପାଡ଼ି ଦିଅନ୍ତୁ। ଏହା ଦ୍ବାରା ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ।

ବ୍ୟବସାୟ ଭଲ ଚାଲୁ ନଥିଲେ ସମସ୍ୟାରେ ଥିଲେ ଏହି ଉପାୟ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଲାଲି ଲଙ୍କାର ୨୧ ଟି ଦାନା ନେଇ ଜଳରେ ପକେଇ ଦିଅନ୍ତୁ ଏବଂ ନିଜର ମୁଣ୍ଡ ପାଖରେ ଏହାକୁ ରଖି ଶୋଇଯାଆନ୍ତୁ। ସକାଳୁ ଉଠି ଏହି ଜଳ ପାତ୍ରକୁ ନିଜ ମୁଣ୍ଡ ଉପରେ ୭ ଥର ବାମ ହାତରେ ଓଲଟା ବୁଲାଇ ସେହି ପାଣିକୁ ଘର ଠାରୁ ବାହାରେ ଦୂରରେ ପକେଇ ଦିଅନ୍ତୁ ଏବଂ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏମିତି କଲେ ଜୀବନରେ ସମସ୍ୟା ବାଧା ଦୂର ହୋଇଯିବ। ସମସ୍ତ କାମରେ ଆସୁଥିବା ବାଧା ଦୂର ହୋଇଯିବ। କାହାରି ନଜରଦୋଷ ଅଭିଶାପ ଲାଗିବ ନାହିଁ।

କେବେ କେବେ ବିନା କାରଣରେ ଲୋକେ ବୀମାର ହୋଇଯାଆନ୍ତି ଏହାର କାରଣ ଲୋକେ ବୁଝିପାରନ୍ତି ନାହିଁ ମେଡ଼ିସିନ ବି କାମ କରେ ନାହିଁ ମନ ଅଶାନ୍ତ ରହିବ ସବୁକିଛି ଗଡ଼ବଡ଼ ହୋଇଯିବ ସମ୍ପର୍କରେ ଦୂରତା ଆସିଯିବ ସେତେବେଳେ ଆପଣ ବୁଝିନିଅନ୍ତୁ କି ଆପଣଙ୍କ ଉପରେ ନଜର ଲାଗିଛି। ତ ଏହି ଉପାୟ କରନ୍ତୁ।

ଏହି ଉପାୟ କରିବା ପାଇଁ ୭ ଟି ଦାଣ୍ଠି ଥିବା ଲାଲି ଲଙ୍କା ଅଳ୍ପ କଳା ତିଳ ୭ ଟି ଯାଇ ଫଳ ଛୋଟ ଛୋଟ ୭ ଟି ଫିଟିକିରିର ଖଣ୍ଡ ନିଅନ୍ତୁ ଏବଂ ଗୋଟେ ଛୋଟ ଲାଲ କପଡ଼ାରେ ନେଇ ବାନ୍ଧି ପୋଟଳି କରି ଯେଉଁ ଲୋକ ବୀମାର ଥିବ ତାଙ୍କ ମୁଣ୍ଡ ପାଖରେ ଶୁକ୍ରବାର ଦିନ ରାତିରେ ରଖିଦିଅନ୍ତୁ ଏବଂ ପର ଦିନ ସକାଳେ ଅସ୍ତ ଗଛ ମୂଳରେ ରଖି ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ତାଙ୍କର ସ୍ୱାସ୍ଥ୍ୟରେ ଯେଉଁ ସମସ୍ୟା ଥିବ ତାହା ଧୀରେ ଧୀରେ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *