Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ। ରାତାରାତି ଭାଗ୍ୟ ଚମକିଯିବ ଭାଗ୍ୟ। ରୋଡ଼ପତି ବି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ। ରାତାରାତି ଭାଗ୍ୟ ଚମକିଯିବ ଭାଗ୍ୟ। ରୋଡ଼ପତି ବି ହୋଇଯିବେ କୋଟିପତି।

ପୌରାଣିକ ମାନ୍ୟତା ଅନୁସାରେ ସନ୍ଧ୍ୟା ପରେ ଝାଡୁ ଲଗାଇବା ବର୍ଜିତ ଅଟେ।

ଝାଡୁକୁ ସ୍ୱପ୍ନରେ ଦେଖିଲେ ସୌଭାଗ୍ୟର ସଂକେତ ଦେଇଥାଏ। ନିକଟ ଭବିଷ୍ୟତରେ ତାଙ୍କର ବହୁତ ରୋଜଗାର ହୋଇଥାଏ।

କେବେବି ଘରେ ଓଲଟା ଝାଡୁ ରଖିବେ ନାହିଁ ଏହା ଅଶୁଭ ହୋଇଥାଏ।

ଯେତେବେଳେ ଘରର କୌଣସି ସଦସ୍ୟ ଘରୁ ବହାରକୁ ଯାଉଛନ୍ତି ତ ତୁରନ୍ତ ଝାଡୁ ଲଗାଇବା ଉଚିତ ନୁହେଁ।

ଝାଡୁ ଉପରେ ଗୋଡ଼ ବଜେଇବା ଅଶୁଭ ହୋଇଥାଏ।

ବନ୍ଧୁଗଣ ଝାଡୁ ଆମ ଘରକୁ ସଫା କରିବା ସହିତ ଘରର ସମସ୍ୟା ଦରିଦ୍ରତାକୁ ମଧ୍ୟ ବାହାରକୁ ବାହାର କରିଦେଇଥାଏ।ଘର ପରିବାରରେ ସୁଖ ସମୃଦ୍ଧି ଏବଂ ଖୁସି ଆଣିଥାଏ। ପୌରାଣିକ ମାନ୍ୟତା ଅନୁସାରେ ଯେଉଁ ଘରେ ଝାଡୁର ଅପମାନ ହୋଇଥାଏ ସେଠାରେ ଧନହାନି ନିଶ୍ଚୟ ହୋଇଥାଏ। କାରଣ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆଜି ଆମେ ଆପଣଙ୍କୁ ଝାଡୁ ସହିତ ଜଡ଼ିତ କିଛି ଖାସ କଥା ଜଣେଇବୁ।

ଝାଡୁକୁ କେବେବି ଘରର ବାହାରେ ଛାତ ଉପରେ ରଖିବେ ନାହିଁ। ଖୋଲା ଆକାଶ ତଳେ କେବେବି ଝାଡୁ ରଖିବେ ନାହିଁ। ନଚେତ ଜୀବନରେ ସମସ୍ୟା ସବୁ ବଢିଥାଏ। ଖୋଲା ଆକାଶ ତଳେ ରଖିଲେ ଜୀବନରେ କଷ୍ଟ ବଢିଥାଏ। ବ୍ୟାପାର ସ୍ଥଳରେ ଚୋରି ହେବାର ସମ୍ଭାବନା ରହିଛି। ଯେଉଁଠି ବି ଝାଡୁ ରଖିବେ ଢାଙ୍କି କରି ରଖିବେ। ଝାଡୁକୁ ସର୍ବଦା ଲୁଚାଇ କରି ହିଁ ରଖିବା ଉଚିତ।

ଝାଡୁରେ କେବେବି କାହାରିକୁ ମାରିବା ଉଚିତ ନୁହେଁ। ପଶୁ ପକ୍ଷୀ ହୁଅନ୍ତୁ କିତପତଙ୍ଗ ହୁଅନ୍ତୁ କାହାରିକୁ ବି ଝାଡୁରେ ମାରିବେ ନାହିଁ।

ଭୁଲରେ ଝାଡୁରେ ଗୋଡ଼ ବାଜି ଗଲେ ପ୍ରଣାମ କରି କ୍ଷମା ମାଗିନିଅନ୍ତୁ। ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ଝାଡୁର ଗୁପ୍ତ ଦାନ ମଧ୍ୟ କରାଯାଏ।

ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ନିଜର ଘରର ଆଖପାଖରେ କୌଣସି ବି ମନ୍ଦିରରେ ଏକାଦଶୀ ତିଥିରେ କିମ୍ବା ଗୁରୁବାର କିମ୍ବା ଶୁକ୍ରବାର ଦିନ କରିପାରିବେ। ୩ ଟି ଝାଡୁ କିମ୍ବା ୧ ଟି ଝାଡୁର ଗୁପ୍ତ ଦାନ କରିପାରିବେ। ସକାଳୁ ସକାଳୁ ଉଠି ସ୍ନାନ ସାରି ପୁରା ମନ୍ଦିର ସାରା ଝାଡୁ ଲଗାଇ ସଫା କରନ୍ତୁ ଏବଂ ଝାଡୁକୁ ସେହିଠାରେ ରଖିଆସିବେ। ଏହା ଦ୍ବାରା ଧନ ଲାଭ ହୋଇଥାଏ।

ନୂତନ ଘରକୁ ଯିବା ସମୟରେ ପୁରୁଣା ଝାଡୁକୁ ବି ନେଇ ଆସିବେ ଏବଂ ଘରକୁ ଆଣିବା ପରେ ୧ ରୁ ୨ ଦିନ ବ୍ୟବହାର କରିବା ପରେ ଫୋପାଡ଼ି ଦେବେ।

ପୁରୁଣା ଝାଡୁ ଆପଣଙ୍କ ଘରେ ରହିଥିବ ବହୁତ ଦିନରୁ ଆପଣ ବ୍ୟବହାର କରୁଛନ୍ତି ତାହେଲେ ସେହି ଝାଡୁକୁ ଆପଣ ଘରେ ବ୍ୟବହାର କରନ୍ତୁ ନାହିଁ। କାରଣ ପୁରୁଣା ଝାଡୁରେ ଅଧିକ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ଯେବେବି ଝାଡୁ ଛିଣ୍ଡି ତଳେ ପଡିବାରେ ଲାଗିଥାଏ ତେବେ ସେହି ଝାଡୁକୁ ଘରେ ରଖନ୍ତୁ ନାହିଁ।

ଝାଡୁର ଘରର ସଫା କରୁଛନ୍ତି ସେହି ଝାଡୁକୁ କେବେବି ଅନ୍ୟ କାହାକୁ ଦାନରେ ଦିଅନ୍ତୁ ନାହିଁ ଅଥବା ମା ଲକ୍ଷ୍ମୀ ଆପଣଙ୍କ ଘରୁ ଓଲଟା ଚାଲିଯିବେ। ଏହି କଥା ସବୁବେଳେ ମନେ ରଖିଥିବେ।

ଯେବେବି ଆପଣ ଘରେ ଝାଡୁ ପୋଛା କରୁଛନ୍ତି ସେତେବେଳେ ଧ୍ୟାନ ରଖିଥିବେ ଖାଇବା ଅଇଁଠା ପଡିଛି ତାହା ଉପରେ ଝାଡୁ ଲଗେଇବା ପୂର୍ବରୁ ପ୍ରଥମେ ଅଇଁଠା ଉପରେ ପାଣି ପକାନ୍ତୁ ଏବଂ କୌଣସି କପଡ଼ାରେ ପୋଛିଲା ପରେ ଝାଡୁ କରନ୍ତୁ। ଅଇଁଠାକୁ ଝାଡୁରେ ବାହାର କରିବା ଉଚିତ ନୁହେଁ ଏମିତି କରିବା ଦ୍ୱାରା ବାସ୍ତୁଦୋଷର ପ୍ରଭାବ ଘରେ ପଡିଥାଏ। ଯାହା ଦ୍ୱାରା ଘରେ ଦୁଃଖ କଷ୍ଟର ସମସ୍ୟା ବଢିବାକୁ ଲାଗିପାରେ।

ଯେତେବେଳେ ଆପଣ ପୋଛା ଲଗାନ୍ତି ଧ୍ୟାନ ରଖିବେ ପୋଛା ପାଣିରେ ଫଟିକ କିମ୍ବା ଲୁଣ ମିଶେଇ ପୋଛା ଲଗାନ୍ତୁ। ଏମିତି କରିବା ଦ୍ୱାରା ଘରର ବାତାବରଣ ଭଲ ରହିବ ଏବଂ ଘରେ ପବିତ୍ରତା ମଧ୍ୟ ରହିବ।

ଯେଉଁ ଠାରେ ଆପଣ ଖାଇଥାନ୍ତି ସେଠାରେ ଆପଣ ଝାଡୁ ରଖନ୍ତୁ ନାହିଁ। ଯଦି ସେହି ସ୍ଥାନରେ ଆପଣ ଝାଡୁ ରଖୁଛନ୍ତି ତାହେଲେ ଘରର ଅନ୍ନ ଜଲଦି ଜଲଦି ସରିବାରେ ଲାଗିବ ତା ସହିତ ସ୍ବାସ୍ଥ୍ୟରେ ସବୁବେଳେ ଅସୁବିଧା ଲାଗିରହିବ।

ଏହି କଥାର ଧ୍ୟାନ ରଖିଥାନ୍ତୁ ଯେ ଯେତେବେଳେ ଆପଣ ଝାଡୁ କିଣି ଆଣିଛନ୍ତି ତ ତୁରନ୍ତ ସେହି ଝାଡୁରେ ଘର ସଫା କରିବା ଆରମ୍ଭ କରନ୍ତୁ ନାହିଁ। ସେହି ନୂଆ ଝାଡୁର ମୁଠିରେ କିମ୍ବା ଯେଉଁଠି ଝାଡୁକୁ ଆପଣ ଧରନ୍ତି ସେହି ଜାଗାରେ ଧଳା ସୂତା ବାନ୍ଧି ଝାଡୁକୁ ବ୍ୟବହାର କରନ୍ତୁ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ସ୍ଥିର ରହିଥାନ୍ତି।

ରାତିରେ ଶୋଇବା ପୂର୍ବରୁ ଝାଡୁରେ ଗୋଟେ ଛୋଟ ଉପାୟ କରାଯାଇଥାଏ ଆଉ ସେହି ଉପାୟଟି ହେଉଛି ରାତିରେ ଶୋଇବା ପୂର୍ବରୁ ଘରର କବାଟ ପାଖରେ ଭିତର ପଟୁ ଝାଡୁକୁ ରଖିଦିଅନ୍ତୁ। ଧ୍ୟାନ ରଖିବେ ଝାଡୁକୁ ଛିଡା କରି ରଖିବେ ନାହିଁ। ଝାଡୁକୁ ଶୁଆଇ ରଖିବେ। ଝାଡୁ ତଳେ ଅଳ୍ପ ଜିରା ପକେଇ ଦିଅନ୍ତୁ। ଜିରା ତ ଆପଣଙ୍କ ଘରେ ଥିବ। ଯାହାକୁ ଆପଣ ଆପଣଙ୍କର ରୋଷେଇରେ ବ୍ୟବହାର କରୁଛନ୍ତି।

ରାତିରେ ଶୋଇବା ପୂର୍ବରୁ ଅଧିକ ରଖନ୍ତୁ ନାହିଁ ୨ ରୁ ୩ଟି ଜିରା ଦାନା ରଖିବେ ଏବଂ ସକାଳୁ ଉଠି ଯେତେବେଳେ ଝାଡୁ ଲଗାଇବେ ସେତେବେଳେ ଜିରାକୁ ବି ଝାଡୁ କରି ବାହାର କରିଦେବେ ଏହି ଉପାୟଟି ଆପଣଙ୍କୁ ରାତିରେ ହିଁ କରିବାକୁ ହେବ। ଝାଡୁ ଯେତେବେଳେ ବି କବାଟ ପାଖରେ ରଖିବେ ରାତିରେ ହିଁ ରଖିବେ ଦିନରେ ରଖିବେ ନାହିଁ।

ଯଦି କୌଣସି ଛୁଆ ଅଚାନକ ଘରେ ଝାଡୁ କରିବାରେ ଲାଗେ ତାହେଲେ ଘରକୁ ନୂଆ କୁଣିଆ ଆସିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *