Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୮ଶ୍ରାବଣ ସୋମବାର ଏକାଦଶୀରେ ବନିଲା ଦୁର୍ଲଭ ସଂଯୋଗ ; କର୍ପୁର ଏବଂ ଲବଙ୍ଗ ଦ୍ଵାରା ବର୍ଷ ସାରା ଭଗବାନ ଶିବଙ୍କର କୃପା ବରଷିବ,ସବୁ ସମସ୍ୟାର ହେବ ଅନ୍ତ,ଜାଣନ୍ତୁ କିପରି ,,,,,,,,,

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ସୋମବାର ଏକାଦଶୀ ୮ ଅଗଷ୍ଟ ବନିଲା ଦୁର୍ଲଭ ସଂଯୋଗ। କର୍ପୁର ଏବଂ ଲବଙ୍ଗ ପୁରା ବର୍ଷ ଭଗବାନ ଶିବଙ୍କର କୃପା ବର୍ଷା ହେବ। ହେବ ସବୁ ସମସ୍ୟାର ଅନ୍ତ।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପଣ ଅଟେ। ଏହି ମାସରେ ଭଗବାନ ଶିବଙ୍କର ବିଧିବଦ୍ଧ ଭାବେ ପୂଜା କଲେ ମନୁଷ୍ୟଙ୍କୁ ଅନେକ ଗୁଣା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ମାସରେ ଭଗବାନ ଶିବଙ୍କର ରୁଦ୍ରଭିଷେକର ବିଶେଷ ମହତ୍ୱ ରହିଛି। ଏଥିପାଇଁ ଏହି ମାସରେ ଭଗବାନ ଶିବଙ୍କର ରୁଦ୍ରଭିଷେକ କରିଲେ ଭଗବାନ ଶିବଙ୍କର କୃପା ପ୍ରାପ୍ତ ହୋଇଥାଏ। ଅଭିଷେକ କରିବା ପରେ ବେଲପତ୍ର ସମୀ ପତ୍ର ଓଷା ଅର୍ପଣ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରାଯାଏ। ଅନ୍ତରେ ଭାଙ୍ଗ ଧୁତୁରା ତଥା ଶ୍ରୀଫଳ ଭଗବାନଙ୍କୁ ଭୋଗ ରୂପରେ ସମର୍ପିତ କରାଯାଏ।

ଶିବ ପୁରାଣ ଅନୁସାରେ ଶ୍ରାବଣ ମାସ ସୋମବାରରେ ଭଗବାନ ଶିବ ଧରତିରେ ଭ୍ରମଣ କରନ୍ତି। ଭକ୍ତଙ୍କର ସମସ୍ତ କଷ୍ଟ ଦୂର କରି ମନ ପସନ୍ଦର ବର ପ୍ରଦାନ କରିଥାନ୍ତି। ଶ୍ରାବଣ ସୋମବାର ଦିନ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବାକୁ ବହୁତ ଶୁଭ ମାନାଯାଏ। ଏହି ଦିନ ଶିବ ମନ୍ତ୍ର ଶିବ ଚାଳିସା ଆଦିର ପାଠ କରିବା ଉଚିତ। ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର। ଏହି ମାସର ଶେଷ ସୋମବାରର ବିଶେଷ ମହତ୍ୱ ରହିଛି।

ଶ୍ରାବଣ ମାସର ଶେଷ ସୋମବାରରେ ପୁତ୍ରଦା ଏକାଦଶୀ ପଡୁଅଛି। ଏହି ଏକାଦଶୀ ଦିନ ସନ୍ତାନ ପ୍ରାପ୍ତି ଏବଂ ପୁତ୍ର ପ୍ରାପ୍ତିର କାମନା ରଖି ଭଗବାନ ବିଷ୍ଣୁଙ୍କର ଉପାସନା କରାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ସହିତ ଭଗବାନ ଶିବଙ୍କ କୃପା ପାଇବାର ଯୋଗ ବି ବନୁଅଛି। ଏହିଦିନ ଯଦି ଭଗବାନ ଶିବଙ୍କର ବିଶେଷ ପୂଜା କରିବେ ତ ଧନ ସମ୍ପତ୍ତି ଏବଂ ବୈଭବରେ ବୃଦ୍ଧି ହୋଇପାରେ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବାର ନିୟମ ଶାସ୍ତ୍ରରେ ବି ନିର୍ଧାରିତ କରାଯାଇଛି।

ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ପ୍ରତ୍ୟକ ଦିନ ଗଙ୍ଗା ଜଳ କ୍ଷୀର ଆଖୁରସ ଅର୍ପଣ କରିଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି।

ଶିବ ପୁରାଣ ଅନୁସାରେ ଜଳରେ କଳା ତିଳ ମିଶାଇ ଭଗବାନ ଶିବଙ୍କର ଅଭିଷେକ କରିଲେ ମନସ୍କାମନା ପୂରଣ ହୋଇଥାଏ। ଏହା ସହିତ ଅଟକି ରହିଥିବା କାମ ବି ପୂରା ହୋଇଯାଇଥାଏ।

ଏହି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିଲେ ଭକ୍ତଙ୍କୁ ଅତ୍ୟନ୍ତ ଲାଭ ମିଳିଥାଏ। ଏହି ମନ୍ତ୍ର ଜପ କରିଲେ ଆରୋଗ୍ୟ ପ୍ରାପ୍ତି ହୋଇଥାଏ।

ଆସନ୍ତୁ ଜାଣିବା ଶ୍ରାବଣ ମାସର ଶେଷ ସୋମବାର ଦିନ କେଉଁ ଉପାୟ କରିଲେ ଭଗବାନଙ୍କ କୃପା ଅବଶ୍ୟ ମିଳିଥାଏ।

ଯଦି ଆପଣଙ୍କର ଦୀର୍ଘ ଦିନରୁ କୌଣସି ମନସ୍କାମନା ଅଛି କିମ୍ବା ଏମିତି କୌଣସି ସମସ୍ୟା ସର୍ବଦା ହଇରାଣ କରୁଛି ତେବେ ଯାହାର ସମାଧାନ ମିଳିପାରୁନାହିଁ ଜୀବନରେ ଦୁଃଖ କଷ୍ଟ ପିଛା ଛାଡୁନାହିଁ ସଫଳତା ମିଳିପାରୁନାହିଁ ଅଧ୍ୟୟନ ବିବାହ ଚାକିରୀ ଯେକୌଣସି ସମସ୍ୟାରେ ପୀଡିତ ଅଛନ୍ତି ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଶ୍ରାବଣ ସୋମବାର ଦିନ ଏହି ଉପାୟ କରନ୍ତୁ।

ମାନ୍ୟତା ଅନୁସାରେ ପ୍ରତ୍ୟକ କାର୍ଯ୍ୟ ଶୁଭ ମୁହୂର୍ତ୍ତରେ କରିଲେ ଲାଭ ହୋଇଥାଏ। ୮ ଅଗଷ୍ଟ ସୋମବାର ଦିନ ଶୁଭ ମୁହୂର୍ତ୍ତ ହେଉଛି ସକାଳ ୧୧:୫୯ ମିନିଟରୁ ଦିପ୍ରହର ୧୨:୫୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଶୁଭ ସମୟ ମଧ୍ୟରେ ଏହି ଉପାୟ କରିବେ। କିମ୍ବା ଏହି ଦିନ ପ୍ରଦୂସ ସମୟରେ ମଧ୍ୟ ଏହି ଉପାୟ କରିପାରିବେ। ଏହା ବହୁତ ଶୁଭ ହୋଇଥାଏ।

ଉପାୟ କରିବା ପୂର୍ବରୁ ଗଙ୍ଗାଜଳ ମିଶ୍ରିତ ଜଳରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ଘରର ମନ୍ଦିରରେ ଆସନ ବିଛାଇ ବସି ଯାଆନ୍ତୁ। ଏହି ଉପାୟ ପାଇଁ ଆବଶ୍ୟକ ହେବ ୨ ଟି ଭଲ ଫୁଲ ଥିବା ଲବଙ୍ଗ ଏବଂ ବଡ଼ କର୍ପୁର ଖଣ୍ଡ। କର୍ପୁର ଏବଂ ଲବଙ୍ଗକୁ ଭଗବାନ ଶିବଙ୍କ ଚରଣରେ ରଖିଦିଅନ୍ତୁ। ଘରର ମନ୍ଦିରରେ ଭଗବାନ ଶିବଙ୍କର ସପରିବାରର ଫୋଟ ରଖିବା ଉଚିତ ମାନାଯାଏ। ଭଗବାନ ଶିବଙ୍କ ସାମ୍ନାରେ ଧୂପ ଦୀପ ଲଗାନ୍ତୁ ଏବଂ ଏହାପରେ ପ୍ରଥମ ପୂଜ୍ୟ ଭଗବାନ ଗଣେଶଙ୍କୁ ନମସ୍କାର କରି ପୂଜା ଆରମ୍ଭ କରନ୍ତୁ।

ଶିବ ପରିବାରକୁ ଚନ୍ଦନରେ ତିଳକ ଲଗାନ୍ତୁ। ମା ଗୌରୀଙ୍କୁ କୁମକୁମରେ ତିଳକ କରନ୍ତୁ। ଭଗବାନଙ୍କୁ ଫଳ ମିଠା ଅର୍ପଣ କରନ୍ତୁ। ଏହାପରେ ଭଗବାନ ଶିବଙ୍କର ପଞ୍ଚାକ୍ଷର ମନ୍ତ୍ରର ଜପ କରନ୍ତୁ। ଯଦି ଆପଣ ପୁରୁଷ ତେବେ ଓଁ ନମଃ ଶିବାୟର ଜପ କରନ୍ତୁ ଏବଂ ଯଦି ମହିଳା ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ। ମନ୍ତ୍ର ଜପ ପରେ ଶିବ ପରିବାରକୁ ନମସ୍କାର କରନ୍ତୁ ଏବଂ ନିଜର ମନସ୍କାମନା ପୂରଣ ପାଇଁ ତାଙ୍କୁ ପ୍ରାର୍ଥନା କରନ୍ତୁ। ଏହାପରେ ଯେଉଁ କର୍ପୁର ଏବଂ ଲବଙ୍ଗ ରଖିଥିଲେ ତାହାକୁ ଉଠାନ୍ତୁ। ଏହା ସହିତ ଗଙ୍ଗା ଜଳ ମିଶ୍ରିତ ଏକ ଘଟି ଜଳ ନିଅନ୍ତୁ।

ଏହା ପରେ ଭଗବାନ ଶିବଙ୍କର ଏମିତି ମନ୍ଦିରକୁ ଯାଆନ୍ତୁ ଯେଉଁଠି ଭଗବାନ ଶିବ ଲିଙ୍ଗ ସ୍ଥାପିତ ଥିବ ଏବଂ ଏହାପରେ ସେହି ଜଳରେ ଭଗବାନ ଶିବଙ୍କର ମନ୍ତ୍ର ଓଁ ନମଃ ଶିବାୟ ବା ନମଃ ଶିବାୟ ମନ୍ତ୍ରର ଜପ କରି ଅଭିଷେକ କରନ୍ତୁ। ଜଳାଭିଷେକ ପରେ ଭଗବାନ ଶିବ ଲିଙ୍ଗରୁ ଯେଉଁ ଜଳ ବହୁଥିବ ସେହି ଜଳର ଏକ ବୁନ୍ଦା ସେହି କର୍ପୁର ଏବଂ ଲବଙ୍ଗରେ ସ୍ପର୍ଶ କରିବାକୁ ହେବ।

ଏହାପରେ କର୍ପୁର ଏବଂ ଲବଙ୍ଗକୁ ଶିବ ଲିଙ୍ଗ ପାଖରେ ରଖି ଜଳେଇବାକୁ ହେବ। କର୍ପୁର ଏବଂ ଲବଙ୍ଗ ସମ୍ପୂର୍ଣ୍ଣ ଜଳିବା ପର୍ଯ୍ୟନ୍ତ ସେହିଠାରେ ବସି ଭଗବାନ ଶିବଙ୍କର ମନ୍ତ୍ର ଜପ କରନ୍ତୁ। ଏମିତି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସମସ୍ତ ସମସ୍ୟା ଦୂର ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *