Excuse Me Odisha

ଯାହା କହିବୁ ସତ କହିବୁ

ରକ୍ଷା ବନ୍ଧନରେ ପ୍ରଥମ ରାକ୍ଷୀ ବାନ୍ଧନ୍ତୁ ୟାଙ୍କୁ,ଦେଖିବେ ଲକ୍ଷେ ମାଗିଲେ କୋଟିଏ ମିଳିବ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୧ ଅଗଷ୍ଟ ଗୁରୁବାର ରାକ୍ଷୀ ବନ୍ଧନ। ସବୁଠାରୁ ପ୍ରଥମ ରାକ୍ଷୀ ବାନ୍ଧନ୍ତୁ ୟାଙ୍କୁ ଲକ୍ଷେ ମାଗିଲେ କୋଟିଏ ଦେବେ।

ରାକ୍ଷୀ ବନ୍ଧନ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ପାଳନ କରାଯିବ। ଏହି ବର୍ଷ ୧୧ ଅଗଷ୍ଟ ଏବଂ ୧୨ ଅଗଷ୍ଟକୁ ରାକ୍ଷୀ ବନ୍ଧନକୁ ନେଇ ଅଳ୍ପ ଦ୍ଵନ୍ଦ ଭରା ସ୍ଥିତି ରହିଛି। ୧୧ ଅଗଷ୍ଟ ପୂର୍ଣ୍ଣିମା ଦିନ ରାକ୍ଷୀ ବନ୍ଧା ଯାଏ କିନ୍ତୁ ଏହି ଦିନ ଭଦ୍ରା ଥିବାରୁ ଏହାକୁ ଅଶୁଭ ବୋଲି ମାନାଯାଉଛି। ସେଥିପାଇଁ ଆସନ୍ତୁ ଜାଣିବା କେବେ ରାକ୍ଷୀ ବାନ୍ଧିବେ।

ଶ୍ରାବଣ ମାସରେ ପୂର୍ଣ୍ଣିମା ତିଥିର ଆରମ୍ଭ ହେବ ୧୧ ଅଗଷ୍ଟ ସକାଳ ୧୦:୩୮ ମିନିଟରେ ଏବଂ ଶ୍ରାବଣ ମାସରେ ଯେଉଁ ପୂର୍ଣ୍ଣିମା ତିଥି ଅଟେ ତାହାର ଶେଷ ହେବ ୧୨ ଅଗଷ୍ଟ ସକାଳ ୭:୬ ମିନିଟରେ ଏବଂ ଭଦ୍ରା ସମୟ ଆରମ୍ଭ ହେବ ୧୧ ଅଗଷ୍ଟ ସକାଳ ୧୦:୩୮ ମିନିଟରେ ଅର୍ଥାତ ଯେତେବେଳେ ପୂର୍ଣ୍ଣିମା ତିଥି ଆରମ୍ଭ ହେବ ତ ଭଦ୍ରା ବି ଆରମ୍ଭ ହୋଇଯିବ ଏବଂ ଭଦ୍ରା ସମାପ୍ତ ହେବ ୧୧ ଅଗଷ୍ଟ ରାତି ୮: ୩୫ ମିନିଟରେ। ତେବେ ଆସନ୍ତୁ ଜାଣିବା କେବେ ରାକ୍ଷୀ ବନ୍ଧନ ପାଳନ କରିବେ ଏବଂ କାହାକୁ ପ୍ରଥମେ ରାକ୍ଷୀ ବାନ୍ଧିବେ ଏହା ଦ୍ବାରା ଶୁଭ ହୋଇଥାଏ।

ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ରାକ୍ଷୀ ବନ୍ଧନ ପର୍ବର ପାଳନ କରାଯାଏ କିନ୍ତୁ ଏହି ଦିନ ଭଦ୍ରା ସମୟ ଆରମ୍ଭ ହେଉଥିବାରୁ ରାକ୍ଷୀ ବନ୍ଧନକୁ ଅଶୁଭ ମାନାଯାଉଛି। ହିନ୍ଦୁ ଧର୍ମ ଅନୁସାରେ ରାକ୍ଷୀ ବନ୍ଧନ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ ଅଟେ। ଏହି ଦିନ ରବି ଯୋଗ ମଧ୍ୟ ବନୁଅଛି। ରବି ଯୋଗକୁ ଜ୍ୟୋତିଷରେ ଅଶୁଭ ଯୋଗର ପ୍ରଭାବକୁ ନଷ୍ଟ କରିବା ବାଲା ମାନାଯାଏ ଏବଂ ଏହି ଯୋଗରେ ରାକ୍ଷୀ ବାନ୍ଧିବା ଦ୍ୱାରା ସମ୍ପର୍କରେ କାହାର ନଜର ଲାଗିନଥାଏ ଏବଂ ସମ୍ପର୍କ ଆହୁରି ଗମ୍ଭୀର ହେବ ମଜବୁତ ହୋଇଥାଏ। ଭଦ୍ରା ସମୟରେ କେବେବି ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। ଭଦ୍ରକୁ ଅଶୁଭ କୁହାଯାଏ। ଯାହା ସମସ୍ତ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି କରିଥାଏ।

ପୂର୍ଣ୍ଣିମା ୧୧ ଅଗଷ୍ଟ ସକାଳ ୧୦:୩୮ ମିନିଟରେ ଆରମ୍ଭ ହେବ ଏବଂ ଶ୍ରାବଣ ମାସରେ ଯେଉଁ ପୂର୍ଣ୍ଣିମା ତିଥି ଅଟେ ତାହାର ଶେଷ ହେବ ୧୨ ଅଗଷ୍ଟ ସକାଳ ୭:୬ ମିନିଟରେ। ଭଦ୍ରା ବି ଆରମ୍ଭ ହେବ ୧୧ ଅଗଷ୍ଟ ୧୦:୩୮ ମିନିଟରେ ଶେଷ ହେବ ୮:୩୫ ମିନିଟରେ। ଜ୍ୟୋତିଷଙ୍କ ଅନୁସାରେ ଯେତେବେଳେ ଭଦ୍ରା ପଛରେ ଥିବ ତ ରାକ୍ଷୀ ବାନ୍ଧିପାରିବେ।

ଏମିତିରେ ୧୨ ଅଗଷ୍ଟରେ ଭଦ୍ରା ରହିବ ନାହିଁ ତ ଏହି ଦିନ ରାକ୍ଷୀ ପୂର୍ଣ୍ଣିମା ପର୍ବର ପାଳନ କରିପାରିବେ। ୧୨ ଅଗଷ୍ଟରେ ଯେଉଁ ରାକ୍ଷୀ ବାନ୍ଧିବାର ପର୍ବ ଅଟେ ତାହା ଦିପ୍ରହର ଆୟୁସମାନ ଯୋଗ ରହିଛି ଏହି ସମୟରେ ରାକ୍ଷୀ ବାନ୍ଧିପାରିବେ ଏବଂ ୨ ଟା ପରେ ସୌଭାଗ୍ୟର ଯୋଗ ବନୁଅଛି। ଏଥିପାଇଁ ୧୨ ଅଗଷ୍ଟରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରିବାକୁ ଭଲ ମାନାଯାଏ।

ରାକ୍ଷୀ ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ ଦିଗକୁ ଏବଂ ଭଉଣୀର ମୁହଁ ପଶ୍ଚିମ ଦିଗକୁ ହେବା ଉଚିତ। ଏମିତି କଲେ ଦେବତାଙ୍କ ଆଶୀର୍ବାଦ ମିଳିଥାଏ କିନ୍ତୁ ଭାଇକୁ ରାକ୍ଷୀ ବାନ୍ଧିବା ପୂର୍ବରୁ ରାକ୍ଷୀ ପ୍ରଥମେ କାହାକୁ ବାନ୍ଧିବେ।

ଆପଣ ଯେଉଁ ଭଗବାନଙ୍କୁ ମାନନ୍ତି କିମ୍ବା ଶ୍ରାବଣ ମାସ ଅଟେ ଆପଣ ଭଗବାନ ଶିବଙ୍କୁ ବି ଅର୍ପଣ କରିପାରିବେ ଆପଣ ଭଗବାନ ଗଣେଶଙ୍କୁ ବି ଅର୍ପଣ କରିପାରିବେ ଭଗବାନ ଶ୍ରୀକୃଷ୍ଣଙ୍କୁ ବି ବାନ୍ଧିପାରିବେ। ପ୍ରଥମେ ରାକ୍ଷୀ ଭଗବାନଙ୍କୁ ବାନ୍ଧନ୍ତୁ ଏବଂ ସେହି ଥାଳିରେ ଯେଉଁ ଥାଳିରେ ଫୁଲ ରଖି ପୂଜା କରୁଥିବେ ସେହି ଥାଳିରେ ରାକ୍ଷୀ ନେଇ ଭାଇକୁ ବାନ୍ଧନ୍ତୁ।

ଭାଇକୁ ରାକ୍ଷୀ ବାନ୍ଧିବା ସମୟରେ ଭାଇ ନିଜ ମୁଣ୍ଡ ଉପରେ କୌଣସି ଟୋପି କିମ୍ବା ପୋଗଡ଼ି ରଖିବେ। ଖୋଲା ମୁଣ୍ଡରେ ରାକ୍ଷୀ ବାନ୍ଧିବେ ନାହିଁ। ଭଉଣୀ ଭାଇର ଡାହାଣ ହାତରେ ରାକ୍ଷୀ ବାନ୍ଧିବେ ଏବଂ ଏହାପରେ ରୋଲି ଏବଂ ଚନ୍ଦନର ତିଳକ ଲଗାଇବେ ତିଳକ ଲଗାଇବା ପରେ ଅକ୍ଷତ ଲଗାନ୍ତୁ ଏବଂ କିଛି ଅକ୍ଷତ ବି ଭାଇଙ୍କ ଉପରେ ଛାଟି ଦିଅନ୍ତୁ। ଏହାପରେ ଦୀପରେ ଭାଇର ଆଳତୀ କରନ୍ତୁ ଏବଂ ଏହାପରେ ଭାଇ ଭଉଣୀ ପରସ୍ପରକୁ ମିଠା ଖୁଆଇ ମୁହଁ ମିଠା କରନ୍ତୁ।

ଭାଇ ଭଉଣୀକୁ ଉପହାରରେ ବସ୍ତ୍ର ଧନ କିମ୍ବା କୌଣସି ଜିନିଷ ନିଶ୍ଚୟ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *