Excuse Me Odisha

ଯାହା କହିବୁ ସତ କହିବୁ

ସୁଖ ଆସିବା ପୂର୍ବରୁ ଈଶ୍ୱର ଦେଇଥାନ୍ତି ସଂକେତ।ଜାଣନ୍ତୁ କିପରି?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଈଶ୍ବରଙ୍କ ସୃଷ୍ଟି ଅନନ୍ୟ ଅଟେ। ପ୍ରତ୍ୟେକ ମନୁଷ୍ୟ ଜୀବନରେ କେବେ ସୁଖ ଆସିଥାଏ, ତ ଆଉ କେବେ ଦୁଃଖ ଆସିଥାଏ। ବେଳେବେଳେ ଆମ ଜୀବନରେ ଏଭଳି ଘଟଣା ଘଟିଥାଏ, ଯାହା ଆମେ କଳ୍ପନା ମଧ୍ୟ କରି ନ ଥାଉ । କିନ୍ତୁ ପ୍ରକୃତି ଆମକୁ କିଛି ଏଭଳି ସଂକେତ ଦେଇଥାଏ, ଯାହାଦ୍ଵାରା ଆଗାମୀ ସମୟରେ ଆମ ଭାଗ୍ୟରେ ପରିବର୍ତ୍ତନ ହେବା ସହିତ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ।

ତେବେ ଅନି ଆନେ ଆପଣଙ୍କୁ ପ୍ରକୃତିର ସଂକେତ ବିଷୟରେ କହିବାକୁ ଯାଉଛୁ କି ପ୍ରକୃତି କଣ ସଂକେତ ଦେଇଥାଏ? କିପରି ଜାଣିବା ପ୍ରକୃତି ଆମକୁ ସଂକେତ ଦେଉଛି। ଯେପରି ସ୍ଵାସ୍ଥ୍ୟର ସମସ୍ଯା ଲାଗି ରହିବା, ଅର୍ଥ ଅଭାବ, କଳି ଝଗଡା ଲାଗି ରହିବା, ସନ୍ତାନର କଷ୍ଟ, କାର୍ଯ୍ୟ ଅଟକି ରହିବା ଇତ୍ୟାଦିରେ କେମିତି ଜାଣିବା ପ୍ରକୃତି ଆମକୁ ସଂକେତ ଦେଉଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ନାରୀ ମାନଙ୍କର ବାମ ଅଙ୍ଗ ଓ ପୁରୁଷ ମାନଙ୍କର ଡାହାଣ ଅଙ୍ଗ ଥରିଲେ ଅଥବା ଯେମିତିକି ଆଖି, ପାଦ, ଗୋଡ, ଜଙ୍ଘ, ଛାତି, ହାତ ଥରି ଉଠିଥାଏ। ଏପରି ହେଲେ ଏହା ହେଉଛି ଏକ ଶୁଭ ସଂକେତ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

୨/ ଯେତେବେଳେ ଆପଣ ଶୋଇଛନ୍ତି ବା ଶୋଇ କରି ଉଠୁଛନ୍ତି, ସେହି ସମୟରେ କୌଣସି ଘଣ୍ଟା, ପୂଜା କରିବାର ମନ୍ତ୍ର, ଶଙ୍ଖ ବା ହୁଳହୁଳି ଶବ୍ଦ ହେଉଛି, ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଂକେତ ଅଟେ। ଆପଣ ଶୋଇ କରି ଉଠିବା ପରେ ଏହି ଶବ୍ଦ ଅଚାନକ ଶୁଣାଗଲେ ଆପଣଙ୍କ ଭିତରେ କିଛି ସକାରାତ୍ମକ ପରିବର୍ତ୍ତନ ହୋଇଥାଏ।

ପ୍ରକୃତି ଆପଣଙ୍କ ପାଇଁ କିଛି ଉପହାର ରଖିଛି। ଯଦି ଆପଣ ଦୀର୍ଘ ଦିନରୁ ବହୁତ କଷ୍ଟରେ ଅଛନ୍ତି, ତେବେ ଦୁଃଖର ସମୟ ଚାଲି ଯାଇ ଖୁସିର ସମୟ ନିଶ୍ଚିତ ଭାବରେ ଆସିବ। ଯଦି ଆପଣଙ୍କ ଘର ମନ୍ଦିର ପାଖରେ ରହିଛି, ତାହେଲେ ଆପଣ ଶୋଇକି ଉଠିବା ପରେ ଏହି ଧ୍ୱନିକୁ ସାଙ୍ଗେ ସାଙ୍ଗେ ଶୁଣିଲେ, ଏହା ବହୁତ ଶୁଭ ହୋଇଥାଏ।

୩/ ଘରୁ ବାହାରକୁ ଯିବା ସମୟରେ ବା କୌଣସି କାର୍ଯ୍ୟରେ ବାହାରକୁ ଯାତ୍ରା କରୁଥିଲେ, ଯଦି ଆପଣ ଛୋଟ ଶିଶୁ ଆପଣଙ୍କୁ ଦେଖି କି ହସି ଦେଉଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି, ସେହି କାର୍ଯ୍ୟରେ ଅପନସଗଲ ହେବେ।ଏହାସହିତ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି।

୪/ ଯଦି କୌଣସି ନବ ବିବାହିତା ନାରୀ ଶୁଭ ଜିନିଷ ଧରି ଆପଣଙ୍କ ଡାହାଣ ପଟ ଦେଇ ଯାତ୍ରା କରୁଛନ୍ତି, ତେବେ ଏହା ବହୁତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ଶୁଭ ଘଟଣା ଘଟିବାକୁ ଯାଉଛି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *