Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ପିମ୍ପୁଡିଙ୍କୁ ଏହି ଜିନିଷ ଖୁଆଇଲେ କାହିଁକି ଲୋକେ ହୋଇଥାନ୍ତି କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ପିମ୍ପୁଡିଙ୍କୁ ଏହି ଜିନିଷ ଖୁଆଇଲେ କାହିଁକି ଲୋକେ ହୋଇଥାନ୍ତି କୋଟିପତି।

ଶ୍ରାବଣ ମାସ ବହୁତ ପବିତ୍ର ମାସ ଅଟେ ଏବଂ ଏହି ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ। ଏହି ମାସରେ ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପବିତ୍ର ମନରେ କୌଣସି ବି ସାଧନା କରିଥାଏ କୌଣସି ଖାସ ଉପାୟ କରିଥାଏ ତ ତାର ସମସ୍ତ ଇଛା ପୂରଣ ତ ହୋଇଥାଏ ଏହା ସହିତ ସମସ୍ତ ନବ ଗ୍ରହ ତା ସହିତ ଚାଲନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କ ସହିତ ନବ ଗ୍ରହ ଚାଲନ୍ତି ତ ଏମିତି ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଆସିନଥାଏ।

ନବ ଗ୍ରହ ସେତେବେଳେ ଚାଲନ୍ତି ଯେତେବେଳେ ଭଗବାନ ଶିବଙ୍କ କୃପା କୌଣସି ସାଧକ ଉପରେ କିମ୍ବା କୌଣସି ବ୍ୟକ୍ତି ଉପରେ ହୋଇଯାଏ। ଆଜି ଆମେ ଏହି ପୋଷ୍ଟରେ ବଡ଼ ଉପାୟ ବିଷୟରେ ଜଣେଇବୁ ଯାହା କେବଳ ଶ୍ରାବଣ ମାସରେ ହିଁ କରାଯାଏ ଏବଂ ଯେଉଁ ଭକ୍ତ ଏହି ଉପାୟକୁ ଶ୍ରାବଣ ମାସରେ କରନ୍ତି ତାଙ୍କ ଜୀବନରେ ଦୁର୍ଭାଗ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ସେ ଆଗକୁ ବଢିଯାଏ। ଜୀବନରେ ଯେତେ ବଡ଼ କଷ୍ଟ ଥିଲେ ଏହି ଉପାୟକୁ କରିଲେ ସବୁ କଷ୍ଟ ଜଲଦି ଶେଷ ହୋଇଯିବ ଏବଂ ସୌଭାଗ୍ୟର ଆରମ୍ଭ ହୋଇଯିବ।

ସାଧାରଣତ ଆମ୍ଭେ ପିମ୍ପୁଡି ମାନଙ୍କୁ ପାଦତଳେ ମାଡିଦେଇଥାଉ ସେମାନେ ଆମ୍ଭକୁ କାମୁଡୁଥିବା ଏକ ଜୀବ ଭାବି ଆମ୍ଭେ ଏଡାଇ ଦେଇଥାଉ କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ ଏହି ପିମ୍ପୁଡି ମାନେ ଭିକାରି କୁ କୋଟିପତି କରିପାରନ୍ତି ଏବଂ କୋଟିପତିକୁ ଭିକାରୀ ମଧ୍ୟ କରିଦେଇଥାନ୍ତି। ପିମ୍ପୁଡି ହେଉଛି ଏକ ସାଧାରଣ ଜୀବ। ଯାହାକୁ ପରିଶ୍ରମୀ ଏବଂ ଏକତା ପରାୟଣ ଜୀବ ବୋଲି କୁହାଯାଏ। ଏମାନେ ଗୋଟେ ପାହାଡ଼କୁ ବି ଭାଙ୍ଗିବାର କ୍ଷମତା ରଖିଥାନ୍ତି। ଏମାନେ ଆମର ପରିବେଶକୁ ସ୍ୱଚ୍ଛ ରଖିଥାନ୍ତି। ଆସନ୍ତୁ ଜାଣିବା କେଉଁ ପିମ୍ପୁଡି କେଉଁ ସଂକେତ ଦେଇଥାନ୍ତି।

ଯଦି ଜୀବନରେ ବାରମ୍ବାର ଅସଫଳତା ମିଳୁଛି ତେବେ ଆପଣ ମଧ୍ୟ ପିମ୍ପୁଡି ମାନଙ୍କ ଭଳି ହାର ନମାନି ପରିଶ୍ରମ କରିବା ଉଚିତ। ଆଗକୁ ବଢିବା ଉଚିତ।

କଳା ପିମ୍ପୁଡିକୁ ଶୁଭ ବୋଲି ମାନାଯାଏ। ଏହାକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ବୋଲି ମାନାଯାଏ ଏବଂ ଗ୍ରହଙ୍କ ଅଧିପତି ଶନିଦେବଙ୍କର ଏହି କଳା ପିମ୍ପୁଡି ଉପରେ ହିଁ ମାନାଯାଏ। ଏଥିପାଇଁ ଯଦି ଆପଣ ଚାହାନ୍ତି ମୃତ୍ୟୁ ପରେ ବୈକୁଣ୍ଠ ଧାମରେ ବାସ କରିବେ ତେବେ ଆପଣଙ୍କୁ ପିମ୍ପୁଡିକୁ ଚାଉଳର ଦାନା ଏବଂ ଅଟା ଖାଇବାକୁ ଦିଅନ୍ତୁ।

ଯେଉଁ ଲୋକମାନେ ଚାଉଳରେ ଚିନି ମିଶାଇ ପିମ୍ପୁଡି ମାନଙ୍କୁ ଅଟା ଦିଅନ୍ତି ତାଙ୍କୁ ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ। ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ ଏବଂ ପରିବାରରେ ସୁଖ ଶାନ୍ତି ଏବଂ ପରସ୍ପର ମଧ୍ୟରେ ଭଲ ବୁଝାମଣା ରହିଥାଏ।

ଯଦି ଜୀବନରେ ସମସ୍ୟା ଆସୁଥାଏ ବାଧା ଆସୁଥାଏ ତେବେ ଏହି ଉପାୟ କରନ୍ତୁ। ଆପଣଙ୍କ ଜୀବନରେ ସମସ୍ତ ବାଧା ଦୂର ହୋଇଯିବ। ପିମ୍ପୁଡି ମାନଙ୍କୁ ଶୁଖିଲା ନଡ଼ିଆକୁ କାଟି କାଟି କରି ତାର ପାଉଡର ବନେଇ ଅଳ୍ପ ଚିନି ମିଶାଇ ପିମ୍ପୁଡି ମାନଙ୍କୁ ଦିଅନ୍ତୁ। ଏମିତି କରିଲେ ନେଗେଟିଭ ଏନର୍ଜୀ ଦୂର ହୋଇଥାଏ।

ଯଦି ଆପଣ ବାଦାମ ପାଉଡର ପ୍ରସ୍ତୁତ କରି ଚିନି ମିଶାଇ ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତି ତେବେ ଚାକିରୀରେ ଭଲ ଯୋଗ ସୃଷ୍ଟି ହୋଇଥାଏ। କରଜରୁ ବି ମୁକ୍ତି ମିଳିଥାଏ।

ଆସନ୍ତୁ ଜାଣିବା କେଉଁ ରଙ୍ଗର ପିମ୍ପୁଡି ଦୁର୍ଭାଗ୍ୟ ନେଇ ଆସିଥାଏ ଏବଂ କେଉଁ ରଙ୍ଗର ପିମ୍ପୁଡି ସୌଭାଗ୍ୟ ନେଇ ଆସିଥାଏ।

ଶନି ରାହୁ କେତୁଙ୍କୁ ପାପୀ ଗ୍ରହ ମାନାଯାଏ। ଶନିଙ୍କ କୁଦୃଷ୍ଟି ଥିଲେ ଅଟାରେ ଚିନି ମିଶାଇ ପିମ୍ପୁଡି ମାନଙ୍କୁ ଖାଇବାକୁ ଦେଲେ ଉନ୍ନତିର ମାର୍ଗରେ ଆସୁଥିବା ଯାହା ବି ବାଧା ଦୂର ହୋଇଥାଏ ଏବଂ ସଫଳତା ମିଳିଥାଏ।

ଅନେକ ଲୋକ ଯେତେ ଚେଷ୍ଟା କରିଲେ ମଧ୍ୟ ତାଙ୍କ ମଥାରେ ଉପି ଭଲ ହୋଇନଥାଏ ତାଙ୍କ ଉପରେ ରାହୁର କୁଦୃଷ୍ଟି ପଡିଥାଏ। ଏପରି ସ୍ଥିତିରେ ପିମ୍ପୁଡି ମାନଙ୍କୁ ଚିନି ନିଶ୍ଚୟ ଖାଇବାକୁ ଦେବା ଉଚିତ।

ଶୁକ୍ର କମଜୋର ଥିଲେ ପ୍ରତ୍ୟକ ଶୁକ୍ରବାର ଦିନ ପିମ୍ପୁଡି ମାନଙ୍କୁ ଚିନି ନିଶ୍ଚୟ ଖାଇବାକୁ ଦିଅନ୍ତୁ।

ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ନୀଚରେ ଥିବେ ତେବେ ପ୍ରତ୍ୟକ ରବିବାର ଦିନ ପିମ୍ପୁଡି ମାନଙ୍କୁ କ୍ଷୀରି ବନେଇ ଖଆଇବା ଉଚିତ।

କେତୁ ଆପଣଙ୍କ ଉପରେ କୁପ୍ରଭାବ ପକାଇ ଥିଲେ ଆପଣଙ୍କୁ ୪୩ ଦିନ ପର୍ଯ୍ୟନ୍ତ ଏହି ଉପାୟ କରିବାକୁ ହେବ। ଅଟାରେ ଗୁଡ଼ ମିଶାଇ ପିମ୍ପୁଡି ମାନଙ୍କୁ ପ୍ରତ୍ୟକ ଦିନ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ପିତୃଦୋଷ ବି ଶେଷ ହୋଇଥାଏ।

ଘରେ ଯେଉଁ ବି ଭଜନ ପ୍ରସ୍ତୁତ କରୁଛନ୍ତି ଅଳ୍ପ ଖାଦ୍ୟ ପ୍ରଥମେ ପିମ୍ପୁଡି ମାନଙ୍କ ପାଇଁ ବାହାର କରିଦିଅନ୍ତୁ। ଗ୍ରହଙ୍କ ଅଶୁଭ ପ୍ରଭାବରେ ଯଦି ଆପଣଙ୍କର ସମସ୍ତ କାମ ଖରାପ ହେଉଛି ତେବେ ପିମ୍ପୁଡି ମାନଙ୍କୁ ମିଠା ରୁଟି ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ।

ଯଦି ଘରେ କଳା ପିମ୍ପୁଡି ଦେଖିବେ ତେବେ ବୁଝିନିଅନ୍ତୁ ଭାଗ୍ୟ ଉଦୟ ହେବାକୁ ଯାଉଛି। ଏହା ଶୁଭ ସଂକେତ ହୋଇଥାଏ। ସୁଖ ଏବଂ ଐଶ୍ୱର୍ଯ୍ୟ ଘରେ ବାସ କରିବ ଯଦି ନିଜ ଘରର ଛାତ ଉପରେ କିମ୍ବା କାନ୍ଥରେ କଳା ପିମ୍ପୁଡିଙ୍କ ଧାଡି ଦେଖିବେ। ଆପଣଙ୍କ ଆମଦାନୀ ଏବଂ ରପ୍ତାନୀରେ ଉନ୍ନତି ହେବ।

ଘରେ ନାଲି ପିମ୍ପୁଡିର ଧାରା ଆମକୁ ଆଗକୁ ଆସୁଥିବା ବିପଦ ପାଇଁ ସତର୍କ କରାଇଥାଏ। ବଡ଼ ବିପଦ ଆସିବାର ସମ୍ଭାବନା ଅଛି। ଘରେ ରୋଗ ଏବଂ କଳହ ବଢ଼ିପାରେ।

ଯଦି ସ୍ଵପ୍ନରେ କମ ପିମ୍ପୁଡି ଦେଖିବେ ତ ଏହା ଧନ ଲାଭର ସଂକେତ ଅଟେ କିନ୍ତୁ ଅଧିକ ପିମ୍ପୁଡି ଦେଖିଲେ ହୋଇପାରେ ଜୀବନରେ ବଡ଼ ସମସ୍ୟା ଆସିପାରେ

ପିମ୍ପୁଡି ମାନଙ୍କୁ ଭୁଲରେ ବି ମାରନ୍ତୁ ନାହିଁ। ଯଦି ଆପଣ ପିମ୍ପୁଡି ମାନଙ୍କୁ ଘରୁ ବାହାର କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ନମାରି ବାହାରେ କିଛି ଚିନି ରଖିଦିଅନ୍ତୁ। ସେମାନେ ଆପେ ଘରୁ ପଳାଇ ଯିବେ। ଆପଣ ଏପରି ମଧ୍ୟ କରନ୍ତୁ ଗୋଟେ ଲେମ୍ବୁକୁ ଦୁଇ ଫାଳ କରି ପିମ୍ପୁଡି ବାହାରୁ ଥିବା ଜାଗାରେ ରଖିଦିଅନ୍ତୁ ଦେଖିବେ ପିମ୍ପୁଡି ଆପେ ଦୂର ହୋଇଯିବେ।

ଯଦି ଆପଣ କଳା ପିମ୍ପୁଡିର ମନ୍ଦା ଘରେ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଧନ ବୃଦ୍ଧିର ସଂକେତ ହୋଇଥାଏ। ସେହି ପିମ୍ପୁଡି ମାନଙ୍କୁ କିଛି ଚିନି ମିଶା ଅଟା ଏବଂ କିଛି ପାଣି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଆପଣଙ୍କ ଘରକୁ ପିମ୍ପୁଡି ଆସୁଥିଲେ ଏପରି କରନ୍ତୁ। ଧନ ବୃଦ୍ଧି ହେବା ସହିତ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ।

ରୋଷେଇ ଘରେ ନାଲି ପିମ୍ପୁଡି ଦେଖା ଦେବାର ଅର୍ଥ ହେଉଛି ଘରେ କରଜର ଭାର ବଢିବାକୁ ଯାଉଛି ବା ଆପଣଙ୍କ ଆର୍ଥିକ ସ୍ଥିତି ଅଭାବ ଆଡ଼କୁ ଗତି କରୁଛି। ଏହା ଛଡା ଯଦି ଆପଣ ପିମ୍ପୁଡି ମାନଙ୍କୁ ମାରି ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ। ଏହାର ଉପଚାର ପାଇଁ ଆପଣ ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ। ଘରେ ନାଲି ପିମ୍ପୁଡି ଦେଖିଲେ ସେମାନଙ୍କୁ ଚିନି ମିଶା କିଛି ଅଟା ଖାଇବାକୁ ଦିଅନ୍ତୁ। ଆଗକୁ ଆସୁଥିବା ବିପଦ ଆପଣଙ୍କର ଟଳି ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *