Excuse Me Odisha

ଯାହା କହିବୁ ସତ କହିବୁ

ଦୀପରୁ ଦୀପ କିମ୍ବା ଧୂପ ଲଗାଇଲେ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ? ଆସନ୍ତୁ ଜାଣିବା!

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଠାକୁର ଘରେ ସର୍ବଦା ଘିଅ ବା ତେଲର ଦୀପ ଜାଳିବା ଉଚିତ।କାରଣ ଘିଅର ଦୀପ ଜଳାଇବା ଦ୍ୱାରା ବାତାବରଣ ସୁଗନ୍ଧିତ ଓ ସକାରାତ୍ମକ ରହିଥାଏ। ଏହା ଘର ପରିବାର ପାଇଁ ଅତ୍ୟନ୍ତ ମଙ୍ଗଳକାରୀ ଅଟେ। ଏହି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ଠାକୁର ଘରେ କେଉଁ ଭୁଲ କରିବା ଦ୍ଵାରା ଜୀବନରେ ଘୋର ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଠାକୁର ଘରେ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଉଚିତ। ପ୍ରଭୁ ଗଣେଶଙ୍କୁ ସ୍ନାନ କରାଇ ବସ୍ତ୍ର ପିନ୍ଧେଇ କୁକୁମ ଲଗେଇ ପୂଜା କରିବା ଉଚିତ । ଏଭଳି କରିବା ଦ୍ୱାରା ପରିବାର ଲୋକଙ୍କ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ।

ଠାକୁର ପୂଜା କରିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ରଖିବା ଉଚିତ ଯେ, ଆପଣ ଧୁଆ ପୋଷାକ ପରିଧାନ କରିବା ଉଚିତ। ଧୋତି ଓ କୁର୍ତ୍ତା ପରିଧାନ କରି ପାରିବେ। ପୂଜା କରୁଥିବା ଜଳକୁ କେବେ ମଧ୍ୟ ପ୍ଲାଷ୍ଟିକ ପାତ୍ରରେ ରଖିବେ ନାହିଁ। ପୂଜା ଘରେ ତମ୍ବା ପାତ୍ର ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି।

ଭଗବାନ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିବା ପରେ ପ୍ରଭୁ ନାରାୟଣଙ୍କୁ ଧ୍ୟାନ କରିବା ସହିତ ଧୂପ ଦୀପ ଚନ୍ଦନ ପୁଷ୍ପ ଦେଇ ପୂଜା କରିବେ। ଏଭଳି କରିବା ଆପଣଙ୍କ ପରିବାର ପାଇଁ କଲ୍ୟାଣକାରୀ ହୋଇଥାଏ। ତାପରେ ଭଗବାନ ଶିବଙ୍କୁ ଫୁଲ, ଚନ୍ଦନ, ଅକ୍ଷତ, ଆଦି ଅର୍ପଣ କରନ୍ତୁ। ତାପରେ ସବୁ ଦେବଦେବୀଙ୍କର ମନ୍ତ୍ର ଜପ କରନ୍ତୁ।

ତମ୍ବା କିମ୍ବା ପିତ୍ତଳ ବାସନ ପୂଜାରେ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ପୂଜା କରିବା ସମୟରେ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଁହ କରି ପୂଜା କାର୍ଯ୍ୟ ସମାପନ କରିବା ଉଚିତ। ଏଭଳି କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ପୂଜା କରିବା ସମୟରେ କେବେ ଦୀପରୁ ଦୀପ କିମ୍ବା ଦୀପରୁ ଧୂପ ଲଗାଇବେ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଏହାପରେ ପାଞ୍ଚ ଦେବାତାଙ୍କୁ ମିଠା ଓ ଜଳ ଅର୍ପଣ କରନ୍ତୁ। ପଞ୍ଚ ଦେବତାଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ପରିବାରରେ କେବେବି ଅନିଷ୍ଟ ହୋଇ ନଥାଏ। ତେବେ ଶେଷରେ ପଞ୍ଚ ଦେବତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜାର ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ ଯେ, ସୂର୍ଯ୍ୟଙ୍କୁ ଶଙ୍ଖ ମାଧ୍ୟମରେ କେବେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ।

ପୂଜା ସମୟରେ ପାଣିରେ ଫୁଲ ରଖନ୍ତୁ ନାହିଁ କିମ୍ବା ଖଣ୍ଡିତ ପୁଷ୍ପ ପୂଜାରେ ବ୍ୟବହାର କରନ୍ତୁ ନାହିଁ। ସବୁବେଳେ ମନେ ରଖନ୍ତୁ, ପୂଜା ସମୟରେ ଲାଲ ରଙ୍ଗର ଆସନରେ ବସିବା ଉଚିତ। ଠାକୁର ପୂଜା କରିବା ସମୟରେ ଏଭଳି କିଛି ନିୟମ ଗୁଡିକ ପାଳନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *