Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଚୁପଚାପ ଏହିଠାରେ ଜଳେଇ ଦିଅନ୍ତୁ ଲବଙ୍ଗ ଏବଂ କର୍ପୁର । ରାତାରାତି ବଦଳି ଯିବ ଭାଗ୍ୟ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚୁପଚାପ ଏହିଠାରେ ଜଳେଇ ଦିଅନ୍ତୁ ଲବଙ୍ଗ ଏବଂ କର୍ପୁର । ରାତାରାତି ଭାଗ୍ୟ ବଦଳି ଯିବ।

ସମସ୍ତ ବାଧା ତନ୍ତ୍ର ମନ୍ତ୍ରର ବାଧାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କିଛି ବିଶେଷ ପ୍ରୟୋଗ କରାଯାଏ। ଏହା ଦ୍ବାରା ମନ ପସନ୍ଦର ଫଳ ପ୍ରାପ୍ତ ହୋଇଥାଏ

ପ୍ରଥମେ ସକାଳେ ଉଠିବା ପରେ ନିଜର ହାତକୁ ଦେଖନ୍ତୁ ହାତରେ ମା ଲକ୍ଷ୍ମୀ ମା ସ୍ୱରସ୍ୱତୀ ଅଛନ୍ତି। ଦୁଇଟି ହାତକୁ ଦେଖନ୍ତୁ ପ୍ରଣାମ କରନ୍ତୁ। ଏହା ଦ୍ବାରା ସକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ। ଏମିତି କଲେ ଆପଣଙ୍କର ପୁରା ଦିନ ଭଲରେ ବ୍ୟତୀତ ହେବ।

ଜୀବନରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ପାଇବା ପାଇଁ ଏହି ଉପାୟ କରନ୍ତୁ ସକାଳୁ ସକାଳୁ ଯେତେବେଳେ ଘରର ମୁଖ୍ୟ ଦ୍ୱାର ଖୋଲିବେ ତ ଘରର ଦ୍ୱାରରେ ଦୁଇ ସାଇଟରେ ଦୁଇ ବୁନ୍ଦା ପାଣି ଛିଞ୍ଚି ଦିଅନ୍ତୁ। ଶନିବାର ଦିନ ପ୍ରଥମେ ମୁଖ୍ୟ ଦ୍ୱାରରେ ପାଣି ଢାଳି ଦିଅନ୍ତୁ ଏହା ପରେ ଝାଡୁ ଲଗାନ୍ତୁ। ଏମିତି କଲେ ଆପଣଙ୍କ ଉପରେ ଯଦି କେହି ତନ୍ତ୍ର କ୍ରିୟା କରିଥିବେ ତାହା ପୁଣି ଥରେ ତାଙ୍କ ପାଖକୁ ଫେରିଯିବ। ଆପଣଙ୍କ ଭାଗ୍ୟ ବଦଳିବାକୁ ଲାଗିବ। ଧୀରେ ଧୀରେ ଘରକୁ ସୁଖ ଆସିବାକୁ ଲାଗିବ।

ନଜର ଦୋଷ ତାନ୍ତ୍ରିକ କ୍ରିୟାରୁ ବଞ୍ଚିବା ପାଇଁ ଶନିବାର ଦିନ ଅସ୍ତଗଛ ମୂଳରେ ଏକ ଘଟି ଜଳରେ ଏକ ଚୁଟକି କଳା ତିଳ ପକେଇ ପ୍ରତ୍ୟକ ଶନିବାର ଦିନ ଅର୍ପଣ କରନ୍ତୁ। ଏହା ଦ୍ବାରା ପିତୃଦୋଷ ସମାପ୍ତ ହୋଇଥାଏ। ରାହୁ କେତୁ ପୀଡାରୁ ମୁକ୍ତି ମିଳିଥାଏ। ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ।

ଶନିବାର ଦିନ ଫିଟିକିରି ମିଶ୍ରିତ ଜଳରେ ଘରେ ପୋଛା ଲଗାଇଲେ ଏହା ଦ୍ବାରା ବି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ। ଘରେ ଝଗଡା ଲଢେଇ ଶେଷ ହୋଇଥାଏ।

ରୋଗରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ସନ୍ଧ୍ୟା ବେଳେ ଅସ୍ତ ଗଛ ମୂଳରେ ତିଳର ତେଲର ଦୀପ ଜଳାନ୍ତୁ। ତିଳ ତେଲ ନଥିଲେ ସୋରିଷ ତେଲରେ ୨ ରୁ ୪ଟି ତିଳ ପକେଇ ଦୀପ ଜଳାନ୍ତୁ। ଏମିତି କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଶାରୀରିକ ବାଧା ଶେଷ ହୋଇଥାଏ।

ଶନିବାର ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଦୀପ ଜାଳିବେ ତ ସେହି ଦୀପରେ ୨ ଟି ଲବଙ୍ଗ ପକେଇ ପୁରା ଘର ସାରା ବୁଲାଇ ଦିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ। ଘରକୁ ଖୁସି ଆସିଥାଏ।

ନୂତନ ଘର ପ୍ରାପ୍ତି ପାଇଁ ଶନିବାର ଦିନ ସୋରିଷ ତେଲରେ ତିଳ ତେଲ ମିଶାଇ ଲୁହାର ଏକ ଦୀପ ଆଣି ଜଳାନ୍ତୁ। ଯଦି ଲୁହାର ଦୀପ ନଥାଏ ତେବେ ମାଟିର ଦୀପରେ ହିଁ ଲୁହାର ଏକ କଣ୍ଟା ପକେଇ ଦିଅନ୍ତୁ ଏବଂ ଏହାକୁ ସମୀ ଗଛ ମୂଳରେ ଜଳାନ୍ତୁ। ଯେତେବେଳେ ଏହି ଦୀପ ଥଣ୍ଡା ହୋଇଯିବ ତ ଏହାକୁ ପାଣିରେ ଭସେଇ ଦିଅନ୍ତୁ। ଏହି ଉପାୟ ଲଗାତାର ୮ଟି ଶନିବାର ଏହି ଉପାୟ କରନ୍ତୁ। ଏହା ଦ୍ବାରା ଆପଣଙ୍କର ଘରର ସ୍ୱପ୍ନ ପୁରା ହେବ।

କରଜରୁ ମୁକ୍ତି ପାଇବା ପାଇଁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ। କୌଣସି ବି ଶନିବାର ଦିନ ୧ ଟି ପାନପତ୍ର ନେବେ। ପାନପତ୍ରର ଚିକଣ ସାଇଟକୁ ତଳକୁ କରିଦିଅନ୍ତୁ ଏବଂ ଖଦଡ଼ ସାଇଟକୁ ଉପରକୁ କରିଦିଅନ୍ତୁ ଏବଂ ଏଥିରେ ୨ ଟି ଭଲ ଲବଙ୍ଗ ରଖିଦିଅନ୍ତୁ ଏବଂ କୌଣସି ପ୍ରବାହିତ ଜଳରେ ଏହାକୁ ପ୍ରବାହିତ କରିଦିଅନ୍ତୁ ଏବଂ କୁହନ୍ତୁ ହେ ମୋର ଦୁଃଖ ମୁଁ ତୁମକୁ ଏହିଠାରେ ହିଁ ଛାଡି ଯାଉଛି। ଏହାପରେ ଏକ ମୁହାଁ ହୋଇ ଘରକୁ ଫେରି ଆସନ୍ତୁ। ଆପଣଙ୍କର ଯାହାବି ସମସ୍ୟା ଥିବ ଏହି ପାଣିରେ ଭାସିଯିବ।

ଯଦି ଶନି ରାହୁ କେତୁଙ୍କ ସମସ୍ୟା ଥାଏ ତେବେ ଏହି ଉପାୟ କରିଲେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ। ମନସ୍କାମନା ପୂରଣ ହେବ। ଶନିବାର ଦିନ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ତାଙ୍କୁ ଅଳ୍ପ ଚମେଲି ତେଲ ଅର୍ପଣ କରନ୍ତୁ। ଏମିତି କଲେ ଜୀବନରେ ସମସ୍ତ କଷ୍ଟ ଶେଷ ହୋଇଥାଏ। ଯେତେବେଳେ ଦୀପ ଜାଳିବେ ତ ତେଲରେ ୨ ଟି ଲବଙ୍ଗ ପକେଇ ଦେବେ।

କରଜରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ। ଶୁକ୍ରବାର ଦିନ ରାତିରେ ଶୁଖିଲା ନଡ଼ିଆର ଗୋଳା ଆଣନ୍ତୁ ଏବଂ ଏହାର ଉପରକୁ ଅଳ୍ପ କାଟି ସେଥିରେ ଚିନି ଭରି ଦିଅନ୍ତୁ ଏହାପରେ ଶନିବାର ଦିନ ସକାଳେ ଏହି ଗୋଳାକୁ ନେଇ ଅସ୍ତ ଗଛ ମୂଳର ମାଟିରେ ପୋତିଦିଅନ୍ତୁ ଏବଂ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ୩ ଟି ଶନିବାର ଲଗାତାର କରନ୍ତୁ କରଜରୁ ମୁକ୍ତି ମିଳିଯିବ।

ଶନିବାର ଦିନ ରାତିରେ ଏକ ଛୋଟ ଉପାୟ କରନ୍ତୁ। ୧ ଟି ଲବଙ୍ଗ ନିଅନ୍ତୁ। ନିଜ ଘରେ ସମସ୍ତ ସଦସ୍ୟଙ୍କ ମୁଣ୍ଡରେ ୩ ଥର ଲେଖାଏଁ ଏହି ଲବଙ୍ଗକୁ ନିଜ ବାମ ହାତରେ ରଖି ଓଲଟା ବୁଲାଇ ଦିଅନ୍ତୁ ଏବଂ ଘରର ଉତ୍ତର ଦିଗକୁ ଫୋପାଡ଼ି ଦିଅନ୍ତୁ। ଏମିତି କଲେ ଧନର ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *