Excuse Me Odisha

ଯାହା କହିବୁ ସତ କହିବୁ

ଶିବଲିଙ୍ଗରେ କେଉଁ ଶସ୍ୟ ଚଢ଼ାଇଲେ,କେଉଁ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ ? ଜାଣନ୍ତୁ ……..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ କେଉଁ ଜିନିଷ ଅର୍ପଣ କରିଲେ କେଉଁ ଫଳ ମିଳିଥାଏ।

ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅଭିଷେକ କରିବା ବହୁତ ହିଁ ଶୁଭ ଫଳ ଦେଇଥାଏ। ଯଦି ଭଗବାନ ଶିବଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରିଦେବେ ତ ସମସ୍ତ ମନସ୍କାମନା ପୂରଣ ହୋଇଯାଏ। ଶ୍ରାବଣ ମାସକୁ ମନସ୍କାମନା ପୂରଣ ହେବାର ମାସ କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଯେଉଁ ଭକ୍ତ ପୁରା ଶ୍ରାବଣ ମାସ ସାରା ବିଧିବଦ୍ଧ ଭାବେ ତାଙ୍କର ପୂଜା କରିଥାନ୍ତି ତାଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ବର୍ଷା ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅଭିଷେକ କରିବା ଜୀବନର କଷ୍ଟକୁ କମ କରିଥାଏ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଗଙ୍ଗା ଜଳ ବେଲପତ୍ର ଧୁତୁରା ଭାଙ୍ଗ ଆଦି ଅର୍ପଣ କରାଯାଏ। ଯଦି ବେଲପତ୍ର ନମିଳେ ତ କଣ କରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶିବ ଲିଙ୍ଗ ଉପରେ ଅଲଗା ଅଲଗା ଜିନିଷ ଅର୍ପଣ କରିଲେ ଅଲଗା ଅଲଗା ଫଳ ମିଳିଥାଏ ଏବଂ ମନ ପସନ୍ଦର ବରଦାନ ମିଳିଥାଏ।

ବୁଟ ଡାଲି କିମ୍ବା ତାର ପତ୍ରକୁ ବି ଭଗବାନ ଶିବ ଲିଙ୍ଗରେ ଅର୍ପଣ କରାଯାଏ। ଏହା ଦ୍ବାରା ତନ ମନ ଧନ ସହିତ ସମସ୍ତ ସୁଖ ଆସିଥାଏ ଏବଂ ସମସ୍ତ ଦୁଃଖ ଦୂର ହୋଇଥାଏ। ବେଲ ପତ୍ର ଜାଗାରେ ବୁଟ ଡାଲି ଅର୍ପଣ କରିଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ନମଃ ଶିବାୟ ମନ୍ତ୍ରର ଜପ କରିବେ।

ହରଡ଼ ଡାଲି। କୁହାଯାଏ ବେଲ ପତ୍ର ଅର୍ପଣ କରିଲେ ଐଶ୍ୱର୍ଯ୍ୟ ବୈଭବ ବୃଦ୍ଧି ହୋଇଥାଏ। ସମସ୍ତ ପାପର ନାଶ ହୋଇଥାଏ। ବେଲ ପତ୍ର ଅର୍ପଣ କରିବା ସମୟରେ ଧ୍ୟାନ ଦେବେ ବେଲ ପତ୍ର କଟା ଫଟା ହୋଇନଥିବା ଦରକାର ଖଣ୍ଡିତ ନହୋଇଥିବା ଦରକାର। ପୂଜା କରିବା ସମୟରେ ମୁଗ ଡାଲି ଅର୍ପଣ କରିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି।

ବିରି ଡାଲି। ଶନିଦୋଷାରେ ଚିନ୍ତିତ ଥିଲେ ଦୁଃଖ ସମସ୍ୟା ଅଧିକ ଥିଲେ ତ ବିରି ଡାଲି ଶନିବାର ଦିନ କିମ୍ବା କୌଣସି ବି ସୋମବାର ଦିନ ଶ୍ରାବଣ ମାସରେ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ମାସରେ ଏହି ଉପାୟ କରିଲେ ଭଗବାନ ଶିବ ଏବଂ ଶନିଦେବଙ୍କ କୃପା ମିଳିଥାଏ।

ଅକ୍ଷତ। ଅକ୍ଷତ ଅର୍ପଣ କରିଲେ କଳହ କ୍ଳେଶରୁ ମୁକ୍ତି ମିଳିଥାଏ। ମନକୁ ଶାନ୍ତି ମିଳିଥାଏ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହି ଅକ୍ଷତ ଭଙ୍ଗା ବା ଖଣ୍ଡିତ ନହୋଇଥିବା ଦରକାର।

ତିଳ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କଳା ତିଳ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ। ଜୀବନରେ ସମସ୍ତ କଳହ କ୍ଳେଶ ଦୂର ହୋଇଥାଏ। ମାନସିକ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ।

ସବୁଜ ମୁଗ। ଭଗବାନ ଶିବଙ୍କୁ ସବୁଜ ମୁଗ ବହୁତ ପ୍ରିୟ ଅଟେ। ଏହାକୁ ଅର୍ପଣ କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଚେଷ୍ଟା କରିବେ ସମସ୍ତ ଜିନିଷକୁ ୧୦୮ ଟି ଲେଖାଏଁ ଅର୍ପଣ କରିବା ପାଇଁ। ଅର୍ପଣ କରିବା ସମୟରେ ନମଃ ଶିବାୟର ମନ୍ତ୍ରର ଜପ କରୁଥିବେ। ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଦୁଃଖ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *