Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୧୦ ତାରିଖ ଠାରୁ ବଦଳିବାକୁ ଯାଉଛି ଏହି ରାଶିର ଲୋକଙ୍କ ଭାଗ୍ୟ। ମଙ୍ଗଳ ଗ୍ରହର ଗୋଚର ହେବା ଦ୍ଵାରା ଧନ ବର୍ଷା ହେବାର ଯୋଗ ରହିଛି।

ସେୟାର୍ କରନ୍ତୁ

ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଏ। ଏହାର ଶୁଭ ବା ଅଶୁଭ ପ୍ରଭାବ ସିଧାସଳଖ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଅଗଷ୍ଟ ମାସରେ କିଛି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ମାସରେ ଅନେକ ପର୍ବ ପର୍ବାଣୀ ମଧ୍ୟ ପଡୁଛି। ଯେପରି ଅଗଷ୍ଟ ୧୧ ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମା ପର୍ବ ପଡୁଛି।

ରାକ୍ଷୀ ବନ୍ଧନର ଗୋଟେ ଦିନ ଆଗରୁ ଅର୍ଥାତ୍ ଅଗଷ୍ଟ ୧୦ ତାରିଖ ଦିନ ମଙ୍ଗଳ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହକୁ ଗ୍ରହ ମାନଙ୍କର ସେନାପତି ବୋଲି କୁହାଯାଏ। ତେବେ ମଙ୍ଗଳ ଗ୍ରହ ମେଷ ରାଶିରୁ ବାହାରି ବୃଷ ରାଶିର ଗୋଚର କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନର ପ୍ରଭାବରେ ଖାସ ୪ ଗୋଟି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

ବୃଷ ରାଶି :-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ କ୍ୟାରିୟରରେ ଅଗ୍ରଗତି ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।ଆପଣଙ୍କ ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ସନ୍ତୁଷ୍ଟ ହେବେ। ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ।

ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇ ପାରେ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁଦୃଢ ରହିବେ।

କର୍କଟ ରାଶି :-

ମଙ୍ଗଳ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଭୌତିକ ସୁଖରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ବାହନ ବା ଜମିବାଡ଼ି କ୍ରୟ କରି ପାରନ୍ତି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଘରେ ଆପଣ କୌଣସି ମାଙ୍ଗଳିକ ଅନୁଷ୍ଠାନର ଆୟୋଜନ କରି ପାରନ୍ତି।

ଏହି ମାସରେ ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କୌଣସି କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରି ପାରନ୍ତି। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।ପରିବାରରେ ହସଖୁସିର ମାହୋଲ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ବିଛା ରାଶି :-

ମଙ୍ଗଳ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ କେବେବି ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ। ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।

ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। କୋର୍ଟ କଚେରୀ ମାମଲାରେ ଆପଣ ସଫଳ ହେବେ।ଛାତ୍ରଛାତ୍ରୀ ମାନଙ୍କୁ ଏହି ମାସରେ ଉତ୍ତମ ପରିଣାମ ପ୍ରାପ୍ତ ହେବ।ବ୍ୟବସାୟରେ ଅଧିକ ଲାଭବାନ ହେବେ

ମକର ରାଶି :-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଆୟରେ ବୃଦ୍ଧି ହେବ।ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ।ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଜୀବନରେ ଆପଣ କଠିନ ପରିଶ୍ରମ କରି ଆଗକୁ ବଢିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *