Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା। ତୁଳସୀରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଦରିଦ୍ରତା ଭୁଲିଯିବ ଘରର ରାସ୍ତା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା। ତୁଳସୀରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଦରିଦ୍ରତା ଭୁଲିଯିବ ଘରର ରାସ୍ତା।

ପୁର୍ଣିମାର ବିଶେଷ ମହତ୍ୱ ରହିଥାଏ ଆମ ହିନ୍ଦୁ ଧର୍ମରେ। ଭଗବାନ ଶିବଙ୍କର ମଧ୍ୟ ଏହି ମାସଟି ସବୁଠାରୁ ପ୍ରିୟ ମାସ। ଭାଇ ଭଉଣୀର ପ୍ରେମର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ବି ଏହି ପୂର୍ଣ୍ଣିମା ତିଥିରେ ପାଳନ କରାଯିବ। ଏହି ବର୍ଷ ପୂର୍ଣ୍ଣିମା ତିଥି ଦୁଇ ଦିନ ପଡୁଅଛି। ରାକ୍ଷୀ ପୂର୍ଣ୍ଣିମା ୧୧ ଅଗଷ୍ଟରେ ପାଳନ କରାଯିବ ଏବଂ ସ୍ନାନ ଦାନର ପୂର୍ଣ୍ଣିମା ୧୨ ଅଗଷ୍ଟରେ ପାଳନ କରାଯିବ। ଯଦି ଭଗବାନ ଶିବଙ୍କର ରୁଦ୍ରାଭିଷେକ ଏହି ପୂର୍ଣ୍ଣିମା ତିଥିରେ କରିବେ ତ ଭଗବାନ ଶିବ ତ ପ୍ରସନ୍ନ ହୋଇଥାନ୍ତି ଏବଂ ଭଗବାନ ବିଷ୍ଣୁଙ୍କର କୃପା ପାଇବା ପାଇଁ ପୂର୍ଣ୍ଣିମା ବ୍ରତ କରିପାରିବେ। ଏହି ପର୍ବ ଚନ୍ଦ୍ରମାଙ୍କୁ ପୂଜା କରିବାର ବି ବିଧାନ ଅଛି।

ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ପାଇବା ପାଇଁ ଏହି ଦିନ ତୁଳସୀ ପତ୍ରରେ କିଛି ମହା ଉପାୟ କରାଯାଏ।

ଏହି ଦିନ ଏକ ଘଟି ଜଳରେ କଳା ତିଳ ପକେଇ ମା ତୁଳସୀଙ୍କୁ ଅର୍ପଣ କରନ୍ତୁ। ଏହି ଘଟିରେ ହଳଦୀ ଏକ ଚୁଟକି ଅକ୍ଷତ ଏକ ଚୁଟକି କଳା ତିଳ ଏହା ସହିତ କିଛି ମିଠା ଜିନିଷ ପକେଇ ଅର୍ପଣ କରିବେ ତ ପୁରା ମାସର ସ୍ନାନର ପୁଣ୍ୟ ଫଳ ଏହା ଦ୍ବାରା ମିଳିଥାଏ।

ସନାନ୍ତନ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଏବଂ ପୂଜନୀୟ ମାନାଯାଏ। ଏହି ତୁଳସୀ ଗଛର ପ୍ରୟୋଗରେ କାଳସ୍ୱର୍ପ ଦୋଷରୁ ମଧ୍ୟ ମୁକ୍ତି ପାଇପାରିବେ। ସମସ୍ତ ଗ୍ରହଙ୍କ ପୀଡ଼ାରୁ ବି ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ ଯାହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ।

ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପ୍ରିୟା ମାନାଯାଏ। ସେ ସର୍ବଦା ତାଙ୍କ ମଥାରେ ହିଁ ରହିଥାନ୍ତି।

ଯେଉଁ ବ୍ୟକ୍ତି ସର୍ବଦା ତୁଳସୀ ପତ୍ରର ସେବନ କରିଥାଏ ତାର ସ୍ୱାସ୍ଥ୍ୟ ଭଲ ରହିବା ସହିତ ନର୍କରୁ ବି ବଞ୍ଚିତ ରହିଥାଏ।

ଭୋଗରେ ନିଶ୍ଚୟ ତୁଳସୀ ପତ୍ରର ପ୍ରୟୋଗ କରନ୍ତୁ। ଭଗବାନ ହନୁମାନଙ୍କୁ ୨ ଟି ତୁଳସୀ ପତ୍ର ଅର୍ପଣ କରିପାରିବେ। ଭଗବାନ ବିଷ୍ଣୁଙ୍କ ମଥାରେ ୨ ଟି ତୁଳସୀ ପତ୍ର ସଜେଇ ଦେବେ। ତୁଳସୀ ଗଛର ମଞ୍ଜରୀକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଦୁଃଖ ଦୂର ହୋଇଥାଏ। ଯେଉଁ ଜିନିଷ ଚାହିଁଥାନ୍ତି ତାହା ପୁରା ହୋଇଥାଏ।

ତୁଳସୀ ମଙ୍ଗଳ ଗ୍ରହ ସହିତ ଜଡ଼ିତ ଅଟେ। ଏଥିପାଇଁ ଏହି ଦିନ ଏକ ଛୋଟ ଉପାୟ କରନ୍ତୁ। ତୁଳସୀ ଗଛରେ ଯେଉଁ ପତ୍ର ତଳେ ପଡିଥିବ ତାହାକୁ ନେଇ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହା ପରେ ଏହି ପତ୍ରକୁ ନିଜ ପର୍ସରେ କିମ୍ବା ଆଲମାରୀରେ ରଖିଦିଅନ୍ତୁ। ଏହି ପତ୍ର ଧନକୁ ଆକର୍ଷଣ କରିଥାଏ। ଧନର ସମସ୍ୟାକୁ ଦୂର କରିଥାଏ। ଏହି ପତ୍ରକୁ ବ୍ୟବସାୟ ସ୍ଥଳରେ ବି ରଖିପାରିବେ ଏହା ଦ୍ବାରା ଧନର ଆଗମନ ହେବ ଏବଂ ଉନ୍ନତି ମଧ୍ୟ ହୋଇଥାଏ।

ବ୍ୟବସାୟରେ ସଫଳତା ପାଇବା ପାଇଁ ଏକ ଛୋଟ ଉପାୟ କରନ୍ତୁ। ରୋଷେଇ ଘରେ ଯେଉଁ ଚାଉଳ ରଖୁଛନ୍ତି କିମ୍ବା ଜିନିଷ ରଖୁଛନ୍ତି ସେହି ଜାଗାରେ ଏକ ଛୋଟ ଉପାୟ କରନ୍ତୁ। ଏହି ଚାଉଳ ଡ଼ବାରେ କିଛି ତୁଳସୀ ପତ୍ର ରଖିଦିଅନ୍ତୁ। ଏମିତି କଲେ ଘରକୁ ସୁଖ ଶାନ୍ତି ଆସିବା ସହିତ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଏହି ଦିନ ଚାଉଳ ପ୍ରସ୍ତୁତ କରିବା ସମୟରେ ସେଥିରେ ୨ ଟି ତୁଳସୀ ପତ୍ର ପକେଇ ଦେଲେ ଖାଦ୍ୟର ପବିତ୍ରତା ବଢିବା ସହିତ ଖାଦ୍ୟର ସ୍ୱାଦ ମଧ୍ୟ ବଢିଥାଏ

ତୁଳସୀ ଗଛରେ ଜଳରେ ଏକ ଚୁଟକି ହଳଦୀ ପକେଇ ଅର୍ପଣ କରନ୍ତୁ।

ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରର ସୁଖ ଶାନ୍ତି ବନି ରହିବା ପାଇଁ ଏହି ଉପାୟ କରନ୍ତୁ। ଘରର ଯେଉଁ ବ୍ୟକ୍ତି ଚିନ୍ତିତ ଥିବେ ତ ୭ ଟି ତୁଳସୀ ପତ୍ର ଏକ ୭ ଟି ଗୋଲମରିଚ ନେଇ ତାଙ୍କ ଉପରେ ୭ ଥର ଓଲଟା ବୁଲାଇବା ସମୟରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରୁଥିବେ। ଏହାପରେ ଏହାକୁ କୌଣସି ମାଟିରେ ପୋତି ଦିଅନ୍ତୁ। ଏମିତି କଲେ କଷ୍ଟ ଦୂର ହୋଇଥାଏ।

ଯଦି ଆପଣଙ୍କ ବ୍ୟବସାୟ ଭଲ ଚାଲୁନାହିଁ ତ ଏକ ଧଳା କପଡ଼ାରେ ୨୧ ଟି ତୁଳସୀ ମଞ୍ଜି ନେଇ ନିଅନ୍ତୁ ଏହାକୁ ନିଜର ବ୍ୟବସାୟ ସ୍ଥଳରେ କିମ୍ବା ଯେଉଁଠି ଚାକିରୀ କରୁଛନ୍ତି ସେହିଠାରେ ମାଟିରେ ଏହାକୁ ପୋତିଦିଅନ୍ତୁ। ଏମିତି କରିଲେ ଆପଣଙ୍କ ସମସ୍ୟା ଦୂର ହୋଇଥାଏ।

ବିଶେଷ ମନସ୍କାମନା ପାଇଁ ଏହି ଉପାୟ କରନ୍ତୁ। ୧ ଲବଙ୍ଗ ଏବଂ ୧ଟି କଏନ ନେଇ ତୁଳସୀ ଗଛ ପାଖକୁ ଯାଆନ୍ତୁ ଏବଂ ଏହି ଦୁଇଟି ଜିନିଷକୁ ନିଜ ହାତରେ ଧରି ଯାହାବି ମନରେ ଇଛା ଥିବ ତାହାକୁ କହି ତୁଳସୀ ଗଛ ମୂଳରେ ମାଟିରେ ପୋତି ଦିଅନ୍ତୁ। ଏହାପରେ ତୁଳସୀ ଗଛକୁ ପ୍ରଣାମ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ଦୀପ ଜଳାଇ ତୁଳସୀ ଗଛରେ ବୁଲାନ୍ତୁ ଏବଂ ପୁରା ଘର ସାରା ବୁଲାନ୍ତୁ। ମନସ୍କାମନା ପୂରଣ ହୋଇଗଲେ ସେହି କଏନକୁ କାଢି ପାଖରେ ଥିବା କୌଣସି ମନ୍ଦିରରେ ଦାନ କରିଆସିବେ।

ଘରେ ଯଦି କୌଣସି ପିଲା ବହୁତ ଜିଦି ଥିବ ତାହେଲେ ତାଙ୍କର ବେଡ଼ରୁମର ପାଖରେ ବାଲକୁନିରେ ଏକ ତୁଳସୀ ଗଛ ଲଗାନ୍ତୁ ଏହା ଦ୍ବାରା ସେହି ତୁଳସୀ ଗଛର ପବନରେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ତାଙ୍କର ଜିଦି ବି କମ ହୋଇଥାଏ।

ଯେଉଁ କନ୍ୟାଙ୍କର ବିବାହ ବିଳମ୍ବ ହେଉଛି ତ ସେ ତୁଳସୀ ଗଛରେ ପ୍ରତ୍ୟକ ଦିନ ଜଳ ଅର୍ପଣ କରିଲେ ଶୀଘ୍ର ବିବାହ ହୋଇଥାଏ।

ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଏକ କଏନ ଏବଂ ୨ ଟି ତୁଳସୀ ପତ୍ରକୁ ରଖି ଶୋଇଯିବେ ଏବଂ ପର ଦିନ ସକାଳେ ଏହି କଏନକୁ କାଢି ପାଖ ମନ୍ଦିରରେ ରଖି ଆସିବେ ଏବଂ ପତ୍ରକୁ ମାଟିରେ ପୋତି ଦେବେ। ଏହା ଦ୍ବାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

ତୁଳସୀ ଗଛରେ ଜଳ ଅର୍ପଣ କରିବା ଘଟିରେ ଏକ ଚୁଟକି ହଳଦୀ ଏବଂ କିଛି ମିଠା ଜିନିଷ ପକେଇ ଅର୍ପଣ କରିଲେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ହୋଇଥାଏ। ଜୀବନରେ ଦରିଦ୍ରତା ଆସିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *