Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ମହିଳାମାନେ କାହିଁକି ସବୁଜ ଚୁଡ଼ି ପିନ୍ଧିଥାନ୍ତି,ଜାଣନ୍ତୁ ୫ଟି ବଡ଼ କାରଣ……

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ସବୁଜ ଚୁଡ଼ି ପିନ୍ଧିବାର ୫ ଟି ବଡ଼ କାରଣ।

ଶ୍ରାବଣ ମାସର ଆରମ୍ଭ ହୋଇସାରିଛି। ସୁଖ ସମୃଦ୍ଧି ପାଇବା ପାଇବାର ଅଵସର ଅଟେ। ନିଜର ସ୍ୱାମୀର ଉନ୍ନତି ଆଣିବା ଭାଗ୍ୟକୁ ଉନ୍ନତି କରିବା ଏକ ସୁହାଗିନୀର ହାତରେ ଥାଏ। ଆଜିର ଏହି ପୋଷ୍ଟରେ ଜାଣିବା ଶ୍ରାବଣ ମାସରେ ସୁହାଗିନୀ ମହିଳା ଏମିତି କିଛି କାର୍ଯ୍ୟ ଅଛି ଯାହା କରିଲେ ସୌଭାଗ୍ୟର ପ୍ରାପ୍ତି ନିଶ୍ଚୟ ହିଁ ହୋଇଥାଏ। ତାଙ୍କର ସ୍ୱାମୀଙ୍କୁ ନିରୋଗ କ୍ଳେଶ ମୁକ୍ତ ଜୀବନର ପ୍ରାପ୍ତି ହୋଇଥାଏ। ପର୍ବ ଭାରତୀୟ ସଂସ୍କୃତିର ବଡ଼ ମହତ୍ୱ ରହିଛି କିନ୍ତୁ ଯେତେବେଳେ ପର୍ବ କୌଣସି ପବିତ୍ର ମାସରେ ହୋଇଥାଏ ତ ଏହା ଭକ୍ତଙ୍କ ପାଇଁ ନୂଆ ଉତ୍ସବ ନେଇ ଆସିଥାଏ।

ଏହି ମାସ ଭଗବାନ ଶିବଙ୍କର ପ୍ରିୟ ମାସ ଅଟେ। ଏହି ମାସରେ କରାଯାଉଥିବା ପୂଜା ଏବଂ ଉପାୟ ଶୀଘ୍ର ଫଳଦାୟୀ ହୋଇଥାଏ। ଏହି ମାସ ସମସ୍ତ ମନୁଷ୍ୟ ଜୀବନ ଜନ୍ତୁଙ୍କ ପାଇଁ ସୁଖମୟ ହୋଇଯାଏ କାରଣ ଏହି ମାସରେ ଧରତୀର ସୌନ୍ଦଯ୍ୟ ବୃଦ୍ଧି ପାଇଥାଏ। ସୁହାଗିନୀ ମହିଳାଙ୍କ ପାଇଁ ଏହି ମାସରେ ଶୃଙ୍ଗାରର ବହୁତ ମହତ୍ୱ ରହିଛି।

ଶ୍ରାବଣ ମାସରେ ସୋମବାର ବ୍ରତ ଯେତିକି ମହତ୍ୱ ରଖିଥାଏ ସେତିକି ହିଁ ମହତ୍ୱପୂର୍ଣ୍ଣ ଅଟେ ମଙ୍ଗଳବାର ଦିନ ମା ମଙ୍ଗଳା ଗୌରୀଙ୍କ ବ୍ରତ। ମାଙ୍କୁ ପ୍ରସନ୍ନ କରି ଜୀବନରେ ସର୍ବଦା ସୌଭାଗ୍ୟ ବନି ରହୁ ଏହି କାମନାରେ ସୁହାଗିନୀ ମହିଳାମାନେ ମଙ୍ଗଳା ଗୌରୀଙ୍କ ବ୍ରତ ଶ୍ରାବଣ ମାସରେ ନିଶ୍ଚୟ କରିଥାନ୍ତି। ଏହି ବ୍ରତ ପର୍ବରେ ସୁହାଗିନୀ ମହିଳାଙ୍କୁ ଏମିତି କିଛି ବିଶେଷ କାର୍ଯ୍ୟ ସ୍ୱାମୀଙ୍କ ଉନ୍ନତି ପାଇଁ ନିଶ୍ଚୟ କରିବା ଉଚିତ। ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ।

ଯେତେବେଳେ ଶ୍ରାବଣ ମାସରେ ସୋମବାର ଦିନ ଭଗବାନ ଶିବ ମନ୍ଦିରକୁ ଯିବେ ତ ଏକ ତମ୍ବା ଘଟିରେ ଶୁଦ୍ଧ ଜଳ କ୍ଷୀର କେଶର ଆଦି ମିଶ୍ରଣକୁ ଶିବ ଲିଙ୍ଗରେ ଅର୍ପଣ କରିଦିଅନ୍ତୁ। ଯେତେବେଳେ ଏହି ମିଶ୍ରଣ ଶିବ ଲିଙ୍ଗରେ ବହି ଆସିବ ତ ଏହାର କିଛି ବୁନ୍ଦା କୌଣସି ଡ଼ବାରେ ଭରି କରି ନେଇ ଆସନ୍ତୁ ଏବଂ କିଛି ବୁନ୍ଦା ନିଜର ସ୍ୱାମୀଙ୍କ କଣ୍ଠରେ ଲଗେଇ ଦିଅନ୍ତୁ। ଏମିତି କରିଲେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବା ସହିତ ମା ପାର୍ବତୀଙ୍କର ପୂଜା ଅବଶ୍ୟ କରନ୍ତୁ। ଏହି ବ୍ରତ କରନ୍ତୁ କି ନକରନ୍ତୁ କିନ୍ତୁ ଏହି ମାସ ସାରା ମା ପାର୍ବତୀଙ୍କୁ ପ୍ରତ୍ୟକ ଦିନ ସିନ୍ଦୁର ଏବଂ ଏକ ଲାଲ ଫୁଲ ଅବଶ୍ୟ ଅର୍ପଣ କରିବେ। ମା ପାର୍ବତୀ ସର୍ବଦା ଆପଣଙ୍କ ସୁହାଗର ରକ୍ଷା କରିବେ। କୌଣସି ବି ପ୍ରକାରର ସ୍ୱାମୀଙ୍କର ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ। ମା ପାର୍ବତୀଙ୍କୁ ଅର୍ପଣ କରିଥିବା ସିନ୍ଦୁର ନିଜ ମଥାରେ ବି ନିଶ୍ଚୟ ଲଗାଇବା ଉଚିତ। ଏମିତି କଲେ ମା ପାର୍ବତୀଙ୍କ କୃପା ନିଜର ସୁହାଗ ଉପରେ ବନିରହିବ।

ଶ୍ରାବଣ ମାସରେ ସୁହାଗିନୀ ମହିଳାଙ୍କୁ ସବୁଜ ଚୁଡ଼ି ସବୁଜ ବସ୍ତ୍ର ନିଶ୍ଚୟ ପିନ୍ଧିବା ଉଚିତ। ଏହା ଦ୍ବାରା ମା ପାର୍ବତୀ ଏବଂ ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଯାନ୍ତି ଏବଂ ସର୍ବଦା ସୌଭାଗ୍ୟବତୀର ଆଶୀର୍ବାଦ ଦେଇଥାନ୍ତି। ସ୍ୱାମୀଙ୍କୁ ଦୀର୍ଘାୟୁର ଆଶୀର୍ବାଦ ଦେଇଥାନ୍ତି। ଯେଉଁମାନେ ଏହି ମାସରେ ସବୁଜ ଜିନିଷ ଧାରଣ କରନ୍ତି ସେମାନଙ୍କ ଉପରେ ଭଗବାନ ଶିବଙ୍କର କୃପା ବନି ରହିଥାଏ।

ଯେଉଁମାନେ ଏହି ମାସରେ ସବୁଜ ଚୁଡ଼ି ପିନ୍ଧି ଥାଆନ୍ତି ତାଙ୍କ ଉପରେ ମା ପାର୍ବତୀ ପ୍ରସନ୍ନ ରହିଥାନ୍ତି। ପବିତ୍ର ପର୍ବରେ ଲାଲ ରଙ୍ଗର ବି ବିଶେଷ ମହତ୍ୱ ରହିଛି। କୌଣସି ବି ପୂଜାରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରିଲେ ଖୁସି ଏବଂ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ଲାଲ ରଙ୍ଗ ସୌଭାଗ୍ୟର ପ୍ରତୀକ ହୋଇଥାଏ। ଏଥିପାଇଁ ଲାଲ ରଙ୍ଗର ବସ୍ତ୍ର ଧାରଣ କରିଲେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ କୃପାରୁ ଅନେକ ଗୁଣା ସୌଭାଗ୍ୟର ପ୍ରାପ୍ତି ହୋଇଥାଏ।

ଶ୍ରାବଣ ମାସରେ ସୁହାଗିନୀ ମହିଳା ଭୁଲରେ ବି କଳା କିମ୍ବା ଧଳା ରଙ୍ଗର ବସ୍ତ୍ର ଧାରଣ କରିବେ ନାହିଁ।

ଶ୍ରାବଣ ମାସରେ ସୁହାଗିନୀ ମହିଳାଙ୍କ ଗଳା କେବେବି ଖାଲି ରହିବା ଉଚିତ ନୁହେଁ। ପ୍ରତ୍ୟକ ସୁହାଗିନୀ ମହିଳାଙ୍କୁ ଗଳାରେ ମଙ୍ଗଳସୁତ୍ର ପିନ୍ଧିବା ଉଚିତ। ଯଦି ମଙ୍ଗଳସୁତ୍ର ନଥାଏ ତେବେ କୌଣସି ବି ହାର ପିନ୍ଧି ପାରିବେ। ମଙ୍ଗଳସୁତ୍ର ଯେମିତି ତୁଟି ନଥିବ।

ପୁରା ମାସ ସାରା ସୁହାଗିନୀ ମହିଳାଙ୍କ ମଥା ଖାଲି ରହିବା ଉଚିତ ନୁହେଁ। ସବୁବେଳେ ଭରା ରହିବା ଉଚିତ। ଏହି ମାସରେ ସିନ୍ଦୁର କିଣିବା ଏବଂ କୌଣସି ସୁହାଗିନୀ ମହିଳାଙ୍କୁ ସିନ୍ଦୁର ଦାନ କରିବା ବି ବହୁତ ଶୁଭ ମାନାଯାଏ। ଏହି ମାସରେ ଷୋହଳ ସିଙ୍ଗାର କରିବା ଏବଂ ଦାନ କରିବା ବହୁତ ଶୁଭ ମାନାଯାଏ। ଏମିତି ମହିଳାଙ୍କୁ ସାକ୍ଷତ ମା ଲକ୍ଷ୍ମୀଙ୍କର ରୂପ ମାନାଯାଏ। ଏମିତି ଲୋକଙ୍କ ଘରେ କେବେବି ଧନର ଅଭାବ ହୋଇନଥାଏ।

ଏହି ମାସରେ ବିବାହିତ ମହିଳା ଏବଂ କୁଆଁରୀ କନ୍ୟାଙ୍କୁ ହାତରେ ମେହେନ୍ଦୀ ନିଶ୍ଚୟ ଲଗେଇବା ଉଚିତ। ଏମିତି ମାନ୍ୟତା ଅଛି ଏମିତି କଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଗମ୍ଭୀର ହୋଇଥାଏ ସମ୍ପର୍କ ମଜବୁତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *