Excuse Me Odisha

ଯାହା କହିବୁ ସତ କହିବୁ

ରକ୍ଷାବନ୍ଧନ ପୂର୍ବରୁ ଏହି ଗ୍ରହ ବଦଳାଇବାକୁ ଯାଉଛି ନିଜର ଚାଲ,ଏହି ୪ ଗୋଟି ରାଶିର ଲୋକ ଭାଗ୍ୟ ପଲଟିବାକୁ ଯାଉଛି !

ସେୟାର୍ କରନ୍ତୁ

ଅଗଷ୍ଟ ମାସ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶୁକ୍ର ଗ୍ରହର ଏହି ରାଶି ପରିବର୍ତ୍ତନ ସକାଳ ୫:୩୦ ଘଟିକା ସମୟରେ ହେବାକୁ ଯାଉଛି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଶୁକ୍ର ଗ୍ରହ ଏହି ରାଶିରେ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରକ୍ଷା ବନ୍ଧନ ପୂର୍ବରୁ ଶୁକ୍ର ଗ୍ରହର ଏହି ରାଶି ପରିବର୍ତ୍ତନ ଖାସ ୪ ଗୋଟି ରାଶିର ଲୋକଙ୍କୁ ଲାଭ ପ୍ରାପ୍ତ ହେବ। ଶୁକ୍ର ଗ୍ରହକୁ ସୁଖ, ସମୃଦ୍ଧି, ସାହସ, ଧନ ସମ୍ପତ୍ତିର କାରକ ମାନା ଯାଇଥାଏ। ଅଗଷ୍ଟ ୭ ତାରିଖ ରବିବାର ଦିନ ଶୁକ୍ର ଗ୍ରହ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଶୁକ୍ର ଗ୍ରହ ଏହି ରାଶିରେ ବିରାଜମାନ କରିବେ।

ବୃଷ ରାଶି :-

ଶୁକ୍ର ଗ୍ରହର ଏହି ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କର ସମସ୍ତ ମାନସିକ ଚିନ୍ତା ଦୂର ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ହେବ। ରିନା ଦେଇଥିବା ଟଙ୍କା ଆପଣଙ୍କୁ ଉଚିତ ସମୟରେ ସମ୍ପନ୍ନ ହେବ। ଭଗବାନ ସୂର୍ଯ୍ୟଙ୍କୁ ସକାଳୁ ଉଠି ସ୍ନାନ କରି ଜଳ ଅର୍ପଣ କରନ୍ତୁ, ଦେଖିବେ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ସିଂହ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଆପଣଙ୍କ କାର୍ଯ୍ୟ ଶୈଳୀ ଯୋଗୁଁ ଆପଣ ପ୍ରଶଂସିତ ହେବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବ୍ୟାପାର ଓ ବ୍ୟବସାୟରେ ଅଗ୍ରଗତି ହେବ। ଆପଣଙ୍କୁ କେବେବି ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ

କନ୍ୟା ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। କାରବାରରେ ଲାଭ ପ୍ରାପ୍ତ ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଘରେ ହସଖୁସିର ମାହୋଲ ରହିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ଉଚିତ ସମୟରେ ସମ୍ପନ୍ନ ହେବ। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ଏହି ସମୟରେ ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁ ଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ମୀନ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି। ଛାତ୍ରଛାତ୍ରୀ ମାନଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ବୈବାହିକ ଜୀବନ ସୁଖମୟ ରହିବ। ପତିପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିବ ଏବଂ ଉତ୍ତମ ବୁଝାମଣା ରହିବ।ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ପରିବାର ଲୋକେ ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *